Advertisment

Lunar Eclipse:ଆଉ କିଛି ସମୟ ପରେ ମହାକାଶରେ ମହାଜାଗତିକ ଦୃଶ୍ୟ, ସାଢ଼େ ୩ ଘଣ୍ଟା ଚାଲିବ ଛାଇ ଆଲୁଅ ଖେଳ

ଆଜିର ଗ୍ରହଣ ସମୟରେ ଆକାଶରେ ଆଉ ଏକ ମହାଜାଗତିକ ଦୃଶ୍ୟ ଭାବେ ଦୃଶ୍ୟମାନ ହେବ ରକ୍ତବର୍ଣ୍ଣ ଚନ୍ଦ୍ର ବା ବ୍ଲଡ୍ ମୁନ୍। ପୂର୍ଣ୍ଣଗ୍ରାସ ବେଳେ ଚନ୍ଦ୍ର ବିରାଟ ଆକାରରେ ସଂପୂର୍ଣ୍ଣ ଭାବେ ଲାଲ ଦିଶିବ। ତେବେ କଣ ଏହି ବ୍ଲଡ୍ -ମୁନ୍  ବା ଲୋହିତ ଚନ୍ଦ୍ର ?

Lunar Eclipse

Lunar Eclipse

Advertisment

ଇନ୍ଦୁପୂର୍ଣ୍ଣିମାରେ ଆଜି ଆକାଶରେ ଚମକିବେନି ଜହ୍ନମାମୁ। ଲାଗିବ ପୂର୍ଣ୍ଣଗ୍ରାସ ଗ୍ରହଣ। ପୃଥିବୀର ଛାଇରେ ଘଣ୍ଟାଏ 22 ମିନିଟ୍ କାଳ ଲୁଚିଯିବ ପୂରା ଚନ୍ଦ୍ର। ହେଲେ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇ ସରିବା ପର୍ଯ୍ୟନ୍ତ ରାତିର ଆକାଶରେ ସାଢ଼େ 3 ଘଣ୍ଟା ଯାଏଁ ଚାଲିବ ଏ ଛାଇ ଆଲୁଅର ଖେଳ। ଗ୍ରହଣ ଠିକ୍ ୯ଟା ୫୭ ମିନିଟ ୫ ସେକେଣ୍ଡରୁ ଆରମ୍ଭ ହୋଇ ରାତି ଗୋଟାଏ 27 ମିନିଟ୍ ଯାଏଁ ରହିବ। ତାରି ଭିତରେ ରାତି ୧୧ଟା ୧ମିନିଟରୁ ପୂର୍ଣ୍ଣଗ୍ରାସ ଗ୍ରହଣ ଆରମ୍ଭ ହୋଇ ରାତି ୧୨ଟା ୨୩ରେ ଶେଷ ହେବ। ପାଞ୍ଜିକାରଙ୍କ ମତରେ ରାତି ଗୋଟାଏ ୨୭ ମିନିଟ ରହିଛି ସର୍ବମୋକ୍ଷ ସମୟ ରହିଛି। ତେଣୁ ଏସବୁ ପ୍ରକ୍ରିୟାର 9 ଘଣ୍ଟା ଆଗରୁ ଅର୍ଥାତ୍ ମଧ୍ୟାହ୍ନ ୧୨ଟା ୫୭ ମିନିଟରୁ ଆରମ୍ଭ ହୋଇଛି ଗ୍ରହଣ ପାଳନ, ପାକତ୍ୟାଗ ସହ ଅନ୍ନ ଭୋଜନ ଓ ଦେବନୀତି ନିଷେଧ।...

Advertisment

ତେବେ ବଡ଼ କଥା ହେଉଛି ଆଜିର ଗ୍ରହଣ ସମୟରେ ଆକାଶରେ ଆଉ ଏକ ମହାଜାଗତିକ ଦୃଶ୍ୟ ଭାବେ ଦୃଶ୍ୟମାନ ହେବ ରକ୍ତବର୍ଣ୍ଣ ଚନ୍ଦ୍ର ବା ବ୍ଲଡ୍ ମୁନ୍। ପୂର୍ଣ୍ଣଗ୍ରାସ ବେଳେ ଚନ୍ଦ୍ର ବିରାଟ ଆକାରରେ ସଂପୂର୍ଣ୍ଣ ଭାବେ ଲାଲ ଦିଶିବ। ତେବେ କଣ ଏହି ବ୍ଲଡ୍ -ମୁନ୍  ବା ଲୋହିତ ଚନ୍ଦ୍ର ? ଚନ୍ଦ୍ରଗ୍ରହଣ ସମୟରେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଏକ ସରଳ ରେଖାରେ ରହେ। ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଲେ ଏହା ଦେଖାଯାଏ ନାହିଁ।

ତେବେ ଆଜି ଭଳି ଏତେ ଲମ୍ବା ସମୟ ଧରି ଗ୍ରହଣ ଅନୁଷ୍ଠିତ ହେଲେ ସୂର୍ଯ୍ୟଙ୍କ ରଶ୍ମୀ ପୃଥିବୀର ବାୟୁମଣ୍ଡଳ ଦ୍ୱାରା ପ୍ରତିଫଳିତ ହୁଏ। ବ୍ଳ ଓ ବାଇଗଣୀ ରଶ୍ମୀ ମାତ୍ରାଧିକ ବିଚ୍ଛୁରିତ ହେଉଥିବା ବେଳେ ନାଲି ଓ ନାରଙ୍ଗୀ ରଶ୍ମୀ ବାୟୁମଣ୍ଡଳ ସୀମାରୁ ପ୍ରତିଫଳିତ ହୋଇ ଚନ୍ଦ୍ରରେ ପଡ଼ନ୍ତି। ତେଣୁ ଏହା ରକ୍ତବର୍ଣ୍ଣ ଧାରଣ କରେ। ଚନ୍ଦ୍ରଗ୍ରହଣ ଦେଖିବା ଲାଗି ବୈଜ୍ଞାନିକ ଦୃଷ୍ଟିକୋଣରୁ କୌଣସି ବାଧା ନଥିଲେ ବି ଜ୍ୟୋତିଷ ଶାସ୍ତ୍ରୀଙ୍କ ମତ କିନ୍ତୁ ଭିନ୍ନ। ତେଣୁ ଫି'ଥର ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟୋପରାଗ ଭଳି ଏଥର ବି ବିଶ୍ବାସ ଓ ବିଜ୍ଞାନକୁ ନେଇ ଲଢ଼େଇ।...

Advertisment

 ଭାରତ ସମେତ ପୂର୍ବ ଆଫ୍ରିକା, ୟୁରୋପ ଏସିଆ ଓ ଅଷ୍ଟ୍ରେଲିଆର କିଛି ଭାଗରେ ଆଜିର ଏଇ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ସେହିପରି ଛ ମାସ ମଧ୍ୟରେ ଅର୍ଥାତ୍ ଆସନ୍ତା ମାର୍ଚ୍ଚ ମାସ 3 ତାରିଖ ଦୋଳପୂର୍ଣ୍ଣିମାରେ ପଡ଼ିବ ଆଉ ଏକ ଚନ୍ଦ୍ରଗ୍ରହଣ।...

India Lunar Eclipse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ