• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଣେ ଗ୍ରାହକଙ୍କୁ ଏୟାର ଇଣ୍ଡିଆ ଦେବ ୮୫ ହଜାର ଟଙ୍କା କ୍ଷତିପୂରଣ । ଏକଥା ଆପଣଙ୍କୁ ବୁଝା ପଡ଼ୁନଥିବ । କାରଣ ଆପଣ ଜାଣିଛନ୍ତି ଯିଏ ଏୟାର ଇଣ୍ଡିଆରେ ଯାତ୍ରା କରେ, ସିଏ ବିମାନକୁ ଟଙ୍କା ଦେଇଥାଏ । ଏୟାର ଇଣ୍ଡିଆ ପାଇଁ ପ୍ରତ୍ୟେକ ଯାତ୍ରୀ ଗ୍ରାହକ । ଆଉ ଗ୍ରାହକ ହିଁ ଟଙ୍କା ଦିଅନ୍ତି । କିନ୍ତୁ ଏଠି ଏୟାର ଇଣ୍ଡିଆ ନିଜେ ଗ୍ରାହକଙ୍କୁ ଟଙ୍କା ଦେବାକୁ ଯାଉଛି । ତାହା ପୁଣି ଶହେ କି ଦୁଇ ଶହ ନୁହେଁ । ଏକାଥରକେ ୮୫ ହଜାର ଟଙ୍କା ।

ତେବେ ଏହା ପଛର କାହାଣୀ ଖୁବ୍‌ ରୋମାଞ୍ଚକର । ଆସନ୍ତ ଜାଣିବା...

ଘରୋଇ କମ୍ପାନୀରେ ଚାକିରି କରୁଥିବା ଜଣେ ଗ୍ରାହକ ଏୟାର ଇଣ୍ଡିଆରେ ଯାତ୍ରା କରିବା ପାଇଁ ପୂର୍ବରୁ ଟିକଟ କରିଥିଲେ । ଆଉ ବିମାନ ଛାଡ଼ିବା ପୂର୍ବରୁ ଏୟାରପୋର୍ଟରେ ମଧ୍ୟ ପହଞ୍ଚିଥିଲେ । କିନ୍ତୁ ବିମାନଟି ଯେଉଁ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା କଥା ସେହି ସମୟରେ ପହଞ୍ଚିପାରିଲା ନାହିଁ । ଯାହାଫଳରେ ଯାତ୍ରୀଙ୍କର ଅନେକ କ୍ଷତି ହେଲା । ଆଉ ସେହି କ୍ଷତି ପୂରଣ ପାଇଁ ଯାତ୍ରୀ ଜଣକ ଖାଉଟି ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ । ପୁରା ଘଟଣା ଶୁଣିବା ପରେ ଖାଉଟି ଆୟୋଗ ଏୟାର ଇଣ୍ଡିଆକୁ ଯାତ୍ରୀଙ୍କ କ୍ଷତିପୂରଣ ବାବଦକୁ ୮୫ ହଜାର ଟଙ୍କା ଦେବାକୁ ନିର୍ଦେଶ ଦେଇଛନ୍ତି । ହେଲେ ଏୟାର ଇଣ୍ଡିଆ ପକ୍ଷରୁ ଏହାକୁ ଖଣ୍ଡନ କରାଯାଉଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ବିମାନଟି ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ ବରଂ ଏକା ଥରକେ ୨୪ ଘଣ୍ଟା ବିଳମ୍ବ ହୋଇଥିଲା । ସବୁଠାରୁ ବଡ଼ କଥା ହେଲା, ଯେଉଁଦିନ ଏହି ବିଳମ୍ବ ହେଲା ତାହା ଏକ ୱାର୍କିଂ ଡେ’ ରହିଥିଲା । ସେଥିରେ ଅନେକ ଚାକିରିଆ ଓ ବ୍ୟବସାୟୀ ଯାତ୍ରା କରୁଥିଲେ । ଏହି ଘଟଣା ୨୦୧୮ ମସିହାର । ବିମାନଟି ବ୍ୟାଙ୍କକରୁ ମୁମ୍ବାଇ ଅଭିମୁଖେ ଯାଉଥିଲା । 

ଯାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ, ବିମାନକୁ ବ୍ୟାଙ୍କକରୁ ରବିବାର ସନ୍ଧ୍ୟାରେ ଛାଡ଼ିବାର ଥିଲା ଓ ସୋମବାର ସକାଳେ ମୁମ୍ବାଇରେ ପହଞ୍ଚିବାର ଥିଲା । କିନ୍ତୁ ସେମିତି ହେଲା ନାହିଁ, ବରଂ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଥାଇଲାଣ୍ଡରୁ ଛାଡ଼ିଲା ବିମାନ । ଏହି ଅଭିଯୋଗକାରୀ ଜଣକ ହେଉଛନ୍ତି ମୋହିତ ନିଗମ । ତାଙ୍କ ଅଭିଯୋଗ ଶୁଣିବା ପରେ ଅୟୋଗ କହିଛନ୍ତି, ମୋହିତ ନିଜର ଶାରୀରିକ ଓ ମାନସିକ କଷ୍ଟ ବାବଦକୁ କ୍ଷତିପୂରଣ ପାଇବାକୁ ହକ୍‌ଦାର । ମାର୍ଚ୍ଚ ୨୧ ତାରିଖରେ ଏହି ରାୟ ଶୁଣାଇଛନ୍ତି ମୁମ୍ବାଇ ଉପନଗରୀୟ ଜିଲ୍ଲା ଖାଉଟି ଆୟୋଗ ।

ମୋହିତ ନିଗମ, ବିମାନରେ ଯିବା ଆସିବା ପାଇଁ ଯେଉଁ ଟିକଟ୍‌ କିଣିଥିଲେ । ତାର ସମ୍ପୂର୍ଣ୍ଣ ଖର୍ଚ୍ଚ ବିମାନ କମ୍ପାନୀଠାରୁ ରିଫଣ୍ଡ ଦାବି କରିଛନ୍ତି ।

ତେବେ ଏୟାରଲାଇନ୍‌ସର ଅବହେଳା କାରଣରୁ ଏହି ବିଳମ୍ବ ହୋଇଥିବା କୁହାଯାଇଛି । ମୋହିତ ନିଗମ ଆୟୋଗଙ୍କ ନିକଟରେ ଯେଉଁ ସବୁ ତଥ୍ୟ ପ୍ରମାଣ ଉପସ୍ଥାପନ କଲେ, ସେଥିରୁ ସ୍ପଷ୍ଟ ହେଉଛି ଯେ ଏୟାର ଲାଇନ୍‌ସ କମ୍ପାନୀର ଅବହେଳା କାରଣରୁ ଏହି ବିଳମ୍ବ ହୋଇଛି ।  ବିମାନକୁ ନୂଆଦିଲ୍ଲୀରୁ ବ୍ୟାଙ୍କକ ଆସିବାର ଥିଲା ଏବଂ ତାପରେ ମୁମ୍ବାଇ ଅଭିମୁଖେ ଯିବାର ଥିଲା । କିନ୍ତୁ ବିମାନଟି ନିଜର ଭୁଲ  ପାଇଁ ଦିଲ୍ଲୀରୁ ସଠିକ୍‌ ସମୟରେ ବାହାରି ପାରିନଥିଲା । କାରଣ ସମସ୍ତ ଜାରୁରୀ କାଗଜପତ୍ର ପ୍ରସ୍ତୁତ କରିନଥିଲା ।