ଆପଣଙ୍କ ଜନ୍ମ ତାରିଖ କେବେ ? ଯଦି ୩, ୧୩, ୨୧ କିମ୍ବା ୩୦ରେ, ତାହାଲେ ଖୁସି ହେବାର ମୁହୂର୍ତ୍ତ । ଜନ୍ମ ତାରିଖ ଯଦି ୩ ମୂଳାଙ୍କ ତେବେ ଜାଣନ୍ତୁ ଆପଣଙ୍କର ଏହି ବର୍ଷଟି ଖୁବ ଭଲରେ କଟିବ । ଆସନ୍ତୁ ଜାଣିବା, ୨୦୨୫ କେତେ ଭଲ ଫଳ ନେଇ ଆସିଛି ? କି ପ୍ରକାର ଖୁସି ଆପଣଙ୍କୁ ଭେଟି ଦେବ ।
ଜ୍ୟୋତିଷଶାସ୍ତ୍ରବିଦଙ୍କ କହିବା ଅନୁସାରେ, ୦୩ ମୂଳାଙ୍କ ସ୍ୱାମୀ ଗ୍ରହ ହେଉଛନ୍ତି ବୃହସ୍ପତି । ବୃହସ୍ପତିଙ୍କ ଦ୍ୱାରା ପ୍ରଭାବିତ ବ୍ୟକ୍ତି ବହୁତ ପ୍ରଭାବଶାଳୀ ହୋଇଥାନ୍ତି ।୨୦୨୫ ର ସଂଖ୍ୟାକୁ ମିଶାଇଲେ ୯ ହେଉଛି । ୯ ସଂଖ୍ୟାର ସମ୍ପର୍କ ମଙ୍ଗଳ ସହ ରହିଛି । ଯିଏ କି ଶକ୍ତି, ସାହସ ଏବଂ ଧନର କାରକ ଅଟନ୍ତି । ଏଥିସହିତ ମଙ୍ଗଳ-ଗୁରୁ ମିତ୍ର ଅଟନ୍ତି । ତେଣୁ ମୂଳାଙ୍କ ୩ ଥିବା ଲୋକମାନେ ବ୍ୟବସାୟ, ଚାକିରୀ, ପ୍ରଫେସନ ଆଦି କ୍ଷେତ୍ରରେ ପୂର୍ବାପେକ୍ଷା ୨୦୨୫ରେ ଅଧିକ ସଫଳତା ପାଇବେ । ପାରିବାରିକ ଜୀବନରେ ମଧ୍ୟ ଉନ୍ନତି ହେବ ଏବଂ ଉତ୍ସାହପୂର୍ଣ୍ଣ ରହିବ । ଛାତ୍ରଛାତ୍ରୀମାନେ ସେମାନଙ୍କର ଦକ୍ଷତା ଏବଂ ପରିଶ୍ରମରେ ଆଗରେ ରହିବେ ।
Also Read
ଶୁଭଦିନ-ଏହି ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ପାଇଁ ୩, ୧୩, ୨୧, ୩୦ ତାରିଖ ଶୁଭ ରହିବ । ବୃହସ୍ପତି ମେ’ ୧୪ରୁ ଅକ୍ଟୋବର ୧୮ ଯାଏ ମିଥୁନ ରାଶିରେ ରହିବେ । ଗୁରୁ ଅକ୍ଟୋବର ୧୮ରୁ ଡିସେମ୍ବର ୫ ଯାଏ କର୍କଟ ରାଶିରେ ଉଚ୍ଚରେ ବିରାଜିତ ହେବେ ।
ବ୍ୟବସାୟ ଏବଂ ସ୍ୱାସ୍ଥ୍ୟ: ଆର୍ଥିକ ମାମଲା ଦୃଷ୍ଟିରୁ ଦେଖିଲେ ଏହି ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ପାଇଁ ଏହି ବର୍ଷ ଖୁବ ଭଲ ରହିବ । କହିବାକୁ ଗଲେ ୨୦୨୫ ଆପଣଙ୍କ ପାଇଁ ଖୁବ ଭଲ ପରିଣାମ ଦେବ । ତେବେ ଦେଖାଶୁଣା କଥା ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ନାହିଁ । ଏଥିସହିତ କାଗଜପତ୍ର କାମ ସାବଧାନତାର ସହ କରିବାର ଆବଶ୍ୟକତା ରହିଛି । ବେଳେବେଳେ ବରିଷ୍ଠ ମାନଙ୍କର କଥା ଶୁଣିଲେ ଏହା ‘ସୋନେ ପେ ସୁହାଗା’ ପରି କାମ କରିବ । ଯଦି କାହାକୁ ଟଙ୍କା ଧାର ଦେଇଛନ୍ତି ତେବେ ତାହା ଖୁସି ଖୁସିରେ ଫେରି ଆସିବ । ବଜାରରେ ଆପଣଙ୍କର ସମ୍ପର୍କ ଆହୁରି ମଜବୁତ ହେବ । ବିଜ୍ଞାପନ, ଏରୋନଟିକ୍ସ, ସ୍ପୋର୍ଟସ, ଆସେସରିଜ, ଗେମିଂ, ଆଡଭେଞ୍ଚର ଜୋନ, ମେଡିକାଲ, ମିଡିଆ, କୃଷି ସମ୍ପର୍କିତ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଭାଗ୍ୟ ୨୦୨୫ରେ ଉଜ୍ଜ୍ୱଳ ହେବ । ବ୍ୟକ୍ତିଗତ ବ୍ୟବସାୟ ପାଇଁ ମଧ୍ୟ ଅଧିକ ଅର୍ଥ ଉପାର୍ଜନ କରିବା ସହଜ ହେବ ।
ଚାକିରୀ ଏବଂ ବୃତ୍ତଗତ ଜୀବନ
୨୦୨୫ରେ ଏମିତି ବହୁତ ଅବସର ଆସିବ ଯେଉଁଠି ଆପଣଙ୍କୁ ଧୈର୍ଯ୍ୟର ସହ କାମ କରିବାକୁ ପଡିବ । ଏହି ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ଭାଗ୍ୟ ୨୦୨୫ରେ ଏକ ପ୍ରକାର ଚମକି ଉଠିବ । ଅନେକ ଅସମ୍ପୂର୍ଣ୍ଣ କାମ ଆପେ ଆପେ ସମ୍ପୂର୍ଣ୍ଣ ହୋଇଯିବ । କ୍ୟାରିଅର ଦୃଷ୍ଟିରୁ ଦେଖିଲେ, ଆପଣଙ୍କ ପାଇଁ ବର୍ଷର ଆରମ୍ଭରୁ ହିଁ ବୃତ୍ତିଗତ ଜୀବନର ସଫଳତା ଉପରମୁହାଁ ହେବ । ଖୁବ ପ୍ରଶଂସା ଏବଂ ସମ୍ମାନ ପାଇବେ । ଯଦି ଚାକିରୀ ବଦଳାଇବାକୁ ଚାହୁଁଥିବେ, କିନ୍ତୁ ପର ମୁହୂର୍ତ୍ତରେ ଭାବୁଥିବେ ଏହି ସମୟ ଚାକିରୀ ବଦଳାଇବା ପାଇଁ ଠିକ ନୁହେଁ ଆଉ ଏହା ଭାବି ନିଷ୍ପତ୍ତିରୁ ଓହରି ଯାଉଥିବେ, ତେବେ ଜାଣନ୍ତୁ ଏହା ଆପଣଙ୍କ ଭବିଷ୍ୟତ ପାଇଁ ଖୁବ ଭଲ ହେବ । କୌଣସି ସରକାରୀ କର୍ମଚାରୀଙ୍କ ସହ ଆପଣଙ୍କର ବିବାଦ ହୋଇପାରେ । କିନ୍ତୁ ଧୈର୍ଯ୍ୟର ସହ କାମ କରନ୍ତୁ । ଚଳିତବର୍ଷ ଆପଣଙ୍କ ପାଖରେ ଦାୟିତ୍ୱ ସମ୍ପୂର୍ଣ୍ଣ କରିବା ପାଇଁ ଏକ ପ୍ରକାର ଅଲଗା ଉତ୍ସାହ ଦେଖିବାକୁ ମିଳିବ ।
ପାରିବାରିବ ଜୀବନ, ପ୍ରେମ ସମ୍ପର୍କ କେମିତି ରହିବ
୨୦୨୫ରେ ଦାନ, ପୁଣ୍ୟ, ଧାର୍ମିକ ଯାତ୍ରା ତଥା ଧାର୍ମିକ କାର୍ଯ୍ୟକଳାପ ସହ ଜଡିତ ହେବାକୁ ଏହି ତାରିଖରେ ଜନ୍ମିତ ବ୍ୟକ୍ତି ଅଧିକ ପସନ୍ଦ କରିବେ । ଆପଣ ବରିଷ୍ଠ, ପରିବାରର ଗୁରୁଜନ ଏବଂ ଧାର୍ମିକ ବ୍ୟକ୍ତିଙ୍କ ସହ ଯୋଡି ହୋଇ ସେମାନଙ୍କଳ ମାର୍ଗଦର୍ଶନ ଅନୁସାରେ କାମ କରିବେ । ଏପରି ସ୍ଥିତିରେ ଆପଣଙ୍କର ଉନ୍ନତି ହେବ ଏବଂ ସଫଳତା ମିଳିପାରିବ । ଆପଣଙ୍କର ପାରିବାରିକ ଜୀବନ, ପ୍ରେମ ଏବଂ ସମ୍ପର୍କ ବିଷୟରେ କହିଲେ, ଏହି ବର୍ଷର ଆରମ୍ଭରୁ ହିଁ ପରିବାରରେ ଖୁସିର ମାହୋଲ ଦେଖି ପାରିବେ । ଏହା ବର୍ଷର ପ୍ରଥମ ୬ମାସ ଯାଏ ଲାଗି ରହିବ । ବର୍ଷର ମଝି ସମୟରେ ପରିବାରରେ କିଛି ମନୋମାଳିନ୍ୟ ଦେଖା ଦେଇପାରେ । ଯେଉଁଥିରେ ସମ୍ପର୍କରେ ଫାଟ ସୃଷ୍ଟି ହେବା ଆଶଙ୍କାକୁ ବି ଏଡାଇ ଦିଆଯାଇ ନପାରେ । ତେବେ ଆପଣଙ୍କୁ ଏହି ପରିସ୍ଥିତିକୁ ଧୈର୍ଯ୍ୟର ସହ ସାମ୍ନା କରିବାକୁ ପଡିବ । ଏହି ସମୟରେ ପରିବାର ମଧ୍ୟରେ ପରସ୍ପର ସହ ତାଳମେଳ କମ ରହିବ ।
ଛାତ୍ରଛାତ୍ରୀଙ୍କ ପାଇଁ କେମିତି ରହିବ
ଏହି ତାରିଖରେ ଜନ୍ମିତ ପିଲାମାନଙ୍କ ପାଇଁ କ୍ୟାରିୟର ବଢାଇବାର ବର୍ଷ ହେବ ୨୦୨୫ । ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ଭଲ ରହିବ । କିଛି ନୂଆ କୋର୍ସ କିମ୍ବା ପଢାପଢି ସମ୍ପର୍କିତ କିଛି ସ୍ୱତନ୍ତ୍ର ପାଠ ପାଇଁ ୨୦୨୫ ଖୁବ ଭଲ ରହିବ । ମେଡିକାଲ, ମ୍ୟୁଜିକ, ଲାଙ୍ଗୁଏଜ, ମିଡିଆ, ଏଜୁକେଶନ, ଇଞ୍ଜିନିୟରିଂ ସହ ଜଡିତ ଛାତ୍ରାଛାତ୍ରୀ ନିଜର ତ୍ରୁଟି ସୁଧାରିବା ଲାଗି ଚେଷ୍ଟା କରିବେ । ଏହା ଆପଣଙ୍କୁ ନିଜ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଦେବ । ଚଳିତ ବର୍ଷ ସ୍ପୋର୍ଟସ, ମିଟ୍, ସ୍କୁଲ କିମ୍ବା କଲେଜ ସ୍ତରରେ ଫଙ୍କସନ, କୋ କରିକୁଲାର ଆକ୍ଟିଭିଟିରେ ଆଗରେ ରହିବେ ଯାହା ଆପଣଙ୍କ ଉତ୍ସାହକୁ ଶୀର୍ଷରେ ପହଞ୍ଚାଇ ଦେବ ।
ସ୍ୱାସ୍ଥ୍ୟ ଓ ଭ୍ରମଣ
୨୦୨୫ ବର୍ଷ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏବଂ ଭ୍ରମଣ ଦୃଷ୍ଟିରୁ ବେଶ ଉତ୍ସାହଜନକ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ମେଡିଟେସନ ଏବଂ ବ୍ୟାୟାମ ପ୍ରତିଥିବା ଆପଣଙ୍କର ଅଭ୍ୟାସ ସେହି ବୟସର ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ । ଛୋଟମୋଟ ଦୁର୍ଘଟଣା, ଚାପକୁ ଛାଡିଦେଲେ ପୂରା ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ତେବେ ଯାନବାହନ ସାବଧାନତାର ସହ ଚଲାଇବେ । ବ୍ୟବସାୟ ଏବଂ ପରୀକ୍ଷା ପାଇଁ ଯଦି ବାହାରକୁ ଯାଉଛନ୍ତି ତେବେ ନିଶ୍ଚିତ ସଫଳତା ମିଳିବ । ତେବେ ଯିବାବେଳେ ଅଭିଭାବକଙ୍କ ଆଶୀର୍ବାଦ ନେବାକୁ ଭୁଲିବେ ନାହିଁ । ସମୟ ବାହାର କରି ମିତ୍ରମାନଙ୍କ ସହ ଭ୍ରମଣରେ ଯାଇ ପାରନ୍ତି ।
୨୦୨୫ରେ ଯଦି ବି କିଛି ଖରାପ ସ୍ଥିତି ଆପଣଙ୍କ ପାଇଁ ଆସେ ତେବେ ଏହାର ଉପାୟ ମଧ୍ୟ ରହିଛି । ଏହି ଉପାୟ ଅବଲମ୍ବନ କଲେ ବିପଦ ହୁଏତ ଆପଣଙ୍କର ବିଶେଷ କ୍ଷତି କରି ନ ପାରେ ।
ପ୍ରଥମତଃ ଗୁରୁବାର ଏବଂ ପୂର୍ଣ୍ଣମୀରେ ବ୍ରତ କରିବେ । ଭଗବାନ ବିଷ୍ଣୁଙ୍କ ଉପାସନା କରି ବିଷ୍ଣୁ ସହସ୍ରନାମ ପାଠ କରିବେ । ୨ୟରେ କଦଳୀ ଗଛକୁ ପୂଜା କରିବେ ଏବଂ ଚଣା ଡାଲି ଅର୍ପଣ କରିବେ । ତୃତୀୟରେ ଘରେ ଗୁରୁ ଯନ୍ତ୍ର ସ୍ଥାପିତ କରି ଧୂପ-ଦୀପ ଦେଇ ହଳଦୀ ମାଳାରେ ‘ଓଁ ବୃଂ ବୃହସ୍ପତେ ନମଃ’ ମନ୍ତ୍ର ଜପ କରିବେ । ୨୧ ଗୁରୁବାର ହଳଦିଆ ବସ୍ତୁ ଦାନ କଲେ ଆପଣଙ୍କର ମଙ୍ଗଳ ହେବ ।