Advertisment

Union Budget: ବଜେଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିଜେଡି ଓ କଂଗ୍ରେସ

ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି, ନିର୍ବାଚନ ଥିବାରୁ ବିହାରକୁ ଫୋକସ୍ ଦିଆଯାଇଥିବା ବେଳେ ଓଡ଼ିଶାକୁ ଅବହେଳା କରାଯାଇଛି। କିନ୍ତୁ ରାଜ୍ୟ ବିଜେପିର ଯୁକ୍ତି ପୂର୍ବ ଅପେକ୍ଷା ଢେର୍ ଅଧିକ ମିଳିଛି।

undefined

Budget

Advertisment

କେନ୍ଦ୍ର ବଜେଟରୁ ଓଡ଼ିଶାକୁ ମିଳିଛି କ’ଣ? କମିଛି ନା ବଢିଛି ଅନୁଦାନ? ଡବଲ ଇଞ୍ଜନ ସରକାରରୁ କ’ଣ ପାଇଲା ଓଡିଶା? ଯାହାକୁ ନେଇ ତେଜିଛି ରାଜ୍ୟ ରାଜନୀତି। ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି, ନିର୍ବାଚନ ଥିବାରୁ ବିହାରକୁ ଫୋକସ୍ ଦିଆଯାଇଥିବା ବେଳେ ଓଡ଼ିଶାକୁ ଅବହେଳା କରାଯାଇଛି। କିନ୍ତୁ ରାଜ୍ୟ ବିଜେପିର ଯୁକ୍ତି ପୂର୍ବ ଅପେକ୍ଷା ଢେର୍ ଅଧିକ ମିଳିଛି।

Advertisment

ଅନ୍ୟପକ୍ଷରେ ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ କେନ୍ଦ୍ର ବଜେଟରୁ ଟିକସ ବାବଦକୁ ଓଡ଼ିଶା ପାଇବ ପ୍ରାୟ ୬୪ ହଜାର ୪୦୮ କୋଟି। ଯାହା ପୂର୍ବଥରଠାରୁ ପ୍ରାୟ ୯ ହଜାର କୋଟି ଅଧିକ। ସେହିଭଳି ଆବାସ ଯୋଜନାରେ ମଧ୍ୟ ଓଡ଼ିଶା ପାଇବ ଅଧିକ ଘର। କେନ୍ଦ୍ର ବଜେଟରେ ଆବାସ ଯୋଜନା ଲାଗି ୫୪ ହଜାର ୮୩୨ କୋଟି ଅନୁଦାନ ରଖାଯାଇଛି। ତେଣୁ ଆସନ୍ତା ବର୍ଷ ରେକର୍ଡ ସଂଖ୍ୟକ ଘର ଓଡ଼ିଶାବାସୀଙ୍କୁ ଯୋଗାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ : କେନ୍ଦ୍ର ବଜେଟ ଫୋକସରେ ଚାଷୀ, ଗରିବ, ଯୁବଗୋଷ୍ଠୀ ଓ ମହିଳା

ସେହିପରି ଜଳଜୀବନ ମିଶନରେ ମଧ୍ୟ ୩ ଗୁଣା ହୋଇଛି ବ୍ୟୟ ବରାଦ। ୬୭ ହଜାର କୋଟି ବ୍ୟୟ ବରାଦ ହୋଇଥିବା ବେଳେ ସେଥିରୁ ମଧ୍ୟ ଓଡ଼ିଶା ଲାଭବାନ ହେବ। ରୋଜଗାର ସୃଷ୍ଟି କରିବା ପାଇଁ ୧୫ ଲକ୍ଷ ୫୦ ହଜାର କୋଟି ଟଙ୍କାର କ୍ୟାପିଟାଲ ଇନଭେଷ୍ଟମେଣ୍ଟ ପ୍ରାବଧାନ ମଧ୍ୟ ରହିଛି। କେନ୍ଦ୍ର ବଜେଟରେ ସର୍ବାଧିକ ମଧ୍ୟମ ବର୍ଗକୁ ଫୋକସ କରାଯାଇଥିବା ବେଳେ ଗରିବ, ଯୁବ, ମହିଳା ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ : ‘ବଜେଟ ଦେଶର ସାଧାରଣ ନାଗରିକଙ୍କ ସଞ୍ଚୟ ବୃଦ୍ଧି କରିବ’

ସେପଟେ କିନ୍ତୁ କେନ୍ଦ୍ର ବଜେଟକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ଓ କଂଗ୍ରେସ। ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବଜେଟରେ ଓଡ଼ିଶା ପୁଣି ଅବହେଳିତ ହୋଇଛି। ରାଜନୈତିକ ସ୍ୱାର୍ଥକୁ ଆଖି ଆଗରେ ରଖି ବଜେଟରେ ବ୍ୟବସ୍ଥା କରାଯାଇଛି। ବିହାରରେ ନିର୍ବାଚନ ଅଛି, ସେଥିପାଇଁ ବିହାର ଜ୍ୱାଇଁ ପୁଅ ହୋଇଗଲା। ଓଡ଼ିଶା ପ୍ରତି ଏ ବୈମାତୃକ ମନୋଭାବ କାହିଁକି?

ଅନ୍ୟପଟେ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, କେନ୍ଦ୍ରୀୟ ବଜେଟରେ ଓଡିଶାକୁ ନିରାଶ କରିଛି ଡବଲ ଇଞ୍ଜିନ ସରକାର। ଓଡ଼ିଶା ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇନାହିଁ କି ଦୀର୍ଘଦିନ ଧରି ଦାବି ହେଉଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିଲାନି। ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଭାବେ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ୱତନ୍ତ୍ର ପାଣ୍ଠି ମଧ୍ୟ ମିଳିଲାନି।

Advertisment
BJD BJP Congress Union Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ