Advertisment

ରାମଲାଲାଙ୍କ ପାଇଁ ଦାନ କଲେ କ୍ୱିଣ୍ଟାଲେରୁ ଅଧିକ ସୁନା...ଜାଣନ୍ତୁ କିଏ...

ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ସର୍ବାଧିକ ଟଙ୍କା ଦାନ କରି ବିଶ୍ୱର ଧନୀତାଲିକାରେ ଥିବା ଲୋକଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ରାମ ମନ୍ଦିର ନିର୍ମାଣରେ ସେହି ବ୍ୟକ୍ତିଜଣକ ୧୦୧ କିଲୋଗ୍ରାମ ସୁନା ଦାନ କରିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Highest donor for Ayodhya Ram Temple

Highest donor for Ayodhya Ram Temple

ଉତ୍ସବମୁଖର ପବିତ୍ର ଅଯୋଧ୍ୟା ନଗରୀ। ଭବ୍ୟ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଛି। ମନ୍ଦିର ନିର୍ମାଣ ପାଇଁ ମୁକ୍ତ ହସ୍ତରେ ଦାନ କରିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ବିଶ୍ୱର କୋଣ ଅନୁକୋଣରୁ ପ୍ରତିଷ୍ଠିତ ବ୍ୟକ୍ତି, ବଲିଉଡ ତାରକା ମନ୍ଦିର ନିର୍ମାଣରେ ସହଯୋଗ କରିଛନ୍ତି। ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ କେହି ବିଶ୍ୱାସ କରିନଥିଲେ ଯେ ରାମ ଭକ୍ତମାନେ ଏତେ ପରିମାଣର ଦାନ କରିବେ। ସୂଚନା ଅନୁସାରେ ପ୍ରାୟ ୫୦୦୦ କୋଟିରୁ ଅଧିକ ମୂଲ୍ୟର ସଂପତ୍ତି ଦାନ କରାଯାଇଛି।

Advertisment

ଅଯୋଧ୍ୟାକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଉପହାରର ସୁଅ । କିଏ ପ୍ରଭୁ ରାମଙ୍କ ପାଇଁ କୋଟି କୋଟି ଟଙ୍କାର ସୁନା ତ ଆଉ କିଏ ପ୍ରଭୁଙ୍କ ସାଜସଜ୍ଜା ପଠାଇଛନ୍ତି ତ ଆଉ କେହି କେହି ଛପନ ଭୋଗ ପ୍ରସ୍ତୁତ କରିଛନ୍ତି। ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ମଧ୍ୟରେ ରାମ ମନ୍ଦିର ପାଇଁ ଦିଆଯାଇଥିବା ଦାନ ବିଷୟରେ ଜାଣିବା ପାଇଁ ଉତ୍କଣ୍ଠା ଦେଖାଦେଇଛି। ଯେଉଁ ମନ୍ଦିରରେ ପ୍ରଭୁଙ୍କ ସ୍ଥାପନା କରାଯାଇଛି ତାକୁ ନିର୍ମାଣ କରିବା ପାଇଁ ଟ୍ରଷ୍ଟ ସରକାରଙ୍କଠାରୁ ଗୋଟିଏ ଟଙ୍କା ମଧ୍ୟ ନେଇନାହିଁ। ରାମ ଭକ୍ତଙ୍କ ଦାନ ଅର୍ଥରେ ଏହି ମନ୍ଦିର ନିର୍ମାଣ କରାଯାଇଛି।

LIVE Updates: ରାମଲାଲାଙ୍କ ଟିକିନିଖି ଖବର ଜାଣିବା ପାଇଁ ଏହି ଲିଙ୍କ ରେ କ୍ଲିକ କରନ୍ତୁ...

Advertisment

ଯେଉଁମାନେ ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି ସେମାନଙ୍କ ତାଲିକା ଖୁବ ଲମ୍ବା। କିନ୍ତୁ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ସର୍ବାଧିକ ଟଙ୍କା ଦାନ କରି ବିଶ୍ୱର ଧନୀ ତାଲିକାରେ ଥିବା ଲୋକଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ରାମ ମନ୍ଦିର ନିର୍ମାଣରେ ସେହି ବ୍ୟକ୍ତିଜଣକ ୧୦୧ କିଲୋଗ୍ରାମ ସୁନା ଦାନ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬୮କୋଟି ଟଙ୍କା।

ମନ୍ଦିର ଟ୍ରଷ୍ଟ ଦେଇଥିବା ସୂଚନା ଅନୁଯାୟୀ ସୁରଟର ହୀରା ବ୍ୟବସାୟୀ ଦୀଲ୍ଲିପ କୁମାର ଭି ଲାଖୀ ଓ ତାଙ୍କ ପରିବାର ଅଯୋଧ୍ୟାର ଶ୍ରୀରାମ ମନ୍ଦିର ପାଇଁ ୧୦୧ କିଲୋଗ୍ରାମ ସୁନା ଦାନ କରିଛନ୍ତି। ମନ୍ଦିରରେ ଲାଗିଥିବା ୧୪ଟି ସୁନାର କବାଟ ଦିଲୀପ କୁମାର ଭି ଲାଖୀଙ୍କ ପରିବାର ଦାନ କରିଥିବା ସୁନାରେ ଆବୃତ ହୋଇଛି। ଏହି ଦାନ ବର୍ତ୍ତମାନ ପର୍ଯ୍ୟନ୍ତ ରାମ ମନ୍ଦିର ଟ୍ରଷ୍ଟ ଦ୍ୱାରା ପ୍ରାପ୍ତ ହୋଇଥିବା ସବୁଠାରୁ ବଡ ଦାନ । ଏହି ସୁନା ରାମ ମନ୍ଦିରର କବାଟ, ଗର୍ଭଗୃହ, ତ୍ରିଶୂଳ, ଡମ୍ୱରୁ ଏବଂ ସ୍ତମ୍ଭକୁ ଛାଉଣୀ କରିବା ପାଇଁ ବ୍ୟବହୃତ ହୋଇଛି। ଗର୍ଭଗୃହ ପ୍ରବେଶ ଦ୍ୱାର ସହିତ ମନ୍ଦିରର ତଳ ମହଲାରେ ୧୪ ଟି ସୁବର୍ଣ୍ଣ ଫାଟକ ମଧ୍ୟ ଲଗାଯାଇଛି। ବର୍ତ୍ତମାନର ବଜାରରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ପ୍ରାୟ ୬୮ହଜାର ଟଙ୍କା ରହିଛି। ଲାଖୀଙ୍କ ପରିବାରର ଦାନ କରିଥିବା ମୋଟ ସୁନାର ମୂଲ୍ୟ ପ୍ରାୟ ୬୮କୋଟି କୋଟି ହେବ।

ସେହିପରି ପ୍ରବଚକ ମୋରାରୀ ବାପୁ ୧୧.୩କୋଟି ଟଙ୍କା ଦାନ କରିଥିବା ବେଳେ ଆମେରିକା, କାନାଡା ଏବଂ ବ୍ରିଟେନର ରାମ ଭକ୍ତମାନେ ପୃଥକ ଭାବରେ ୮ କୋଟି ଟଙ୍କା ଯୋଗଦାନ କରିଛନ୍ତି। ଗୁଜୁରାଟର ହୀରା ବ୍ୟବସାୟୀ ଗୋବିନ୍ଦଭାଇ ଢୋଲାକିଆ ୧୧ କୋଟି ଟଙ୍କା ଦାନ କରିଛନ୍ତି। ସେହିପରି ପାଟଣାର ମହାବୀର ମନ୍ଦିର ରାମ ମନ୍ଦିର ନିର୍ମାଣ ପାଇଁ ୧୦ କୋଟି ଟଙ୍କା ଦାନ କରିଛି। କ୍ରିକେଟ୍‌ ତାରକା ଧୋନି, ସଚିନ୍‌ ଓ କୋହଲି ମଧ୍ୟ ମୁକ୍ତ ହସ୍ତରେ ଦାନ କରିଛନ୍ତି । କୋହଲି ସର୍ବାଧିକ ୨୦ କୋଟି ଟଙ୍କା ଦାନ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଅଯୋଧ୍ୟାରେ କିଏ ଆଉ କେବେ କରିଥିଲେ ପ୍ରଥମ ରାମ ମନ୍ଦିର; ପୁରୁଣା ମୂର୍ତ୍ତି ଏବେ କେଉଁଠି

Ayodhya Ram Mandir Gold Ornaments
Advertisment
Advertisment