• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

News Highlights

  • ସାପ୍ତାହିକ ରାଶିଫଳ

ମେଷ:

ବ୍ୟବସାୟରେ ଉନ୍ନତି ଘଟିବ। କର୍ମ କ୍ଷେତ୍ରରେ ସଫଳତା ମିଳିପାରେ । ପାରିବାରିକ ଜୀବନରେ ଉତ୍ସାହ ଓ ପ୍ରେରଣା ମିଳିବ। ଚାକିରିରେ ସହକର୍ମୀମାନେ ସହଯୋଗ କରିବେ। ବିଶ୍ୱାସୀ ଲୋକମାନେ ଧୋକା ଦେଇପାରନ୍ତି। ଦୈନିକ ରୋଜଗାର କ୍ଷତିଗ୍ରସ୍ତ ହେବ। ବନ୍ଧୁ ବିବାଦ ଦେଖାଦେବ। ମହିଳା ମାନେ ଚିନ୍ତିତ ରହିବେ । ଶାରୀରିକ ଅସୁସ୍ଥତା ଦେଖାଦେବ। ହଠାତ୍ ଉପୁଜୁଥିବା କ୍ରୋଧକୁ ଆୟତରେ ରଖନ୍ତୁ। ଛାତ୍ରଛାତ୍ରୀ ମାନେ ଅଧିକ ପରିଶ୍ରମ କରିଲେ ମଧ୍ୟ ମଧ୍ୟମ ଧରଣର ଫଳ ପାଇବେ ।

ପ୍ରତିକାର ପାଇଁ – ଓଁ କ୍ରାଂ କ୍ରୀଂ କୌ ସଃ ଭୌମାୟ ନମଃ

ବୃଷ:

ନୂତନ ଗୃହ ନିର୍ମାଣର ସୁଯୋଗ ଆସିବ । ମାଲିମକନ୍ଦମାରେ ସାମାନ୍ୟ ସଫଳତା ମିଳିବ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ପାରିବାରିକ ଜୀବନରେ ଅଭାବ ରହିବା ହେତୁ ଧାର କରଜ ଲାଗି ରହିବ। ସାମୟିକ ଶାରିରୀକ ଅସୁସ୍ଥତା ଲାଗି ରହିବ । ବ୍ୟବସାୟ – ବାଣିଜ୍ୟରେ କ୍ଷତି ତଥା ଅଯଥା ବ୍ୟୟ କରିବାକୁ ପଡିବ। ମହିଳାମାନେ ଧର୍ମପରାୟଣ ହେବେ। ଛାତ୍ରଛାତ୍ରୀମାନେ ବିଦ୍ୟାରେ ମନୋନିବେଶ କରି କୃତିତ୍ୱ ହାସଲ କରିବେ।

ପ୍ରତିକାର ପାଇଁ – ଓଁ ଦ୍ରାଂ ଦ୍ରୀଂ ଦୈା ସଃ ଶୁକ୍ରାୟ ନମଃ 

ମିଥୁନ:

ବ୍ୟବସାୟରେ ପୁଞ୍ଜିନିବେଶ କରିବାରେ ସୁଯୋଗ ଆସିବ । ଭାବପ୍ରବଣତା ପ୍ରକାଶ ପାଇବ। କୌଣସି ସୁଖଦ ସମ୍ବାଦ ପାଇ ପାରନ୍ତି । କର୍ମକ୍ଷେତ୍ରରେ ବିରୋଧୀ ମାନେ ହଇରାଣ ହେବେ । ପାରିବାରିକ ବିବାଦ ଦେଖାଦେବ । ଶାରୀରିକ ଅସୁସ୍ଥତା ଦୂର ହୋଇଯିବ । ଧର୍ମ ଭାବନାରେ ମନ ଲାଗି ରହିବ । ଅବିବାହିତ ମାନଙ୍କ ପାଇଁ ବିବାଦ ଦିନ ସି୍ଥରିକୃତ ହେବ । ଅଳ୍ପ ପରିଶ୍ରମ କରି ଅଧିକ  ଧନ ପାଇବାର ଆଶା ଦେଖାଦେବ । ମହିଳା ମାନେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ହେବେ ।

ପ୍ରତିକାର ପାଇଁ – ଓଁ ବ୍ରାଂ ବ୍ରୀଂ ବୌ ସଃ ବୁଧାୟ ନମଃ

କର୍କଟ:

ବ୍ୟବସାୟରେ ଧିରେ ଧିରେ ଉନ୍ନତି ହେବ । ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କ ଠାରେ ପ୍ରିୟ ଭାଜନ ହେବେ । କର୍ମ କ୍ଷେତ୍ରରେ ସଂଯମ ଅବଲମ୍ବନ କରନ୍ତୁ । କୈାଣସି କାର୍ଯ୍ୟରେ ସଫଳତାରେ ବିଘ୍ନ ଆସିପାରେ । ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡିପାରେ । ଅଳ୍ପ ଲାଭ ଯୋଗ ମାନସିକ ଅଶାନ୍ତି ବୃଦ୍ଧି ପାଇବ ।  ବନ୍ଧୁ ବର୍ଗରେ କଳହ ଓ ମତାନ୍ତର ଦେଖାଦେଇ ପାରେ । ମହିଳା ମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ । ବିଦ୍ୟାର୍ଥୀ ମାନେ ପଢାପଢିରେ ମନଭାବ ପ୍ରକାଶ କରିବେ ।

ପ୍ରତିକାର ପାଇଁ – ଓଁ ଶ୍ରାଂ ଶ୍ରୀଂ ସୌ ସଃ ଚନ୍ଦ୍ରାୟ ନମଃ

ସିଂହ:

ବ୍ୟବସାୟରେ ଉନ୍ନତି ପଥରେ ଅଗ୍ରସର ହେବେ । ଆକସ୍ମିକ ଧନ ଲାଭର ସୂଚନା ମିଳିବ । କର୍ମ କ୍ଷେତ୍ରରେ ସଫଳତା ଲାଭ କରିବେ । ମାନସମ୍ମାନ ବୃଦ୍ଧି ପାଇବ । ଈଚ୍ଚିତ କାର୍ଯ୍ୟ ପୂରଣ ହେବ । ସାମୟୀକ ଦେହ ପିଡା ଦେଖା ଦେବ । କୈାଣସି ଅଜଣା ବ୍ୟକ୍ତି ବାଧା ସୃଷ୍ଟି କରି ପାରନ୍ତି । ପାରିବାରିକ ଜୀବନରେ ଦ୍ୱନ୍ଦ ଦୂର ହେବ । ଚାକିରୀ କ୍ଷେତ୍ରରେ ଖିଆଲି ମନବୃତି ପୋଷଣ ହେବ । ଅଭିଳଷିତ ବସ୍ତୁ ପାଇ ପାରନ୍ତି । ମହିଳା ମାନେ ସୁଖି ହେବେ । ଛାତ୍ରଛାତ୍ରୀ ମାନେ ପଢାପଢିରେ ଉନ୍ନତି କରିବେ । 

ପ୍ରତିକାର ପାଇଁ – ଓଁ ହାଂ ହ୍ରୀଂ ହୌ ସଃ ସୂର୍ଯ୍ୟାୟ ନମଃ

କନ୍ୟା:

ସରକାରୀ କର୍ମ କ୍ଷେତ୍ରରେ ଆୟ ବୃଦ୍ଧି ପାଇବ । ଅଧିକ ପରିଶ୍ରମ ଦ୍ୱାରା କାର୍ଯ୍ୟ ସଫଳ ହେବ । କୈାଣସି ଅସୁବିଧାର ସମ୍ମୁଖିନ ହୋଇ ପାରନ୍ତି । ସମୟ ସମୟରେ ଅସୁସ୍ଥତା ଅନୁଭବ କରିବେ । ପାରିବାରିକ ଜୀବନରେ ଆବଦ୍ଧ ରହିବେ ।  ଚାକିରିରେ ପ୍ରାଧାନ୍ୟ ବୃଦ୍ଧି ପାଇବ । ମନ ଭଲ ରହିବା କାରଣରୁ ବନ୍ଧୁଙ୍କ ସହିତ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ମହିଳା ମାନେ ପୂଜାପୂଜିରେ ମନୋନିବେଶ କରିବେ । ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ପ୍ରଶଂସା ଭାଜନ ହେବେ ।

ପ୍ରତିକାର ପାଇଁ – ଓଁ ବ୍ରାଂ ବ୍ରୀଂ ବୌ ସଃ ବୁଧାୟ ନମଃ

ତୁଳା:

କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ ଯୋଗୁ ଉନ୍ନତିର ସମ୍ଭାବନା ରହିଛି । ଚାକିରିରେ ପଦୋନ୍ନତି ପାଇବେ । ଆୟ ଠାରୁ ବ୍ୟୟ ଅଧିକ ରହିବ । ପାରିବାରିକ ଜୀବନରେ ପୁତ୍ର ପାଇଁ ଚିନ୍ତିତ ରହିବେ । ବ୍ୟବସାୟରେ କ୍ଷତି ଘଟିବା ଯୋଗୁ କ୍ରମେ କାରବାର ସଙ୍କୁଚିତ ହେବ । ଶାରିରୀକ ପିଡା ସହ ଦୁଶ୍ଚିନ୍ତା ବଢିବ । ଭଗବାନ୍‌କୁ ସୁମରଣ ଦ୍ୱାରା ମନସ୍କାମନା ପୂରଣ ହେବ । ମହିଳା ମାନେ ଧର୍ମପରାୟଣ ରହିବେ । ବିଦ୍ୟାର୍ଥି ମାନେ ଉଚ୍ଚ ଶିକ୍ଷା ଲାଭ କରିବେ । 

ପ୍ରତିକାର ପାଇଁ – ଓଁ ଦ୍ରାଂ ଦ୍ରୀଂ ଦୈା ସଃ ଶୁକ୍ରାୟ ନମଃ 

ବିଛା:

ବ୍ୟବସାୟରେ ଭଲ ଲାଭ ମିଳିବ । କର୍ମ କ୍ଷେତ୍ରରେ ସି୍ଥତି ଠିକ୍ ରହିବ । ଶତୃ ମାନେ ପରାଜିତ ହେବେ । ନୂତନ ଦ୍ରବ୍ୟ ଓ ପୋଷାକ ଆଦି ଲାଭ କରିବେ । ପାରିବାରିକ ଜୀବନ ଖୁସିରେ କଟିବ । ଦୁର୍ଜନ ବ୍ୟକ୍ତିଙ୍କ ଠାରୁ ଦୂରରେ ରୁହନ୍ତୁ । ମାନ ସମ୍ମାନ ହାନିର ସମ୍ଭାବନା ରହିଛି । ଚାକିରିରେ ସୁପାରିସ୍ ମିଳିବ । ରାଜନୀତି ସଙ୍ଗଠନ ସୁଦୃଢ ହେବ । ଆୟ ଖୁବ୍ ଭଲ ରହିବ । ମହିଳା ମାନେ ହସଖୁସିରେ ଦିନ କଟାଇବେ । ଛାତ୍ରଛାତ୍ରୀ ମାନେ ଉନ୍ନତି ପଥରେ ଅଗ୍ରସର ହେବେ ।  

ପ୍ରତିକାର ପାଇଁ – ଓଁ କ୍ରାଂ କ୍ରୀଂ କୈା ସଃ ଭୈାମାୟ ନମଃ

ଧନୁ:

ଭବିଷ୍ୟତରେ ଆୟର ପନ୍ଥା ସୁଦୃଢ ହେବ ।  ପୂର୍ବ ଅଭିଳାଷ ପୂରଣ ହେବ । ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସଂପର୍କ ବଢିବ । କୈାଣସି ମହତ୍ୱ ପୂର୍ଣ୍ଣ ଦାୟିତ୍ୱ ସମ୍ପର୍ଣ୍ଣ କରି ପାରନ୍ତି । କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତିର ସୂଚନା ମିଳିବ । ରାଜନୈତିକ ସାହାର୍ଯ୍ୟର ସହଯୋଗ ମିଳିବ । ପାରିବାରିକ କ୍ଷେତ୍ରରେ କଳହ ସୃଷ୍ଟି ହୋଇ ପାରେ । ଚାକିରିରେ ଯେକୈାଣସି ପ୍ରକାରେ ନିଜର ସି୍ଥତିକୁ ସମ୍ଭାଳିବେ । ମହିଳା ମାନେ ଧର୍ମ କାର୍ଯ୍ୟରେ ରୁଚି ବଢାଇବେ ।  ଛାତ୍ରଛାତ୍ରୀ ମାନଙ୍କୁ ପଢାରେ ସମ୍ମାନ ମିଳିବ ।

ପ୍ରତିକାର ପାଇଁ – ଓଁ ଗ୍ରାଂ ଗ୍ରୀଂ ଗୈା ସଃ ଗୁରବେ ନମଃ

ମକର:

କର୍ମ କ୍ଷେତ୍ରରେ ଅଧିକ ଲାଭବାନ୍ ହେବେ । ବନ୍ଧୁ ସହଯୋଗରେ ଉନ୍ନତି କରିବେ । ଶାରିରୀକ ଅସୁସ୍ଥତା ଭୋଗ କରିବେ ଏବଂ ଦୁଶ୍ଚିନ୍ତା ବଢିବ । ପ୍ରିୟଜନ ମାନେ ଦୂରେଇ ଦେଇ ପାରନ୍ତି । ଚାକିରିକୁ କ୍ଷେତ୍ରରେ ବିଳମ୍ବ ଯୋଗ ରହିଛି । ରାଜନୀତିରେ ଅପଯଶ ପାଇବେ । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ପାରିବାରିକ ଜୀବନରେ ଶୋକାତୁରା ହେବ ।  ମହିଳା ମାନେ କର୍ମ ବ୍ୟସ୍ତରେ ରହି ଅଶାନ୍ତି ଭୋଗ କରିବେ । ଶିକ୍ଷାର୍ଥୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ ।   

ପ୍ରତିକାର ପାଇଁ – ଓଁ ପ୍ରାଂ ପ୍ରୀଂ ପୌ ସଃ ଶନିଶ୍ୱରାୟ ନମଃ

କୁମ୍ଭ:

ବ୍ୟବସାୟରେ ଲାଭ, କ୍ଷତି ସମାନ୍ ରହିବ । କୈାଣସି ବ୍ୟକ୍ତିର ସାହାର୍ଯ୍ୟରେ ବ୍ୟବସାୟରେ ଆର୍ôଥକ ଲାଭ ହୋଇପାରେ । ଅଧିନସ୍ଥ କର୍ମଚାରୀଙ୍କ ସହ ବିବାଦ ଦେଖା ଦେଇପାରେ । ପାରିବାରିକ ଜୀବନରେ ସହଯୋଗ ମିଳିବ । ମହିଳା ମାନେ ଚିନ୍ତିତ ରହିବେ । ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବିଦ୍ୟାର୍ଥୀ ମାନେ ପଢାପଢି ଓ କ୍ରୀଡା କ୍ଷେତ୍ରରେ ସମ୍ମାନିତ ହେବେ ତଥା ପ୍ରସନ୍ନ ରହିବେ ।

ପ୍ରତିକାର ପାଇଁ – ଓଁ ପ୍ରାଂ ପ୍ରୀଂ ପୌ ସଃ ଶନିଶ୍ୱରାୟ ନମଃ

ମୀନ:

ବ୍ୟବସାୟ ଓ କର୍ମ କ୍ଷେତ୍ରରେ ଉନ୍ନତି ହେବ । ଆତ୍ମ ବଳ ଦୃଢ ହେବ । ପରିଶ୍ରମ ଦ୍ୱାରା ଅଟକି ରହିଥିବା କାମକୁ ପୂରା କରିବେ । ଗୃହରେ କୈାଣସି ମାଙ୍ଗଳିକ କାର୍ଯ୍ୟ ସମ୍ପାଦନା ହୋଇପାରେ । ଦୂର ଦୃଷ୍ଟି ଅଭାବରୁ ଅଭାବ ଦେଖାଦେବ ।  ଧାର କରଜ କରି ପାରନ୍ତି । ଚାକିରିରେ ଦୂର ଯାତ୍ରାର ସମ୍ଭାବନା ରହିଛି ।  କୈାଣସି ନୂତନ ଯାନ, ବାହନ କିଣି ପାରନ୍ତି । କର୍ମ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିବେ । ମହିଳା ମାନେ ଇଶ୍ୱର ବିଶ୍ୱାସି ହେବେ । ଛାତ୍ରଛାତ୍ରୀ ମାନେ ପଢାରେ ପଛେଇ ଯିବେ ଓ ହତୋତ୍ସାହ ହେବେ ।

ପ୍ରତିକାର ପାଇଁ – ଓଁ ଗ୍ରାଂ ଗ୍ରୀଂ ଗୌ ସଃ ଗୁରବେ ନମଃ

ଇଂ ଦୀପକ ଆଚାର୍ଯ୍ୟ, ଯୋଗାଯୋଗ: 0674-3527219, 9238397100