Advertisment

BSNL Launches Exciting Offer: BSNL ଆଣିଲା ଧମାକେଦାର ଅଫର୍, ଗୋଟିଏ ରିଜାର୍ଜରେ ଚାଲିବ ତିନି ତିନୋଟି ଫୋନ୍

ଏବେ ମାତ୍ର ଗୋଟିଏ ରିଜାର୍ଜରେ ଚାଲିବ ତିନି ତିନୋଟି ଫୋନ୍। ମିଳିବ ଅନଲିମିଟେଡେ୍ ଇଣ୍ଟରନେଟ୍ ଓ ଭଏସକଲ୍ ।

ଅଦ୍ୟତନ ହୋଇଛି
BSNL Launches Exciting Offer

BSNL Launches Exciting Offer

Advertisment

BSNL ଆଣିଲା ଧମାକେଦାର ଅଫର୍ । ଏବେ ମାତ୍ର ଗୋଟିଏ ରିଜାର୍ଜରେ ଚାଲିବ ତିନି ତିନୋଟି ଫୋନ୍ । ମିଳିବ ଅନଲିମିଟେଡେ୍ ଇଣ୍ଟରନେଟ୍ ଓ ଭଏସକଲ୍ ।

Advertisment

ଆପଣ BSNL ସିମ୍ ବ୍ୟବହାର କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଅଛି ଗୁଡନ୍ୟୁଜ୍। କାରଣ BSNLର ନୂଆ ଅଫରରେ ଆପଣ ମାତ୍ର ଗୋଟିଏ ରିଚାର୍ଜ କରିବେ ଆଉ ୩ଟି ଫୋନରେ ଅନଲିମିଟେଡ୍ ଡାଟା ଓ କଲ୍‌ର ମଜା ଉଠାଇ ପାରିବେ। ଜିଓ, ଏୟାରଟେଲ୍ ଓ VI ଭଳି ଘରୋଇ କମ୍ପାନୀ ସହିତ ପ୍ରତିଯୋଗିତା କରିବା ପାଇଁ, ଏବେ ସରକାରୀ ଟେଲିକମ୍ କମ୍ପାନୀ BSNL ଆଣିଛି ଏହି ବିସ୍ଫୋରକ ଫ୍ୟାମିଲି ପ୍ଲାନ ଅଫର।

ଅଧିକ ପଢ଼ନ୍ତୁ: ଏମିତି ସଫା କରୁଛନ୍ତି କି ସ୍ମାର୍ଟଫୋନ; ନଷ୍ଟ ହୋଇପାରେ ହାର୍ଡୱେର୍‌

BSNLର ପୋଷ୍ଟପେଡ୍ ଉପଭୋକ୍ତା ମାନେ ଏହି ଅଫରର ଆନନ୍ଦ ଉଠାଇପାରିବେ। ଯଦି ଆପଣଙ୍କ ପରିବାରରେ ୩ଜଣ ସଦସ୍ୟ ଅଛନ୍ତି। ତେବେ ଆପଣଙ୍କୁ ୯୯୯ ଟଙ୍କାର ଗୋଟିଏ ରିଚାର୍ଜ କରିବାକୁ ପଡ଼ିବ। ଆଉ ଏଥିରେ ପରିବାରର ୩ ଜଣଙ୍କ ନମ୍ବର ଯୋଡା ଯାଇପାରିବ। ଅର୍ଥାତ୍, ଜଣେ ବ୍ୟକ୍ତିଙ୍କ ଖର୍ଚ୍ଚରେ ତିନି ଜଣ ଡାଟା ଓ ଭଏସକଲ ବ୍ୟବହାର କରିପାରିବେ। ଆଉ ପରିବାରର ବିଭିନ୍ନ ସଦସ୍ୟଙ୍କ ପାଇଁ ବ୍ୟକ୍ତିଗତ ରିଚାର୍ଜ କରିବାର ଆବଶ୍ୟକତା ପଡିବ ନାହିଁ।

Advertisment

BSNLର ଏହି ପ୍ଲାନରେ ଗ୍ରାହକମାନଙ୍କୁ ମୋଟ୍ ୩୦୦ GB ଡାଟା ମିଳିବ। ଅର୍ଥାତ ପ୍ରତି ଉପଭୋକ୍ତା 75GB ଲେଖାଏଁ ଡାଟା ପାଇବେ। ଏହା ବ୍ୟତୀତ, ସମସ୍ତ ଉପଭୋକ୍ତାଙ୍କ ପାଇଁ ଫ୍ରୀ କଲିଂ ଓ ପ୍ରତିଦିନ 100ଟି ମାଗଣା SMS କରିବାର ମଧ୍ୟ ସୁବିଧା ପ୍ରଦାନ କରିବ କମ୍ପାନୀ।
ଏହି ଅଫର ସମ୍ପର୍କରେ BSNL ଏହାର ଅଫିସିଆଲ୍ X ଆକାଉଣ୍ଟରୁ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛି। ଆପଣ ଏହି ଯୋଜନାର ଲାଭ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ କିମ୍ବା BSNL ସେଲ୍ଫ କେୟାର ଆପ୍ ମାଧ୍ୟମରେ ନେଇପାରିବେ।

ଅଧିକ ପଢ଼ନ୍ତୁ: ସ୍ମାର୍ଟଫୋନ୍ ହେଉଛି ବ୍ୟାକ୍ଟେରିଆର ବଡ଼ ଘର; ଜାଣନ୍ତୁ କିପରି ଏହାକୁ ସଫା କରିବେ?

Advertisment
BSNL
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ