Advertisment

Prediction for 2025: ଆଉ ଜଣେ ବାବା ଭେଙ୍ଗା: ୨୦୨୫ ପାଇଁ କରିଛନ୍ତି ଭୟଙ୍କର ଭବିଷ୍ୟବାଣୀ

୨୦୨୫ ପାଇଁ ଏପରି ଭୟଙ୍କର ପୂର୍ବାନୁମାନ ସହ ଅନେକ ଭଲ କଥା ମଧ୍ୟ ନିକୋଲସ କହିଛନ୍ତି । ସେ କହିଛନ୍ତି,  ଏହି ବର୍ଷ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ ଧରଣର ପ୍ରଗତି ଆସିବ । ପରିବେଶକୁ ନେଇ ବିପଦ ଏବଂ ରାଜନୈତିକ ଅସ୍ଥିରତା ମଧ୍ୟ ଦେଖା ଦେବ । ତେବେ ନିକୋଲସ କ’ଣ ଭବିଷ୍ୟବାଣୀ କରିଛନ୍ତି, ଆସନ୍ତୁ ବିସ୍ତୃତ ତଥ୍ୟ ଜାଣିବା ।

author-image
Minati Mishra
ଅଦ୍ୟତନ ହୋଇଛି
ନିକୋଲସଙ୍କ ଭବିଷ୍ୟବାଣୀ

ନିକୋଲସଙ୍କ ଭବିଷ୍ୟବାଣୀ

ଭବିଷ୍ୟତ ଅନିଶ୍ଚିତ  । କେହି ଜାଣେନି କାଲି କ’ଣ ଘଟିବ । ତଥାପି କାଲି ଦିନଟି କେମିତି କଟିବ, କ’ଣ ଘଟିବ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା । ହେଲେ ଏ ଭବିଷ୍ୟତ ସମସ୍ତେ ପଢି ପାରନ୍ତିନି  । ଯିଏ ପଢେ ..ଯିଏ ଜାଣେ ସିଏ ଭବିଷ୍ୟବକ୍ତା  ଏମିତି ଜଣେ ଜଣେ ଭବିଷ୍ୟବକ୍ତା ବାବା ଭେଙ୍ଗା, ନଷ୍ଟ୍ରାଡମସ, ଲିଭିଙ୍ଗ ନଷ୍ଟ୍ରାଡମସ ଯିଏ କି ଭବିଷ୍ୟତ କଥା କହି ବେଶ ଲୋକପ୍ରିୟ ।

Advertisment

ଏମାନଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି ଏପରିକି ଆମ ଓଡ଼ିଆରେ ଅଚ୍ୟୁତାନନ୍ଦ ବି ଜଣେ ଭବିଷ୍ୟବକ୍ତା ଯାହାଙ୍କ ମାଳିକାବଚନ ଆଜି ବି ଅନେକ କ୍ଷେତ୍ରରେ ସତ୍ୟ ପ୍ରମାଣିତ ହୋଇଛି,ଏବେ ଆଉ ଜଣେ ଭବିଷବକ୍ତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ୨୦୨୫ ପାଇଁ ଅନେକ ପୂର୍ବାନୁମାନ କରିଛନ୍ତି । ଏହି ଭବିଷ୍ୟବକ୍ତା ହେଉଛନ୍ତି ନିକୋଲସ ଔଜୁଲା । ବୟସ ତାଙ୍କର ୩୮ । ନିକୋଲସ ନିଜକୁ ଭବିଷ୍ୟବକ୍ତା ବୋଲି କହନ୍ତି । ତାଙ୍କ ଭବିଷ୍ୟବାଣୀର ସତ୍ୟତା ଦୁଇ ତିନି ଥର ଲୋକେ ପରଖି ସାରିଛନ୍ତି  ନିକୋଲସ କୋଭିଡ-୧୯ ମହାମାରୀ, ଟ୍ରମ୍ପଙ୍କ ବିଜୟ, ବ୍ଲାକ ଲାଇଭ୍ସ ମ୍ୟାଟର ମୁଭମେଣ୍ଟର ଭବିଷ୍ୟବାଣୀ କରିଥିଲେ । ଏବେ ସେ ୨୦୨୫କୁ ନେଇ ଭୟଙ୍କର ପୂର୍ବାନୁମାନ କରିଛନ୍ତି ।

ନିକୋଲସ କହିଛନ୍ତି, ୨୦୨୫ ମଧ୍ୟଭାଗରେ ତୃତୀୟ ବିଶ୍ୱଯୁଦ୍ଧ ହେବାର ଆଶଙ୍କା ରହିଛି । ଏହି ସମୟରେ ମଣିଷପଣିଆକୁ ଲଜ୍ଜିତ କରିବା ପରି ହିଂସା ଏବଂ ଖରାପ ଘଟଣା ଘଟିପାରେ ବୋଲି ସେ କହିଛନ୍ତି ।

Advertisment

ଲଣ୍ଡନର ଏହି ହିପ୍ନୋଥେରାପିଷ୍ଟ ନିକୋଲସ ସେଠାରେ ଖୁବ ଲୋକପ୍ରିୟ । ତାଙ୍କର ସଠିକ ଭବିଷ୍ୟବାଣୀ ପାଇଁ ବେଶ ନାଁ କମେଇଛନ୍ତି ଲଣ୍ଡନରେ । ସେ କୋଭିଡ-୧୯ ମହାମାରୀର ତ ଭବିଷ୍ୟବାଣୀ କରିଥିଲେ ଯାହା  ସତ ହୋଇଥିଲା  ଏହାବ୍ୟତୀତ ନୋଟ୍ରେ ଡେମ କାଥେଡ୍ରାଲରେ  ନିଆଁ ଲାଗିବା, ବ୍ଲାକ ଲାଇଭ୍ସ ମ୍ୟାଟର ଆନ୍ଦୋଳନ ବିଷୟରେ ମଧ୍ୟ କହିଥିଲେ । ଏସବୁ ମଧ୍ୟ ସତ ପ୍ରମାଣିତ ହୋଇଛି ।

 ୨୦୨୪ରେ ଟ୍ରମ୍ପଙ୍କ ବିଜୟ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ପ୍ରଭାବ ବୃଦ୍ଧି ବିଷୟରେ ମଧ୍ୟ ପୂର୍ବାନୁମାନ କରିଥିଲେ । ବର୍ଷ ଶେଷ ସୁଦ୍ଧା ଏହି ଦୁଇଟି ଯାକ କଥା ମଧ୍ୟ ତାଙ୍କର ସତ୍ୟ ପ୍ରମାଣିତ ହୋଇଛି । ତେଣୁ ନିକୋଲସଙ୍କ ଭବିଷ୍ୟବାଣୀ ପ୍ରତି ଅନେକଙ୍କ ମନରେ ଏକ ବିଶ୍ୱାସ ରହିଛି ।

ଏବେ ୨୦୨୫ ପାଇଁ ବି ନିକୋଲସ ଭବିଷ୍ୟବାଣୀ କରିଛନ୍ତି । ଯଦି ଏହା ସତ ହୁଏତ ତେବେ ଏହି ବର୍ଷ ଖୁବ  ଭୟଙ୍କର ଅନୁଭୂତି ଦେବ । ନିକୋଲସଙ୍କ କହିବା ଅନୁଯାୟୀ, ୨୦୨୫ରେ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ । ଧର୍ମ ଏବଂ ରାଷ୍ଟ୍ରବାଦ ନାମରେ ମାରପିଟ, ହିଂସା ଦେଖାଦେବ । ଭୟଙ୍କର ବର୍ଷା ହେବ ଏବଂ ପ୍ରଳୟଙ୍କରୀ ବନ୍ୟା ଆସିବ । ସମୁଦ୍ର ଜଳ ସ୍ତର ଏତେ ବୃଦ୍ଧି ପାଇବ ଯେ ଅନେକ ସହର ବୁଡିଯିବା ପରି ସ୍ଥିତି ସୃଷ୍ଟି ହେବ । ଦରଦାମ ବୃଦ୍ଧି ମଧ୍ୟ ଆକାଶଛୁଆଁ ହେବ ।

୨୦୨୫ ପାଇଁ ଏପରି ଭୟଙ୍କର ପୂର୍ବାନୁମାନ ସହ ଅନେକ ଭଲ କଥା ମଧ୍ୟ ନିକୋଲସ କହିଛନ୍ତି । ସେ କହିଛନ୍ତି,  ଏହି ବର୍ଷ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ ଧରଣର ପ୍ରଗତି ଆସିବ । ପରିବେଶକୁ ନେଇ ବିପଦ ଏବଂ ରାଜନୈତିକ ଅସ୍ଥିରତା ମଧ୍ୟ ଦେଖା ଦେବ । ତେବେ ନିକୋଲସ କ’ଣ ଭବିଷ୍ୟବାଣୀ କରିଛନ୍ତି, ଆସନ୍ତୁ ବିସ୍ତୃତ ତଥ୍ୟ ଜାଣିବା ।

ତୃତୀୟ ବିଶ୍ୱଯୁଦ୍ଧ: ନିକୋଲସ ଔଜୁଲାଙ୍କ କହିବା ଅନୁଯାୟୀ, ତୃତୀୟ ବିଶ୍ୱଯୁଦ୍ଧ ଚଳିତ ବର୍ଷ ମଧ୍ୟ ଭାଗରେ ଆରମ୍ଭ ହୋଇପାରେ । ୨୦୨୫ ଏମିତି ଏକ ବର୍ଷ ହେବ ଯେଉଁଠି ଦୁନିଆରେ ଦୟା ଭାବ କମ ରହିବ । ଧର୍ମ ଏବଂ ରାଷ୍ଟ୍ରବାଦ ନାମରେ ମଣିଷ ପରସ୍ପର ପ୍ରତି କ୍ରୁର ଆଚରଣ କରିବା ସହ ହିଂସା ପରି ଭୟାବହ ଘଟଣା ଘଟିବ । ତେବେ ଏଠି କହିରଖିବୁ, ତୃତୀୟ ବିଶ୍ୱଯୁଦ୍ଧ କଥା  ନିକୋଲସ ପ୍ରଥମେ କହୁନାହାନ୍ତି, ନଷ୍ଟ୍ରାଡମସ ଏବଂ  ବାବା ଭେଙ୍ଗା ମଧ୍ୟ ଏ ନେଇ ପୂର୍ବାନୁମାନ କରିସାରିଛନ୍ତି  । 

ବ୍ରିଟେନ ପାଇଁ ଖରାପ ସମୟ: ୨୦୨୫ ପାଇଁ ନିକୋଲସ ଔଜୁଲା ରାଜନୀତିକୁ ନେଇ ଯେଉଁ ଭବିଷ୍ୟବାଣୀ କରିଛନ୍ତି ତାହା ବ୍ରିଟେନ ପାଇଁ ଚିନ୍ତାର କାରଣ ହେବ । ବ୍ରିଟେନର ରାଜନୈତିକ ଅସ୍ଥିରତା ଦେଖା ଦେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି, ବ୍ରିଟେନର ପ୍ରଧାନମନ୍ତ୍ରୀ କୀର ଷ୍ଣାର୍ମର ବର୍ଷର ଶେଷରେ ପଦ ଛାଡି ଦେବେ । ଷ୍ଟାର୍ମରଙ୍କ ଜାଗାରେ ବ୍ରିଟେନ ଶାସନଗାଦିରେ ଜଣେ ମହିଳା ବସିବେ ବୋଲି ନିକୋଲସ ଭବିଷ୍ୟବାଣୀ କରିଛନ୍ତି ।

ପ୍ରଳୟଙ୍କରୀ ବନ୍ୟା:ଚଳିତ ବର୍ଷ ପ୍ରଳୟଙ୍କରୀ ବନ୍ୟା ଆସିବ ବୋଲି  ନିକୋଲସ ଆଶଙ୍କା ପ୍ରକାଶ କରିଛନ୍ତି । ଏହାଦ୍ୱାରା ସମୁଦ୍ର ଜଳସ୍ତର ବଢିବ । ପ୍ରବଳ ବର୍ଷା ଏବଂ ଭୟଙ୍କର ବନ୍ୟା କାରଣରୁ ଘର ତଥା ପରିବେଶର ବ୍ୟାପକ କ୍ଷତି ହେବ । ସେ ଆହୁରି କହିଛନ୍ତି, ପ୍ରଳୟଙ୍କରୀ ବନ୍ୟା ଯୋଗୁ ସବୁଆଡେ ହାହାକାର ଖେଳିଯିବ । ନିକୋଲସଙ୍କର ଏହି ଭବିଷ୍ୟବାଣୀ ନଷ୍ଟ୍ରାଡୋମସଙ୍କ ଭବିଷ୍ୟବାଣୀ ସହ ମିଶି ଯାଉଛି । ନଷ୍ଟ୍ରାଡୋମସ ମଧ୍ୟ କହିଛନ୍ତି, ୨୦୨୫ରେ ବିଶେଷ ଭାବେ ବ୍ରାଜିଲରେ ପ୍ରାକୃତିକ ଦୁର୍ବିପାକ ଭୟଙ୍କର ରୂପ ନେଇ ଆସିବ ।

ସେହିପରି ଜଣେ ବ୍ରାଜିଲିଆନ ଧର୍ମଗୁରୁ ଅଥୋସ ସୋଲମ ଯିଏ କି ଲିଭିଂ ନୋଷ୍ଟ୍ରାଡମସ ଭାବେ ପରିଚିତ । ସେ ଜଣେ ପାରାସାଇକୋଲଜିଷ୍ଟ ମଧ୍ୟ । ସେ ୨୦୨୫ରେ ହେବାକୁ ଥିବା ସମ୍ଭାବ୍ୟ ଘଟଣାବଳୀର ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ମଣିଷର ଜେନେଟିକ ପରିବର୍ତ୍ତନ, ଏଆଇର ଭୟଙ୍କର ରୂପ ୨୦୨୫ରେ ଦେଖାଦେବ ବୋଲି ସେ କହିଛନ୍ତି । ଏଥିସହିତ ୨୦୨୫ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଆମନ୍ତ୍ରଣ କରିବ ବୋଲି ସେ ମଧ୍ୟ ଚେତାବନୀ ଦେଇଛନ୍ତି।

Astrological Prediction Nostradamus Predictions Astrology Baba Vanga Predictions
Advertisment
Advertisment