Advertisment

ବୃହସ୍ପତି ଚଳନ: ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ ଓ କାହା ପାଇଁ ଅଶୁଭ...

ପଞ୍ଜିକା ଅନୁସାରେ ଦେବଗୁରୁ ବୃହସ୍ପତି ଶୁକ୍ରବାର ରାତିର ଶେଷ ସମୟରେ ୫ଟା ୧୩ ମିନିଟ୍‌ ସମୟରେ ମୀନ ରାଶିର ଅଶ୍ୱନୀ ନକ୍ଷତ୍ର ମେଷ ରାଶିକୁ ସଂଚାର କରିଛନ୍ତି। ବୃହସ୍ପତି ମହାଗ୍ରହ ହେଉଛନ୍ତି ଶୁଭ ଗ୍ରହ। ତାଙ୍କର ଦୃଷ୍ଟି ଜାତକ ଯେଉଁ ଭାବ ଉପରେ ରୁହେ ସେ ଭାବ ବୃଦ୍ଧି ପାଏ

author-image
Deepak Acharya
ଅଦ୍ୟତନ ହୋଇଛି
Bruhaspati Chalana 2023

Jupiter Transit 2023

ପଞ୍ଜିକା ଅନୁସାରେ ଦେବଗୁରୁ ବୃହସ୍ପତି ଶୁକ୍ରବାର ରାତିର ଶେଷ ସମୟରେ ୫ଟା ୧୩ ମିନିଟ୍‌ ସମୟରେ ମୀନ ରାଶିର ଅଶ୍ୱନୀ ନକ୍ଷତ୍ର ମେଷ ରାଶିକୁ ସଂଚାର କରିଛନ୍ତି। ବୃହସ୍ପତି ମହାଗ୍ରହ ହେଉଛନ୍ତି ଶୁଭ ଗ୍ରହ। ତାଙ୍କର ଦୃଷ୍ଟି ଜାତକ ଯେଉଁ ଭାବ ଉପରେ ରୁହେ ସେ ଭାବ ବୃଦ୍ଧି ପାଏ। ସମସ୍ତ ମଙ୍ଗଳ କର୍ମର କାରକ ଅଟନ୍ତିl  ସେ ସନ୍ତାନ, ବିଦ୍ୟା, ଧନ, ବିବାହ ସୁଖ ଆଦି ସମସ୍ତ ଶୁଭ କାର୍ଯ୍ୟ କରାଇ ଥାନ୍ତି l ବୃହସ୍ପତି ମହାଗ୍ରହ ଗୋଟିଏ ରାଶିରେ ହାରାହାରି ୧୩ ମାସ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି l

Advertisment

 ବୃହସ୍ପତି ଗୋଚରରେ ଶୁଦ୍ଧି...

       ମିଥୁନ, ସିଂହ, ତୁଳା, ଧନୁ ଓ ମୀନ ରାଶିର ଗୋଚରରେ ବୃହସ୍ପତି ଶୁଭ ଫଳ ପ୍ରଦାନ କରିବେ। ଏତଦ୍‌ବ୍ୟତୀତ ଅନ୍ୟାନ୍ୟ ରାଶିଙ୍କ ପକ୍ଷେ ଅଶୁଭ ପ୍ରଦ l

ଶାସ୍ତ୍ରରେ ଲେଖା ଅଛି...

  • ବୃହସ୍ପତି ଜନ୍ମ ରାଶିରେ ରହିଲେ, କରିଥିବା ଯୋଜନା ପରିବର୍ତ୍ତନ ସହ ଭୟ ଲାଗି ରହିଥାଏ
  • ଦ୍ୱିତୀୟରେ  ରହିଲେ ଧନ, ଧାନ୍ୟ ଲାଭ ହୋଇଥାଏ
  • ତୃତୀୟରେ ରହିଲେ ଶାରୀରିକ ପୀଡ଼ା ପାଇବା ସହିତ ବୃଦ୍ଧି ଭ୍ରଷ୍ଟ ହୋଇଥାଏ
  • ଚତୁର୍ଥରେ ରହିଲେ ଧନହାନି, ଅପ୍ରିୟତା, ଅହଂ ଭାବ ବୃଦ୍ଧି ପାଇଥାଏ
  • ପଞ୍ଚମରେ ରହିଲେ ସନ୍ତାନ ସୁଖ ସହିତ ଧନ ଲାଭ ହୋଇଥାଏ
  • ଷଷ୍ଠରେ ରହିଲେ ରୋଗ, ଶତ୍ରୁ ବୃଦ୍ଧି ଓ ବିନା କାରଣରେ ଦୋଷୀ ହୋଇଥାନ୍ତି
  • ସପ୍ତମରେ ରହିଲେ ଲକ୍ଷ୍ମୀ ପ୍ରାପ୍ତି ସହ ସମ୍ମାନ ଲାଭ ହୋଇଥାଏ
  • ଅଷ୍ଟମରେ ରହିଲେ ସ୍ୱାସ୍ଥ୍ୟ ସମ୍ପଦ ନାଶ ସହିତ ଗୁପ୍ତ ଶତ୍ରୁ ବୃଦ୍ଧି ହୋଇଥାନ୍ତି
  • ନବମରେ ରହିଲେ ଧନ ଲାଭ ସହ ଶୁଭ କାର୍ଯ୍ୟ ଓ ସନ୍ତାନ ଲାଭ ହୋଇଥାଏ
  • ଦଶମରେ ରହିଲେ ପ୍ରେମ ପ୍ରଣୟ ଭଙ୍ଗ, ପ୍ରୀତିନାଶ ସହିତ ନିଜ ଲୋକ ମାନଙ୍କ ସହିତ ଅପ୍ରିୟତା
  • ଏକାଦଶରେ ରହିଲେ ଧନ, ମାନ, ସମ୍ମାନ ପ୍ରାପ୍ତି ହେବା ସହିତ ସମସ୍ତ କାର୍ଯ୍ୟରେ ସଫଳତା ମିଳିପାରେ
  • ଦ୍ୱାଦଶରେ ବ୍ୟୟ ବୃଦ୍ଧି, ଶାରୀରିକ କଷ୍ଟ ସହିତ ସମସ୍ତ କାର୍ଯ୍ୟରେ ବିଳମ୍ବ ହୋଇଥାଏ
Advertisment

 ୧୨ ରାଶି ଉପରେ ବୃହସ୍ପତିଙ୍କର ପ୍ରଭାବ...

ମେଷ - ସ୍ୱାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖା ଦେଇପାରେ l ଚାକିରିରେ ଅନ୍ୟ ସ୍ଥାନକୁ ପରିବର୍ତ୍ତନ ହୋଇପାରେ l ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି l ମାଲିମକଦ୍ଦମାକୁ ନେଇ ମନରେ ଟିକେ ଭୟ ଆସିପାରେ।

ପ୍ରତିକାର - ଦେବାନାଂ ଚ ଋଷୀଣା° ଚ ଗୁରୁ° କନକ - ସନ୍ନିଭମ୍ ବନ୍ଦ୍ୟ ଭୁତଂ ତ୍ରିଲୋକେଶ° ତଂ ନମାମି ବୃହଷ୍ପତିମ୍ ମନ୍ତ୍ର ଜପ କରନ୍ତୁ 

ବୃଷ - ଶାରୀରିକ ଅସୁସ୍ଥତା ସାମାନ୍ୟ ଦେଖା ଦେଇପାରେ l ଆୟ କମ୍‌, ବ୍ୟୟ ବୃଦ୍ଧି ହେବା ସହ ଅର୍ଥ ହାନି ଲାଗି ରହିପାରେ l ଚାକିରି କ୍ଷେତ୍ରରେ ମହିଳାମାନେ ବହୁ ନାନାବିଧ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି

ପ୍ରତିକାର - ମହାପ୍ରଭୁଙ୍କ ଦଶ ଅବତାରରୁ ଶ୍ରୀ ବାମନଙ୍କ ଫଟୋକୁ ପୂଜା କରନ୍ତୁ 

ମିଥୁନ - ସ୍ୱାସ୍ଥ୍ୟ ଭଲ ରହିବ। ଶତ୍ରୁ ଦମନ, ଯଶ, ସମ୍ମାନ ବୃଦ୍ଧି, ପ୍ରତିଷ୍ଠା ବା ପ୍ରମୋସନ ହୋଇପାରେ। ବାକି ପଡ଼ିଥିବା ଅର୍ଥ ଫେରି ପାଇପାରନ୍ତି l କର୍ମକ୍ଷେତ୍ରରେ ଭଲ କାର୍ଯ୍ୟ କରି ସମସ୍ତଙ୍କ ପ୍ରିୟ ହେବେ l ଶିକ୍ଷା କ୍ଷେତ୍ରରେ ଆଗକୁ ଯିବେ। 

କର୍କଟ - ଶରୀର ପ୍ରତି ଯତ୍ନବାନ ରହିବା ଉଚିତ୍‌। କର୍ମକ୍ଷେତ୍ରରେ ସହକର୍ମୀମାନେ ବିଶ୍ୱାସଘାତକ କରି ପାରନ୍ତି l ପ୍ରେମିକା, ପ୍ରେମିକ ଉଭୟଙ୍କ ଭିତରେ ସନ୍ଦେହଭାବ ଜାତ ହୋଇପାରେ। ପରିବାର ଭିତରେ କୌଣସି କାରଣରୁ ତିକ୍ତତା ଦେଖା ଦେଇପାରେ।

ପ୍ରତିକାର - ଗୌର ବର୍ଣ୍ଣ  ଗ୍ରହବିପ୍ରଙ୍କୁ ଗୁରୁବାର ଦିନ ହଳଦିଆ ବସ୍ତ୍ର, ଖେଚୁଡ଼ି ଭୋଜନ ଦେଇ ଦକ୍ଷିଣା ପ୍ରଦାନ କରନ୍ତୁ

ସିଂହ -  ଶାରୀରିକ କଷ୍ଟ ଦୂର ହୋଇଯିବ। କର୍ମକ୍ଷେତ୍ର ନୈରାଶ୍ୟ ଦୁରେଇ ଯିବ ଓ ପ୍ରତିଷ୍ଠା ଲାଭ  ହୋଇପାରେ l ଆର୍ଥିକ ଲାଭ ସହ ଉନ୍ନତିର ଯୋଗ ପ୍ରବଳ ରହିଛି l ସନ୍ତାନଙ୍କ ପାଇଁ ଥିବା ଚିନ୍ତା ଦୁରେଇ ଯାଇପାରେ। 

କନ୍ୟା - ଛାତିରେ ଯନ୍ତ୍ରଣା ଦେଖା ଦେଇପାରେ l ବ୍ୟବସାୟରେ ସାମାନ୍ୟ କ୍ଷତି ସହିବାକୁ ପଡ଼ିପାରେ l ପରିସ୍ଥିତିରେ ପଡ଼ି ଜମି ବିକି ପାରନ୍ତି l  ନିଜ ଲୋକମାନେ ଅସୁବିଧାରେ ପକାଇ ଖର୍ଚ୍ଚାନ୍ତ କରି ପାରନ୍ତି l 

ପ୍ରତିକାର- ବୃହସ୍ପତିଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ତୁଳା - ସ୍ୱାସ୍ଥ୍ୟରେ ଉନ୍ନତି ଦେଖା ଦେଇପାରେ l ବ୍ୟବସାୟରେ ଉନ୍ନତି ହେବା ସହ ଧନ ସମ୍ପତ୍ତି ବୃଦ୍ଧି ପାଇବ l ଯଶ, ସମ୍ମାନ ବୃଦ୍ଧି ସହ କେତେକ ନୂତନ କାର୍ଯ୍ୟରେ ସଫଳତା ହାସଲ କରିବେ l ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରିବେ।

ବିଛା - ମୂତ୍ରାଶୟ ଜନିତ ରୋଗ କଷ୍ଟ ପାଇ ପାରନ୍ତି l ଅଯଥା ଭ୍ରମଣର ସୁଜନା କରିପାରନ୍ତି l ଅଯଥା ଖର୍ଚ୍ଚ ବଢ଼ିପାରେ l ଘରେ, ବାହାରେ ଭୁଲ୍‌ ବୁଝାମଣା ହେତୁ ଅଯଥା ଶତ୍ରୁ ବୃଦ୍ଧି ହେବାର ସମ୍ଭାବନା ଦେଖାଦେବ l ଦୋଷ ନଥାଇ ଦୋଷୀ ସାବ୍ୟସ୍ତ ହୋଇ ପାରନ୍ତି

ପ୍ରତିକାର - ଓଁ ବୃ° ବୃହସ୍ପତୟେ ନମଃ ମନ୍ତ୍ରକୁ ଜପ କରନ୍ତୁ 

ଧନୁ - ବହୁ ଦିନରୁ ଭୋଗୁ ଥିବା କଷ୍ଟ ଦୂର ହେବ l ବ୍ୟବସାୟରେ ବହୁତ ଆଗକୁ ଯିବେ l ଦାମ୍ପତ୍ୟ ଜୀବନରେ ସନ୍ତାନ ସୁଖର ଯୋଗ ମିଳିବ l ନୂତନ ଜମି, ଗାଡ଼ି କ୍ରୟ କରିପାରନ୍ତି।

ମକର -   ଚକ୍ଷୁ ସମସ୍ୟା ଦେଖା ଦେଇପାରେ l ଭାବିଚିନ୍ତି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ l ଛାତ୍ରଛାତ୍ରୀମାନେ ପାଠପଢାରେ ମନଯୋଗ ରଖି ପାରିବେ ନାହିଁ l ଅନ୍ୟ ପାଇଁ ଖରାପ ଭାବିଲେ ନିଜେ ଅସୁବିଧାରେ ପଡ଼ିପାରନ୍ତି। ତେଣୁ ଏସବୁ ଠାରୁ ଦୂରରେ ରୁହନ୍ତୁ

ପ୍ରତିକାର - ମା’ ତାରାଙ୍କର ମନ୍ତ୍ର ପାଠ କରନ୍ତୁ 

କୁମ୍ଭ - ସ୍ୱାସ୍ଥ୍ୟରେ ବିଭିନ୍ନ ସମସ୍ୟା ଦେଖା ଦେଇପାରେ l ଅନ୍ୟମାନଙ୍କର ବିଶ୍ୱାସଘାତକତା ମାନସିକ ସ୍ତରରେ କ୍ଷତି ଘଟାଇପାରେ l ମିଥ୍ୟା ପ୍ରଲୋଭନର ଶିକାର ହୋଇ ନିଜର ଅସୁବିଧା କରିପାରନ୍ତି l ସମ୍ପତ୍ତିକୁ ନେଇ ସମସ୍ୟା ଦେଖା ଦେବ। 

ପ୍ରତିକାର - ସୁନା, କଂସା, ଘିଅ, ହଳଦୀ, ଚିନି, ଚଣା, ଡାଲି, ପୋଖରାଜ ଦକ୍ଷିଣା ବ୍ରାହ୍ମଣକୁ ଦାନ କରନ୍ତୁ 

ମୀନ - ଶାରୀରିକ ସମସ୍ୟା ଦୂରେଇ ଯାଇପାରେ l ବିଭିନ୍ନ କ୍ଷେତ୍ରରେ ସଫଳ ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ପାଇବ l ଚାକିରିରେ ପ୍ରମୋସନ ହେବା ସହ ସମ୍ମାନ ପ୍ରାପ୍ତ ହେବ l ବିଦ୍ୟାର୍ଥୀମାନେ ପରୀକ୍ଷାରେ  ଭଲ କୃତକାର୍ଯ୍ୟ କରିବେ।

Advertisment
Advertisment