Advertisment

Boeing Share Price: ବୋଇଂର ଶେୟାର ପ୍ରାଇସକୁ କ୍ରାସ କଲା ଏୟାର ଇଣ୍ଡିଆ, କ୍ରମାଗତ ଦ୍ବିତୀୟ ଦିନର ଖସିଲା ଏତିକି ପଏଣ୍ଟ

ଲଗାତାର ଦ୍ବିତୀୟ ଦିନରେ ବୋଇଂର ଶେୟାର ପ୍ରାଇସ ହ୍ରାସ ପାଇଛି। ପ୍ରଥମ ଦିନରେ ଅର୍ଥାତ ଗୁରୁବାର ଦୁର୍ଘଟଣା ପରେ ପରେ ଆମେରିକୀୟ ଷ୍ଟକ ମାର୍କେଟ ଖୋଲିଥିଲା। ତେବେ ବୋଇଂର ଶେୟାର ପ୍ରାଇସ ହ୍ରାସ ପାଇଥିଲା। ପ୍ରଥମ ଦିନର ମାର୍କେଟ ବନ୍ଦ ହେବା ବେଳକୁ ଏହି ଶେୟାର ମୂଲ୍ୟ ୧୯୬.୫୦ ଡଲାରରେ ପହଞ୍ଚିଥିଲା।

ଅଦ୍ୟତନ ହୋଇଛି
boeing

boeing

Advertisment

ଗୁଜରାଟର ଅହମଦାବାଦରେ ଗୁରୁବାର ଦିନ କ୍ରାସ ହୋଇଥିଲା ଏଆଇ-୧୭୧। ଟେକ ଅଫ କରିବାର ମାତ୍ର ୩୨ ସେକେଣ୍ଡ ମଧ୍ୟରେ ପାଇଲଟ ମେ’ ଡେ ଡାକରା ଦେଇଥିବା ବେଳେ ବିମାନଟି ଏକ ମେଡିକାଲ କଲେଜର ହଷ୍ଟେଲ ଉପରେ ପଡିଥିଲା। ବିମାନର କ୍ରୁଙ୍କୁ ମିଶାଇ ମୋଟ ୨୪୨ ଜଣ ଯାତ୍ରୀ ରହିଥିଲେ। ମଝି ଆକାଶରେ ବିମାନ ଜଳି ଯାଇଥିବା ବେଳେ ୨୪୧ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ଏୟାର ଇଣ୍ଡିଆର ଏହି ବିମାନଟି ବୋଇଂ କମ୍ପାନୀର ଡ୍ରିମଲାଇନର ରହିଥିବା ବେଳେ ଏହାର ପ୍ରଭାବ ବୋଇଂର ଶେୟାର ପ୍ରାଇସ ଉପରେ ପଡିଥିଲା।

Advertisment

ଅଧିକ ପଢ଼ନ୍ତୁ: ବିମାନ ଦୁର୍ଘଟଣାରେ ଜୀବନ ଗଲା, ପରିବାରର ସ୍ୱପ୍ନ ବି ଧୂଳିସାତ ହୋଇଗଲା

ଲଗାତାର ଦ୍ବିତୀୟ ଦିନରେ ବୋଇଂର ଶେୟାର ପ୍ରାଇସ ହ୍ରାସ ପାଇଛି। ପ୍ରଥମ ଦିନରେ ଅର୍ଥାତ ଗୁରୁବାର ଦୁର୍ଘଟଣା ପରେ ପରେ ଆମେରିକୀୟ ଷ୍ଟକ ମାର୍କେଟ ଖୋଲିଥିଲା। ତେବେ ବୋଇଂର ଶେୟାର ପ୍ରାଇସ ହ୍ରାସ ପାଇଥିଲା। ପ୍ରଥମ ଦିନର ମାର୍କେଟ ବନ୍ଦ ହେବା ବେଳକୁ ଏହି ଶେୟାର ମୂଲ୍ୟ ୧୯୬.୫୦ ଡଲାରରେ ପହଞ୍ଚିଥିଲା। ଗୁରୁବାର ବଜାର ଖୋଲିବା ବେଳକୁ ଶେୟାର ପ୍ରାଇସ ୨୧୪ ଡଲାର ରହିଥିଲା। ତେବେ ବଜାର ବନ୍ଦ ହେବା ବେଳକୁ ଏହା ୧୭.୫୦ ଡଲାର ହ୍ରାସ ପାଇଥିଲା।

Advertisment

ଶୁକ୍ରବାର ପ୍ରାରମ୍ଭିକ ଟ୍ରେଣ୍ଡରେ ଏହାର ଶେୟାର ପ୍ରାଇସ ସାମାନ୍ୟ ବୃଦ୍ଧି ପାଇଥିଲା। ୩.୪ ପ୍ରତିଶତ ବୃଦ୍ଧି ଘଟିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ହ୍ରାସ ପାଇଥିଲା। ଭାରତୀୟ ସମୟ ଅପରାହ୍ନ ୫ଟା ସୁଦ୍ଧା ଏହା ୪.୭୯ ପ୍ରତିଶତ ହ୍ରାସ ପାଇଥିଲା। ଶେୟାର ପ୍ରାଇସ ୧୦.୨୫ ଡଲାର ହ୍ରାସ ପାଇ ୨୦୩.୭୫ ଡଲାରରେ ପହଞ୍ଚିଛି। ଏହି ଧାରା ଜାରି ରହିଲେ ବୋଇଂର ଶେୟାର ପ୍ରାଇସ ଆହୁରି ତଳକୁ ଯିବାର ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଅହମ୍ମଦାବାଦ ଛାତିଥରା ବିମାନ ଦୁର୍ଘଟଣାରେ କେବଳ ଜଣଙ୍କୁ ଛାଡି ଅନ୍ୟ ସମସ୍ତେ ମୃତ। ବିମାନରେ ଥିବା କ୍ର୍ୟୁ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ଏୟାର ଇଣ୍ଡିଆ । ସୌଭାଗ୍ୟବଶତଃ ଦୁର୍ଘଟଣାରୁ ବର୍ତ୍ତିଥିବା ରମେଶ ବିଶ୍ବାସ କୁମାରଙ୍କ ହସପିଟାଲରେ ଚିକିତ୍ସା ଜାରି ରହିଛି। ଭୟଙ୍କର ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସେପଟେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏତେ ବଡ ଦୁର୍ଘଟଣା ଘଟିଲା, ତାର ତଦନ୍ତ ଆରମ୍ଭ ହୋଇଛି।

Advertisment

ଅଧିକ ପଢ଼ନ୍ତୁ: ଭୟଙ୍କର ବିମାନ ଦୁର୍ଘଟଣା, ଥିଲା ୧ ଲକ୍ଷ ଲିଟର ଇନ୍ଧନ...ବିଶେଷଜ୍ଞ କହିଲେ କାରଣ..

Gujarat Air India Plane Crash Boeing 747
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ