• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅନେକ ହିନ୍ଦୁ ଧର୍ମାବଲମ୍ବି ରାଶି, ନକ୍ଷେତ୍ର ଓ ଗ୍ରହ ଚାଳନ ଆଦି ଉପରେ ଖୁବ୍‌ ବିଶ୍ୱାସ କରିଥାନ୍ତି । ବିଶ୍ୱାସ ରହିଛି ଯେ, ଏହି ମାନଙ୍କ ଦ୍ୱାରା ଆମର ଜୀବନଶୈଳିରେ ପରିବର୍ତ୍ତନ ଆସିଥାଏ । ଜୀବନରେ ଘଟୁଥିବା ଭଲ ମନ୍ଦ ଆଦି ଏହି ଗ୍ରହଚଳନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଏହି କ୍ରମରେ ଜ୍ୟୋତିଶ ଶାସ୍ତ୍ର ଉପରେ ବିଶ୍ୱାସ ରଖୁଥିବା ଲୋକଙ୍କ ପାଇଁ ଆମର ଖବର ।

ଶନିଙ୍କ ବିପରିତ ଗତି ହେତୁ ୫ଟି ରାଶିର ବ୍ୟକ୍ତିଙ୍କ ଜୀବନ ବଢ଼ିପାରେ ସମସ୍ୟା । ପ୍ରାୟ ୧୩୯ ଦିନ ପର୍ଯ୍ୟନ୍ତ ଏହି ସଂକଟ ଦେଖାଦେବ। ଆମେ ସମସ୍ତେ ଜାଣିଛନ୍ତି ଶନି ହେଉଛନ୍ତି ନ୍ୟାୟର ଦେବତା । ତେଣୁ ଶନିଙ୍କ ପ୍ରତି ସମସ୍ତଙ୍କର ଭୟ ରହିଥାଏ । ଲୋକେ ଶନିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅତି ନିଷ୍ଠାର ସହ ତାଙ୍କର ପୂଜାର୍ଚ୍ଚନା କରିଥାନ୍ତି ।

ତେବେ ଏହାରି ଭିତରେ ଏବେ ଶନିଙ୍କ ବିପରିତ ଗତି ଯୋଗୁ ୫ ରାଶି ବ୍ୟକ୍ତିଙ୍କ ଜୀବନରେ ଏବେ ସଂକଟ ଦେଖାଦେବ । ଏହି ରାଶିମାନଙ୍କ ପାଇଁ ଶନିଙ୍କ ବିପରିତ ଗତି ୧୭ ଜୁନ୍‌ଠାରୁ ଆରାମ୍ଭ ହେବ । ଏହାର ପ୍ରଭାବ ନଭେମ୍ବର ୪ ପର୍ଯ୍ୟନ୍ତ ରହିବ ।

ତେବେ ସେହି ରାଶି ଗୁଡ଼ିକ ହେଲା...

କୁମ୍ଭ

୧୭ ଜୁନ୍‌ ରାତି ପ୍ରାୟ ୧୦.୪୮ରୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ଜୀବନରେ ସମସ୍ୟା ଆରମ୍ଭ ହେବ । ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ । ଏହି ସମୟରେ ବିଭିନ୍ନ କ୍ଷେତ୍ରରେ ଆପଣଙ୍କୁ ଅସଫଳତା ମିଳିବାର ସମ୍ଭାବନା ରହିଛି । ଏମିତିକି ଆର୍ଥିକ କ୍ଷତି ସହିପାରନ୍ତି । ଯେଉଁ କାମ କରିବେ ତାହା ଅଧାରୁ ଅଟକିବାର ସମ୍ଭାବନା ରହିଛି ।

ମେଷ

ଏହି ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ସେହି ସମାନ ସମୟ ପର୍ଯ୍ୟନ୍ତ ଶନିଙ୍କ ବିପରିତ ଗତି ଯୋଗୁଁ ସଂକଟ ଆସିବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ମେଷ ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରବଳ ଧନ ହାନୀ ହେବାର ସମ୍ଭାବନା ରହିଛି । ବୈବାହିକ ଜୀବନରେ ସମସ୍ୟା ଦେଖାଦେଇପାରେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ବଢ଼ିବାର ସମ୍ଭାବନା ରହିଛି ।

ବୃଷ

ଏହି ରାଶିର ବ୍ୟକ୍ତିମାନେ ଚାକିରି କ୍ଷେତ୍ରରେ ସମସ୍ୟାରେ ପଡ଼ିପାରନ୍ତି । ସହଯୋଗୀଙ୍କଠାରୁ ଅସହଯୋଗ ପାଇ ଚିନ୍ତାରେ ପଡ଼ିପାରନ୍ତି । ବ୍ୟବସାୟ କରୁଥିବା ଲୋକଙ୍କ କ୍ଷେତ୍ରରେ ମଧ୍ୟ କ୍ଷତି ସହିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ ।

କର୍କଟ

କର୍କଟ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ଆଦୌ ଶୁଭ ସଙ୍କେତ ନୁହେଁ । ଶନି ବିପରିତ ଗତି ଏହି ରଶିର ଲୋକଙ୍କ ପାଇଁ ଆଣିବ ବଡ଼ ସମସ୍ୟା । ଧନ ହାନି ହେବ । ଲୋକଙ୍କ ସହ ଝଗଡ଼ା ହେବାର ସମ୍ଭାବନା ମଧ୍ୟ ରହିଛି । ଚିନ୍ତାଗ୍ରସ୍ତ ରହିବେ । ଯାହା ବି କରିବେ ଆପଣଙ୍କର ଭୁଲ ରହିବ ।

ତୁଳା

ଏହି ରାଶିର ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ ମଧ୍ୟ ଚାକିରି ସମସ୍ୟା ଦେଖାଦେବ । ଚାକିରି କ୍ଷେତ୍ରରେ ସହଯୋଗୀଙ୍କଠାରୁ ଅସହଯୋଗ ପାଇବେ । ତେଣୁ ଅଧିକ ସଚେତନ ରହିବାକୁ ହେବେ । ବ୍ୟବସାୟୀମାନେ ମଧ୍ୟ ସତର୍କ ରହିବାକୁ ହେବ । ନଚେତ କ୍ଷତି ସହିବାର ସମ୍ଭାବନା ରହିଛି ।

କୁମ୍ଭ

ଏହି ରାଶିର ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ, ମାନସିକ ଚିନ୍ତା ବଢ଼ିବ । କ୍ୟାରିୟରକୁ ନେଇ ଅଧିକ ଚିନ୍ତାରେ ରହିବେ । ଯେଉଁ କାର୍ଯ୍ୟ କରିବେ ପ୍ରଥମେ ଅସଫଳତା ମିଳିବାର ସମ୍ଭାବନା ରହିଛି ।