• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପୁଣି ଆରମ୍ଭ ହେଲା ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ । ଦ୍ବିତୀୟ ମହଲାରେ ହେବ ରାମ ଦରବାର । ବଡ଼ ବଡ଼ ପ୍ରସ୍ତର ପିଲାର ସହ ଖଞ୍ଜା ଯାଉଛି ସ୍ବର୍ଣ୍ଣ ଦ୍ବାର, ଉପର ଚୂଡ଼ା କାମ ବି ଜୋରସୋରରେ ଆଗେଇଲା । ପୁଣି ଅଭିଭୁତ କଲା ଭଳି ବିଶାଳ ମନ୍ଦିରର ନିଖୁଣ ନିର୍ମାଣ ଶୈଳୀ କରାଯାଉଛି । ମନ୍ଦିର ଦ୍ୱାର ନିକଟରେ ଲାଗିଥିବା ସୁନା ଛାଉଣୀ କବାଟ ପାଖରେ ମଧ୍ୟ କାମ ଆରମ୍ଭ ହୋଇଛି ।

ତେବେ ସବୁଠାରୁ ବଡ଼ କଥା ହେଉଛି ମନ୍ଦିର ନିର୍ମାଣରେ ଆଦୌ ଲୁହା ବ୍ୟବହାର କରାଯାଇନି । ଆଦ୍ରତାରୁ ରକ୍ଷା ପାଇଁ ଗ୍ରାନାଇଟରେ ୨୧ ଫୁଟର ବେସ୍ ତିଆରି ହୋଇଛି । ମନ୍ଦିର ପରିସରରେ ୨୫ ହଜାର ଯାତ୍ରୀଙ୍କ ରହିବା ଭଳି ତୀର୍ଥଯାତ୍ରୀ କେନ୍ଦ୍ର ନିର୍ମାଣ କରାଯାଇଛି । ଯାତ୍ରୀଙ୍କ ପାଇଁ ମେଡିକାଲ ସୁବିଧା ସହିତ ଲକର୍ ବ୍ୟବସ୍ଥା ବି ରହିଛି । ମନ୍ଦିର ପରିସରରେ ସ୍ନାନ, ଶୌଚ ପାଇଁ ଅଲଗା ଏକ ବ୍ଲକ୍ ନିର୍ମାଣ କରାଯାଇଛି । ୭୦ ଏକର ବିଶିଷ୍ଟ ମନ୍ଦିର ପରିସରର ୭୦ ପ୍ରତିଶତ ଅଂଶରେ ବୃକ୍ଷରୋପଣ କରାଯାଇଛି ।

ଅଧିକ ପଢ଼ନ୍ତୁ: ରାମଲାଲାଙ୍କ ପ୍ରେମରେ ମତୁଆଲା ଭକ୍ତ; ସାଇକେଲ୍‌ରେ ବାହାରିଲେ ଅଯୋଧ୍ୟା..

ଅଯୋଧ୍ୟାରେ ଗତ ଜାନୁଆରୀ ୨୨ରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସରିଛି । ଯାହା ୫ଶହ ବର୍ଷ ଅପେକ୍ଷାର ଅନ୍ତ ହୋଇଛି । ଜାନୁଆରୀ ୨୨ ଦିନ ଠିକ୍ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରେ ସମ୍ପନ୍ନ ହୋଇଥିଲା ପ୍ରାଣ ପ୍ରତିଷ୍ଠା । ବେଦମନ୍ତ୍ର ଉଚ୍ଚାରଣ ସହ ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତରେ ରାମଲାଲାଙ୍କ ବିଗ୍ରହର ହୋଇଥିଲେ ଜୀବନ୍ୟାସ । ଗର୍ଭଗୃହରେ ପ୍ରବେଶ କରି ରାମଲାଲାଙ୍କ ନୂଆ କମନୀୟ ବିଗ୍ରହର ପାଦରେ ପଦ୍ମ ପୁଷ୍ପାଞ୍ଜଳି ଦେଇଥିଲେ ମୋଦି । ସାଥିରେ ଥିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ । 

ଏହାପରେ ରାମଲାଲାଙ୍କ ଆଳତି, ପୂଜାର୍ଚ୍ଚନା ଓ ଚରଣ ବନ୍ଦନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଆଚାର୍ଯ୍ୟମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିବା ସହିତ, ଗର୍ଭଗୃହରେ ବିଗ୍ରହ ପରିକ୍ରମା କରିଥିଲେ ଏବଂ ଶେଷରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ ପଦ୍ମପାଦଙ୍କ ପାଦପଦ୍ମରେ ।