Advertisment

ଅଯୋଧ୍ୟାକୁ ଛୁଟୁଛି ଭକ୍ତଙ୍କ ସୁଅ; ଏଯାଏ ରାମଲାଲାଙ୍କ ଦର୍ଶନ କଲେଣି ଦେଢକୋଟି ଭକ୍ତ

ମନ୍ଦିର ନିର୍ମାଣ ଓ ଅନ୍ୟ ପ୍ରୋଜେକ୍ଟ ସାରିବା ପାଇଁ ଆଉ କିଛି ସମୟ ଲାଗିପାରେ। ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ସୂଚନା ଅନୁସାରେ, ଏବେ ଗ୍ରାଉଣ୍ଡ ଫ୍ଲୋରର କାମ ଚାଲିଛି। ୨୦୨୪ଡିସେମ୍ୱର ଶେଷ ସୁଦ୍ଧା ଅବଶିଷ୍ଟ ୨ମହଲା କାମ ସରିବ।

author-image
Sonali Ojha
ଅଦ୍ୟତନ ହୋଇଛି
Ayodhya Ram temple

Ayodhya

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠାକୁ ପୂରିଛି ୩ ମାସ । ଜାନୁଆରି ୨୨ ତାରିଖରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ପ୍ରତ୍ୟେକ ଦିନ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଛୁଟୁଛି ଲକ୍ଷାଧିକ ଭକ୍ତଙ୍କ ସୁଅ । ପ୍ରାଣପ୍ରତିଷ୍ଠା ପରଠାରୁ ଏପର୍ଯ୍ୟନ୍ତ ପ୍ରାୟ ଦେଢ କୋଟି ଲୋକ ରାମ ଲାଲାଙ୍କ ଦର୍ଶନ କଲେଣି। ଏନେଇ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସଂପାଦକ ଚମ୍ପତି ରାୟ ।

Advertisment

ସେ କହିଛନ୍ତି ଯେଉଁଠି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି, ସେହି ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ଫାଷ୍ଟ ଫ୍ଲୋର କାର୍ଯ୍ୟ ଚାଲିଛି । ମନ୍ଦିର ଚାରିପଟେ ୧୪ ଫୁଟ୍ ଚଉଡ଼ାର ସୁରକ୍ଷା ପ୍ରାଚୀର କରାଯିବ । ଯାହାର ନାଁ ରଖାଯାଇଛି 'ପରକୋଟା' । ମନ୍ଦିରଟି ୩ମହଲା ବିଶିଷ୍ଟ ହେବ। ପ୍ରତି ଫ୍ଲୋରର ଉଚ୍ଚତା ୨୦-୨୦ଫୁଟ ରହିବ। ମୋଟ୍ ୨.୭ଏକର ଜାଗାରେ ରାମମନ୍ଦିର ନିର୍ମାଣ ଚାଲିଛି। ଏହାର ଉଚ୍ଚତା ପ୍ରାୟ ୧୬୧ଫୁଟ।

ଅଧିକ ପଢ଼ନ୍ତୁ: ଅଲୌକିକ ମୁହୂର୍ତ୍ତ; ଅଦ୍ଭୁତ ଅନୁଭବ...ସୂର୍ଯ୍ୟଙ୍କ ଆଭାରେ ଝଲସିଲା ରାମଲାଲାଙ୍କ ଲଲାଟ...

Advertisment

ମନ୍ଦିର ନିର୍ମାଣ ଓ ଅନ୍ୟ ପ୍ରୋଜେକ୍ଟ ସାରିବା ପାଇଁ ଆଉ କିଛି ସମୟ ଲାଗିପାରେ। ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ସୂଚନା ଅନୁସାରେ, ଏବେ ଗ୍ରାଉଣ୍ଡ ଫ୍ଲୋରର କାମ ଚାଲିଛି। ୨୦୨୪ଡିସେମ୍ୱର ଶେଷ ସୁଦ୍ଧା ଅବଶିଷ୍ଟ ୨ମହଲା କାମ ସରିବ। ମାତ୍ର ଅଯୋଧ୍ୟାରେ ଆଗାମୀ ଦିନରେ ଭକ୍ତମାନେ ତ୍ରେତୟା ଯୁଗଭଳି ଅନୁଭବ କରିବେ। ମନ୍ଦିରର ଡିଜାଇନରରୁ ନେଇ ନାଗର ଶୈଳୀ ଯାଏ ସବୁକୁ ଖାସ୍ କରାଯାଇଛି।

ମନ୍ଦିର ପରିସରରେ ଅନ୍ୟ ୭ଟି ମନ୍ଦିର ନିର୍ମାଣ ଚାଲିଛି। ମହର୍ଷି ବାଲ୍ମିକୀ ମନ୍ଦିର, ମହର୍ଷି ବଶିଷ୍ଠ ମନ୍ଦିର, ମହର୍ଷି ବିଶ୍ୱାମିତ୍ର ମନ୍ଦିର, ମହର୍ଷି ଅଗସ୍ତ୍ୟ ମନ୍ଦିର, ନିଷାଦ ରାଜ, ମାତା ଶବରୀ, ଦେବୀ ଅହଲ୍ୟା ମନ୍ଦିର ଲୋକଙ୍କୁ ସିଧା ତ୍ରେତୟା ଯୁଗ ସହ ଜତିତ ହେବା ପରି ଅନୁଭବ ଦେବ।ମନ୍ଦିରର ମୁଖ୍ୟଦ୍ୱାର ସିଂହଦ୍ୱାର ନାମରେ ନାମିତ କରାଯିବ।

ମନ୍ଦିରର ନିର୍ମାଣ ସଂପୂର୍ଣ୍ଣ ଭାରତୀୟ ପରମ୍ପରା ଓ ସ୍ୱଦେଶୀ ଟେକନିକରେ ନିର୍ମାଣ କରାଯିବ। ପର୍ଯ୍ୟାବରଣ-ଜଳ ସଂରକ୍ଷଣ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ମୋଟ୍ ୭୦ଏକର କ୍ଷେତ୍ରରେ ୭୦ପ୍ରତିଶତ ଜାଗାରେ ଗଛ ରହିବ। ଯେଭଳି କୌଣସି ଭକ୍ତ ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ମନ୍ଦିର ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ।

Devotees Ayodhya Ram Mandir
Advertisment
Advertisment