• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ଜୋରସୋରରେ ପ୍ରସ୍ତୁତି ଚାଲିଛି । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ଲାଗି ଆସିବାକୁ ଥିବା VVIPଙ୍କ ସମେତ ସାଧୁ ସନ୍ଥଙ୍କ ରହଣୀ ଲାଗି ନିଷାଦରାଜ୍ ଅତିଥିଗୃହର ନିର୍ମାଣ ସରିଛି ।

ବିଶାଳକାୟ ଏହି ଟେଣ୍ଟ ହାଉସରେ ଦୁଇ ହଜାରରୁ ଅଧିକ ଅତିଥିଙ୍କ ଲାଗି ରହଣୀର ସୁବିଧା ରହିଛି । ଟେଣ୍ଟ ହାଉସରେ ଶୈଚାଳୟ, ରହଣୀ ସହ ଅତିଥିଙ୍କୁ ଭୋଜନ କରିବା ଲାଗି ସ୍ୱତନ୍ତ୍ର ରୋଷଇ ଶାଳା ପ୍ରସ୍ତୁତ ହୋଇଛି ।

ସେପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଅତିଥିଙ୍କ ସମେତ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ ଜଣାଇଛନ୍ତି ଅଯୋଧ୍ୟାର ମୁସଲିମ ସମାଜ । ଅତିଥି ଦେବୋ ଭବଃ ମାନୁଥିବା ଭାରତୀୟ ପରମ୍ପରା ଅନୁସାରେ ସେମାନେ ଭବ୍ୟ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସମସ୍ତଙ୍କୁ ସ୍ୱାଗାତ ଜଣାଇଛନ୍ତି । ଏହାସହ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସହରକୁ ସ୍ୱଚ୍ଛ ରଖିବା ଲାଗି ନିବେଦନ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଭଗବାନ ରାମ ଯଦି ବିଷ୍ଣୁଙ୍କ ଅବତାର, ଅନ୍ୟ ଭା‍ଇମାନେ କାହାର ଅଂଶ