• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

News Highlights

  • ଜାଣିବା ତୁଳା ରାଶି ବିଷୟରେ

ଏହି ରାଶି ଜନ୍ମିତ ବ୍ୟକ୍ତି ଓ ମହିଳା ମାନେ ଅନେକ ଗୁଣରେ ପାରଦର୍ଶିତା ଲାଭ କରିଥାନ୍ତି । ସର୍ବଜନ ପ୍ରିୟ , ମଧୁର ଭାସି , ବହୁମୁଖୀ, ପରିଶ୍ରମୀ, ବୃଦ୍ଧିମନ୍ତ, ଭ୍ରମଣପ୍ରିୟ ହୋଇଥାନ୍ତି । ନିଜର ପ୍ରକୃତ ବିକାଶ ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ଚିତ୍ରା, ସ୍ୱାତୀ, ବିଶାଖା ନକ୍ଷତ୍ରରେ ଏହି ରାଶିର ବ୍ୟକ୍ତି ଓ ମହିଳା ମାନେ ଜନ୍ମ ଗ୍ରହଣ କରିଥାନ୍ତି । ଏହି ରାଶିର ଅଧିପତୀ ଶୁକ୍ରମହାଗ୍ରହ ଅଟନ୍ତି ।

ସ୍ୱାସ୍ଥ୍ୟ:

ଏମାନେ ପ୍ରାୟତଃ ସୁଦୃଶ ଚେହେରା ସଂପର୍ଣ୍ଣ ହୋଇଥାନ୍ତି । ଦୀର୍ଘନାସା, ବିସ୍ତୃତ କପାଳ, ବଳିଷ୍ଠ ମାଂସ ପେଶୀ ଯୁକ୍ତ ଅଟନ୍ତି । ଏମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ଅନେକ ସମୟରେ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ଭୋଗିବାକୁ ପଡିଥାଏ । ଅମ୍ଳବ୍ୟାଧି, ପକ୍ଷାଘାତ, ଯନ୍ତ୍ରଣା, ଚର୍ମରୋଗ, ସ୍ନାୟବିକ, ଦୁର୍ବଳତା, ଜନେନ୍ଦ୍ରିୟ ରୋଗ, ଯକୃତ, ମଧୁମେହ, ମୁତ୍ରାଶୟରେ ଯନ୍ତ୍ରଣା, ଦାମ୍ପତ୍ୟ ମନମାଳିନ୍ୟ, ମାନସିକ ରୋଗ, ପାକସ୍ଥଳୀ ଆଦି ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

ଅଧିକ ପଢ଼ନ୍ତୁ: ଏହି ରାଶିର ବ୍ୟକ୍ତି ଛୋଟ ଛୋଟ କଥାରେ ସଂପର୍କ ଭାଙ୍ଗିଦିଅନ୍ତି...

ଚରିତ୍ର:

ସମସ୍ତ ପରିବେଶ ମଧ୍ୟରେ ଏମାନେ ବସବାସ କରିପାରନ୍ତି । ଅନ୍ୟର ମତାମତକୁ ଏମାନେ ସର୍ବଦା ସ୍ୱାଗତ କରିଥାନ୍ତି । ଅନ୍ୟାୟ ବିରୋଧରେ ଲଢିବା ପାଇଁ ଚେଷ୍ଟା କରିଥାନ୍ତି । ଜଟିଳ ସମସ୍ୟାକୁ ଧର୍ଯ୍ୟର ସହ ମୁକାବିଲା କରିଥାନ୍ତି । ଗୁରୁଜନ , ଦେବତା, ଓ ବ୍ରାହ୍ମଣଙ୍କୁ ସମ୍ମାନ ଦିଅନ୍ତି । ସୁନ୍ଦର ସୁନ୍ଦର ପୋଷାକକୁ ପସନ୍ଦ କରିଥାନ୍ତି । ବେଳେବେଳେ ନିସାଶକ୍ତ ହୋଇ ନିଜକୁ ନିଜେ ନଷ୍ଟ କରିଦିଅନ୍ତି । ଅନ୍ୟାୟକୁ ସହିବା ଏମାନଙ୍କ ପାଇଁ ବିରାଟ ଅପରାଧ ହୋଇଥାଏ ।

ବନ୍ଧୁତା / ଶତୃତା:

ଏମାନେ ସାଧାରଣତଃ ଅତିଭଦ୍ର, ଶିଷ୍ଟ, ସୌଜନ୍ୟଶୀଳ ଓ ହୃଦୟବାନ୍ ହୋଇଥିବାରୁ ସମାଜରେ ସବୁଠାରେ ଆଦରଣୀୟ ହୋଇଥାନ୍ତି । ପରକୁ ଆପଣାର କରି କିପରି ଚଳି ହୁଏ ଏମାନଙ୍କୁ ଭଲ ଭାବରେ ଜଣାଥିବାରୁ ସମସ୍ତେ ୟାଙ୍କୁ ଭଲ ପାଇଥାନ୍ତି । ବନ୍ଧୁତ୍ୱପୂଣ୍ଣ ସଂପର୍କ ସୃଷ୍ଟି କରିବାରେ ଏମାନେ ଧୁରନ୍ଦର ହୋଇଥାନ୍ତି ।

ଶତୃତାକୁ କାବୁ କରିବାରେ ଏମାନେ ସିଦ୍ଧହସ୍ତ ହୋଇଥାନ୍ତି । ଏମାନଙ୍କ ଆଚରଣରେ ଶତୃପକ୍ଷ ନିରବ ରହିଥାନ୍ତି । ଏମାନେ ଏକାକି କାହା ସହ ଶତୃତା କରନ୍ତି ନାହିଁ । ସଦଳବଳ ହୋଇ ଶତୃପକ୍ଷକୁ ଆକ୍ରମଣ କରିଥାନ୍ତି । ବୁଦ୍ଧିବଳରେ ଶତୃର ଅନେକ କ୍ଷତି କରିଥାନ୍ତି ।

କର୍ମ / ବ୍ୟବସାୟ:

ନ୍ୟାୟଧିସ୍ଥ, ଓକିଲ, ବୈଦେଶିକ ବ୍ୟାପାର , ବିଭାଗ, ଆଇନ ସମ୍ବନ୍ଧୀୟ କ୍ଷେତ୍ର, ରେଳବାଇ ଅର୍ଥପରିଚାଳନା ସଂସ୍ଥା , ଔଷଧ ବ୍ୟବସାୟ, ଶିଳ୍ପ ଅନୁଷ୍ଠାନ, ଅଭିନେତା, ଅଭିନେତ୍ରୀ, ଠିକାଦାର, ରାଜନୀତି ଆଦି ବିଭାଗରେ କାର୍ଯ୍ୟରତ ରହି ନିଜର ଜୀବିକା ନିର୍ବାହ କରିଥାନ୍ତି ।

ସୈାନ୍ଦର୍ଯ୍ୟ ପ୍ରସାଧନ ବ୍ୟବସାୟ, ବସ୍ତ୍ର ବ୍ୟବସାୟ, ହୋଟେଲ୍‌, ଫଳ, ମଦ୍ୟ, ପୁସ୍ତକ, ପ୍ରକାଶନ ଓ ବିକ୍ରେତା ଆଦି ବ୍ୟବସାୟରୁ ଲାଭବାନ୍ ହୋଇଥାନ୍ତି ।

ଜୀବନସାଥୀ / ବିବାହ:

ଏମାନେ ଖୁବ୍ ଗୋପନରେ ପ୍ରେମ କରନ୍ତି । ଏମାନେ ଏମାନଙ୍କର ଶରୀରର ସୈାନ୍ଦର୍ଯ୍ୟରେ ବିଶେଷ ରୁଚି ଥିବାରୁ ନିଚ୍ଚ ସ୍ତରର ସ୍ତ୍ରୀ ବା ପୁରୁଷ ମାନଙ୍କ ମଧ୍ୟରେ ସଂପର୍କ ସ୍ଥାପନ କରିଥାନ୍ତି । ବେଳେବେଳେ ଏମାନେ ନିଜର ଜୀବନସାଥୀ ସହ ଅତି ନିର୍ଦ୍ଦୟ ଭାବରେ ବ୍ୟବହାର କରିଥାନ୍ତି ।ଏମାନେ ବହୁତ ଯୁକ୍ତିବାଦୀ ,ତର୍କବୀର ହୋଇଥାନ୍ତି । ପ୍ରତ୍ୟେକ କଥାରେ ଯୁକ୍ତି କରୁଥିବାରୁ ଏମାନଙ୍କର ପ୍ରେମ ଓ ପ୍ରଣୟ ସଂପର୍କ ସୁଦୃଢ ହୋଇପାରେ ନାହିଁ । ମିଥୁନ, କର୍କଟ,ସିଂହ,କନ୍ୟା, ତୁଳା,ମକର ଆଦି ରାଶିର ବ୍ୟକ୍ତି ଓ ମହିଳା ସହ ବିବାହ କଲେ ବୈବାହିକ ଜୀବନ ସୁଖରେ କଟିଥାଏ ।

ଦାମ୍ପତ୍ୟ ଜୀବନ:

କାମାତୁର ମନଭାବ ଯୋଗୁଁ ପର ସ୍ତ୍ରୀ ବା ପୁରୁଷ ସହ ଏମାନେ ଚୋରାରେ ସମ୍ବନ୍ଧ ରଖିଥାନ୍ତି । ନିଜର ଅହଂଭାବ ଯୋଗୁଁ ପତୀ, ପତ୍ନୀଙ୍କ ଭିତରେ ମନମାଳିନ୍ୟ ଘଟିଥାଏ । ସ୍ତ୍ରୀ ବା ସ୍ୱାମୀଙ୍କ ପ୍ରତି ମାତ୍ରାଧିକ ଦୁର୍ବଳତା ରହିଥିବାରୁ ଏମାନେ ପରସ୍ପର ନିକଟତର ହେବା ପାଇଁ ସର୍ବଦା ଚେଷ୍ଟା କରିଥାନ୍ତି ।

ପାରିବାରିକ ଜୀବନ:

ଭାଇଭଉଣୀଙ୍କ ପ୍ରତି ଯେତେ ସ୍ନେହ ପରାୟଣ ହେଲେ ବି ଅନେକ କ୍ଷେତ୍ରରେ ଏସମାନଙ୍କର ସଂପୂର୍ଣ୍ଣ ରୂପେ ଆଦୃତ ହୋଇପାରନ୍ତି ନାହିଁ । ପ୍ରତ୍ୟେକ କଥା ଓ କାର୍ଯ୍ୟରେ ନ୍ୟାୟକୁ ଖୋଜି ବସୁଥିବାରୁ ପରିବାରର ମତ ଗୋଟେ ପଟେ ହେଲା ବେଳେ ଏମାନଙ୍କର ମତ ଅନ୍ୟ ପଟେ ହୋଇଥାଏ । ପିତାମାତାଙ୍କ ପ୍ରତି ଏମାନଙ୍କର ଯଥେଷ୍ଟ ଭକ୍ତିଭାବ ରହିଥାଏ । ଉଭୟ ପୁତ୍ର ଓ କନ୍ୟାର ଜନକ ଓ ଜନନୀ ହୋଇଥାନ୍ତି । ସନ୍ତାନ ମାନେ ସୁଗୁଣ ଯୁକ୍ତ ହେବା ସହ ସମାଜରେ ନାମ କମାଇଥାନ୍ତି ।

ଆର୍ଥିକ ସ୍ଥିତି:

ନିଜ ବୁଦ୍ଧି ବଳରେ ଧନ ଉପାର୍ଜନ କରିବାରେ ସକ୍ଷମ ହୋଇଥାନ୍ତି । ସ୍ୱ-ଅର୍ଜିତ ଧନ ସମ୍ପତି ବୃଦ୍ଧି କରି ଖୁବ୍ ଆନନ୍ଦ ଉଲ୍ଲାସରେ ଜୀବନ ଅତିବାହିତ କରିଥାନ୍ତି । ଅନେକ ଜମି, ଘରବାଡି, ଇତ୍ୟାଦି କିଣିବାରେ ଇଛା ରହିଥାଏ । ନିଜର ସୁନାମ ନିମନ୍ତେ କେତେକ କ୍ଷେତ୍ରରେ ବଦଖର୍ଚ୍ଚ ମଧ୍ୟ କରିଥାନ୍ତି । ବେଳେବେଳେ ନିଶାଦ୍ରବ୍ୟ ଓ ଅତ୍ୟଧିକ କାମନାର ବଶବର୍ତି ହୋଇ ଅଯଥାରେ ଖର୍ଚ୍ଚ କରିଥାନ୍ତି । ଏବଂ ପରେ ଅନୁତାପ କରି ଦୁଃଖ ପ୍ରକାଶ କରିଥାନ୍ତି ।

ଲକ୍ଷ୍ୟପଥ:

ଏମାନଙ୍କର ମୂଳଲକ୍ଷ୍ୟ ଥାଏ ନିଜତ୍ୱ ବା ବ୍ୟକ୍ତିତ୍ୱକୁ ଅନ୍ୟ ନିକଟରେ ନହରାଇବା । ଆଧାତ୍ମିକ କାର୍ଯ୍ୟରେ ମନ ନିବେଶ କରିଥାନ୍ତି । ସମାଜର ଉନ୍ନତି ନିମନ୍ତେ ପ୍ରଚେଷ୍ଟା କରିଥାନ୍ତି । ରାଜନୀତି ଓ କଳା ପ୍ରତି ଯତ୍ନବାନ୍ ହୋଇଥାନ୍ତି। ଅନ୍ୟର ମତକୁ ଶୀଘ୍ର ଗ୍ରହଣ କରିଥାନ୍ତି । ଉପଯୁକ୍ତ ସମୟ ଦେଖି ମତାମତ ରଖିଥାନ୍ତି ।

ଶୁଭ:

ଶୁଭବାର- ବୁଧ, ଶୁକ୍ର

ଶୁଭରଙ୍ଗ- ଧଳା

ଶୁଭସଂଖ୍ୟା-୪, ୬

ଶୁଭରତ୍ନ- ହିରା

ଦେବତା- ମହାଦେବ

ଦେବୀ- ମା କମଳା

ରୁନ୍ଦ୍ରାକ୍ଷ- ଆଠମୁଖୀ

ଅଶୁଭ:

ଘାତବାର- ଗୁରୁବାର

ଘାତଚନ୍ଦ୍ର- ଧନୁ

ଘାତତିଥି- ଚତୁର୍ଥୀ, ନବମୀ, ଚର୍ତୁଦଶୀ

ଘାତ ନକ୍ଷତ୍ର- ଶତଭିଷା