• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ମିଥୁନ ରାଶି ବିଷୟରେ

ଏହି ରାଶି ଚକ୍ରଟି ଦ୍ୱୟ ସ୍ୱଭାବ ବିଶିଷ୍ଠ ତଥା ବାୟୁ ତତ୍ୱର ରାଶି ଅଟେ । ଏ ରାଶି ବି ପୁରୁଷ ଓ ମହିଳା ସଂଯୋଗକୁ ବୁଝାଇଥାଏ । ଏହି ରାଶିର ପୁରୁଷର ପିତୃ ଶକ୍ତି ଓ ନାରୀର ମାତୃ ଶକ୍ତି ଉଭୟ ଦେଖାଯାଏ । ମୃଗଶିରା, ଆଦ୍ରା, ପୁର୍ନବସୁ ନକ୍ଷତ୍ରରେ ଏହି ରାଶିର ବ୍ୟକ୍ତି ବିଶେଷ ଓ ମହିଳା ମାନେ ଜନ୍ମ ଗ୍ରହଣ କରିଥାନ୍ତି । ଏମାନଙ୍କର ନାମର ପ୍ରଥମ ଅକ୍ଷର କ, କି, କୁ , ଘ, ଉ , ଛ, କେ , ଓ, ହ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ।

ସ୍ୱାସ୍ଥ୍ୟ:

  • ଏମାନଙ୍କର ଶରୀର ଗଠନ ଦେଖିବାକୁ ଖୁବ୍ ସୁନ୍ଦର , ଆଜାରୁ ଲମ୍ବିତ ବାହୁ, କୁଞ୍ଚିତ କେଶ, ଉନ୍ନତ ନାସା, ବିସ୍ତୃତ ଲଲାଟ ଯୁକ୍ତ ହୋଇଥାଏ । ରାଗ, ମସଲା, ତେଲ , ଘିଅ, ଓ ଚବ୍ରି ଜାତୀୟ ଖାଦ୍ୟରେ ଏମାନଙ୍କର ରୁଚି ରହିଥାଏ । ପରିଣତ ବୟସରେ ଏମାନଙ୍କର ବିଭିନ୍ନ ରୋଗ ଦେଖା ଯାଇଥାଏ । ରକ୍ତ ହିନତା, ରକ୍ତ ଜନିତ ରୋଗ, ସାମୟିକ ଦୁର୍ବଳତା, ଉଦର ରୋଗ ଆଦି ଦେଖା ଯାଇଥାଏ । ବୃଦ୍ଧାସ୍ଥାରେ ପକ୍ଷାଘାତ ରୋଗର ସମ୍ମୁଖୀନ ହେବାକୁ ପଡିଥାଏ ।

ଚରିତ୍ର:

  • ଏମାନେ ବହୁତ ଚାଲାକ, ଚତୁର, ବ୍ୟବହାର ମାର୍ଜିତ , ହାସ୍ୟରସ ପ୍ରିୟ, ପରିସ୍କାର, ସୁନ୍ଦର ପୋଷାକ, ସୁବାସିତ ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ସହିତ କଳା, ସଂସ୍କୃତି, ନୃତ୍ୟ, ସଂଗୀତ ପ୍ରତି ମଧ୍ୟ ଦୁର୍ବଳତା ରହିଥାଏ । ଏମାନେ ଯେତିକି ପରିଶ୍ରମ କରିଥାନ୍ତି ସେତିକି ସେତିକି ଅଳସୁଆ ହୋଇଥାନ୍ତି । କେତେକ କ୍ଷେତ୍ରରେ ପର ସ୍ତ୍ରୀ ବା ପୁରୁଷ ପ୍ରତି ଅତ୍ୟଧିକ ଆସକ୍ତ ହୋଇଥାନ୍ତି ।

ବନ୍ଧୁତା / ଶତୃତା:

  • ଆଳସ୍ୟ, ଅହଂଭାବ ଏମାନଙ୍କର ଶତୃ ହୋଇଥାଏ । ଏମାନେ ଯଦି କାହା ସହ ଶତୃତା କରିଥାନ୍ତି ତେବେ ଶତୃ ମାନଙ୍କୁ କଳନା କରି ପାରେନାହିଁ । ଏମାନଙ୍କ କୈାଶଳ ଅନ୍ୟ ମାନେ ଜାଣିବା ଆଗରୁ ସମସ୍ତ କାର୍ଯ୍ୟକୁ ଆଗରୁ ଆୟତ କରି ନେଇଥାନ୍ତି ।
  • ଏମାନେ ସାଧାରଣତଃ ସମବିଦ୍ୟା, ସମବୃତ୍ତି , ସମପ୍ରବୃତି ନଦେଖିଲେ ସହଜରେ କାହା ସହିତ ବନ୍ଧୁତା ସ୍ଥାପନ କରନ୍ତି ନାହିଁ । ଥରେ ବନ୍ଧୁତ୍ୱ ସଂପର୍କ ସୃଷ୍ଟି ହେଲେ ସେ ବନ୍ଧୁଙ୍କ ବିନା ଏମାନେ ଚଳି ପାରନ୍ତି ନାହିଁ । ଯେଉଁ ମାନଙ୍କ ସହ ସାଧାରଣ ବନ୍ଧୁତା ଭାବଥାଏ ସେମାନଙ୍କ ସହ ଏମାନେ ଉପର ଠାଉରିଆ ସଂପର୍କ ରକ୍ଷା କରିଥାନ୍ତି । ଏମାନେ ପରୋପକାରୀ ହୋଇଥିବାରୁ ଏମାନଙ୍କର ଅନେକ ବନ୍ଧୁଥାନ୍ତି ।

କର୍ମ / ବ୍ୟବସାୟ:

  • ଡାକ୍ତର , ଓକିଲ, ଗାଣିତିକ, କ୍ରିଡାବିତ୍‌, କିରାଣୀ, ଲେଖକ, କବି, ନାଟ୍ୟକାର, ସାମ୍ବାଦିକତା, ରାଜନିତିଜ୍ଞ ଆଦି କର୍ମକରି ସେଥିରୁ ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି ।
  • ପୁସ୍ତକ ପ୍ରକାଶନ, ବାଦ୍ୟଯନ୍ତ୍ର ବ୍ୟବସାୟ, ଆମଦାନୀ, ରପ୍ତାନୀ, ପ୍ରସାଧନ ବ୍ୟବସାୟ, ପ୍ରେକ୍ଷାଳୟ ବ୍ୟବସାୟ , ଛାପା କାରଖାନା, ପୁସ୍ତକ ସଂଗ୍ରହାଳୟ, ପୁସ୍ତକ ଦୋକାନ, ଜମିଦାରି, ଶିକ୍ଷାନୁଷ୍ଠାନ ଆଦି ବ୍ୟବସାୟରୁ ଲାଭବାନ୍ ହୋଇଥାନ୍ତି ।

ଜୀବନସାଥୀ / ବିବାହ:

  • ଏମାନେ ବିଚକ୍ଷଣ ବୁଦ୍ଧି ବଳରେ ଅନ୍ୟର ହରଣକାରୀ ହୋଇଥାନ୍ତି । ଏମାନଙ୍କ ବେଶ, ପୋଷାକ ଓ ଆକର୍ଷଣୀୟ ଗୁଣ ଯୋଗୁଁ ପ୍ରଥମେ ଦେଖାରେ ହିଁ ଏମାନେ ଝିଅ, ପୁଅ ମାନଙ୍କ ମନ କିଣି ନେଇଥାନ୍ତି । ଯୁବ ବୟସରେ ଯାହାଙ୍କ ସହିତ ପ୍ରେମ କରିଥାନ୍ତି , ସେମାନେ ସହଜରେ ଏମାନଙ୍କୁ ଭୁଲି ପାରିନଥାନ୍ତି । କିନ୍ତୁ ପରକ୍ଷେତ୍ରରେ ଏମାନଙ୍କ ପାଇଁ ସେମାନେ ମୂଲ୍ୟହୀନ ଓ ଅଲୋଡା ହୋଇଥାନ୍ତି ।
  • ମେଷ, ମିଥୁନ, ସିଂହ, କନ୍ୟା, କୁମ୍ଭ, ମୀନ ସହିତ ବିବାହ କରିଲେ ବୈାବାହିକ ଜୀବନ ସୁଖରେ କଟିଥାଏ ।

ଦାମ୍ପତ୍ୟ ଜୀବନ:

  • ଏମାନଙ୍କର ପ୍ରେମରେ ଆନ୍ତରିକତା କମ୍‌ଥାଏ । ତେଣୁ ବିବାହ ପରେ ଏମାନେ ଏକପତି ବା ଏକ ପତ୍ନୀ ଆଦର୍ଶ ମୂଲ୍ୟ ବୋଧରେ ବିଶ୍ୱାସ କରି ନଥାନ୍ତି । ଏମାନଙ୍କ ପାଖରେ କାମପ୍ରବଣତା ଅଧିକ ଦେଖା ଯାଇଥାଏ । ଯାହା ଫଳରେ ଅନେକ କୋଣରେ ସମାଜ ଆଖିରେ କଳଙ୍କିତ ହେବାର ସମ୍ଭାବନା ଥାଏ । ଯାହା ଫଳରେ ଦାମ୍ପତ୍ୟ ଜୀବନ ସୁଖରେ କଟିବା କଷ୍ଟ ବୋଧ ହୋଇଥାଏ ।

ପାରିବାରିକ ଜୀବନ:

  • ପାରିବାରିକ କ୍ଷେତ୍ରରେ ଏମାନେ ବହୁତ ଦୂରରେ ରହିଥାନ୍ତି । ଯେତେ କର୍ମରେ ସଫଳତା ପାଇଲେ ମଧ୍ୟ ପରିବାର ବର୍ଗ ଏମାନଙ୍କ ମତକୁ ଗ୍ରହଣ କରିନଥାନ୍ତି । ପିତା,ମାତା, ପତ୍ନୀ, ଭାଇଭଉଣୀ , ବନ୍ଧୁ, ବାନ୍ଧବ, ଜ୍ଞ୍ୟାତି , କୁଟୁମ୍ଭ ମାନଙ୍କୁ ଯଥୋଚିତ ଦୃଷ୍ଟି ଦେଇ ସେମାନଙ୍କୁ ସାହାଯ୍ୟ ସହଯୋଗ କରିଥାନ୍ତି । ଗୁରୁଜନଙ୍କୁ ଭକ୍ତି ଓ କନିଷ୍ଠ ମାନଙ୍କ ପ୍ରତି ଆଦର ଭାବ ପରିବାରରେ ସମସ୍ତଙ୍କର ଆଦରଣୀୟ ହୋଇଥାନ୍ତି ।

ଆର୍ଥିକ ଅବସ୍ଥା:

  • ଏମାନେ ଜୀବନରେ କେବେ ଆର୍ଥିକ ସଂଙ୍କଟର ସମ୍ମୁଖୀନ ପ୍ରାୟ ହୁଅନ୍ତି ନାହିଁ । ବାକ୍‌ଚାତୁରି, ମଧୁର କାଳ୍ପନିକ କଥାରେ ଲୋକଙ୍କୁ ମୋହିତ କରି ଧନ ଆୟତ କରିଥାନ୍ତି । ଶେଷ ଜୀବନ ଯାଏ ଏମାନଙ୍କ ହସ୍ତରେ ଧନ ରହିଥାଏ । ଏପରି କି ଦରିଦ୍ର ହୋଇ ଜନ୍ମ ହୋଇଥିଲେ ମଧ୍ୟ ଅନ୍ୟର ସାହାଯ୍ୟରେ କିଛି ଧନ ସଂଞ୍ଚୟ କରିପାରନ୍ତି । ଏମାନେ ସଚ୍ଚୋଟ ଉପାୟରେ କିଛି ଅର୍ଥ ଉପାର୍ଜନ କରିଲେ ଅନ୍ୟ ଉପାୟରେ କିଛି ଅର୍ଥ ଉପାର୍ଜନ କରିଥାନ୍ତି । କିଛି ଅର୍ଥକୁ ଏମାନେ ସତମାର୍ଗରେ ଖର୍ଚ୍ଚ କରିଥାନ୍ତି ।

ଲକ୍ଷ୍ୟପଥ:

  • ଏମାନେ କର୍ମକ୍ଷେତ୍ରରେ ସର୍ବଦା ଲାଗିଥାନ୍ତି । ସମାଜରେ ସଂସ୍କାର ଆଣିବା ଏମାନଙ୍କର ଉଦ୍ଦେଶ୍ୟ ଥାଏ । ଅନ୍ୟ ମାନଙ୍କର ପ୍ରଂଶସା ଭାଜନ କିପରି ହେବେ ,ଏମାନଙ୍କର ପ୍ରଥମ ଲକ୍ଷ ହୋଇଥାଏ ।

ଶୁଭ:

ଶୁଭବାର- ରବି, ବୁଧ, ଶୁକ୍ର

ଶୁଭରଙ୍ଗ- ସବୁଜ, ଧଳା

ଶୁଭସଂଖ୍ୟା- ୫

ଶୁଭରତ୍ନ- ପାନା

ଦେବତା- ବିଷ୍ଣୁ

ଦେବୀ- ତ୍ରିପୁରା ସୁନ୍ଦରୀ

ରୁଦ୍ରାକ୍ଷ- ୭ ମୁଖୀ

ଅଶୁଭ:

ଘାତବାର- ସୋମବାର

ଘାତଚନ୍ଦ୍ର- କୁମ୍ଭ

ଘାତତିଥି- ଦ୍ୱିତୀୟା, ସପ୍ତମୀ, ଦ୍ୱାଦଶୀ

ନକ୍ଷତ୍ର- ସ୍ୱାତୀ