Advertisment

ବଜେଟ୍ ୨୦୨୪: ଏହି ମୋବାଇଲ ଆପରେ ମିଳିବ ଟିକିନିକି ତଥ୍ୟ

ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସରକାରୀ ଆପ୍ । ସଂସଦର ସଦସ୍ୟ ତଥା ସାଧାରଣ ଜନତାଙ୍କ ପାଇଁ ଏହି ଆପ୍ ବିକଶିତ କରାଯାଇଛି।

ଅଦ୍ୟତନ ହୋଇଛି
Union Budget Mobile App

Union Budget Mobile App

Advertisment

ଆଜି ଆସିବ ବଜେଟ୍ । ଏହାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା। ନିର୍ବାଚନ ଆସୁଥିବାରୁ ନିର୍ମଳାଙ୍କ ଏହି ବଜେଟରୁ ଅନେକ ଆଶା ରଖିଛନ୍ତି ସମସ୍ତେ। ବଜେଟ ପୂର୍ବରୁ ଆରମ୍ଭ ହୋଇଛି ଅଙ୍କକଷା । କାହାକୁ ମିଳିବ ଅଧିକ ଫୋକସ ତାହା ବଜେଟ୍ ଆଗତ ପରେ ସ୍ପଷ୍ଟ ହେବ । ତେବେ ସାଧାରଣ ଲୋକଟିଏ ନିଜ ମୋବାଇଲ ଫୋନରେ ପାଇପାରିବ ବଜେଟର ଟିକିନିକି ତଥ୍ୟ। ଏଥିପାଇଁ ଏକ ଆପ ବିକଶିତ କରାଯାଇଛି। 'ୟୁନିୟନ ବଜେଟ୍ ମୋବାଇଲ ଆପ୍' ଜରିଆରେ ବଜେଟ୍ ସହ ଜଡ଼ିତ ଡକ୍ୟୁମେଣ୍ଟ ଡାଉନଲୋଡ କରିପାରିବେ।

Advertisment

Budget 2024 LIVE Updates | କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ କାହା ପାଇଁ କେତେ ?

କ୍ରମାଗତ ଚତୁର୍ଥ ବର୍ଷ ପାଇଁ ପେପରଲେସ୍ ବଜେଟ୍ ଉପସ୍ଥାପିତ ହେବ । କରୋନା ପରଠାରୁ ସରକାର ବଜେଟକୁ ଡିଜିଟାଲ୍ ମାଧ୍ୟମରେ ଉପସ୍ଥାପନ କରିବାର ବିକଳ୍ପ ବ୍ୟବସ୍ଥା କରିଛନ୍ତ ଯାହାକୁ ଗ୍ରୀନ୍ ବଜେଟ୍ ନାମରେ ନାମିତ କରାଯାଇଛି। ବଜେଟ୍ ଭାଷଣ ସମାପ୍ତ ହେବା ପରେ ସମସ୍ତଙ୍କ ପାଇଁ ୟୁନିଅନ୍ ବଜେଟ୍ ମୋବାଇଲ୍ ଆପରେ ବଜେଟ୍ ଡକ୍ୟୁମେଣ୍ଟ୍ ଉପଲବ୍ଧ କରାଯିବ। ଏହି ଆପରେ ବଜେଟ୍ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ୍ ଯାଞ୍ଚ କରିପାରିବେ ସାଧାରଣ ଲୋକ ।

Advertisment

ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍ କ’ଣ?

ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସରକାରୀ ଆପ୍ । ସଂସଦର ସଦସ୍ୟ ତଥା ସାଧାରଣ ଜନତାଙ୍କ ପାଇଁ ଏହି ଆପ୍ ବିକଶିତ କରାଯାଇଛି। ଏହି ଆପ୍ ବଜେଟ୍ ସହିତ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ ଡିଜିଟାଲ୍ ଭାବରେ ଉପଲବ୍ଧ କରାଇବ। ଏଥିରେ ୧୪ଟି ୟୁନିଅନ୍ ବଜେଟ୍ ଡକ୍ୟୁମେଣ୍ଟ୍ ଦେଖିହେବ। ଏହି ଡକ୍ୟୁମେଣ୍ଟଗୁଡିକରେ ବାର୍ଷିକ ଆର୍ଥିକ ବିବରଣୀ, ଅନୁଦାନର ଚାହିଦା, ଆର୍ଥିକ ବିଲ୍ ଇତ୍ୟାଦି ରହିଛି ।

ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍ କିପରି ଡାଉନଲୋଡ୍ କରିବେ?

ସର୍ବପ୍ରଥମେ https://www.indiabudget.gov.in/downloadapp.php ପରିଦର୍ଶନ କରିବାକୁ ପଡିବ । ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ପ୍ଲେ ଷ୍ଟୋର ଏବଂ ଆଇଓଏସ୍ ୟୁଜର୍ ଆପରୁ ଏହାକୁ ଡାଉନଲୋଡ୍ କରିପାରିବେ ।

Advertisment

ଅଧିକ ପଢ଼ନ୍ତୁ: ବଜେଟ୍ କେତେ ପ୍ରକାର; ଏହା କିପରି ଦେଶବାସୀଙ୍କୁ ସହଯୋଗ କରେ

Mobile App Interim Budget Budget 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ