• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣ  ପକ୍ଷ।  ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ତିଥି- ୫ମୀ ସଧ୍ୟା ୦୫/୨୯/୨୫ ଗତେ ୬ଷ୍ଠୀ। ଚନ୍ଦ୍ର- ଧନୁ ଦିବା ୦୮/୪୫ ଗତେ ମକର। ଘାତ ଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର , ୦୮/୪୫  ଗତେ ସିଂହ ରାଶିର ଘାତ ବାର - ବିଛା ,ଧନୁ ଓ ମୀନ ରାଶିର
ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ ୧ ପାଦ - କୁଟୁମ୍ଭ ହାନି – ତିଳକାଞନ ଦାନ ରାତ୍ରି ୦୧/୧୮/୫୯ ପର୍ଯ୍ୟନ୍ତ

ଶୁଭ ସମୟ- ପ୍ରାତଃ ୦୬/୦୫/୧୨ ରୁ ୦୬/୫୭/୧୩, ଦିବା ୧୨/୦୯/୧୮ ରୁ ୦୨/୪୫/୨୧ ,  ସନ୍ଧ୍ୟା ୦୬/ ୧୩/୨୪ ରୁ ୦୮/୨୫/୧୮, ରାତ୍ରି ୧୨/୪୯/୦୬ ରୁ ୦୩/୦୧/୦୦, ରାତ୍ରି ୦୩/୪୪/୫୮ ରୁ ୦୫/୧୨/୫୪
ଅଶୁଭ ସମୟ- ରାହୁକାଳ- ଦିବା ୧୦/୦୫/୪୬ ରୁ  ୧୧/୪୩/୧୭, ବାରବେଳା- ଦିବା ୦୮/୨୮/୧୪ ରୁ ୧୦/୦୫/୪୬, କାଳବେଳା- ଦିବା ୧୦/୦୫/୪୬ ରୁ  ୧୧/୪୩/୧୭, କାଳରାତ୍ରି- ରାତ୍ରି ୦୮/୫୮/୧୬ ରୁ ୧୦/୨୦/୪୩ 

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ- ମନରେ ଧାର୍ମିକ ଭାବନା ସୃଷ୍ଟି ହେବ। ଅନ୍ୟକୁ ସାହାଯ୍ୟ କରି ଖୁସି ଅନୁଭବ କରିବେ। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। 
ପ୍ରତିକାର- ଶୁଭତ୍ୱ ପାଇଁ କିଛି ମିଠା ଖାଇ ଘରୁ ବାହାରନ୍ତୁ ।

ବୃଷ- ମନରେ ବିଭିନ୍ନ ପ୍ରକାରର ଚିନ୍ତା ଆସିବ। ପ୍ରେମ ସମ୍ପର୍କରେ ବ୍ୟାଘାତ ଘଟିପାରେ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ ।
ପ୍ରତିକାର- ଶୁଭତ୍ୱ ପାଇଁ ଧଳା ରଙ୍ଗର ପୋଷାକ ପରିଧାନ କରନ୍ତୁ।

ମିଥୁନ- ସ୍ୱାସ୍ଥ୍ୟରେ ଅବନ୍ନତି ଦେଖା ଦେଇପାରେ । ଯାତ୍ରା ସମୟରେ ଦୁର୍ଘଟଣାଗସ୍ତ ହୋଇପାରନ୍ତି। ମହିଳାମାନଙ୍କର ଗୁରୁଜନମାନଙ୍କ ସହିତ ମତାନ୍ତର ଘଟିପାରେ ।
ପ୍ରତିକାର- ଶୁଭତ୍ୱ ପାଇଁ ବୁଧଙ୍କର ଗାୟତ୍ରୀ ପାଠ କରନ୍ତୁ ।

କର୍କଟ - ଦାମ୍ପତ୍ୟ କଳହର ଅବସାନ ଘଟିବ । କୌଣସି ନୂତନ ଯାନବାହନ କ୍ରୟ କରିବାକୁ ମନସ୍ଥ କରିବେ । ଜମିବାଡ଼ି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ ।
ପ୍ରତିକାର-  ଶୁଭତ୍ୱ ପାଇଁ ଧଳା ରଙ୍ଗର ପୋଷାକ ପରିଧାନ କରନ୍ତୁ।

ସିଂହ- ସନ୍ତାନମାନଙ୍କ କାର୍ଯ୍ୟକଳାପକୁ ନେଇ ମନ ଅଶାନ୍ତ ରହିପାରେ । ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । କିଛି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି ।
ପ୍ରତିକାର- ଶୁଭତ୍ୱ ପାଇଁ ସୂର୍ଯ୍ୟ ନାରାୟଣକୁ ଜଳଦାନ କରନ୍ତୁ ।

କନ୍ୟା- ନୂତନ କର୍ମରେ ଯୋଗଦାନ କରିବାକୁ ପଡିପାରେ। ଆର୍ଥିକକ୍ଷେତ୍ରରେ ଲାଭବାନ ସହ ସଞ୍ଚୟ କରିପାରନ୍ତି । କୌଣସି ନୂତନ ସ୍ଥାନକୁ ବୁଲି ଯିବା ପାଇଁ ପ୍ରସ୍ତୁତ ହେବେ ।
ପ୍ରତିକାର- ଶୁଭତ୍ୱ ପାଇଁ ଗଣେଶଙ୍କୁ ଦୂବ ଦାନ କରନ୍ତୁ ।

ତୁଳା- ଅନେକ ଦିନରୁ ପଡ଼ି ରହିଥିବା କାମକୁ ପୁରା କରିବେ। ଘରେ କିଛି ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବନ୍ଧୁଙ୍କ ପରାମର୍ଶ ଲୋଡ଼ିପାରନ୍ତି। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିପାରେ ।
ପ୍ରତିକାର- ଶୁଭତ୍ୱ ପାଇଁ ମହାଲକ୍ଷ୍ମୀଙ୍କ ଅଷ୍ଟକ ପାଠ କରନ୍ତୁ ।

ବିଛା- ଘାତ ପ୍ରତିଘାତ ଦେଇ ଦିନଟି ଅତିକ୍ରମ କରିବାକୁ ପଡିପାରେ । କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ପେଟ ଯନ୍ତ୍ରଣା ଅନୁଭବ କରିପାରନ୍ତି।
ପ୍ରତିକାର-  ଶୁଭତ୍ୱ ପାଇଁ ହନୁମାନ ଚାଳିଶା  ପାଠ କରନ୍ତୁ ।

ଧନୁ- ପ୍ରତିଶ୍ରୁତି ରକ୍ଷା ନକରି ପାରିବାରୁ କୌଣସି କାର୍ଯ୍ୟ ଆପଣଙ୍କ ହାତରୁ ଖସି ଯାଇପାରେ । ରାସ୍ତାରେ ଗଲା ବେଳେ ଯାନବାହାନରୁ ପଡିଯିବାର ଭୟ ରହିଛି । ଯେତେ ଭଲ କଲେ ମଧ୍ୟ ଅନ୍ୟମାନେ ଆପଣଙ୍କର କର୍ମ କରିବାର ଶୈଳୀକୁ ବୁଝିପାରିବେ ନାହିଁ ।
ପ୍ରତିକାର- ଶୁଭତ୍ୱ ପାଇଁ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ ।

ମକର - ଯୋଜନା ମୁତାବକ କାମ ଗୁଡିକୁ ସମ୍ପୂର୍ଣ୍ଣ କରିବେ । ବନ୍ଧୁମାନଙ୍କ ସହ ହସ ଖୁସିରେ ସମୟ କଟାଇବେ । ମହିଳାମାନେ ଆମୋଦ ପ୍ରମୋଦରେ ସମୟ କଟାଇବେ ।
ପ୍ରତିକାର- ଶୁଭତ୍ୱ ପାଇଁ ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ ।

କୁମ୍ଭ - କୌଣସି ଧର୍ମାନୁଷ୍ଠାନରେ ଅଧିକ ସମୟ କଟାଇବେ ।  ନିଜ ଲୋକମାନେ ବିଶ୍ୱାସଘାତକ କରିପାରନ୍ତି । ଗୁରୁଜନମାନଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଜକନ ପରିସ୍ଥିତି ସୃଷ୍ଟି ହୋଇପାରେ ।
ପ୍ରତିକାର- ଶୁଭତ୍ୱ ପାଇଁ ମହାଦେବଙ୍କର ଦର୍ଶନ କରନ୍ତୁ ।

ମୀନ-  ରାଜନୀତିରେ ଅଗ୍ରଣୀ ଭୂମିକା ନେବେ। ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସା ସାଉଟିବେ । ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମି କ୍ରୟ କରିବା ପାଇଁ  ଯୋଜନା କରିପାରନ୍ତି ।  
ପ୍ରତିକାର- ଶୁଭତ୍ୱ ପାଇଁ ବିଷ୍ଣୁଙ୍କର ଗାୟତ୍ରୀ ପାଠ କରନ୍ତୁ ।

 (ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)