• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସାପ୍ତାହିକ ରାଶିଫଳ

ମେଷ-
ବ୍ୟବସାୟରେ ବହୁ ପରିଶ୍ରମ ସତ୍ୱେ ଅଳ୍ପ ଲାଭ ମିଳିବ । କରଜ ପରିଶୋଧ କରିବେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ପାରିବାରି ଜୀବନରେ ତିକ୍ତତା ଦେଖାଦେବ । ବନ୍ଧୁଙ୍କ ସହିତ ଭ୍ରମଣ କରି ପାରନ୍ତି । ଚାକିରିରେ ଅବହେଳା ହେତୁ ଅପଦସ୍ତ ହେବେ । ବିଶ୍ୱାସୀ ଲୋକ ମାନେ ଧୋକା ଦେବେ । ଦୈନିକ ରୋଜଗାର କ୍ଷତିଗ୍ରସ୍ତ ହେବ । ଶାରିରିକ ଅସୁସ୍ଥତାର ଉପଶମ ମିଳିବ । ମହିଳା ମାନେ କର୍ମତର୍ପରତା ହେବା ସହିତ ଇଶ୍ୱର ବିଶ୍ୱାସୀ ହେବେ । ଛାତ୍ରଛାତ୍ରି ମାନେ ଉଚ୍ଚ ଶିକ୍ଷାରେ ସଫଳତା ଲାଭ କରିବେ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- “ଓଁ ଅଂ ଅଙ୍ଗାରକାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 

ବୃଷ-
କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବା ହେତୁ ଉଚ୍ଚ ସାଫଲ୍ୟ ପ୍ରାପ୍ତି ହେବ । ରାଜନୈତିକ ସମ୍ମାନ ଓ ସମର୍ଥନ ପାଇବେ । ଆୟ ଖୁବ୍ ଭଲ ରହିବ । ନୂଆ ଗୃହ କ୍ରୟ କରିବେ । ମାଲିମକନ୍ଦମାରେ ସାମନ୍ୟ ସଫଳତା ମିଳିବ । ଚାକିରିରେ ସିପାରିଶ୍ ମିଳିବ । ଶତୃମାନେ ପରାଜିତ ହେବେ ଏବଂ ଧନଲାଭ ହୋଇପାରେ । ଦେହ ମନ ଭଲ ରହିବ କିନ୍ତୁ ଦୁଃଶ୍ଚିନ୍ତା ମନରେ ରହିବ ଓ ପରିସ୍ଥତି ଜଟିଳ ହୋଇପାରେ । ମହିଳା ମାନେ ପାରିବାରିକ ଖୁସିରେ ଖୁସି ହେବେ । ବିଦ୍ୟାର୍ଥୀ ମାନେ ପଢାରେ ଆଗରେ ରହିବେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- “ଓଁ ଶୁଂ ଶୁକ୍ରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 

ମିଥୁନ-
ବ୍ୟବସାୟକୁ ନୂଆ ପ୍ରଣାଳୀରେ ଆରମ୍ଭ କରିବାକୁ ଚେଷ୍ଟା କରିବେ । କୈାଣସି ଶୁଭ ସମ୍ବାଦ ପାଇ ପାରନ୍ତି । କର୍ମ କ୍ଷେତ୍ରରେ ବିରୋଧୀ ମାନେ ହଇରାଣ କରିବା ସହିତ କାର୍ଯ୍ୟରେ  ବିଳମ୍ବ ଘଟିବ । ପାରିବାରିକ ବିବାଦ ଦେଖାଦେଇ ପାରେ । ଶାରିରିକ ଅସୁସ୍ଥତା ଦୂର ହୋଇଯିବ । ରାଜନୈତିକ ସମ୍ମାନ ମିଳିବ । ବ୍ୟବସାୟ ମନ୍ଥର ଗତିରେ ଚାଲିବ । ମହିଳା ମାନେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ । ପଢାପଢିରେ ଓ ପରିକ୍ଷାରେ ସମଫଳ ମିଳିବ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- “ଓଁ ବୁଂ ବୁଧାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 

କର୍କଟ-
ବ୍ୟବସାୟରେ ଧିରେ ଧିରେ ଉନ୍ନତି ହେବ । ପାରିବାରିକ ସହଯୋଗ ମିଳିବ । ସାମୟିକ ଦେହ ପୀଡା ଦେଖାଦେବ । ଭୃତ୍ୟଦାନି ଯୋଗ ରହିଛି । ଆୟ ଭଲ ହେବ କିନ୍ତୁ ବ୍ୟୟ ବହୁଳ ହେବ । ଚାକିରିରେ ସ୍ଥିତିି ସମ୍ଭାଳି ନେବେ । କୈାଣସି କାର୍ଯ୍ୟରେ ସଫଳତାରେ ବିଘ୍ନ ସୃଷ୍ଟି ହୋଇପାରେ । ରାଜନିତିକ ଚିନ୍ତା ବଢିବ । ଅଳ୍ପ ଲାଭ ଯୋଗ ମାନସିକ ଅଶାନ୍ତି ବୃଦ୍ଧି ପାଇବ । ମହିଳା ମାନେ ସନ୍ତାନ ସନ୍ତତିଙ୍କ ଚିନ୍ତାରେ ଚିନ୍ତିତ ରହିବେ । ଛାତ୍ରଛାତ୍ରୀ ମାନେ ସଫଳତା ହେବାର ଆଶା କମ୍ ହେବ । 

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- “ଓଁ ସୋଂ ସୋମାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 

ସିଂହ-
ବ୍ୟବସାୟରେ ଭଲ ଲାଭ ମିଳିବ । ବନ୍ଧୁଙ୍କ ସହିତ ଦୂର ଭ୍ରମଣରେ ଯାଇ ପାରନ୍ତି । ଆୟ ବ୍ୟୟ ସମାନ ରହିବ । ପାରିବାରିକ ଜୀବନରେ ଅନାଟନ ଦେଖାଦେବ । ସାମାଜିକ ବ୍ୟକ୍ତିଙ୍କ ଠାରୁ ଦୂରଇ ରୁହୁନ୍ତୁ ନଚେତ ହଇରାଣରେ ପଡିବେ । ଅସାବଧନତା ଯୋଗୁଁ  ଅସୁବିଧାରେ ପଡି ପାରନ୍ତି । ଚାକିରିରେ ଉଚ୍ଚ ପଦବୀ ପାଇ ପାରନ୍ତି । ଅତ୍ୟଧିକ ପରିଶ୍ରମ ଦ୍ୱାରା  କାର୍ଯ୍ୟରେ ସଫଳତା ପାଇବେ । ମହିଳା ମାନେ ଧର୍ମପରାୟଣା ହେବେ । ବିଦ୍ୟାର୍ଥୀ ମାନେ ଶ୍ରମକାତର ହେବେ ଓ ପଛେଇ ରହିବେ ।

ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- “ଓଁ ଘୃଣି ସୂର୍ଯ୍ୟାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 

କନ୍ୟା-
ବ୍ୟବସାୟରେ ପ୍ରଚୁର ଲାଭ ପାଇବେ । ଅସ୍ଥାୟୀ କାର୍ଯ୍ୟ ସ୍ଥାୟୀ ହେବ ।  ଚାକିରିରେ ସହକର୍ମୀ ମାନେ ସହଯୋଗ କରିବେ ଏବଂ ପ୍ରାଧାନ୍ୟ ବଢିବ । କର୍ମ କ୍ଷେତ୍ରରେ ଦ୍ୱନ୍ଦ୍ୱ ବଢି ଚାଲିବ ।  ପାରିବାରିକ ଜୀବନରେ ଶୋକତୁର ହୋଇ ପାରନ୍ତି । ଧୈର୍ଯ୍ୟ ଦ୍ୱାରା ସଫଳତା ହାସଲ କରିବେ । ଦେହ ଭଲ ରହିଲେ ମଧ୍ୟ ମନରେ ଅଶାନ୍ତି ଲାଗି ରହିବ । ଭାଇ ଭାଇ ଭିତରେ ଲାଗି ରହି ଥିବା କଳହର ସମାପ୍ତ ହେବ । ମହିଳା ମାନେ ପୂଜା ପାଠରେ ମନ ନିବେଶ କରିବେ । ଛାତ୍ରଛାତ୍ରି ମାନେ ପଢାରେ ଆଗେଇ ରହିବେ ।

ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- “ଓଁ ବୁଂ ବୁଧାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 

ତୁଳା-
ବ୍ୟବସାୟରେ ଆୟବ୍ୟୟ ସମାନ ରହିବ । ଆର୍ଥିକ ପରିସି୍ଥତି ସାମାନ୍ୟ ଉନ୍ନତି ଘଟିବ । ରାଜନୈତିକ ସମର୍ଥନ ପାଇବେ । କର୍ମ କ୍ଷେତ୍ରରେ ବିଳମ୍ବ ଘଟିବ ପାରିବାରିକ ଜୀବନରେ ଅଶାନ୍ତି ଝଡର ଅବସାନ ଘଟିବ । ଚାକିରିରେ ସୁଖି ହେବେ ।  ସାମୟିକ ଦେହ ପିଡା ସହିତ ମାନସିକ ଅଶାନ୍ତି ଦେଖାଦେବ । ବୃଦ୍ଧି ଖର୍ଚ୍ଚ କରି କାମ କରିଲେ ସଫଳତା ହାସଲ କରିବେ । ଦୂର ଯାତ୍ରାରେ ହଇରାଣ ହୋଇ ପାରନ୍ତି । ମହିଳା ମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ । ବିଦ୍ୟାର୍ଥୀ ମାନେ ପ୍ରସନ୍ନ ରହିବେ ।

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- “ଓଁ ଶୁଂ ଶୁକ୍ରାୟ ନମଃ’ ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 

ବିଛା-
ବ୍ୟବସାୟରେ ଆର୍ଥୀକ ପରିସି୍ଥତିରେ ସୁଧାର ଆସିବ । ପାରିବାରିକ ଜୀବନରେ ସୁଖ ଲାଭ ହେବ । ଚାକିରି କ୍ଷେତ୍ରରେ ଅସୁବିଧା ଦେଖାଦେଇ ପାରେ ବା ସହକର୍ମୀ ଆପଣଙ୍କୁ ହଇରାଣ କରି ପାରନ୍ତି । ଅଜଣା ଶତୃ ଆପଣଙ୍କର କ୍ଷତି କରି ପାରନ୍ତି । କର୍ମ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଦୁଃସମ୍ବାଦ ପ୍ରାପ୍ତ ଯୋଗୁ ଶୋକାତୁର ପରିବେଶ ରହିବ । ମହିଳା ମାନେ ପାରିବାରିକ ଚିନ୍ତାରେ ଚିନ୍ତିତ ରହିବେ । ଛାତ୍ରଛାତ୍ରି ମାନେ ଅସୁବିଧାରେ ପଡିଥିରେ ମଧ୍ୟ ବନ୍ଧୁଙ୍କ ସାହାର୍ଯ୍ୟରେ ଆଗକୁ ବଢେବ ।

ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- “ଓଁ ଅଂ ଅଙ୍ଗାରକାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 

ଧନୁ-
ବ୍ୟବସାୟରେ ସର୍ତକତା ଅବଲମ୍ବନ କରିଲେ ଲାଭବାନ୍ ହେବେ । ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ଫଳପ୍ରଦ ହେବ । ଚାକିରି କ୍ଷେତ୍ରରେ ସାବଧାନତା ରହିବା ଉଚିତ । ପାରିବାରିକ ଜୀବନରେ ଅସୁବିଧା ଦେଖାଦେଇ ପାରେ । ରାଜନୈତିକ ଶତୃତା ବଢି ପାରନ୍ତି । ଜମିବାଡି ସଂପର୍କୀୟ ବିବାଦରୁ ମୁକ୍ତି ପାଇବେ । ଭବିଷ୍ୟତ ପାଇଁ ଚିନ୍ତିତ ରହିବେ । ମହିଳା ମାନେ କର୍ମତର୍ପର ରହିବେ । ବିଦ୍ୟାର୍ଥୀ ମାନଙ୍କର ଆଶା ପୂରଣ ହୋଇପାରେ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- “ଓଁ ବୁଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 

ମକର-
ବ୍ୟବସାୟରେ ପ୍ରଚୁର ଲାଭ ପାଇବେ । ବାକି ରହିଥିବା ଅର୍ଥ ମିଳିବାର ସମ୍ଭାବନା ରହିଛି । ନୂତନ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରି ପାରନ୍ତି । ଧିରେ ଧିରେ ଆର୍ଥିକ ଉନ୍ନତି ହେବ । ଚାକିରି କ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇ ପାରନ୍ତି । ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ । ପାରିବାରିକ ଶାନ୍ତି ବୃଦ୍ଧି ପାଇବ ଏବଂ ସମସ୍ତ କାର୍ଯ୍ୟ ଶୁଭପ୍ରଦ ହେବ । ପରୋପକାର ପାଇଁ ପ୍ରଶଂସିତ ହେବେ । ଦେହ ମନ ପ୍ରଫୁଲିତ ରହିବ । ମହିଳା ମାନେ ଖୁସି ଅନୁଭବ କରିବେ । ଶିକ୍ଷାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- “ଓଁ ଶଂ ଶନୈଶ୍ଚରାୟ ନମଃ”  ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 

କୁମ୍ଭ-
ବ୍ୟବସାୟରେ ଲାଭ,କ୍ଷତି ସମାନ ରହିବ । ଚାକିରି କ୍ଷେତ୍ରରେ ଆପଣଙ୍କ ଭଲ କାମ ଦେଖି ସହକର୍ମୀ ମାନେ ଇର୍ଷାପରାୟଣ ହେବେ । ପାରିବାରିକ ଜୀବନରେ ବନ୍ଧୁ ମିଳନ , ଓ ଆନନ୍ଦ ଉତ୍ସବ ଲାଗି ରହିବ । ହଠାତ୍ କୈାଣସି ଅସୁବିଧା ଦେଖାଦେଇ ପାରେ । ଦେହ,ମନ ଭଲ ରହିବ କିନ୍ତୁ ମାନସିକ ଅଶାନ୍ତି ଦେଖା ଦେଇପାରେ । କୈାଣସି ଅଜଣା ବ୍ୟକ୍ତି ସାହାର୍ଯ୍ୟର ହାତ ବଢାଇବେ । ମହିଳା ମାନେ ଆନନ୍ଦିତ ରହିବେ । ଛାତ୍ରଛାତ୍ରି ମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- “ଓଁ ଶଂ ଶନୈଶ୍ଚରାୟ ନମଃ”  ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 

ମୀନ-
କର୍ମ କ୍ଷେତ୍ରରେ ଉନ୍ନତି ହେବ । କୈାଣସି ସାମାଜିକ କାର୍ଯ୍ୟରେ ଜଡିତ ରହିବେ । ଶତୃମାନେ ପରାଜିତ ହେବେ । ଆକସ୍ମିକ ଧନ ଲାଭ ହୋଇପାରେ । ନୂତନ ଦ୍ରବ୍ୟ କ୍ରୟ କରିବାର ସୁଯୋଗ ଆସିବ । ବାଦ ବିବାଦ ସମାଧାନ ହୋଇଯିବ । ଚାକିରିରେ ସ୍ଥାନାନ୍ତରିତ ହୋଇ ପାରନ୍ତି । କର୍ମ କ୍ଷେତ୍ରରେ ବୃଦ୍ଧି ଖଟାଇ ସବୁ କାର୍ଯ୍ୟ ହାସଲ କରିବେ । ମହିଳା ମାନେ ସୁସ୍ୱାଦ ଭୋଜନ କରିବେ । ବିଦ୍ୟାର୍ଥୀ ମାନେ ପ୍ରତି ଯୋଗିତା ମୂଳକ ପରିକ୍ଷାରେ ସଫଳତା ଲାଭ କରିବେ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- “ଓଁ ବୁଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ 


BhabishyaJyoti - 0674-3527219, 9238397100