• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ମେଷ

ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ବୁଦ୍ଧି ପ୍ରୟୋଗ ଦ୍ୱାରା ସଫଳ ହାସଲ କରିବେ। ରୋଜଗାର ନୂତନ ସୁଯୋଗ ସୃଷ୍ଟି ହେବ। ପୂର୍ବରୁ କରିଥିବା ଋଣ ପରିଶୋଧ କରିପାରିବେ। ଶାରୀରିକ ଆର୍ଥିକ ହାନି ସୂଚିତ ହୁଏ। ବନ୍ଧୁ ବର୍ଗରେ ମତାନ୍ତର ଓ କଳହ ସୃଷ୍ଟି ହେବ। ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା ମିଳିବ। ଅର୍ନ୍ତଜ୍ଞାନ ଓ ସୃଜନ ଶକ୍ତିର ବିକାଶ ଘଟିବ । ଧନ ପ୍ରାପ୍ତିର ସୁଯୋଗ ଆସିବ । ମହିଳାମାନେ ପାରିବାରିକ ସୁଖରେ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ । 
ପ୍ରତିକାର ପାଇଁ- “ଓଁ ହ୍ରୀଂ ଶ୍ରୀଂ ଲକ୍ଷ୍ମୀ ନାରାୟଣାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।


ବୃଷ:

ବାଣିଜ୍ୟ- ବ୍ୟବସାୟରେ ପ୍ରତିକୂଳତା ଆସିବ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ ସଫଳତା ମିଳିବ । କୌଣସି କାର୍ଯ୍ୟରେ ହଠାତ୍ ବାଧା ସୃଷ୍ଟି ହୋଇପାରେ । ମାନସିକ ତଥା ପାରିବାରିକ ଅଶାନ୍ତି ଲାଗି ରହିବ। ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ। ମହିଳା ମାନେ ଅଶାନ୍ତିରେ ସମୟ ଅତିବାହିତ କରିବେ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି । ଅସାବଧାନତା ହେତୁ ଅପମାନିତ ହୋଇପାରନ୍ତି। ଛାତ୍ରଛାତ୍ରୀ ମାନେ ଉତ୍ତମ ଫଳପ୍ରଦ କରିବେ।
ପ୍ରତିକାର ପାଇଁ-“ଓଁ ଗୋପାଳାୟ ଉତରଧ୍ୱଜାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।

ମିଥୁନ:
କର୍ମଜୀବୀମାନେ କର୍ମପ୍ରବଣତା ଦେଖାଇବେ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ପାଇବେ। ଭାଇ–ଭାଇ ବିରୋଧୀ ହୋଇପାରନ୍ତି। ଭୂମି, ସୁନା ଆଦି ଲାଭ କରିବେ। ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ। ମାନସିକ ଶାନ୍ତି ବୃଦ୍ଧି ପାଇବ। ଆତ୍ମୀୟ ସୂଜନଙ୍କ ସହ ମିଳନ ହୋଇପାରେ । ବାଣିଜ୍ୟରେ ଆର୍ଥିକ ହାନି ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ, ସୁଖ- ସମୃଦ୍ଧି ବୃଦ୍ଧି ପାଇବ। ମହିଳାମାନେ ପରିବାରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥୀମାନେ ଉତ୍ତମ ଫଳ ପାଇବେ।
ପ୍ରତିକାର ପାଇଁ-“ ଓଁ କ୍ଲୀଂ କୃଷ୍ଣାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।

କର୍କଟ: 
ବ୍ୟବସାୟରେ ଲାଭବାନ୍ ହେବେ । ସାମାଜିକ ଓ ପ୍ରବାବଶାଳୀ କାମରେ ମନ ବଳାଇବେ। ପତୀପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାବଣା ରହିବ । ନେତ୍ର ପୀଡା ଅନୁଭବ କରିବେ, ଉଦର ରୋଗରେ ଆକ୍ରାନ୍ତ ହେବେ । ଇନ୍ଦ୍ରିୟ ସଯଂମକୁ ଅଣଦେଖା କରନ୍ତୁ ନାହିଁ । ବିଦେଶରେ କଷ୍ଟ ପାଇ ପାରନ୍ତି । ଭାଗ୍ୟ ଉଦୟ ହେବ, ମନକୁ ଆନନ୍ଦ ମିଳିବ । ବନ୍ଧୁ ମିଳନ ଏବଂ ପାରିବାରିକ ସୁଖ ମିଳିବ। ଆର୍ଥିକ ଲାଭ ସହ ସମ୍ପତି ବୃଦ୍ଧି ହେବ। ମହିଳାମାନେ ବନ୍ଧୁପରିଜନକ ସହ ସମୟ ବିତାଇବେ।ଛାତ୍ରଛାତ୍ରୀମାନେ ପଢା ପଢିରେ ନିରନ୍ତର ମନ ଦେବେ।
ପ୍ରତିକାର ପାଇଁ- “ଓଁ ହିରଣ୍ୟଗର୍ଭାୟ ଅବ୍ୟକ୍ତରୂପିଣେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।

ସିଂହ:
ବ୍ୟବସାୟରେ ଉତମ ଜ୍ଞାନକୌଶଳ ପ୍ରୟୋଗ କରିବେ । ଚାକିରି କ୍ଷେତ୍ରରେ ସ୍ଥାନ ପରିବର୍ତନ ରହିବ । ଅପ୍ରତ୍ୟାଶିତ ସମ୍ପତି ପ୍ରାପ୍ତିର ଯୋଗ ରହିଛି । କୌଣସି ସମସ୍ୟାରେ ପଡିପାରନ୍ତି । ପାରିବାରିକ ଅଶାନ୍ତି ସୃଷ୍ଟି ହେବ । ପ୍ରେମ ସମ୍ପର୍କ ବିଫଳ ହୋଇପାରେ । ବାଣିଜ୍ୟରେ ଆର୍ଥିକ ହାନି ହେବ। ଧୈର୍ଯ୍ୟ ଧରି ସବୁ କାର୍ଯ୍ୟରେ ବିଜୟ ଲାଭ କରିବେ। ବନ୍ଧୁ ମିଳନ ହୋଇପାରେ । ମହିଳା ମାନେ ଅଧକ ପରିଶ୍ରମ କରିବେ । ଛାତ୍ରଛାତ୍ରୀମାନେ ମଧ୍ୟମ ଫଳ ପାଇବେ । 
ପ୍ରତିକାର ପାଇଁ- “ଓଁ କ୍ଳୀଂ ବ୍ରହ୍ମଣେ ଜଗଦାଧାରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।

କନ୍ୟା:
କୌଣସି ଅସ୍ଥାୟୀ କାର୍ଯ୍ୟ ସ୍ଥାୟୀ ହୋଇପାରେ । ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ । ଅନ୍ୟର ସହଯୋଗ ମିଳିବ ବ୍ୟବସାୟରେ ଲାଭ , କ୍ଷତି ସମାନ ରହିବ । ଜମିଜମାକୁ ନେଇ ଶତ୍ରୁ ଉପୁଜିବେ । ସହ କର୍ମଚାରୀଙ୍କ ସହିତ ବଚସା ଲାଗିପାରେ । ଧର୍ମ ଭାବନାରୁ ମନ ଦୂରେଇ ରହିବ । ଶାରୀରିକ କଷ୍ଟ ଅନୁଭବ କରିବେ , ଅଧିକ ଖର୍ଚ୍ଚ କରିବାକୁ ପଡିପାରେ । ପାରିବାରିକ ମନମାଳିନ୍ୟ ଦେଖାଦେବ । ମହିଳା ମାନେ ଧର୍ମପରାୟଣ ହେବେ । ଛାତ୍ରଛାତ୍ରି ମାନେ ବିଦ୍ୟାରେ ମନୋନିବେଶ କରି କୃତିତ୍ୱ ହାସଲ କରିବେ ।
ପ୍ରତିକାର ପାଇଁ- “ଓଁ ନମୋ ପ୍ରୀଂ ପୀତାମ୍ବରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।

ତୁଳା:
ବ୍ୟବସାୟ-ବାଣିଜ୍ୟ ଓ ପୁଶଞିନିବେଶ କରିବାର ସୁଯୋଗ ମିଳିବ । ମୂଖ୍ୟ ଆୟକୁ ଛାଡି ଅନ୍ୟ ମାଧ୍ୟମରୁ ଅର୍ଥପାର୍ଜନ କରିବାର କୌଶଳ ଆପଣେଇବେ । ଭାବପ୍ରବଣ ପ୍ରକାଶ ପାଇବ । ଅଳ୍ପ ପରିଶ୍ରମ କରି ଅଧିକ ଧନ ପାଇବାର ଆଶା ଦେଖାଦେବ । ସନ୍ତାନସନ୍ତତିଙ୍କ  ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ପାରିବାରିକ ଅଶାନ୍ତି ଦେଖାଦେବ । ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ସ୍ତିରିକୃତ ହେବ । ମହିଳା ମାନେ ବନ୍ଧୁପରିଜନଙ୍କର ପ୍ରିୟ ଭାଜନ ହେବେ । ଛାତ୍ରଛାତ୍ରି ମାନେ ଶୃଙ୍ଖଳିତ ହେବେ ।
ପ୍ରତିକାର ପାଇଁ-  “ଓଁ ତତ୍ୱ ନିରଞନାୟ ତାରକରାମାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।

ବିଛା: 
ବ୍ୟବସାୟୀ ମାନେ ନୂତନ ବ୍ୟବସାୟ ଆରମ୍ଭ କରିବେ ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ । ନୂତନ ଯୋଜନାରେ ସଫଳତା ଲାଭ କରିବେ । କଠିନ ପରିଶ୍ରମ ଦ୍ୱାରା ଅଟକି ଯାଇଥିବା କାମକୁ ସଂପୂର୍ଣ୍ଣ କରିବେ । ଦୈନିକ ରୋଜଗାର ସମାନ ରହିବ । ପାରିବାରିକ ଅସ୍ୱାସ୍ଥ୍ୟକର ପରିସ୍ଥିତିକୁ ନେଇ ଚିନ୍ତାଗ୍ରସ୍ତ ରହିପାରନ୍ତି । ବନ୍ଧୁଙ୍କ ସହିତ କଳହ ଓ ମତାନ୍ତର ସୃଷ୍ଟି ହେବ । ମହିଳା ମାନେ ପରିବାରରେ ପୁଷ୍ଟି ସାଧାନା ପାଇଁ ଉଦ୍‌ଯୋଗ କରିବେ। ବିଦ୍ୟାର୍ଥୀ ମାନେ ପଢାରେ ମନ ଲଗାଇବେ । 
ପ୍ରତିକାର ପାଇଁ- “ଓଁ ନାରାୟଣାୟ ସୁରସିଂହାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।

ଧନୁ:
କର୍ମ କ୍ଷେତ୍ରରେ ମହିଳା କର୍ମିଙ୍କ ଦ୍ୱାରା ପ୍ରଶଂସିତ ହେବେ। ଜମି କିଣା ବିକା ବ୍ୟବସାୟରେ ଲାଭବାନ୍ ହେବେ। ବିଦେଶ ଗମନର ସୂଚନା ମିଳିବ। ବହୁ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରି ପାରନ୍ତି । ଭ୍ରମଣର ସୁଯୋଗ ଆସିପାରେ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । ପାରିବାରିକ ସୁଖ ଶାନ୍ତି ନଷ୍ଟ ହୋଇପାରେ । ଆର୍ଥୀକ ସମସ୍ୟା କିଛି ମାତ୍ରାରେ ଲାଘବ ହେବ । ଜଳଜାତ ଦ୍ରବ୍ୟ ବ୍ୟବସାୟରେ ଲାଭବାନ୍ ହେବେ । ମହିଳା ମାନେ କର୍ମତତ୍ପର ରହିବେ । ଛାତ୍ରଛାତ୍ରି ମାନେ ଉତମ ଫଳ ପ୍ରଦର୍ଶନ କରିବେ । 
ପ୍ରତିକାର ପାଇଁ-  “ଓଁ ଶ୍ରୀଂ ଦେବକୃଷ୍ଣାୟ ଉର୍ଦ୍ଧ୍ୱଷଂତାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।

ମକର:
ବ୍ୟବସାୟରେ ସାମାନ୍ୟ ଲାଭ ହେବ । ଭାଇଭଉଣୀଙ୍କ ଠାରୁ ସହଯୋଗ ମିଳିବ । ପରିବାରରେ ଉତ୍ତମ ବୁଝାମଣା ଦ୍ୱାରା ଉନ୍ନତି ଲାଭ କରିବେ । ବାହ୍ୟ ଶତ୍ରୁଙ୍କ ଠାରୁ ଦୂରରେ ରହିଲେ ଭଲ । ଭାଗୀଦାରି ବ୍ୟବସାୟ ଦ୍ୱାରା କିଛି ମାତ୍ରାରେ ଲାଭବାନ୍ ହେବେ । ସ୍ୱାସ୍ଥ୍ୟ ଖରାପ ହୋଇ ପାରେ ,ଦୁର୍ଘଟଣା ଗ୍ରସ୍ତ ହୋଇ ଆଘାତ ପାଇପାରନ୍ତି। ମହିଳା ମାନେ ପରିବାରରେ ଉତ୍କଷ୍ଟ ମନୋଭାବ ଜାଗ୍ରତ କରିବେ । ଛାତ୍ରଛାତ୍ରୀମାନେ ବିଶେଷଃ ଫଳ ପ୍ରଦର୍ଶନ କରିବେ ନାହିଁ । 
ପ୍ରତିକାର ପାଇଁ- “ଓଁ ଶ୍ରୀଂ ବତ୍‌ସଳାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।

କୁମ୍ଭ:
ଆକସ୍ମିକ ନୂତନ ବ୍ୟବସାୟ ଆରମ୍ଭ କରିବେ । କୈାଣସି ଧାତୁ ସମ୍ବନ୍ଧୀୟ ବ୍ୟବସାୟରେ ଉନ୍ନତି ଲାଭ କରିବେ । କର୍ମ କ୍ଷେତ୍ର ଆପଣଙ୍କ ପାଇଁ  ସର୍ବୋତମ ପରିସର । ଦୂର ସଂମ୍ପର୍କୀୟ ବନ୍ଧୁଙ୍କଠାରୁ ଆର୍ଥୀକ ହାନି ସୂଚିତ ହୁଏ । ରୋଗରେ ପୀଡିତ ହେବେ । ଶତୃ ମାନେ ପରାଜିତ ହେବେ । ପରିବାରରେ ସୁଖ ଶାନ୍ତି ପ୍ରାପ୍ତି ହେବ । ମହିଳା ମାନଙ୍କ କିଛି ମାତ୍ରାରେ ସ୍ୱାସ୍ଥ୍ୟରେ ଅବନତି ହେବ । ଛାତ୍ରଛାତ୍ରି ମାନେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତମ ଫଳ ପାଇବେ ।
ପ୍ରତିକାର ପାଇଁ- “ଓଁ ଶ୍ରୀଂ ଉପେନ୍ଦ୍ରାୟ ଅଚ୍ୟୁତାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।

ମୀନ:
କର୍ମ କ୍ଷେତ୍ରରେ ପଦୋନ୍ନତି ହୋଇପାରେ । ପୁରାତନ ରୋଗର ଉପଶମ ହେବ , ଦୁଃଖ କ୍ଲେଶ ଅବସାନ ହେବ , ଧନ ପୁତ୍ରାଦି ଲାଭ ହେବ , ସୁଖ ସମ୍ମାନ ପ୍ରାପ୍ତି ଯୋଗ । କାମ କରିବାରେ ଉତ୍ସାହ ବଢିବ । ବ୍ୟବସାୟରେ ଲାଭବାନ୍ ହେବେ । ଅଶୁଭ ଖବର ପାଇ ପାରନ୍ତି । ଶରୀର ପିଡା ଦେଖା ଦେଇପାରେ । ସହଯୋଗୀ ମାନେ ହଇରାଣ କରି ପାରନ୍ତି । ମହିଳା ମାନେ ସହନଶୀଳତା ଭାବ ଜାଗ୍ରତ କରିବେ । ବିଦ୍ୟାର୍ଥୀ ମାନେ ସଫଳତା ହାସଲ କରିବେ ।   
ପ୍ରତିକାର ପାଇଁ-  “ଓଁ କ୍ଳୀଂ ଉଦ୍‌ଧୃତାୟ ଉଦ୍ଧାରିଣ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।

(ଇଂଜିନିୟର ଦୀପକ ଆଚାର୍ଯ୍ୟ, 0674-3527219, 9238397100)