• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର। ତିଥି- ୪ର୍ଥୀ ରାତ୍ରି ୦୮/୨୪/୧୬  ଗତେ ୫ମୀ,  ଚନ୍ଦ୍ର- ଧନୁ ଅହୋରାତ୍ର, ଘାତ ଚନ୍ଦ୍ର- ତୁଳା କୁମ୍ଭ ରାଶିର ଅହୋରାତ୍ର, ଘାତ ବାର - ତୁଳା କୁମ୍ଭ ରାଶିର ପୁଷ୍କର ଦୋଷ -  ମୃତ ବ୍ୟକ୍ତିର ପୁଷ୍କର ଦୋଷ ରାତ୍ର ୦୩/୧୭/୦୯ ଗତେ ୧ ପାଦ- କୁଟୁମ୍ଭହାନି- ତିଳକାଞ୍ଚନ ଦାନ ।

ଶୁଭ ସମୟ- ପ୍ରାତଃ ୦୫/୧୩/୨୯ ରୁ ୦୬/୦୫/୨୭, ଦିବା ୦୯/୩୩/୧୯ ରୁ ୧୧/୧୭/୧୫, ସନ୍ଧ୍ୟା ୦୬/୫୬/୦୧ ରୁ ୦୯/୦୯/୦୩, ରାତ୍ରି  ୦୧/୦୫/୩୭ ରୁ ୦୨/୧୭/୦୮, ରାତ୍ରି ୦୩/୪୫/୧୦ ରୁ ୦୫/୧୩/୧୧

ଅଶୁଭ ସମୟ- ରାହୁ କାଳ- ଦିବା ୦୧/୨୦/୪୧ ରୁ  ୦୨/୫୮/୦୭, ବାର ବେଳା- ଦିବା ୦୪/୩୫/୩୪ ରୁ ୦୬/୧୩/୦୦, କାଳ ବେଳା-ଦିବା ୦୨/୫୮/୦୭ ରୁ ୦୪/୩୫/୩୪, କାଳ ରାତ୍ରି-ରାତ୍ରି୧୧/୪୩/୦୬ ରୁ ୦୧/୦୫/୩୭

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ- ନୂତନ ଯୋଜନାକୁ କାର୍ଯ୍ୟକରୀ କରନ୍ତୁ ନାହିଁ। ପରିବାର କୌଣସି ଭିତରେ କଥାକୁ ନେଇ ମତାନ୍ତର ସୃଷ୍ଟି ହୋଇପାରେ। କର୍ମ କ୍ଷେତ୍ରରେ ଉପରିସ୍ଥ କର୍ମଚାରୀମାନଙ୍କ ସହ କିଛି ବାଦ ବିବାଦ ଉପୁଜିପାରେ।

ପ୍ରତିକାର- ଶୁଭଫଳ ପାଇବା ପାଇଁ ହେଲେ ଲାଲ୍ ରଙ୍ଗର ପୋଷାକ ପରିଧାନ କରନ୍ତୁ।

ବୃଷ- ଅଯଥା ଖର୍ଚ୍ଚ ବୃଦ୍ଧି ହୋଇପାରେ। ପରିବାରରେ ଗୁରୁଜନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିପାରନ୍ତି। ଅତ୍ୟଧିକ ଜିଦ୍ ଯୋଗୁ କୌଣସି କାର୍ଯ୍ୟରେ ଅସଫଳତା ପାଇ ପାରନ୍ତି।

ପ୍ରତିକାର-ଶୁଭତ୍ୱ ପାଇଁ ମହାଲକ୍ଷ୍ମୀଙ୍କର ଆରାଧନା କରନ୍ତୁ।

ମିଥୁନ- ବ୍ୟବସାୟୀମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ମହିଳାମାନେ କରିଥିବା ଆଶା ପୂରଣ ହୋଇପାରେ ।

ପ୍ରତିକାର- ଶୁଭତ୍ୱ ପାଇଁ ଗଣେଶଙ୍କ ଗାୟତ୍ରୀ ପାଠ କରନ୍ତୁ ।

କର୍କଟ - ପୁରାତନ ରୋଗରୁ ଉପଶମ ପାଇବେ । ଭାଙ୍ଗି ଯାଇଥିବା ସମ୍ପର୍କ ପୁନର୍ବାର ଯୋଡି ହୋଇପାରେ। 

ପ୍ରତିକାର- ଶୁଭତ୍ୱ ପାଇଁ ସକାଳୁ ଉଠି ଗୁରୁଜନଙ୍କୁ ପ୍ରଣାମ କରନ୍ତୁ ।

ସିଂହ - ଅନେକ ଦିନରୁ ବାକି ରହିଥିବା କାମକୁ ଆଜି ସମ୍ପୂର୍ଣ୍ଣ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ପଦବୀ ଲାଭ କରି ପାରନ୍ତି । ମହିଳାମାନେ ପୁରାତନ ରୋଗର ପୀଡ଼ା ଅନୁଭବ କରିବେ ।

ପ୍ରତିକାର- ଶୁଭତ୍ୱ ପାଇଁ ମହାମୃତ୍ୟୁଞୟ ମନ୍ତ୍ର ପାଠ କରନ୍ତୁ ।

କନ୍ୟା - ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟ ଲାଭ କରିବେ । ପରିବାର ଭିତରେ  ସୃଷ୍ଟି ହୋଇଥିବା ସମସ୍ୟାକୁ ସମାଧାନ କରିବେ । ମହିଳାମାନେ ଆଭୁଷଣ ପ୍ରିୟ ହେବେ ।

ପ୍ରତିକାର- ଶୁଭତ୍ୱ ପାଇଁ ସବୁଜ ରଙ୍ଗର ପୋଷାକ ପରିଧାନ କରନ୍ତୁ।

ତୁଳା- କରିଥିବା କର୍ମ ପାଇଁ ପ୍ରଶଂସିତ ହୋଇ ପାରନ୍ତି । ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । କୌଣସି ଧର୍ମାନୁଷ୍ଠାନରେ କିଛି ଅଗ୍ରଣୀ ଦାୟିତ୍ୱ ନେଇ ପାରନ୍ତି ।

ପ୍ରତିକାର- ଶୁଭତ୍ୱ ପାଇଁ ମହାଲକ୍ଷ୍ମୀଙ୍କର ଗାୟତ୍ରୀ ପାଠ କରନ୍ତୁ ।

ବିଛା- ପ୍ରତିଶ୍ରୁତି ରକ୍ଷା ନକରିବାରୁ ଅପମାନିତ ହୋଇପାରନ୍ତି। ବ୍ୟବସାୟୀମାନେ କ୍ଷତି ସହି ପାରନ୍ତି। ଛାତ୍ରଛାତ୍ରୀମାନେ ପଢାରେ ମନ ଯୋଗ ରଖି ପାରିବେ ନାହିଁ ।

ପ୍ରତିକାର- ଅଧିକ ଶୁଭତ୍ୱ ବୃଦ୍ଧି ପାଇଁ  ମନ୍ତ୍ର ପାଠ କରନ୍ତୁ ।

ଧନୁ- ପ୍ରତ୍ୟେକଟି କର୍ମରେ ଉଦ୍ୟମରେ ସଫଳତା ପାଇବେ । ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ଶରୀର ସୁସ୍ଥ ରହିବା ସହ ମିଷ୍ଠାନ ଭୋଜନର ଯୋଗ  ବୃଦ୍ଧି ରହିଛି ।

ପ୍ରତିକାର- ଶୁଭତ୍ୱ ପାଇଁ ଗାୟତ୍ରୀ ପାଠ କରନ୍ତୁ ।

ମକର - କରିଥିବା  ଯୋଜନା  ଅନୁସାରେ କର୍ମ କରିପାରନ୍ତି । ମହିଳାମାନେ ଅନ୍ୟକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିପାରିବେ ନାହିଁ । ଛାତ୍ରଛାତ୍ରୀମାନେ ଅଧିକ ସମୟ ଖେଳରେ କଟାଇବେ

ପ୍ରତିକାର- ଅଧିକ ଶୁଭତ୍ୱ ବୃଦ୍ଧି ପାଇଁ କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ ।

କୁମ୍ଭ - ଅର୍ଥଲାଭର ଯୋଗ  ରହିଥିଲେ ମଧ୍ୟ ଅର୍ଥାଭାବକୁ ପୂରଣ କରିବାକୁ ଅସମର୍ଥ ହେବେ । ଘରେ ବୟସ୍କ ବା ଗୁରୁଜନମାନଙ୍କ ସହ  କୌଣସି  କଥାକୁ ନେଇ ମତାନ୍ତର ଦେଖାଦେଇ ପାରେ । ର୍କୋଟ କଚେରୀରେ ରାୟ ଆପଣଙ୍କ ସପକ୍ଷରେ ଆସିପାରେ ।

ପ୍ରତିକାର- ଶୁଭତ୍ୱ ବୃଦ୍ଧି ପାଇଁ  ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ ।

ମୀନ - କର୍ମକ୍ଷେତ୍ରରେ ଉନ୍ନତି କରିବେ। ପୁରୁଣା ବନ୍ଧୁ ବା ବାନ୍ଧବୀଙ୍କର ସହିତ ଦେଖା ହୋଇପାରେ। ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ ।

ପ୍ରତିକାର- ଅଧିକ ଶୁଭତ୍ୱ ବୃଦ୍ଧି ପାଇଁ ହଳଦିଆ ରଙ୍ଗର ପୋଷାକ ପରିଧାନ କରନ୍ତୁ।

 (ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)