• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଖିରେ କଳା ପଟି...ହାତରେ ବାଇକ୍‌...ଗାଡ଼ି ଚାଲିଛି ଅଯୋଧ୍ୟା...ଯେଉଁ ଦୃଶ୍ୟକୁ ଦେଖି ସମସ୍ତେ ଚକିତ । ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଏକ ମାସରୁ ଅଧିକ ସମୟ ବିତିଗଲାଣି । ଯାହା ପରେ ବର୍ତ୍ତମାନ ଲକ୍ଷ ଲକ୍ଷ ପ୍ରଭୁ ରାମଲାଲାଙ୍କ ଭକ୍ତ ପ୍ରତ୍ୟେକ ଦିନ ଅଯୋଧ୍ୟାକୁ ଯାଉଛନ୍ତି । ସମସ୍ତେ ନିଜ ଆଖିରେ ପ୍ରଭୁ ରାମଲାଲାଙ୍କ ଆକର୍ଷଣୀୟ ରୂପକୁ ଦେଖିବା ପାଇଁ ଅଯୋଧ୍ୟାକୁ ଯାଉଛନ୍ତି । ଭକ୍ତମାନେ ପ୍ରତିଦିନ ଟ୍ରେନ୍, ବସ୍ କିମ୍ବା ବିମାନ ଯୋଗେ ଅଯୋଧ୍ୟାକୁ ଯାଉଛନ୍ତି । କିନ୍ତୁ ଦୁଇ ଜଣ ଭକ୍ତଙ୍କ ଅଯୋଧ୍ୟା ଯାତ୍ରା ଚାରି ଆଡ଼େ ଚର୍ଚ୍ଚା ସୃଷ୍ଟି କରିଛି । 

ତେବେ ହାଇଦ୍ରାବାଦର ପ୍ରଭୁ ରାମଲାଲାଙ୍କ ଦୁଇ ଭକ୍ତ ଏବେ ବାଇକ୍‌ରେ ଅଯୋଧ୍ୟା କରୁଛନ୍ତି । କିନ୍ତୁ ଦୁଇ ଜଣଙ୍କର ଯାତ୍ରାର ତରିକା ସମସ୍ତଙ୍କୁ ଚକିତ କରିଛି । କାରଣ ଏମାନଙ୍କର ଯାତ୍ରା ସମ୍ପୂର୍ଣ୍ଣ ରୂପରେ ଭିନ୍ନ ରହିଛି । ଏମାନେ ଆଖିରେ ପଟି ବାନ୍ଧି ମୋଟରସାଇକେଲରେ ଅଯୋଧ୍ୟାକୁ ଯାଉଛନ୍ତି । ଉଭୟ ବୃତ୍ତିରେ ଯାଦୁକର ଭାବରେ କାମ କରନ୍ତି ।

ଅଧିକ ପଢ଼ନ୍ତୁ: ରାମଲାଲାଙ୍କ ଦୁଆରେ ଜମୁଛି ଭିଡ଼; ୧୫ ଦିନରେ ୩୦ ଲକ୍ଷ ଶ୍ରଦ୍ଧାଳୁ; ମିଳିଲାଣି ୧୨ କୋଟିରୁ ଅଧିକ ଦାନ

ବାସ୍ତବରେ, ଉଭୟ ଯାଦୁକରଙ୍କ ନାମ ହେଉଛି ମାରୁତି ଯୋଶୀ ଓ ରାମକୃଷ୍ଣ । ଦୁହେଁ ହାଇଦ୍ରାବାଦ ନିକଟ ଶ୍ୟାମସବାଦର ବାସିନ୍ଦା । ଯେତେବେଳେ ତାଙ୍କୁ ପଚରାଗଲା ଅଯୋଧ୍ୟାକୁ ଆଖି ବୁଜି ମୋଟରସାଇକେଲରେ ଯିବା ପଛର କାରଣ କଣ ?

ଦୁହେଁ କହିଥିଲେ ଯେ, ‘‘ଆମର ଏହି ଯାତ୍ରା ଲୋକଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବ। ଲୋକଙ୍କର ଶରୀରର ସମସ୍ତ ଅଙ୍ଗ ଓ ଇନ୍ଦ୍ରିୟଗୁଡିକ ସଠିକ୍ ଭାବରେ କାମ କରୁଥିଲେ ମଧ୍ୟ ଅନେକ ସମୟରେ ଲୋକମାନେ ରାସ୍ତାରେ ବେପରୁଆ ଭାବରେ ଗାଡି ଚଳାନ୍ତି । ଯେଉଁ କାରଣରୁ ରାସ୍ତାରେ ଯାଉଥିବା ଅନେକ ଲୋକଙ୍କର ଜୀବନ ବିପଦରେ ପଡ଼ିଥାଏ । ଯାହା ଦ୍ୱାରା ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ । ଅପରପକ୍ଷେ, ଯେଉଁମାନେ ଦୃଷ୍ଟିହୀନ, ସେମାନେ ନିରାପଦରେ ନିଜର ସଠିକ୍‌ ସ୍ଥାନରେ ପହଞ୍ଚି ପାରୁଛନ୍ତି । ତେଣୁ ଆମେ ସେହିଭଳି ଭାବେ ଯାତ୍ରା କରିବାକୁ ନିଷ୍ପତ୍ତି ନେଲୁ । ’’

ମାରୁତି ଯୋଶୀ ଓ ରାମକୃଷ୍ଣ ତିନି ଦିନ ପୂର୍ବରୁ ହାଇଦ୍ରାବାଦ ପାଖ ଶ୍ୟାମସବାଦରୁ ବାହାରି ଥିଲେ । ଦୁହେଁ ମାର୍ଚ୍ଚ ୧ ତାରିଖରେ ଅଯୋଧ୍ୟାରେ ପହଞ୍ଚିବେ । ସେମାନେ ପ୍ରତିଦିନ ଅତି କମରେ ଦୁଇଶହ କିଲୋମିଟର ଯାତ୍ରା କରୁଛନ୍ତି ।

ଅଧିକ ପଢ଼ନ୍ତୁ: ରାମ ନାମ ଜପ କଲେ ମଣିଷ ହୋଇଯାଏ ଶକ୍ତିଶାଳୀ; କ’ଣ ରହିଛି ବୈଜ୍ଞାନିକ କାରଣ