Advertisment

Saturn's Transit Today: ୩୦ବର୍ଷ ପରେ ବିରଳ ସଂଯୋଗ; କାହାକୁ ମିଳିବ ସୂର୍ଯ୍ୟପୂତ୍ରଙ୍କ ଅଜସ୍ର ଆଶିଷ ? ଜାଣନ୍ତୁ...

କାହାକୁ ଅତ୍ୟନ୍ତ ଶୁଭଫଳ ତ କାହାକୁ ଅଶୁଭ ଫଳ ମିଳିବା ନେଇ ଭବିଷ୍ୟବାଣୀ କରିଛନ୍ତି ଜ୍ୟୋତିର୍ବିଦ୍। ଯେଉଁ ରାଶିର ବ୍ୟକ୍ତି ବିଶେଷ ଶନିଙ୍କ ସାଢ଼େ ସାତି କୋପରେ ରହିବେ ସେମାନେ ଏବେ ନ୍ୟାୟ ଦେବତାଙ୍କ ଶରଣରେ।

Saturn's Transit Today

Saturn's Transit Today

Advertisment

ଆଜି ହୋଇଛି ଶନି ଚଳନ। ମୀନ ରାଶିକୁ ଗ୍ରହରାଜଙ୍କ ଚଳନ ହେତୁ ଦ୍ବାଦଶ ରାଶି ମାନଙ୍କ ଉପରେ ରହିବ ଅଲଗା ଅଲଗା ପ୍ରଭାବ। କାହାକୁ ଅତ୍ୟନ୍ତ ଶୁଭଫଳ ତ କାହାକୁ ଅଶୁଭ ଫଳ ମିଳିବା ନେଇ ଭବିଷ୍ୟବାଣୀ କରିଛନ୍ତି ଜ୍ୟୋତିର୍ବିଦ୍। ଯେଉଁ ରାଶିର ବ୍ୟକ୍ତି ବିଶେଷ ଶନିଙ୍କ ସାଢ଼େ ସାତି କୋପରେ ରହିବେ ସେମାନେ ଏବେ ନ୍ୟାୟ ଦେବତାଙ୍କ ଶରଣରେ। ଗ୍ରହ ପୀଡ଼ାରୁ ମୁକ୍ତି ପାଇଁ ଶନି ମନ୍ଦିରରେ ଲାଗିଛି ପ୍ରବଳ ଗହଳି।

Advertisment

ଶନିବାରରେ ଶନି ଚଳନ । ପୁଣି ମୀନ ଅମାବାସ୍ୟା, ୩୦ବର୍ଷ ପରେ ବିରଳ ସଂଯୋଗର ଦିନ । କୁମ୍ଭ ରାଶିକୁ ଛାଡ଼ି ମୀନ ରାଶିକୁ ଚଳୁଛନ୍ତି ଗ୍ରହରାଜ ଶନି । ତେଣୁ ରାଶି ଓ ନକ୍ଷତ୍ର ଉପରେ ବିଶ୍ବାସ ରଖୁଥିବା ବ୍ୟକ୍ତି ବିଶେଷଙ୍କ ମନରେ ଛନକା । ଅଶୁଭ ଦୃଷ୍ଟି ପକାଇବେନି ତ ନ୍ୟାୟର ଦେବତା ? କେଉଁ ରାଶି ହେବେ ଶନିଙ୍କ ସାଢ଼େ ସାତି ପ୍ରଭାବରୁ ମୁକ୍ତ ? କାହାକୁ ମିଳିବ ସୂର୍ଯ୍ୟପୂତ୍ରଙ୍କ ଅଜସ୍ର ଆଶିଷ ?

ଅଧିକ ପଢନ୍ତୁ: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ଜ୍ୟୋତିର୍ବିଦ୍‌ଙ୍କ ମତରେ ବୃଷ, ମିଥୁନ, ତୁଳା, ମକର ରାଶିକୁ ଚନ୍ଦ୍ର ଓ ଶନି ଉଭୟ ଶୁଭ ଦୃଷ୍ଟି ପ୍ରଦାନ କରୁଥିବାରୁ ସେମାନଙ୍କୁ ଅତ୍ୟନ୍ତ ଶୁଭ ଫଳ ମିଳିବ ସେମାନଙ୍କର ଚାକିରିରେ ପ୍ରଦୋନ୍ନତି, ବ୍ୟବସାୟ ଓ ସଂପତ୍ତି ବୃଦ୍ଧି ଓ ମାଲି ମୋକଦ୍ଦମାରେ ବିଜୟ ସହ ଶରୀର ଆରୋଗ୍ୟ ରହିବ। ମେଷ, କନ୍ୟା, ଧନୁ ଓ ମୀନ ରାଶିର ଗୋଚରରେ ଶନି ଅଶୁଭ ଓ ଚନ୍ଦ୍ର ଶୁଭ ଥିବାରୁ ଏମାନଙ୍କୁ ମଧ୍ୟମ ଶୁଭଫଳ ପ୍ରାପ୍ତ ହେବ। ଏମାନଙ୍କୁ ନୂତନ କର୍ମ ସଂସ୍ଥାନ ପ୍ରାପ୍ତ ସହ ଭ୍ରମଣ ଓ ଭୂମି ଲାଭ ଯୋଗ ରହିଛି। ତେବେ କର୍କଟ, ସିଂହ, ବିଛା ଓ କୁମ୍ଭ ରାଶି ମାନଙ୍କର ଗୋଚରରେ ଶନି ଓ ଚନ୍ଦ୍ର ଉଭୟ ଅଶୁଭ ରହୁଥିବାରୁ ସେମାନଙ୍କୁ ଅଶୁଭ ଫଳ ପ୍ରାପ୍ତ ହେବ। ଗ୍ରହ ପୀଡ଼ା ଥିବାରୁ ଏହି ୪ ରାଶିର ବ୍ୟକ୍ତି ବିଶେଷ ଜଗି ରଖି ଚଳିବା ସହ ଶନିଙ୍କୁ ଉପାସନା ସହ ସତ୍ୟ- ନ୍ୟାୟ ପଥରେ ଚାଲିବାକୁ ପରାମର୍ଶ ଦେଇଛନ୍ତି ଜ୍ୟୋତିଷ ଶାସ୍ତ୍ରୀ।

Advertisment

ଯେହେତୁ ମୀନ ରାଶିକୁ ଶନିଙ୍କ ଚଳନ ଫଳରେ ମେଷ, କୁମ୍ଭ ଓ ମୀନ ରାଶିର ବ୍ୟକ୍ତି ବିଶେଷ ଗ୍ରହରାଜ ଶନିଙ୍କ ସାଢେ ସାତି ପ୍ରଭାବରେ ରହିବେ। ସେମାନେ ଏବେ ଶନିଙ୍କ ଶରଣରେ। ଆଜି ସକାଳୁ ଶନି ମନ୍ଦିରରେ ଲାଗିଛି ଭିଡ଼। କଟକର ବାଇମୁଣ୍ଡି ମାର୍ଗସ୍ଥିତ ଶନି ମନ୍ଦିର ହେଉ କି ଭୁବନେଶ୍ବର ବାଣିବିହାର ସ୍ଥିତ ଶନିଙ୍କ ପୀଠ। ନ୍ୟାୟ ଦେବତାଙ୍କୁ ଦର୍ଶନ ସହ ଦୀପ ଦାନ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତ ଆସୁଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଥିବା ହନୁମାନ ଓ ଦେବୀ ମନ୍ଦିରରେ ବି ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି।

Zodiac Signs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ