/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705056619.jpg)
Narendra Modi
ଆଜି ଉଦଘାଟନ ହୋଇଛି ଦେଶର ସବୁଠୁ ବଡ଼ ସମୁଦ୍ର ବ୍ରିଜ୍-ଅଟଳ ସେତୁ । ମୁମ୍ବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିଛନ୍ତି । ମୁମ୍ବାଇରୁ ନଭି ମୁମ୍ବାଇକୁ ଏହା ସମୁଦ୍ର ଜରିଆରେ ସଂଯୋଗ କରିବ । ୨୨ କିଲୋମିଟର ଲମ୍ବ ଏହି ସେତୁ ଭାରତୀୟ ଇଞ୍ଜିନିୟରିଂ ଏକ ବଳିଷ୍ଠ ଉଦାହରଣ ।
ତେବେ ଭାରତର ଏହି ଦୀର୍ଘତମ ସମୁଦ୍ର ସେତୁର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଅଭିଯାନର ପ୍ରଚାର କରିଛନ୍ତି । ମହାରାଷ୍ଟ୍ରର ନାସିକରେ ଥିବା କାଲାରାମ ମନ୍ଦିରରେ ପ୍ରଧାନମନ୍ତ୍ରୀ ନିଜେ ଅଂଶଗ୍ରହଣ କରି ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କାଲାରାମ ମନ୍ଦିରରେ ପ୍ରାର୍ଥନା କରିବା ସହ ସନ୍ଥ ଏକନାଥଙ୍କ ଦ୍ୱାରା ମରାଠୀରେ ଲିଖିତ 'ଭବର୍ଥା ରାମାୟଣ' ମଧ୍ୟ ଶୁଣିଥିଲେ ।
କୁହାଯାଏ ମନ୍ଦିରଟି ୧୭୦୦ ମସିହାରେ ମୋଗଲମାନଙ୍କ ଦ୍ୱାରା ଭାଙ୍ଗି ଦିଆଯାଇଥିଲା । ବର୍ତ୍ତମାନର ଏହି ମନ୍ଦିରର ପୁନରୁଦ୍ଧାର କରାଯାଇଛି । ବିଶ୍ୱାସ ରହିଛି, ଏଠାରେ ପ୍ରଭୁ ରାମ ମାତ୍ର ୧.୫ ମିନିଟରେ ୧୪,୦୦୦ ରାକ୍ଷସଙ୍କୁ ହତ୍ୟା କରିଥିଲେ । ସେଥିପାଇଁ ଏହି ମନ୍ଦିରକୁ 'କାଲାରାମ' ମନ୍ଦିର ବୋଲି କୁହାଯାଏ । କାରଣ ଶ୍ରୀରାମ ଅସୁରମାନଙ୍କ ପାଇଁ କାଳ ରୂପେ ଆସିଥିଲେ ।
ଏହି ଅବସରରେ ନାସିକର ତପୋବନ ପଡ଼ିଆରେ ରାଷ୍ଟ୍ରୀୟ ଯୁବ ମହୋତ୍ସବଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଦେଶରେ ସ୍ୱଚ୍ଛତାକୁ ବଜାୟ ରଖିବାକୁ ଆହ୍ୱାନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ।
HPM Sh @narendramodi ji always leads by example. He undertook Swachhata drive at Kalaram Temple,Nashik & asked everyone to take up a campaign to clean temples & places of worship between 14-22 Jan.
Let’s join before the Pran Pratistha at the Ram Mandir in Ayodhyadham.#JaiShriRampic.twitter.com/G4FPvH7jPm— Biyuram Wahge BJP (@BiyuramWahgeBJP) January 12, 2024
ଅମୃତ କାଳ ଚାଲିଥିବାରୁ ଦେଶର ଯୁବକମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ରାଷ୍ଟ୍ର ପାଇଁ ସୁବର୍ଣ୍ଣ ଯୁଗ । ଯୁବଶକ୍ତି ହେତୁ ଭାରତ ବିଶ୍ୱର ଶ୍ରେଷ୍ଠ ୫ ଅର୍ଥନୀତି ମଧ୍ୟରେ ରହିଛି । ବିଶ୍ୱର ଶ୍ରେଷ୍ଠ ଷ୍ଟାର୍ଟଅପ୍ ସିଷ୍ଟମ ମଧ୍ୟରେ ଭାରତ ରହିଛି । ଭାରତ ନୂଆ ନୂଆ ଉଦ୍ଭାବନ କରୁଛି । ଅତି ଦ୍ରୁତ ବେଗରେ ଆଗକୁ ବଢ଼ୁଛି । ଏହି ସବୁ ପଛରେ ଦେଶର ଯୁବକମାନଙ୍କର ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ବର୍ତ୍ତମାନର ଭାରତ ଯୁବଶକ୍ତିଙ୍କ ଭାରତ । ଦାସତ୍ୱରୁ ବାହାରି ବର୍ତ୍ତମାନ ଭାରତ ବିଶ୍ୱଗୁରୁ ହେବାକୁ ଯାଉଛି । ଏହି ସବୁ ପଛରେ ମହାନ ବ୍ୟକ୍ତିଙ୍କର ହାତ ରହିଛି । ସ୍ୱାମୀ ବିବେକାନନ୍ଦଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)