• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଧନୁ ରାଶି ବିଷୟରେ

ଏହି ରାଶିର ବ୍ୟକ୍ତି ବା ମହିଳା ମାନେ ଚତୁର, ବୁଦ୍ଧି, କୈାଶଳୀ, ରାଜନୈତିଜ୍ଞ , କୁଟନୀତିଜ୍ଞ, କପଟଚାରୀ, ମହାମାୟାବୀ, ବହୁରୂପା,ପ୍ରେମାଳାପ, ତର୍କବୀର, ଧର୍ମକାର୍ଯ୍ୟରେ ଉତ୍ସାଦି, ଜନପ୍ରିୟ, ଲୋଭାଶକ୍ତ, କାମାଭିଳାଷୀ, କ୍ରୋଧି, ନାଟ୍ୟସଙ୍ଗୀତ ପ୍ରେମୀ, ପ୍ରାକୃତିକ ସୈାନ୍ଦର୍ଯ୍ୟ ପ୍ରେମୀ,  ଗୁପ୍ତ ପ୍ରେମିକ, ପର ନିନ୍ଦୁକ ହୋଇଥାନ୍ତି । ମୂଳା,ପୂର୍ବ-ଷାଢା, ଉତର-ଷାଢା ନକ୍ଷତ୍ରରେ ଏମାନେ ଜନ୍ମ ଗ୍ରହଣ କରିଥାନ୍ତି । ଏମାନଙ୍କ ନାମର ପ୍ରଥମ ଅକ୍ଷର ଜେ, ଜୋ, ଭ,ଭି,ଗୁ,ଧ,ଫ,ଢ,ଭ ଅକ୍ଷରରୁ ଆରମ୍ଭ ହୋଇଥାଏ ।

ସ୍ୱାସ୍ଥ୍ୟ:

ଏମାନଙ୍କର ଶରୀର ଗଠନ ସୁନ୍ଦର ହୋଇଥାଏ । ଏମାନେ ସାମାନ୍ୟ ମୋଟା । ଏମାନଙ୍କର ଅଙ୍ଗ ପ୍ରତ୍ୟେଙ୍ଗ ଗୁଡିକ ଶକ୍ତ ଓ ମାଂସଳ, ଓଠଟି ପ୍ରାୟତଃ ମୋଟା । ମୁଣ୍ଡଟି ବଡ , ଛାତି ଭାଗ ପ୍ରଶସ୍ତ, ଗ୍ରିବା ଦେଶ ସାଧାରଣତଃ ମୋଟା ହୋଇଥାଏ । ଏମାନେ ଦିନେନା ଦିନେ ଦୁର୍ଘଟଣାରେ ପଡି କଷ୍ଟ ଭୋଗିଥାନ୍ତି । ସଂଯମ ହିନତା ଯୋଗୁଁ ଏମାନେ କେତେକ ରୋଗରେ ପଡିପାରନ୍ତି । ଯକୃତ ଜନିତ ରୋଗ, ବ୍ରୋକାଇଣ୍ଟିସ୍, ହାର୍ନିଆ, ଜଣ୍ଡିସ୍‌, ଅତ୍ୟଧିକ ମୋଟାପଣ, କଫ ଜନିତ ରୋଗ, ଅଗ୍ନିମାଦ୍ୟ, ମସ୍ତିକ ଜନିତ ରୋଗ , ପାଦ ଓ ମାଂସ ପେଶୀ ଜନିତ ରୋଗ ଭୋଗିଥାନ୍ତି ।

ଚରିତ୍ର:

ଏମାନେ ବଚନ ମଧୁର କହି ବା ମୁହଁରେ ମିଠାମିଠା କଥା କହି ହୃଦୟରେ ହଳାହଳ ବିଷ ଧାରଣ କରିଥାନ୍ତି । ଏମାନଙ୍କର ମାୟାରେ ହଠାତ୍ କେହି ପ୍ରବେଶ କରିପାରନ୍ତି ନାହିଁ । ଗର୍ବ ଓ ଅହମଭାବ ଓ ଜିଦ୍ ଘୋର ଏମାନଙ୍କର ସବୁଠାରୁ ଦୁର୍ଗୁଣ ଅଟେ । ପରିଷ୍କାର ,ପରିଛନ୍ନତା ଓ ନୂଆ ନୂଆ ବସ୍ତ୍ର ପରିଧାନ ଓ ପ୍ରସାଧନ ସାମଗ୍ରୀ ପ୍ରତି ଏମାନଙ୍କର ଅହେତୁକ ଦୁର୍ବଳତା ଥାଏ । ଏମାନେ ଖୋସାମତ ଓ ଚାଟୁ କଥାକୁ ଅଧିକ ପସନ୍ଦ କରିଥାନ୍ତି । ଏମାନଙ୍କୁ ସହଜରେ ବିଶ୍ୱାସ କରିହୁଏ ନାହିଁ । ସୁସ୍ୱାଦ ଖାଦ୍ୟ ଓ ନିଶା ଦ୍ରବ୍ୟ ପାଇଁ ଏମାନଙ୍କର ଦୁର୍ବଳତା ପ୍ରକାଶ ପାଇଥାଏ ।

ବନ୍ଧୁତା / ଶତୃତା:

ଏମାନଙ୍କର ଅନ୍ତର ଆତ୍ମା ଯାହା ସହ ମିଶିଗଲା ସେମାନେ ତାଙ୍କୁ ସେମାନଙ୍କ ବନ୍ଧୁରୂପେ ଗ୍ରହଣ କରିଥାନ୍ତି । ବେଳେବେଳେ ଅପ୍ରିୟ ସତ କଥା କହି ଅନେକ କ୍ଷେତ୍ରରେ ସ୍ପଷ୍ଟବାଦୀ ହେବାର ଦେଖାଇଥାନ୍ତି । ଯାହା ସହ ବନ୍ଧୁତା କରିଥାନ୍ତି, ସେହି ବନ୍ଧୁତ୍ୱ ଫାସରେ ଆବଦ୍ଧ ହୋଇ ରହିଥାନ୍ତି । ତେଣୁ ଏମାନଙ୍କର ବହୁ କମ୍ ଓ ଚିରସ୍ଥାୟୀ ବନ୍ଧୁ ରହିଥାନ୍ତି । ଏମାନେ ସାଧାରଣତଃ ଭୟାଳୁ ହୋଇଥାନ୍ତି । କାହା ସହ ଶତୃତା କରିବା ପାଇଁ ଏମାନଙ୍କ ମନରେ ବହୁତ ଭୟ ରହିଥାଏ । ଶତୃଠାରୁ କାଳେ ହାରି ଯିବେ, ସେମାନେ ହିଂସ୍ର ଆଚରଣ ଓ ଦୁଃସାହସିକତାର ଅଭିନୟ କରିଥାନ୍ତି । ଏମାନେ ପ୍ରତ୍ୟକ୍ଷରେ କିଛି କରି ନପାରିଲେ ମଧ୍ୟ ପରୋକ୍ଷରେ ବହୁତ କ୍ଷତି କରିଥାନ୍ତି । ଶତୃପକ୍ଷଙ୍କ ସହ ମତାନ୍ତର ଓ ମନାନ୍ତର ପାଇଁ ଏମାନେ ଅଧର୍ଯ୍ୟ ହୋଇପଡନ୍ତି ।

କର୍ମ / ବ୍ୟବସାୟ:

ଓକିଲାତି, ଶିକ୍ଷକ, ଅଧ୍ୟାପକ, ଧର୍ମଯାଜକ, ପୁରୋହିତ କର୍ମ , ଜ୍ୟୋତିଷ, ତାନ୍ତ୍ରିକ, ଦେବତ୍ୱର ବିଭାଗ, ଆର୍ଥୀକ ବିଭାଗ, ମନ୍ତ୍ରୀ , ଦାର୍ଶନିକ, ଆଦି କର୍ମରୁ ଜୀବିକା ନିର୍ବାହ କରିଥାନ୍ତି ।

ପୁସ୍ତକ ବିକ୍ରେତା, ସାମ୍ବାଦିକତା, ଛାପାଖାନା, ପତ୍ରପତ୍ରିକା ସମ୍ପାଦନା, ତେଜରାତି ଦୋକାନ, ଟିଣ ବ୍ୟବସାୟ, ସୁନାରୂପା ବ୍ୟବସାୟ, କୃଷି ଜାତ ବ୍ୟବସାୟରୁ ଲାଭବାନ୍ ହୋଇଥାନ୍ତି ।

ଜୀବନସାଥୀ / ବିବାହ:

ଏମାନେ ସାଧାରଣତଃ କଠୋର ମନଭାବର ହୋଇଥାନ୍ତି । ଜୀବନସାଥୀଙ୍କ ସହ ଅନେକ କ୍ଷେତ୍ରରେ ମତାନ୍ତର ମନାନ୍ତର ହୋଇଥାନ୍ତି । ତଥାପି ଯୈାନ ଜୀବନରେ ସାର୍ଥକତା ପାଇଁ ଜୀବନସାଥୀଙ୍କ ସହ ବୁଝାମଣା କରିଥାନ୍ତି ।

ଏମାନେ ଅତ୍ୟଧିକ କାମ ପ୍ରବଣ ହୋଇଥିବାରୁ ସ୍ଥାନ, କାଳ, ପାତ୍ର ବିବେଚନା କରିପାରନ୍ତି ନାହିଁ। ଏଥିପାଇଁ ସବୁଆଡେ ନିନ୍ଦିତ ଓ ଅପମାନିତ ହୋଇଥାନ୍ତି । ଏମାନଙ୍କର ମେଷ, କର୍କଟ, ସିଂହ, କନ୍ୟା,ବିଛା, ଧନୁ, କୁମ୍ଭ ଓ ମୀନ ରାଶି ସହ ବିବାହ କରିଲେ ବୈବାହିକ ଜୀବନ ସୁଖରେ କଟିଥାଏ ।

ଦାମ୍ପତ୍ୟ ଜୀବନ:

ଏମାନଙ୍କ ଦାମ୍ପତ୍ୟ ଜୀବନ ମତାନ୍ତର ମନାନ୍ତର ଦେଇ ଗତି କରିଥାଏ । ଚଞ୍ଚଳ ମନ ଉଦବେଗ ଚିତ୍ତ ଓ ରତିକ୍ରିୟାରେ ସର୍ବଦା ମନ ରଖିଥିବାରୁ ଅଶାନ୍ତିରେ ସମୟ କଟାଇବାକୁ ପଡିଥାଏ । ଏହି ରାଶିର ବ୍ୟକ୍ତି ମାନେ ପ୍ରତିଦିନ ନୂଆ ନୂଆ ଶଯ୍ୟାସଙ୍ଗୀନୀ ଖୋଜି ବୁଲନ୍ତି । ଏଥିପାଇଁ ଅନେକ ସ୍ଥାନରେ ନାରୀ ମାନଙ୍କଠାରୁ ଅପମାନିତ ହୋଇଥାନ୍ତି । ବେଳେବେଳେ ଏମାନଙ୍କ ମନରେ ସଂସାର ପ୍ରତି ବୈରାଗ୍ୟ ମନଭାବ ଆସୁଥିବାରୁ ଶେଷ ଜୀବନରେ ଏମାନେ ସନ୍ୟାସ ବ୍ରତ ଗ୍ରହଣ କରିବା ଅସମ୍ଭବ ନୁହେଁ ।

ପାରିବାରିକ ଜୀବନ:

ଏମାନେ ଜ୍ଞ୍ୟାନୀ, ସହୋଦର, ଓ ନିକଟ ସମ୍ପର୍କୀୟ ମାନଙ୍କ ପ୍ରତି ଇର୍ଷା କରିଥାନ୍ତି । ଅନେକ ସମୟରେ ଅନ୍ୟ ପ୍ରତି ଇର୍ଷା ପରାୟଣ ହୋଇ ନିଜର କ୍ଷତି କରିଥାନ୍ତି । ଯାହା ଫଳରେ ପରିବାରରେ ଅସନ୍ତୋଷ ମାତ୍ରା ଅଧିକ ଦେଖା ଯାଇଥାଏ । ଛୋଟ କଥାକୁ ନେଇ ବିରାଟ ଭାବରେ ଚିନ୍ତା କରିଥାନ୍ତି । ଘଟଣା ଗୁଡିକୁ ମନରେ ଲୁଚାଇ ରଖୂୁଥିବାରୁ ଅଧିକ ଦୁଶ୍ଚିନ୍ତାରେ ପଡିଥାନ୍ତି ।

ଆର୍ଥିକସ୍ଥିତି:

ଏମାନେ ପିତୃ ଅର୍ଜିତ ସମ୍ପତି କ୍ଷେତ୍ରରେ ଖୁବ୍ ଲାଭବାନ୍ ହୋଇଥାନ୍ତି । ଅନେକ ସଂସାର ଦାୟିତ୍ୱରେ ଥାଇ ଅନେକ ଅର୍ଥ ଉପାର୍ଜନ କରିଥାନ୍ତି । ବେଳେବେଳେ ବିପଦପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ହୋଇ ଲଟେରି ବା ଜୁଆ ଖେଳରେ କିଛି ସଞ୍ଚିତ ଅର୍ଥ ଖର୍ଚ୍ଚ କରିଥାନ୍ତି ।

ଲକ୍ଷପଥ:

ଅବାନ୍ତର ଯୁକ୍ତି କରି ଏମାନେ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇଥାନ୍ତି । ଯେକୈାଣସି ପ୍ରତିବନ୍ଧକକୁ ଭୟ ନକରି ନିଜ ମନ ଓ ବିବେକର ନିର୍ଦ୍ଦେଶରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଚେଷ୍ଟା କରିଥାନ୍ତି । ପରିଣତ ବୟସରେ ସମାଜରେ ସଂସ୍କାର ଆଣିବା ୟାଙ୍କର ମୂଳଲକ୍ଷ୍ୟ ହୋଇଥାଏ ।

ଶୁଭ:

ଶୁଭବାର- ରବି, ସୋମ, ଗୁରୁ

ରଙ୍ଗ- ହଳଦିଆ

ସଂଖ୍ୟା- ୩

ରତ୍ନ- ପିତପୋଖରାଜ୍‌

ଦେବତା- ବିଷ୍ଣୁଙ୍କ ବାମନ ଅବତାର

ଦେବୀ – ମା ଉଗ୍ରତାରା

ରୁଦ୍ରାକ୍ଷ- ଦଶମୁଖୀ

ଅଶୁଭ:

ଘାତବାର- ଶୁକ୍ର

ଚନ୍ଦ୍ର- ମୀନ

ତୀଥି- ତୃତୀୟା, ଅଷ୍ଟମୀ, ତ୍ରୟଦଶୀ

ନକ୍ଷତ୍ର- ଦ୍ୱଜା