• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସାମ୍ନାକୁ ଆସିଲା ଭବ୍ୟ ରାମ ମନ୍ଦିରର ଆଉ କିଛି ଫଟୋ । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହି ଫଟୋ ସେୟାର କରାଯାଇଛି । ମନ୍ଦିର ଭିତରର କିଛି ଫଟୋ ଏଥିରେ ରହିଥିବା ବେଳେ କାମ ଜୋରସୋରରେ ଆଗେଇ ଚାଲିଛି । ମନ୍ଦିରରେ ଲାଗିଥିବା ସୁବର୍ଣ୍ଣ କବାଟ ଏଥିରେ ସ୍ପଷ୍ଟ ଦେଖାଯାଉଛି । ସେହିଭଳି ବାହାରୁ ମନ୍ଦିର ସୁନ୍ଦର ଭାବରେ ଦେଖାଯାଉଛି ।

ଦିନକୁ ଦିନ ପାଖେଇ ଆସୁଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମନ୍ଦିର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ଚିତ୍ର ଜାରି କଲା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ଆଲୋକ ମାଳାରେ ଝଲସିବା ସହ ଶୋଭା ବଢ଼ାଉଛି ପଥରରେ ନିଖୁଣ କାରୁକାର୍ଯ୍ୟ ।

ଅଧିକ ପଢ଼ନ୍ତୁ: ଭଗବାନ ରାମ ଯଦି ବିଷ୍ଣୁଙ୍କ ଅବତାର, ଅନ୍ୟ ଭା‍ଇମାନେ କାହାର ଅଂଶ

ସେପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବାରୁ ପୂରା ସୁରକ୍ଷାବଳୟ ଭିତରେ ରହିବ ଅଯୋଧ୍ୟା । ଆଣ୍ଟି ଡ୍ରୋନ ପ୍ରଣାଳୀ, AI ସର୍ଭେଲାନ୍ସ କ୍ୟାମେରା ଓ ଟାୟାର କିଲର ବ୍ୟବସ୍ଥା ସାଙ୍ଗକୁ ମୁତୟନ ରହିବେ ବମ୍ ସ୍କ୍ୱାର୍ଡ । ରାଜ୍ୟ ପୋଲିସ ଓ ସିଆରଫିଏଫ ସହ ଏସଟିଏଫ୍, ଏଟିଏସ୍ ଓ ଏନଆଇଏ ଟିମ୍ ସୁରକ୍ଷା ଦାୟିତ୍ୱରେ ରହିବେ ।

ଭିଡ଼ ନିୟନ୍ତ୍ରଣ ଲାଗି ‘ଇଣ୍ଟେଲିଜେଣ୍ଟ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ ବ୍ୟବହାର କରାଯିବ । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠାକୁ ମାତ୍ର ଆଉ ୭ ଦିନ ବାକି । ‘ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଦେଶବାସୀଙ୍କ ପ୍ରତିନିଧିତ୍ୱ କରିବା ଲାଗି ଈଶ୍ୱର ମୋତେ ସୃଷ୍ଟି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଁ ୧୧ ଦିନ ବ୍ୟାପୀ ସ୍ୱତନ୍ତ୍ର ଅନୁଷ୍ଠାନ ଆରମ୍ଭ କରୁଛି । ଏବେ ମୁଁ ବେଶ ଭାବବିହ୍ୱଳ ହୋଇପଡିଛି ।’ ଏଭଳି ଅନୁଭବ ମୋ ଜୀବନରେ ପ୍ରଥମ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ପାଖେଇ ଆସୁଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିନ, ଜାମାତାଙ୍କ ପାଇଁ ମିଥିଳାରୁ ଆସିଲା ମଙ୍ଗଳଭାର