/odishatv-khabar/media/post_attachments/uploadimage/library/16_9/16_9_0/Vastu_1747721637.jpg)
Vastu
ଆମେମାନେ ସାଧାରଣତଃ ଘରେ ମନଇଚ୍ଛା ଜୋତା, ଚପଲକୁ ରଖି ଦେଇଥାଉ। ତାହା ଘରେ ଏଣେତେଣେ ପଡ଼ିଥାଏ। ହେଲେ ଆପଣ ଜାଣିଛନ୍ତି କି ଜୋତା, ଚପଲକୁ ଠିକ୍ ଦିଗରେ ନ ରଖିଲେ ମାଡ଼ି ଆସେ ବିପଦ । ସବୁବେଳେ ଲାଗି ରହେ ଆର୍ଥିକ ଅନଟନ ।
ଘରେ ସମସ୍ତେ ଏହାକୁ ହାଲକା ଭାବେ ନେଇଥାନ୍ତି। ସେମାନେ କିଛି ନ ଭାବି ଯେକୌଣସି ଦିଗରେ ବି ତାହାକୁ ରଖି ଦେଇଥାନ୍ତି। କିନ୍ତୁ ଏପରି କରିବା ଦ୍ୱାରା ଏହାର ନକରାତ୍ମକ ପ୍ରଭାବ ଆପଣଙ୍କ ପରିବାର ଉପରେ ପଡ଼ିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି।
ଅଧିକ ପଢ଼ନ୍ତୁ: ଭୁଲ୍ ଜାଗାରେ ପାଇଖାନା ଟାଙ୍କି ନିର୍ମାଣ କରୁଛନ୍ତି କି...ଘରକୁ ଆସିବ ଏହି ଜଟିଳ ସମସ୍ୟା
ତେଣୁ ଜୋତା, ଚପଲକୁ ଘରର ଦକ୍ଷିଣ - ପଶ୍ଚିମ କୋଣରେ ରଖନ୍ତୁ । ଏହି ଦିଗ ପୃଥିବୀ ତତ୍ତ୍ୱ ସହ ସମ୍ବନ୍ଧିତ ଥିବାରୁ ଏହାକୁ ଶୁଭ ବୋଲି ବିବେଚନା କରାଯାଇଥାଏ।
ମାତ୍ର ଜୋତା, ଚପଲକୁ କେବେ ବି ଘରର ଉତ୍ତର- ପୂର୍ବ ଦିଗରେ ରଖନ୍ତୁ ନାହିଁ । କାରଣ ପ୍ରାର୍ଥନା ନିମନ୍ତେ ଘରର ଏହି ଦିଗକୁ ସବୁଠୁ ପବିତ୍ର ବୋଲି ବିବେଚନା କରାଯାଇଥାଏ।
ଘରେ ଜୋତା-ଚପଲ ରାକ୍କୁ କେବେ ବି ରୋଷେଇ ଘର କିମ୍ବା ପୂଜା ଘର କାନ୍ଥରେ ଲଗାଇ ରଖନ୍ତୁ ନାହିଁ । ଏହାକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ । ଏହାଦ୍ୱାରା ପରିବାର ସଦସ୍ୟଙ୍କ ଶରୀର ଅସୁସ୍ଥ ରହିବା ସହ ଆର୍ଥିକ ଅନଟନ ବି ପିଛା ଛାଡ଼େ ନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)