Advertisment

ଜାଣନ୍ତୁ ଆଜିର ସୁନା ଦର...

କିଣିବା ପୂର୍ବରୁ ଯାଂଚ କରନ୍ତୁ ଆଜିର ସୁନା-ରୂପା ଦର...

author-image
Otv Khabar Bureau
ଅଦ୍ୟତନ ହୋଇଛି
Check rates of Gold, Silver in Odisha's Twin Cities today

Check rates of Gold, Silver in Odisha's Twin Cities today

ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ସେହିପରି ଆଜି୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨ ହଜାର ୫୦୦ ଟଙ୍କାରେ କାରବାର ହେଉଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୩ କ୍ୟାରେଟ୍‌ର(ଜିଏଷ୍ଟି) ୧୦ ଗ୍ରାମ୍‌ ସୁନାର ମୂଲ୍ୟ ୫୦ ହଜାର ୬୦୦ ଟଙ୍କା ମୂଲ୍ୟରେ କାରବାର ହେଉଛି ।

Advertisment

ଏହାସହ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୯, ୫୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪, ୮୦୦ ଟଙ୍କା, ୪୦, ୬୦୦ ଟଙ୍କା ଓ ୩୨, ୨୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍‌ର ମୂଲ୍ୟ ୪୦,୮୦୦ ଟଙ୍କାରେ ପହଞ୍ଚିଛି ।

କଟରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୪୦ (ଜିଏସଟି ୯୯୫) ଟଙ୍କା ହୋଇଥିବାବେଳେ ୫,୧୮୦(କ୍ୟାସ ୯୯୫) ଟଙ୍କା ରହିଛି ।

Advertisment

ସେହିପରି ଗତ ଶନିବାର ଅପେକ୍ଷା ଆଜି ରୂପା ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୬୯,୩୦୦ ଟଙ୍କାରେ କାରବାର ହେଉଛି ।

ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Gold Price Silver Price Gold Price Today
Advertisment
Advertisment