• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସାପ୍ତାହିକ ରାଶିଫଳ

ମେଷ:

ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି । କର୍ମ କ୍ଷେତ୍ରରେ ଲାଭବାନ୍ ହେବେ । ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ମିଳିବ । ସାମୟିକ ଶାରୀରିକ ଦୁର୍ବଳତା ଅନୁଭବ କରିବେ । ଶତ୍ରୁ ହାନି ହେବ । ବନ୍ଧୁଙ୍କ ସହିତ ହସଉଲ୍ଲାସରେ କଟିବ । ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ । ମହିଳା ମାନେ ପାରିବାରିକ ସୁଖରେ ସମୟ ଅତିବାହିତ କରିବେ । ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଲାଭ କରିବେ ।

ପ୍ରତିକାର ପାଇଁ – “ଓଁ ହୂଂ ଶ୍ରୀଂ ମଙ୍ଗଳାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ବୃଷ:

କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ ସଫଳତା ମିଳିବ । ବ୍ୟବସାୟରେ ସାମାନ୍ୟ ଲାଭ ରହିବ । କୈାଣସି କାର୍ଯ୍ୟରେ ହଠାତ୍ ସଫଳତାରେ ବାଧା ସୃଷ୍ଟି ହୋଇପାରେ । ଦେହ ଭଲ ରହିଲେ ମଧ୍ୟ ମାନସିକ ଅଶାନ୍ତି ବଢିବ । ପାରିବାରିକ ଜୀବନରେ ସୁଖଦୁଃଖ ଲାଗି ରହିବ । ଚାକିରିରେ ସହକର୍ମୀ ମାନେ ଈର୍ଷା କରିବେ । ସାମାଜିକ ମାନସମ୍ନାନ ବାଧାପ୍ରାପ୍ତ ହେବ । ପଢାପଢିରେ ଚିନ୍ତି ରହିଲେ ମଧ୍ୟ ବନ୍ଧୁଙ୍କ ସାହାଯ୍ୟରେ ଆଗେଇବେ ।

ପ୍ରତିକାର ପାଇଁ – “ଓଁ ହ୍ରୀଂ ଶ୍ରୀଂ ଶୁକ୍ରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ମିଥୁନ:

ବ୍ୟବସାୟରେ ଉନ୍ନତି କରିବେ । କୈାଣସି କର୍ମରେ ଆବଦ୍ଧ ରହି ପାରନ୍ତି । ଆୟ ଭଲ ରହିବ କିନ୍ତୁ ହାତ ଖୋଲା ଖର୍ଚ୍ଚ କରି ପାରନ୍ତି । ଚାକିରିରେ ସ୍ଥାନ ନାଶ ଯୋଗ ରହିଛି । ମାନ ସମ୍ମାନ ବୃଦ୍ଧି ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ । ସାମାଜିନ ଶାନ୍ତି ବୃଦ୍ଧି ପାଇବ । ମହିଳା ମାନେ ଧର୍ମ କାର୍ଯ୍ୟରେ ମନ ବଳାଇବେ । ଛାତ୍ରଛାତ୍ରୀ  ମାନେ ସଫଳତା ଦିଗରେ ଆଗେଇବେ ।

ପ୍ରତିକାର ପାଇଁ – ଓଁ ଐଂ ସ୍ତ୍ରୀ ଶ୍ରୀଂ ବୁଧାୟ ନମଃ ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

କର୍କଟ:

ନୂତନ ଦ୍ରବ୍ୟ ଲାଭର ସୁଯୋଗ ରହିଛି । ବ୍ୟବସାୟରେ ପ୍ରଚୁର ଅର୍ଥ ଲାଭ ହେବ । ନୂତନ ସ୍ଥାନ ଭ୍ରମଣର ସୁଯୋଗ ଆସିପାରେ । ଶତ୍ରୁ ମାନଙ୍କର କ୍ରୋନ୍ତରୁ ଅଳ୍ପକେ ରକ୍ଷା ପାଇବେ । ପାରିବାରିକ ଜୀବନ ଅଶାନ୍ତି ଲାଗି ରହିବ । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଶଂସା ମିଳିବ । ସାମାଜିକ ଓ ପ୍ରଭାବଶାଳୀ କାର୍ଯ୍ୟରେ ମନ ବଳାଇବେ । ମହିଳା ମାନେ ସୁଖି ହେ ବେ । ଛାତ୍ରଛାତ୍ରୀ  ମାନଙ୍କ ପରିଶ୍ରମର ଫଳ ମିଳିବ ।

ପ୍ରତିକାର ପାଇଁ – ଓଁ ଶ୍ରୀଂ କ୍ରୀଂ ଚଂ ଚନ୍ଦ୍ରାୟ ନମଃ ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ସିଂହ:

ବ୍ୟବସାୟରେ ନୂତନ ଜ୍ଞାନ କୈାଶଳ ପ୍ରଯୋଗ କରିବେ । ଆୟ ଉତ୍ତମ ହେବ । ରାଜନୀତିରେ ସହକର୍ମୀ ମାନେ ବିଶ୍ୱାସ ଭାଜନ ହେବେ । ପାରିବାରିକ ଜୀବନରେ ସନ୍ଦେହ ଦେଖାଦେବ । ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡିବ । ଚାକିରି କ୍ଷେତ୍ରରେ ନିଜର ତୀକ୍ଷ୍ମ ବୁଦ୍ଧିମତାର ପରିଚୟ ଦେବେ । ଧୈଜ୍ୟ ଯୋଗୁଁ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ । ମହିଳା ମାନେ ଧର୍ମପରାୟଣ ହେବେ । ଶିକ୍ଷାର୍ଥୀ ମାନଙ୍କର ‌ଇଛା ପୂରଣ ହେବ ।

ପ୍ରତିକାର ପାଇଁ – ଓଁ ହ୍ଲୀଂ ହ୍ଲୀଂ ସୂର୍ଯ୍ୟାୟ ନମଃ ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

କନ୍ୟା:

ବ୍ୟବସାୟରେ ଲାଭ, କ୍ଷତି ସମାନ ରହିବ । ଶତ୍ରୁ ମାନେ ପରାଜିତ ହେବେ । କୈାଣସି ଅସ୍ଥାୟୀ କାର୍ଯ୍ୟ ସ୍ଥାୟି ହୋଇପାରେ । କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତିର ସୂଚନା ମିଳିବ । ରକ୍ତ ପାତର ସମ୍ଭାବନା ପଇଁ ସତର୍କ ରୁହନ୍ତୁ । ଚାକିରିରେ ପ୍ରାଧାନ୍ୟ ବଜାୟ ରହିବ । ପାରିବାରିକ ଜୀବନ ହସଉଲ୍ଲାସରେ କଟିବ । ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ । ମହିଳା ମାନେ ସୁଖି ହେବେ । ପଢାପଢିରେ ଶୁଭ ଫଳ ମିଳିବ ।

ପ୍ରତିକାର ପାଇଁ – ଓଁ ଐଂ ସ୍ତ୍ରୀ ଶ୍ରୀଂ ବୁଧାୟ ନମଃ ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ତୁଳା:

ନୂତନ ବାହନ କ୍ରୟ କରିବାର ସୁଯୋଗ ଆସିବ । ବନ୍ଧୁ ସହଯୋଗରେ ସଫଳତା ମିଳିବ । ବ୍ୟବସାୟରେ ବିବାଦ ଦେଖା ଦେଇପାରେ । ଆବଶ୍ୟକିୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିବାକୁ ପଡିପାରେ । ଧାର କରଜ ବଢିବ, ପାରିବାରିକ ଜୀବନରେ ସନ୍ତାନ ପାଇଁ ବ୍ୟସ୍ତତା ବଢିବ । ଚାକିରିରେ ଉପର ହାକିମଙ୍କ କଡା ନଜର ବଢିବ । ସାମାଜିକ ମାନ ସମ୍ମାନ ବୃଦ୍ଧି ପାଇବ । ଗୃହିଣୀ ମାନେ କାର୍ଯ୍ୟ ବ୍ୟସ୍ତତା ରହିବେ । ପଢା ପଢିରେ ଶିକ୍ଷକଙ୍କ ସହୟତା ମିଳିବ ।

ପ୍ରତିକାର ପାଇଁ – “ଓଁ ହ୍ରୀଂ ଶ୍ରୀଂ ଶୁକ୍ରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ବିଛା:

କାର୍ଯ୍ୟରେ ସଫଳତା ଲାଭ କରିବେ । କଠିନ ପରିଶ୍ରମ ଦ୍ୱାରା ଅଟକି ଯାଇଥିବା କାମକୁ ପୂରା କରିବେ । ଦୈନିକ ରୋଜଗାର ସମାନ ରହିବ । ବ୍ୟବସାୟ ରେ ମାନ୍ଦା ଗତି ଦେଖାଦେବ । ଶତୃ ମାନେ ବ୍ୟତିବ୍ୟସ୍ତ କରି ପକାଇବେ । ପାରିବାରିକ ଜୀବନରେ ଝଡ ଉଠି ଶାନ୍ତ ହେବ । ବନ୍ଧୁ ବର୍ଗରେ କଳହ ଓ ମତାନ୍ତର ସୃଷ୍ଟି ହେବ । ବାକିରିରେ ସ୍ଥାନ ଲାଭର ସୂଚନା ମିଳିବ । ବିବାହ ଆଦି ଶୁଭ କାମରେ ଯୋଗ ଦେଇ ପାରନ୍ତି । ମହିଳା ମାନେ ପରିବାରରେ ଉତ୍କଷ୍ଟ ମନୋଭାବ ଜାଗ୍ରତ କରିବେ । ଛାତ୍ରଛାତ୍ରୀ  ମାନେ ବିଶେଃଷ ଫଳ ପ୍ରଦ କରିବେ ନାହିଁ ।

ପ୍ରତିକାର ପାଇଁ – “ଓଁ ହୂଂ ଶ୍ରୀଂ ମଙ୍ଗଳାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ଧନୁ:

ବାଣିଜ୍ୟ, ବ୍ୟବସାୟ ରେ ଲାଭ ରହିବ । କର୍ମ କ୍ଷେତ୍ରରେ ଅଗ୍ରଗତି ଘଟିବ । ରାଜନୈତିକ କ୍ଷେତ୍ରରେ ନୂଆ ସମ୍ମାନ ମିଳିବ । ଥଣ୍ଡା ରୋଗରେ ପିଡିତ ହେବେ । ପାରିବାରିକ ଜୀବନ ରେ ସନ୍ତାନ ସନ୍ତତି ମାନଙ୍କ ପାଇଁ ଲାଭର ସୂଚନା ମିଳିବ । ଚାକିରି କ୍ଷେତ୍ରରେ କର୍ତୁପକ୍ଷଙ୍କ ସୁଦୃଷ୍ଟି ପଡିବ । କୌଣସି ଖବର ପାଇ ମନକୁ ଆନନ୍ଦ ମିଳିବ । କିଛି ଜିନିଷ ଦ୍ୱାରା ଆପଣ ଆଘାତ ପାଇ ପାରନ୍ତି ବା ଦୁର୍ଘଟଣା ଗ୍ରସ୍ତ ହୋଇ ପାରନ୍ତି । ମହିଳା ମାନଙ୍କର କିଛି ମାତ୍ରାରେ ଉନ୍ନତି ହୋଇପାରେ । ଛାତ୍ରଛାତ୍ରୀ  ମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ ।

ପ୍ରତିକାର ପାଇଁ – “ଓଁ ବୃଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ମକର:

ବ୍ୟବସାୟରେ ସାମାନ୍ୟ ଲାଭ ହେବ । ଅତ୍ୟଧିକ ପରିଶ୍ରମ ଦ୍ୱାରା ସଫଳତା ଲାଭ କରିବେ । ପୁରାତନ ରୋଗର ଉପଶମ, ଦୁଃଖ କ୍ଲେଶର ଅବସାନ ,ଧନ ପୁତ୍ରାଦି ଲାଭ , ସୁଖ ସମ୍ମାନ ପ୍ରାପ୍ତି ଯୋଗ ରହିଛି । ଚାକିରି କ୍ଷେତ୍ରରେ ସହଯୋଗ ମିଳିବ ନାହିଁ । ଆର୍ଥିକ ଲାଭ ପାଇଁ ଯତ୍ନଶୀଳ ହେବା ନିହାତି ଆବଶ୍ୟକ । ଭାଇ-ବନ୍ଧୁଙ୍କ ସହ ବିବାଦ ଦେଖାଦେଇ ପାରେ । ମହିଳା ମାନେ ଚିନ୍ତାଗ୍ରସ୍ତ ଥିଲେ ମଧ୍ୟ ସହନଶୀଳତା ଭାବ ଜାଗ୍ରତ କରିବେ । ବିଦ୍ୟାର୍ଥି ମାନେ ସଫଳତା ହାସଲ କରିବେ ।

ପ୍ରତିକାର ପାଇଁ – “ଓଁ ଐଂ ହ୍ରୀଂ ଶ୍ରୀଂ ଶନୈଶ୍ଚରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

କୁମ୍ଭ:

ଆକସ୍ମିକ ନୂତନ ବ୍ୟବସାୟ ଆରମ୍ଭ କରିବେ । କର୍ମ କ୍ଷେତ୍ରରେ ବୁଦ୍ଧି ପ୍ରୟୋଗ ଦ୍ୱାରା ଉନ୍ନତି ହେବ । ପୂର୍ବରୁ କରିଥିବା ଋଣ ପରିଶୋଧ କରିବେ । ଦେହ ଭଲ ରହିଲେ ମଧ୍ୟ ମନ ମଧ୍ୟରେ ଶତ୍ରୁଭୟ ଲାଗି ରହିବ । ଚାକିରିରେ ହାକିମଙ୍କ ସହଯୋଗ ମିଳିବ ଏବଂ ଦୂର ସ୍ଥାନକୁ ସ୍ଥାନାନ୍ତରିତ ହେବେ । ସରକାରି ସହୟତା ପାଇବେ । ଆତ୍ମୀୟ ସୂଜନଙ୍କ ସହ ମିଳନ ହେବ । ମହିଳା ମାନେ ରକ୍ଷଣଶୀଳ ହେବେ । ଛାତ୍ରଛାତ୍ରୀ ମାନେ ପଢାପଢିରେ ମନୋନିବେଶ କରିବେ ।

ପ୍ରତିକାର ପାଇଁ – “ଓଁ ଐଂ ହ୍ରୀଂ ଶ୍ରୀଂ ଶନୈଶ୍ଚରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ମୀନ:

ବାଣିଜ୍ୟ-ବ୍ୟବସାୟରେ ପ୍ରତିକୂଳତା ଆସିପାରେ । କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ । ଦେହ,ମନ ଭଲ ରହିବ ନାହିଁ । ଶତ୍ରୁ ବୃଦ୍ଧି ପାଇବ ,ପାରିବାରିକ ଜୀବନ ଅଶାନ୍ତି ଦେଖାଦେବ । ଚାକିରିରେ ଅପଦସ୍ତ ହେବେ । ଆଂଶୀଦାରୀ ବ୍ୟବସାୟରେ ମନୋମାଳିନ୍ୟ ଦେଖାଦେଇପାରେ ।ପରିସ୍ଥିତି ଜଟିଳତା ମଧ୍ୟରେ ସମସ୍ତ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇପାରେ । ବିଦେଶରେ ଅସୁବିଧାରେ ପଡିପାରନ୍ତି ।

ପ୍ରତିକାର ପାଇଁ – “ଓଁ ବୃଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ