/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706270823.jpg)
Ayodhya Ram Mandir
ପ୍ରତୀକ୍ଷାର ଘଟିଛି ଅନ୍ତ । ୫୦୦ ବର୍ଷର ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣାହୁତି । ରାମମନ୍ଦିର ପ୍ରତିଷ୍ଠା ହେବା ପରେ ବିରାଜମାନ କରିଛନ୍ତି ରାମଲାଲା । ଆଉ ପ୍ରଭୁ ଶ୍ରୀରାମଙ୍କୁ ନେଇ ସବୁଦିନ ଆସୁଛି ନୂଆ ନୂଆ ତଥ୍ୟା । ଆଉ ଉପହାରର ତାଲିକା କହିଲେ ନସରେ ।
ଦେଶର ବିଶିଷ୍ଟ ବ୍ୟକ୍ତି ମାନେ ପ୍ରଭୁ ଶ୍ରୀରାମଙ୍କ ପାଇଁ ଅନେକ ଉପହାର ଭେଟି ଦେଇଛନ୍ତି । କିଏ ଦେଇଛି ହୀରାର ମୁକୁଟତ ପୁଣି କିଏ ଦେଇଛି ଅହୁରି ଅନେକ ମୂଲ୍ୟବାନ ଜିନିଷ ।
ହେଲେ ଏସବୁ ଭିତରେ ଚର୍ଚ୍ଚାର ପରିଧୀକୁ ଆସିଛି ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ଉପହାର । ଜାନୁଆରୀ ୨୨ ତାରିଖରେ ନିଜ ପରିବାର ଲୋକଙ୍କ ସହ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ ଶିଳ୍ପପତି ମୁକେଶ ଅମ୍ବାନୀ । ଆଉ ସେଠାରେ ରାମଲାଲାଙ୍କୁ ଦେଇଥିଲେ ଉପହାର । ସେହି ସମୟରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ଅମ୍ବାନୀ ପରିବାର ୩୩ କିଲୋ ସୁନା ଏବଂ ତିନିଟି ସୁନାର ମୁକୁଟ ଦାନ କରିଥିବା ଚର୍ଚ୍ଚା ହେଉଥିଲା । ହେଲେ ଏହାକୁ ନେଇ ଶ୍ରୀ ରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି।
ଶ୍ରୀ ରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ମୁକେଶ ଅମ୍ବାନୀ ମନ୍ଦିର ଟ୍ରଷ୍ଟକୁ ୨.୫୧ କୋଟି ଟଙ୍କା ଦାନ କରିଛନ୍ତି । ଯେଉଁ ଟଙ୍କା ଟ୍ରଷ୍ଟକୁ ଆସିଛି । ଆହୁରି କୁହାଯାଉଛି ଯେ, ଅମ୍ବାନୀ ପରିବାର ମନ୍ଦିରକୁ ଦାନ କରିଥିବା ୩୩ କେଜି ସୁନା ସହ ୩ଟି ସୁନାର ମୁକୁଟ କଥା ସମ୍ପୂର୍ଣ୍ଣ ମିଥ୍ୟା ।
ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର ଆହୁରି ସୂଚନା ଦେଇ କହିଛି ଯେ, ନୀତା ଅମ୍ବାନୀ, ମୁକେଶ ଅମ୍ବାନୀ କିମ୍ବା ତାଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟ ଏହି ଦାନ ବିଷୟରେ କିଛି ବି ଉଲ୍ଲେଖ କରି ନାହାଁନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)