• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୁଣି ହଂକଂ ସେୟାର ମାର୍କେଟକୁ କାଟିଲା ଭାରତୀୟ ସେୟାର ମାର୍କେଟ । BSE ତାଲିକାଭୁକ୍ତ ସମସ୍ତ କମ୍ପାନୀଗୁଡିକର ମୋଟ ବଜାର ମୂଲ୍ୟ ବର୍ତ୍ତମାନ ହଂକଂ ତୁଳନାରେ ଅଧିକ ଅଛି । ଫଳରେ ଏହା ବର୍ତ୍ତମାନ ବିଶ୍ୱରେ ଚତୁର୍ଥ ସର୍ବୋଚ୍ଚ ଇକ୍ୱିଟି ବଜାରରେ ପରିଣତ ହୋଇଛି । ବ୍ଲୁମବର୍ଗରୁ ମିଳିଥିବା ତଥ୍ୟ ଅନୁଯାୟୀ, BSE ଭିତରେ ଆସୁଥିବା ସମସ୍ତ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମାର୍କେଟ କ୍ୟାପ୍ ହଂକଂ ବଜାରକୁ କାଟି ଦେଇଛି ।

ଭାରତୀୟ ସେୟାର ମାର୍କେଟର ମୂଲ୍ୟ ୫.୧୮ ଟ୍ରିଲିୟନ ଡଲାରରେ ପହଞ୍ଚିଥିବା ବେଳେ ହଂକଂର ୫.୧୭ ଟ୍ରିଲିୟନ ଡଲାର ରହିଛି । ସେହି ହିସାବରେ ଆମେରିକାର ମିଡ୍ କ୍ୟାପ ସେୟାର ମାର୍କେଟର ବଜାର ମୂଲ୍ୟ ସର୍ବୋଚ୍ଚ ସ୍ତରରେ ରହିଛି । ଏହାର ମୋଟ୍ ବଜାର ମୂଲ୍ୟ ୫୬.୪୯ ରେ ପହଞ୍ଚିଛି ।

ଆମେରିକା ପଛକୁ ଚୀନ ରହିଛି । ଏହାର ବଜାର ମୂଲ୍ୟ ୮.୮୪ ଟ୍ରିଲିୟନ ଡଲାରରେ ପହଞ୍ଚିଥିବା ବେଳେ ଜାପାନ ୬.୩୦ ଟ୍ରିଲିୟନ ଡଲାର ସହ ତୃତୀୟ ସ୍ଥାନରେ ରହିଛି । ସୂଚନାଯୋଗ୍ୟ, ଭାରତୀୟ ବଜାର ଚଳିତ ବର୍ଷ ଜାନୁୟାରୀ ୨୩ ରେ ହଂକଂକୁ ଅତିକ୍ରମ କରିସାରିଥିଲା । କିନ୍ତୁ ପରେ ପୁଣି ଥରେ ନିଜର ଚତୁର୍ଥ ସ୍ଥାନ ଅକ୍ତିଆର୍ କରିନେଇଥିଲା ହଂକଂ । କାରଣ ହଂକଂର ହ୍ୟାଙ୍ଗ ସେଙ୍ଗ ଇଣ୍ଡେକ୍ସ ୧୨% ରୁ ଅଧିକ ରିଟର୍ଣ୍ଣ ସହ ସର୍ବମୋଟ୍ ୨୦% ବୃଦ୍ଧି ହୋଇଥିଲା।

ଅଧିକ ପଢ଼ନ୍ତୁ: ସର୍ବକାଳୀନ ରେକର୍ଡ... ମୋଦିଙ୍କ ଶପଥ ପରେ ରେକର୍ଡ ସ୍ତରରେ ସେୟାର ବଜାର, ୭୭ ହଜାର ଛୁଇଁଲା ସେନ୍‌ସେକ୍ସ

ବର୍ତ୍ତମାନ କିନ୍ତୁ ନିର୍ବାଚନ ଫଳାଫଳ ପରେ ଭାରତୀୟ ଷ୍ଟକ୍ ମାର୍କେଟରେ ପ୍ରବଳ ମାତ୍ରାରେ ଅସ୍ଥିରତା ଦେଖାଦେଉଛି । ଫଳାଫଳ ବାହାରିବା ଦିନ ଅର୍ଥାତ୍ ଜୁନ୍ ୪ ରେ ବଜାର ପ୍ରାୟ ୬% ରୁ ଅଧିକ ହ୍ରାସ ପାଇଥିଲା । ଏକ୍ସିଟ୍ ପୋଲ ଅନୁଯାୟୀ ଫଳାଫଳ ନଆସିବାରୁ ବଜାରରେ ଅସ୍ଥିରତା ଦେଖା ଦେଇଥିଲା ।

କିନ୍ତୁ ସେହି ଦିନଠାରୁ ଏହା ଧିରେ ଧିରେ ନିଜ ପୂର୍ବାବସ୍ଥାକୁ ଫେରିବାକୁ ଚେଷ୍ଟା କରୁଛି । ସେପଟେ ଜୁନ୍ ୯ରେ ମୋଦି କ୍ୟାବିନେଟ୍ ଶପଥ ଗ୍ରହଣ କରିଥିଲେ । ନରେନ୍ଦ୍ର ମୋଦି ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ଏହାର ପ୍ରଭାବ ସେୟାର ବଜାର ଉପରେ ପଡ଼ିଥିଲା । ମାର୍କେଟ ଖୋଲିବା ମାତ୍ରେ ଏହା ଦ୍ରୁତଗତିରେ ବଢ଼ିବାରେ ଲାଗିଥିଲା । ବଜାର ଖୋଲିବା ମାତ୍ରେ ସେନ୍‌ସେକ୍ସ ଅଲ୍‌ ଟାଇମ୍‌ ହାଇରେ ପହଞ୍ଚିଥିଲା । ପ୍ରଥମ ଥର ପାଇଁ ସେନ୍ସେକ୍ସ ୭୭ ହଜାର ମାର୍କ ଅତିକ୍ରମ କରିଥିଲା ।

ଲୋକସଭା ନିର୍ବାଚନ ଫଳାଫଳ ଦିନ ଅର୍ଥାତ ମଙ୍ଗଳବାର ସେୟାର ବଜାରରେ ଏକ ବଡ଼ ହ୍ରାସ ଘଟିଥିଲା, କିନ୍ତୁ ବୁଧବାର ଠାରୁ ଆରମ୍ଭ ମାର୍କେଟ ପୁଣି ଉପରକୁ ଉଠିଥିଲା । ଲଗାତାର ତିନି ଦିନ ଧରି ସେୟାର ବଜାରରେ କ୍ରମାଗତ ବୃଦ୍ଧି ପାଇଥିଲା । ପ୍ରଥମେ, ଏକଜିଟ୍ ପୋଲ୍ ଆକଳନ ଅନୁଯାୟୀ ଫଳାଫଳ ଆସି ନ ଥିବା ବେଳେ ବଜାର ଦ୍ରୁତ ଗତିରେ ଖସିଥିଲା । କିନ୍ତୁ ଏହାପରେ ଏନଡିଏ ସରକାର ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ପୁଣି ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ ଜୁନ୍‌ ୧ରେ ଏକ୍‌ଜିଟ୍‌ ପୋଲ୍‌ ଆସିଥିଲା । ସମସ୍ତ ଏକଜିଟ୍‌ ପୋଲ୍‌ ଦର୍ଶାଇଥିଲା ଯେ ଦେଶରେ ତୃତୀୟ ଥର ମୋଦି ସରକାର ଗଠନ ହେବ । ତେବେ ଏହାର ପ୍ରଭାବ ଜୁନ୍‌ ୩ରେ ଭାରତୀୟ ସେୟାର ମାର୍କେଟ ଉପରେ ପଡ଼ିଥିଲା । ମାର୍କେଟ ଖୋଲା ହେବା ପରେ ସେନସେକ୍ସରେ ୨୫୦୦ ପଏଣ୍ଟ ବୃଦ୍ଧି ଘଟିଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now