Advertisment

ରାମ ମନ୍ଦିରକୁ ନେଇ ସ୍ୱତନ୍ତ୍ର ଡାକଟିକଟ ଓ ସ୍ମାରକୀ ଉନ୍ମୋଚନ କଲେ ମୋଦି

୪୮ ପୃଷ୍ଠାର ଏହି ପୁସ୍ତକରେ ଆମେରିକା, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, କାନାଡା, କାମ୍ବୋଡିଆ ଏବଂ ଜାତିସଂଘ ଭଳି ସଂଗଠନ ସମେତ ୨୦ରୁ ଅଧିକ ଦେଶ ଜାରି କରିଥିବା ଷ୍ଟାମ୍ପ ରହିଛି।

ଅଦ୍ୟତନ ହୋଇଛି
postal stamp on Ayodhya temple

Postal Stamp

Advertisment

ପାଖେଇ ଆସୁଛି ଦିବ୍ୟ ମୁହୂର୍ତ୍ତ । ଜାନୁଆରୀ ୨୨କୁ ସମସ୍ତେ କରିଛନ୍ତି ଅପେକ୍ଷା। କାହିଁକି ନା ୫ ଶହ ବର୍ଷ ପରେ କେବଳ ଭବ୍ୟ ମନ୍ଦିରକୁ ନୁହେଁ, ନିଜ ଜନ୍ମସ୍ଥଳୀ ମୂଳ ଆସ୍ଥାନକୁ ଫେରିବେ ପ୍ରଭୁ ରାମଲାଲା। ଏଥିପାଇଁ ସାରା ଦେଶରେ ସୃଷ୍ଟି ହୋଇଛି ଉତ୍ସାହର ବାତାବରଣ। ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମ ମନ୍ଦିର ଉପରେ ସ୍ମାରକୀ ଓ ଡାକଟିକଟ ଉନ୍ମୋଚନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉନ୍ମୋଚନ କରିଛନ୍ତି। ରାମ ମନ୍ଦିରର ବିଭିନ୍ନ ଚିତ୍ର ଏଥିରେ ସ୍ଥାନ ପାଇଛି। ରାମମନ୍ଦିରର ନିର୍ମାଣ ଶୈଳୀ, ଚଉପାଇ, ସୂର୍ଯ୍ୟ, ସରଜୁ ନଦୀର ଚିତ୍ର ଏଥିରେ ରହିଛି । ଏଥିସହ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ରାମ ମନ୍ଦିରର ପ୍ରତିକୃତି ସ୍ଥାନୀତ ହୋଇଛି ।

Advertisment

ଅଧିକ ପଢ଼ନ୍ତୁ: ଅନଲାଇନରେ ମିଳିବନି ରାମଲାଲାଙ୍କ ପ୍ରସାଦ, ହୋମ ଡେଲିଭରୀକୁ ମନ୍ଦିର ପକ୍ଷରୁ ନା

ବିଭିନ୍ନ ସମାଜ ଉପରେ ଶ୍ରୀରାମଙ୍କ ଆନ୍ତର୍ଜାତିକ ଆକର୍ଷଣକୁ ପ୍ରଦର୍ଶିତ କରିବା ପାଇଁ ଏହି ଷ୍ଟାମ୍ପ ବୁକ୍ ଏକ ପ୍ରୟାସ। ୪୮ ପୃଷ୍ଠାର ଏହି ପୁସ୍ତକରେ ଆମେରିକା, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, କାନାଡା, କାମ୍ବୋଡିଆ ଏବଂ ଜାତିସଂଘ ଭଳି ସଂଗଠନ ସମେତ ୨୦ରୁ ଅଧିକ ଦେଶ ଜାରି କରିଥିବା ଷ୍ଟାମ୍ପ ରହିଛି।

Advertisment

ଏହି ଡାକ ଟିକେଟ୍ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଡାକ ଟିକଟ ମଧ୍ୟ ପରବର୍ତ୍ତୀ ପିଢ଼ିକୁ ଚିନ୍ତାଧାରା, ଇତିହାସ ଏବଂ ଐତିହାସିକ ଘଟଣା ସମ୍ପର୍କରେ ଅବଗତ କରାଇବାର ଏକ ମାଧ୍ୟମ। ଯେତେବେଳେ ଡାକଟିକଟ ଜାରି କରାଯାଏ, ଯେତେବେଳେ କେହି ପଠାନ୍ତି, ସେ କେବଳ ଏକ ଚିଠି ପଠାନ୍ତି ନାହିଁ ବରଂ ଚିଠି ମାଧ୍ୟମରେ ଇତିହାସର ଏକ ଅଂଶ ଅନ୍ୟ ଜଣଙ୍କୁ ପଠାନ୍ତି । ଏହା କେବଳ ଏକ କାଗଜ ଖଣ୍ଡ ନୁହେଁ । ଏହା ମଧ୍ୟ ଇତିହାସ ପୁସ୍ତକ ଏବଂ ଐତିହାସିକ ମୁହୂର୍ତ୍ତର ଏକ ସଂକ୍ଷିପ୍ତ ରୂପ । ଯୁବପିଢ଼ି ମଧ୍ୟ ସେମାନଙ୍କଠାରୁ ଅନେକ କିଛି ଜାଣିବା ଓ ଶିଖିବାକୁ ପାଆନ୍ତି। ଏହି ଟିକଟଗୁଡ଼ିକରେ ରାମ ମନ୍ଦିରର ଏକ ଭବ୍ୟ ଚିତ୍ର ରହିଛି ।

Advertisment
PM Narendra Modi Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ