ସ୍ୱପ୍ନରେ ପୁଳା ପୁଳା ସାପ ଦେଖିଲେ ଅଶୁଭ କିନ୍ତୁ ଗୋଟିଏ ସାପ ଫଣା ଟେକିଲେ ଶୁଭ !

ତେବେ ସାପଙ୍କୁ ପୂର୍ବଜ ଭାବରେ ମଧ୍ୟ ବିବେଚନା କରାଯାଏ । ଏପରି ପରିସ୍ଥିତିରେ, ବେଳେବେଳେ ସାପ ସ୍ୱପ୍ନ ଦେଖିବା ଧନ ଆଗମନର ସଙ୍କେତ ମଧ୍ୟ ଦେଇଥାଏ । କିଛି ଜ୍ୟୋତିଷ ସ୍ୱପ୍ନରେ ସାପ ଦେଖିବାର ବିଭିନ୍ନ ସଙ୍କେତ ବିଷୟରେ କହିଛନ୍ତି ।

Snake In Dream

ଶୋଇବା ସମୟରେ ସ୍ୱପ୍ନ ଦେଖିବା ସାଧାରଣ କଥା । କିଛି ସ୍ୱପ୍ନ ଯାହା ଖୁସି ଦେଇଥାଏ । ଆଉ କିଛି ଦୁଃଖ । ଖୁସି ସ୍ୱପ୍ନ ଦେଖିବା ପରେ ଲୋକମାନେ ନିଦରୁ ଉଠି ଅନନ୍ଦିତ ହୁଅନ୍ତି । ଆଉ ଏମିତି କିଛି ସ୍ୱପ୍ନ ଅଛି, ଯାହା ଲୋକଙ୍କୁ ଭୟଭୀତ କରିଥାଏ । ଏଭଳି ସ୍ୱପ୍ନ ଦେଖିବା ଦ୍ୱାରା ମଣିଷର ନିଦ ଅଚାନକ ଭାଙ୍ଗିଯାଏ । ନିଦ ଭାଙ୍ଗିବା ପରେ ବି ସେ ଚିନ୍ତିତ ରୁହନ୍ତି । ମନରେ ଅନେକ ସନ୍ଦେହ ରହିଥାଏ । ଏମିତି ଭୟାନକ ସ୍ୱପ୍ନ ହେଉଛି ସାପ ସ୍ୱପ୍ନ । ପ୍ରାୟତଃ ଲୋକମାନେ ସ୍ୱପ୍ନରେ ସାପ ଦେଖିବା ପରେ ଏହାର କାରଣ ଖୋଜିବା ଆରମ୍ଭ କରନ୍ତି ।

ସ୍ୱପ୍ନରେ ସାପ ଦେଖିବା ଅର୍ଥ ହେଉଛି ଜୀବନରେ କିଛି ନା କିଛି ଘଟିବାକୁ ଯାଉଛି । ସାପ ସ୍ୱପ୍ନଗୁଡ଼ିକ କିଛି ଶୁଭ ଏବଂ କିଛି ଅଶୁଭ ସଙ୍କେତ ଦେଇଥାନ୍ତି । ଏହାର ପ୍ରଭାବ ନିଶ୍ଚିତ ଭାବରେ ମାନବ ଜୀବନ ଉପରେ ପଡ଼ିଥାଏ । ସାପକୁ କାଳ ଭାବରେ ମଧ୍ୟ ବିବେଚନା କରାଯାଏ । ଏଭଳି ପରିସ୍ଥିତିରେ ସ୍ୱପ୍ନରେ ସାପ ଦେଖିବା ମୃତ୍ୟୁର ସଙ୍କେତ ଦେଇଥାଏ ବୋଲି କେତେକ ଜ୍ୟୋତିଷ ମତ ଦିଅନ୍ତି।

ତେବେ ସାପଙ୍କୁ ପୂର୍ବଜ ଭାବରେ ମଧ୍ୟ ବିବେଚନା କରାଯାଏ । ଏପରି ପରିସ୍ଥିତିରେ, ବେଳେବେଳେ ସାପ ସ୍ୱପ୍ନ ଦେଖିବା ଧନ ଆଗମନର ସଙ୍କେତ ମଧ୍ୟ ଦେଇଥାଏ । କିଛି ଜ୍ୟୋତିଷ ସ୍ୱପ୍ନରେ ସାପ ଦେଖିବାର ବିଭିନ୍ନ ସଙ୍କେତ ବିଷୟରେ କହିଛନ୍ତି ।

ସ୍ୱପ୍ନରେ ଅନେକ ସାପ ଦେଖିଲେ...

ଦେଓଘରର ପାଗଲ ବାବା ଆଶ୍ରମରେ ଥିବା ପ୍ରସିଦ୍ଧ ଜ୍ୟୋତିଷ ପଣ୍ଡିତ ନନ୍ଦକିଶୋରଙ୍କ କହିବାନୁଯାୟୀ, ମଣିଷ ସବୁବେଳେ ସ୍ୱପ୍ନ ଦେଖେ। କିନ୍ତୁ, କିଛି ସ୍ୱପ୍ନ ଜୀବନର କିଛି ଘଟଣାକୁ ସୂଚିତ କରେ । ଅନେକ ଲୋକ ପ୍ରାୟତଃ ସାପ ସ୍ୱପ୍ନ ଦେଖିଥାନ୍ତି । ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ପୁଳା ପୁଳା ସାପଙ୍କୁ ଏକାଠି ଦେଖିଥାଏ ତେବେ ବୁଝିବାକୁ ହେବ ଯେ ଜୀବନରେ କିଛି ବଡ଼ ଅଘଟଣ ବା ଖରାପ ପରିସ୍ଥିତି ଉପୁଜିବାକୁ ଯାଉଛି । ଏହା ପୂର୍ବରୁ ବ୍ୟକ୍ତି ସତର୍କ ହୋଇଯିବା ଆବଶ୍ୟକ ।

ଯଦି ସ୍ୱପ୍ନରେ ସାପ କାମୁଡ଼େ

ଅନେକ ଲୋକଙ୍କୁ ସ୍ୱପ୍ନରେ ସାପ କାମୁଡ଼ିଥାନ୍ତି । ଯାହାଫଳରେ ତାଙ୍କ ନିଦ ଚଟ୍‌ କି ଭାଙ୍ଗିଯାଇଥାଏ । କିନ୍ତୁ ଏହା ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ ସ୍ୱପ୍ନରେ ସାପ କାମୁଡ଼ିବା ଏକ ଭଲ ସଙ୍କେତ । ଏହାର ଅର୍ଥ ଭଲ ସମୟ ଆସିବାକୁ ଯାଉଛି ।

ସ୍ୱପ୍ନରେ ସାପ ଗୋଡ଼ାଇଲେ...

ଯଦି ଆପଣଙ୍କୁ ସ୍ୱପ୍ନରେ ସାପ ଗୋଡ଼ାଇଥାଏ ବା ପିଛା କରିଥାଏ, ତେବେ ବୁଝିବାକୁ ହେବ ଯେ ବଡ଼ ବିପଦ ଆପଣଙ୍କ ପିଛା କରୁଛି । ଆପଣ ବିପଦରେ ପଡ଼ିପାରନ୍ତି । ଏହାକୁ ଅଶୁଭ ବୋଲି ବିବେଚନା କରାଯାଏ । ଏହାର ଅର୍ଥ ଆପଣଙ୍କୁ କିମ୍ବା ଆପଣଙ୍କ ପରିବାର ପ୍ରତି କିଛି ଅସୁବିଧା ଘଟିପାରେ ।

ସାପ ଏବଂ ନେଉଳ ମଧ୍ୟରେ ଲଢ଼େଇ

ଯଦି ଆପଣ ସ୍ୱପ୍ନରେ ସାପ ଏବଂ ନେଉଳ ଲଢ଼େଇ ଦେଖୁଛନ୍ତି, ତେବେ ସତର୍କ ହୋଇଯାଆନ୍ତୁ । ବାସ୍ତବ ଜୀବନରେ ଆପଣ କିଛି ବିବାଦରେ ଛନ୍ଦି ହେବାକୁ ଯାଉଛନ୍ତି । ଆପଣଙ୍କୁ କୋର୍ଟ କଚେରୀ ଯିବାକୁ ପଡ଼ିପାରେ ।

କଳା ସାପ ଫଣା ଟେକିଥିଲେ…

ଯଦି ଆପଣ ସ୍ୱପ୍ନରେ ଦେଖନ୍ତି ଯେ ଏକ କଳା ସାପ ଆପଣଙ୍କୁ ଫଣା ଟେକୁଛି । ତେବେ ବୁଝିବାକୁ ହେବ ଯେ, ଆପଣଙ୍କ ଜୀବନରେ ସୁବର୍ଣ୍ଣଯୁଗର ଆରମ୍ଭ ହେବାକୁ ଯାଉଛି । ଧନ ବୃଦ୍ଧି ହେବାକୁ ଯାଉଛି । ଏହି ସ୍ୱପ୍ନ ଶୁଭ ସଙ୍କେତ ଦେଇଥାଏ ।

ସ୍ୱପ୍ନରେ ବାରମ୍ବାର ସାପ ଦେଖିଲେ...

ଯଦି ଆପଣ ସ୍ୱପ୍ନରେ ବାରମ୍ବାର ସାପ ଦେଖୁଛନ୍ତି, ତେବେ ବୁଝିବାକୁ ହେବ ଯେ ଆପଣଙ୍କ କୁଣ୍ଡଳିରେ ପିତୃ ଦୋଷ କିମ୍ବା କାଳସର୍ପ ଦୋଷ ରହିଛି । ସ୍ୱପ୍ନରେ ବାରମ୍ବାର ସାପ ଦେଖିବା ଅଶୁଭ ବୋଲି ଧରାଯାଏ । ତୁରନ୍ତ ଏହାର ପୂଜାପାଠ ବା ପ୍ରତିକାର କରି ତ୍ରୁଟିରୁ ମୁକ୍ତି ପାଆନ୍ତୁ ।