/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710336293.jpg)
ramayana embroidery
ଇଣ୍ଟରନେଟ୍ ଯୁଗରେ ଲୋକମାନେ ସେମାନଙ୍କର ଲୁକ୍କାୟିତ ପ୍ରତିଭାକୁ ସାରା ବିଶ୍ୱକୁ ଦେଖାଇ ପାରୁଛନ୍ତି । ସେମିତି ଏକ ହାଇଦ୍ରାବାଦର ଜଣେ ମହିଳାଙ୍କ ପ୍ରେରଣାଦାୟକ କାହାଣୀ ଇଣ୍ଟରନେଟ୍ରେ ଘୂରି ବୁଲୁଛି । ଅର୍ପନା କାନୁମୁରୀ ହେଉଛନ୍ତି ଜଣେ ମହିଳା ବୁଣାକାର । ରାମାୟଣର ପୁରା କାହାଣୀକୁ କପଡ଼ା ମାଧ୍ୟମରେ ବୁଣିଛନ୍ତି । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ତାଙ୍କ ମାଆ ଓ ଜେଜେମା’ଙ୍କଠାରୁ ବୁଣାବୁଣି କାମ ଶିଖିଥିବା ଅର୍ପନା କହିଛନ୍ତି । ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜା ସମୟରେ ସେ ଆରମ୍ଭ କରିଥିବା ବୁଣାକାମକୁ ତାଙ୍କୁ ଶେଷ କରିବାକୁ ପ୍ରାୟ ଏକ ବର୍ଷ ଲାଗିଛି ।
ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଅର୍ପନା ତାଙ୍କ ପ୍ରତିଭା ବିଷୟରେ କହିଥିଲେ ଓ ମହାମାରୀ କୋଭିଡ଼ି ସମୟରେ ସେ ତାଙ୍କର କଳାକୁ ବିକାଶ କରିବା ଆହୁରି ପରିଶ୍ରମ କରିଥିଲେ ଏବଂ ପତ୍ରଗୁଡ଼ିକରେ ପ୍ରାଚୀନ ଗ୍ରନ୍ଥଗୁଡ଼ିକ ଲେଖିବା ପାଇଁ ମଧ୍ୟ ସେ ଚେଷ୍ଟା କରିଥିଲେ । ଏହି କଳାକୁ ବଞ୍ଚାଇ ରଖିବାକୁ ହେଲେ ଯୁବପିଢି ମାନଙ୍କର ସହଯୋଗ ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି ।
ଅର୍ପନା ଆହୁରି କହିଛନ୍ତି ଯେ, “ମୁଁ ପିଲାଦିନରୁ ବୁଣାବୁଣି କାମକୁ ବହୁତ ଭଲପାଏ । ମୁଁ ଏସବୁକୁ ମୋ ମା ଓ ଜେଜେମାଙ୍କଠାରୁ ଶିଖିଥିଲି ଏବଂ ଏହାକୁ ଅତି ନିକଟରୁ ଅନୁସରଣ କରୁଥିଲି । ଟେବୁଲ କପଡା ଓ ଅନ୍ୟାନ୍ୟ ଜିନିଷରେ ବୁଣାବୁଣି କରିବା ପରିବର୍ତ୍ତେ, ମୁଁ ଅନ୍ୟ ଜିନିଷଗୁଡ଼ିକ ଉପରେ ଏହା କରିବା ମଧ୍ୟ ଆରମ୍ଭ କରିଥିଲି । ମହାମାରୀ କୋଭିଡ଼ି ସମୟରେ ଯେତେବେଳେ ମୁଁ ରାମ ମନ୍ଦିର ଭୂମି ପୂଜା ବିଷୟରେ ଶୁଣିଲି, ଏହାକୁ ପରବର୍ତ୍ତୀ ପିଢି ଯେମିତି ମନେ ରଖିବେ ସେଥିପାଇଁ ମୁଁ ଏହାକୁ ତିଆରି କଲି । ’’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)