Advertisment

Vastu for Ganesh Idols: ଆପଣ ଘରେ ଗଣେଶଙ୍କ ଫଟୋ ରଖିଛନ୍ତି କି, ଯଦି ରଖିଛନ୍ତି କେଉଁଠି ?

ଗଣେଶଙ୍କ ପ୍ରତିମାକୁ ଘରର ଯେକୌଣସି ସ୍ଥାନରେ ରଖିବା ଉଚିତ ନୁହେଁ। ବିଶେଷକରି ବାଥରୁମ କାନ୍ଥରେ ଗଣେଶଙ୍କର ଫଟୋ କିମ୍ବା ପ୍ରତିମା ରଖନ୍ତୁ ନାହିଁ । ଏହା ବ୍ୟତୀତ ଗଣେଶଙ୍କ ପ୍ରତିମାକୁ ଶୋଇବା ଘରେ ମଧ୍ୟ ରଖିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ମତଭେଦ ସୃଷ୍ଟି ହେବା ସହ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନାବଶ୍ୟକ ତିକ୍ତତା ବଢ଼ିଥାଏ।

ଅଦ୍ୟତନ ହୋଇଛି
God

God

Advertisment

ଗଣେଶ ମୂର୍ତ୍ତି ତଥା ଫଟୋକୁ ପୂଜା କଲେ ଘରେ ସୁଖ ଶାନ୍ତି ବିରାଜମାନ କରିଥାଏ ଓ ବାଧାବିଘ୍ନ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ବହୁ ସମୟରେ ପ୍ରିୟଜନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରି ପରିବାର ଲୋକେ ସେମାନଙ୍କୁ ଗଣେଶ ମୂର୍ତ୍ତି ଉପହାର ଦେଇଥାନ୍ତି। ହେଲେ ଏହି ସମୟରେ କିଛି ବାସ୍ତୁ ନିୟମ ମାନିବା ଉଚିତ, ନଚେତ ଉନ୍ନତି ହେବା ପରିବର୍ତ୍ତେ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିପାରେ।

Advertisment

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଗଣେଶଙ୍କ ପ୍ରତିମାକୁ ଘରର ଯେକୌଣସି ସ୍ଥାନରେ ରଖିବା ଉଚିତ ନୁହେଁ। ବିଶେଷକରି ବାଥରୁମ କାନ୍ଥରେ ଗଣେଶଙ୍କର ଫଟୋ କିମ୍ବା ପ୍ରତିମା ରଖନ୍ତୁ ନାହିଁ । ଏହା ବ୍ୟତୀତ ଗଣେଶଙ୍କ ପ୍ରତିମାକୁ ଶୋଇବା ଘରେ ମଧ୍ୟ ରଖିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ମତଭେଦ ସୃଷ୍ଟି ହେବା ସହ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନାବଶ୍ୟକ ତିକ୍ତତା ବଢ଼ିଥାଏ।

ଅଧିକ ପଢ଼ନ୍ତୁ: ଘର ପାଖରେ ଲଗାଇ ଦିଅନ୍ତୁ ଏହି ୫ଟି ଗଛ; କଟିଯିବ ସବୁ ବାସ୍ତୁଦୋଷ

ଭଗବାନ ଗଣେଶଙ୍କ ନୃତ୍ୟରତ ପ୍ରତିମାକୁ କେବେ ବି ଘରେ ରଖନ୍ତୁ ନାହିଁ। ଏହାକୁ ଉପହାର ରୂପେ ମଧ୍ୟ କାହାକୁ ଦିଅନ୍ତୁ ନାହିଁ। ଗଣେଶ ନୃତ୍ୟ କରୁଥିବା ପ୍ରତିମୂର୍ତ୍ତି ଘରେ ରଖିଲେ ଘରେ ଅଯଥାରେ କଳହ ସୃଷ୍ଟି ହୁଏ ବୋଲି ବିଶ୍ୱାସ ରହିଛି। ଯଦି ଏପରି ମୂର୍ତ୍ତିକୁ ଆପଣ କାହାକୁ ଉପହାର ଭାବେ ଦିଅନ୍ତି, ତା’ ହେଲେ ତାଙ୍କ ଜୀବନରେ ମଧ୍ୟ ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି।

Advertisment

ଯଦି ଆପଣ ଗଣପତିଙ୍କ ମୂର୍ତ୍ତିକୁ ଘରେ ରଖିବାକୁ ଯାଉଛନ୍ତି, ତେବେ ବାମ ପାର୍ଶ୍ୱକୁ ଶୁଣ୍ଢ ଥିବା ଗଣପତି ଅଣାଯିବା ଉଚିତ । କାରଣ ଡାହାଣ ପାର୍ଶ୍ୱରେ ଥିବା ଶୁଣ୍ଢ ସହିତ ଗଣେଶଙ୍କୁ ପୂଜା କରିବା ପାଇଁ ବିଶେଷ ନିୟମ ପାଳନ କରିବାକୁ ପଡିଥାଏ ।

ବାସ୍ତୁବିତଙ୍କ ଅନୁଯାୟୀ, ସନ୍ତାନ ଚାହୁଁଥିବା ଦମ୍ପତି ଗଣେଶଙ୍କ ଶିଶୁ ପ୍ରତିମୂର୍ତ୍ତିକୁ ଘରକୁ ଆଣିବା ଉଚିତ। ବିଶ୍ୱାସ କରାଯାଏ ଯେ, ଏହାପରେ ଜନ୍ମିତ ସନ୍ତାନ ପିତାମାତାଙ୍କୁ ଭକ୍ତି କରିଥାନ୍ତି।

Advertisment

ଅନ୍ୟପକ୍ଷରେ, ଯଦି ଚାକିରି କିମ୍ବା ବ୍ୟବସାୟରେ କିଛି ଅସୁବିଧା ଅଛି, ତେବେ ସେଗୁଡିକୁ ଦୂର କରିବା ପାଇଁ ଘରେ ଗଣେଶଙ୍କର ଏକ ପ୍ରତିମା କିମ୍ବା ଫଟୋ ଲଗାଯିବା ଉଚିତ | ଏହା ସମସ୍ୟା ଦୂର କରେ ଏବଂ ଆପଣଙ୍କୁ ସଫଳତା ଆଣିଦିଏ।

ଅଧିକ ପଢ଼ନ୍ତୁ: ଏମିତି ଭୁଲ୍ କରୁଛନ୍ତି କି...ମିତ୍ର ସହ କଳହ ହେବାର ସଂଭାବନା ଅଧିକ

Vastu Tips For Home Vastu Tips In Odia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ