Advertisment

ରାଶି ଉପରେ ସୂର୍ଯ୍ୟପରାଗର ପ୍ରଭାବ: କେଉଁ ରାଶି ପାଇଁ ଶୁଭ ଓ କାହା ପାଇଁ ଅଶୁଭ, ଜାଣନ୍ତୁ...

ବ୍ୟବସାୟରେ ଅନୁକୂଳ ବାତାବରଣ ଆସିପାରେ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ  ସ୍ଥାପନ କରିବେ । ଆପଣଙ୍କ ପାଖକୁ ନୂଆ ଦାୟିତ୍ୱ ଆସିପାରେ ।

ଅଦ୍ୟତନ ହୋଇଛି
Effect Of Solar Eclipse On Zodiac Signs

Effect Of Solar Eclipse On Zodiac Signs

Advertisment

କାର୍ତ୍ତିକ ମାସରେ ପଡ଼ୁଛି ସୂର୍ଯ୍ୟପରାଗ ଓ ଚନ୍ଦ୍ର ଗ୍ରହଣ। ଅକ୍ଟୋବର ୨୫ ତଥା ଦୀପାବଳିରେ ପଡୁଛି ସୂର୍ଯ୍ୟପରାଗ। ଜ୍ୟୋତିଷ ଶାସ୍ତ୍ର  ଅନୁଯାୟୀ, ୨୪ ତାରିଖ ଦିନ ପୟା ଶ୍ରାଦ୍ଧ , ଦ୍ୱୀପଦାନ , କାଳୀ ପୂଜା, ବାଣଫୁଟା ଓ କାଉଁରିଆ କାଠି ଜାଳିବାକୁ ଧାର୍ଯ୍ୟ କରାଯାଇଛି। ଶ୍ରୀମନ୍ଦିରରେ ସୋମବାର ରାତ୍ରି ୧୨ଟା ପରେ ଦ୍ୱାର ଫିଟା ହୋଇ ୨.୩୦ ରୁ ୩ଟା ଭିତରେ ସକାଳ ଧ୍ୱପ, ରାତ୍ର ୪ ଟାରେ ବାଳ ଧ୍ୱପ, ୪.୫୫ ରେ ଭୋଗ ମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ। ପୁନର୍ବାର ମଙ୍ଗଳବାର ଅପରାହ୍ନ ୪.୫୬ ପରେ ପରାଗ ସ୍ପର୍ଶ ପରେ ମହାସ୍ନାନ ନୀତି ହେବ ଓ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ।

Advertisment

ରାହୁ ଗ୍ରସ୍ତ ସୂର୍ଯ୍ୟ ପରାଗ ୨୫/୧୦/୨୦୨୨ ମଙ୍ଗଳବାର ଦିନ ଅପରାହ୍ନ ୦୨.୧୫ ପରଠାରୁ ସ୍ୱାତୀ ନକ୍ଷତ୍ର ତୁଳା ରାଶିରେ ଆରମ୍ଭ ହୋଇ ସେହି ଦିନ ୦୬.୨୬ ରେ ସର୍ବମୋକ୍ଷ ହେବ। କିନ୍ତୁ ସେହି ଦିନର ସୂର୍ଯ୍ୟ ଅସ୍ତ ଅପରାହ୍ନ ୦୫.୧୫ ରେ ରହିଥିବାରୁ ସେହି ସମୟରେ ପରାଗ ମୋକ୍ଷ ହୋଇ ନଥାଏ। ତେଣୁ ଓଡିଶାରେ ସର୍ବମୋକ୍ଷ ହୋଇ ନଥିବାରୁ ତା ପରଦିନ ୨୬/୧୦/୨୦୨୨  ବୁଧବାର ଦିନ ସୂର୍ଯ୍ୟୋଦୟ ପରେ ସ୍ନାନ ସାରି ଦେବ ପୂଜା ଓ ଅନ୍ନ ଭୋଜନାଦି କରାଯିବ।  ଏହି ପରାଗ ପାଇଁ ସୋମବାର ରାତ୍ରି ୦୪.୫୮ ରୁ ଦେବନୀତି ବନ୍ଦ, ପାକତ୍ୟାଗ ଆଦି କରାଯିବ।

ଅଧିକ ପଢ଼ନ୍ତୁ: ସୂର୍ଯ୍ୟପରାଗ ବେଳେ ଏହିସବୁ କାର୍ଯ୍ୟ କରନ୍ତୁ ନାହିଁ...

ଜାଣନ୍ତୁ, ରାଶିମାନଙ୍କ ଉପରେ ସୂର୍ଯ୍ୟପରାଗର କ’ଣ ପ୍ରଭାବ ପଡ଼ିବ ? କେଉଁ ରାଶି ପାଇଁ ଶୁଭ ଓ କେଉଁ ରାଶି ପାଇଁ ଅଶୁଭ ଜାଣନ୍ତୁ....

Advertisment

ଶୁଭ ରାଶି...

ବୃଷ- ଆପଣଙ୍କର କର୍ତ୍ତବ୍ୟ ନିଷ୍ଠା ପାଇଁ ଅନ୍ୟର ଆଦର ହେବେ। ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ। ମନକୁ ଉତ୍ସାହିତ ରଖି ସବୁ ସମସ୍ୟାର ସମାଧାନ କରି ପାରିବେ।

ସିଂହ- ବ୍ୟବସାୟରେ ଅନୁକୂଳ ବାତାବରଣ ଆସିପାରେ । ପରିବାରରେ ଖୁସିର ବାତାବରଣ ରହିବ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସପଂର୍କ  ସ୍ଥାପନ କରିବେ । ଆପଣଙ୍କ ପାଖକୁ ନୂଆ ଦାୟିତ୍ୱ ଆସିପାରେ । 

Advertisment

ଧନୁ- ଆଇନ ସହୟତା ପାଇବେ । ସାଂସାରିକ କ୍ଷେତ୍ରରେ ସୁଖ ସମୃଦ୍ଧି ଫେରି ଆସିବ । ଜଣେ ଅପରଚିତ ବ୍ୟକ୍ତିଙ୍କର ସାହାଯ୍ୟ ସହଯୋଗ ପାଇ ଅସମ୍ପୂର୍ଣ୍ଣ କାମଟିକୁ ସମ୍ପୂର୍ଣ୍ଣ କରିପାରନ୍ତି।

ମକର- ଆପଣଙ୍କର ବ୍ୟବହାର ଓ ରୁଚିପୂର୍ଣ୍ଣ କଥାରେ ଅନ୍ୟମାନେ ଖୁସି ହୋଇଯିବେ। ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ଦାୟକ ରହିବ।  ବନ୍ଧୁଙ୍କ ପରାମର୍ଶରେ କିଛି ନୂତନ  କାମ ଆରମ୍ଭ କରିବେ

ସାମାନ୍ୟ ରାଶି...

ମେଷ- ସବୁଜାଣିଥିଲେ ମଧ୍ୟ ସଫଳତା ପାଇ ପାରିବେ ନାହିଁ । ରାଜନୀତିରେ ପ୍ରତିହତ କରି ନିଜକୁ ସୁରକ୍ଷିତ ରଖିପାରିବେ।

ମିଥୁନ- ସବୁ ଭଲ କାମରେ ବିଳମ୍ବିତ ପ୍ରକ୍ରିୟା ଲାଗି ରହିବ । ଇଚ୍ଛା ନଥିଲେ ମଧ୍ୟ ବାଧ୍ୟ ହୋଇ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ। ବିଦ୍ୟାର୍ଥୀମାନେ  ପଢ଼ାପଢ଼ିରେ ଅଧିକ ପରିଶ୍ରମ କରିଲେ ମଧ୍ୟ ଭଲ ଫଳ ମିଳିବ ନାହିଁ । 

କନ୍ୟା- ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ହାସଲ କରିବେ ।  କୋର୍ଟ କଚେରୀରେ ରାୟ ଆପଣଙ୍କ ସପୋର୍ଟରେ ଆସିଲେ ମଧ୍ୟ ଶୁଣାଣିରେ ବିଳମ୍ବ ହୋଇପାରେ। ଅନ୍ୟର ଭଲ କାମ କରିବାକୁ ଯାଇ ଅପମାନ ପାଇବେ ।

କୁମ୍ଭ- ବିରୋଧୀମାନେ ସତ ଚେଷ୍ଟା କରିଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ସାମାନ୍ୟ କଥାକୁ କେନ୍ଦ୍ର କରିି ମନରେ ବିରକ୍ତି ଭାବ ସୃଷ୍ଟି ହୋଇପାରେ। ପାରିବାରିକ ସମସ୍ୟା ଘଟିଲେ ମଧ୍ୟ ଦୁଃସାହସିକ ପଦକ୍ଷପ ନେଇ ସମସ୍ୟାର ସମାଧାନ କରିବେ।

ଅଶୁଭ ରାଶି...

କର୍କଟ- ନିଜର କ୍ରୋଧ ପାଇଁ ନିଜର କ୍ଷତି ଘଟାଇବେ। ପତ୍ନୀଙ୍କ ସହିତ ମତ ପାର୍ଥକ୍ୟ ଦେଖା ଦେଇପାରେ । ଅବହେଳା କରିଥିବା କାର୍ଯ୍ୟ ପାଇଁ ଅନୁତାପ କରିବେ। ଆଶା ନିରାଶାରେ ପରିଣତ ହୋଇପାରେ । 

ତୁଳା-ଅର୍ଜିତ ଧନ ଓ ମାନ ହାନି ଘଟିପାରେ । ଉପରିସ୍ଥ ଅଫିସରଙ୍କ ଚାପ ବୃଦ୍ଧି ପାଇବ । ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି । କୌଣସି କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ ।

ବିଛା- ଯେଉଁ କାର୍ଯ୍ୟ କରିବେ ତାହା ଅପ୍ରିୟକର ହୋଇପାରେ । ରାଜନୀତିରେ ନୂତନ ସମସ୍ୟାରେ ପଡ଼ିପାରନ୍ତି। ପୁରୁଣା ରୋଗ ବ୍ୟାଧି ଜନିତ ପୀଡା ଦୁଶ୍ଚିନ୍ତାର କାରଣ ହୋଇପାରେ ।   

ମୀନ- ସାମୟିକ ଭାବରେ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ । କର୍ମକ୍ଷେତ୍ରରେ ଅହେତୁକ ବିଳମ୍ବ ଘଟିବ। ପରିବାରରେ ତିକ୍ତତା ଦେଖା ଦେଇପାରେ। ସାବଧାନ ରୁହନ୍ତୁ ସଡ଼କ ଦୁର୍ଘଟଣା ହୋଇପାରେ।

ତୁଳା ରାଶି ପାଇଁ ସବୁଠାରୁ ଅଶୁଭ ରହିଛି । ବିଶେଷ କରି ସ୍ୱାତୀ ନକ୍ଷତ୍ର ତୁଳା ରାଶିରେ ସୂର୍ଯ୍ୟପରାଗ ଲାଗୁଥିବାରୁ ଏହି ରାଶି ବ୍ୟକ୍ତି ବିଶେଷ ଓ ମହିଳାଙ୍କ ପାଇଁ ଅତ୍ୟନ୍ତ ଅଶୁଭ ରହିିବ। ବିଶେଷ କରି (ର) କିମ୍ବା (R) ଅକ୍ଷରରେ ଆରମ୍ଭ ହେଉଥିବା ବ୍ୟକ୍ତି ବିଶେଷ ସାବଧାନତା ଅବଲମ୍ବନ ଜରୁରୀ। ଯେଉଁ ରାଶିରେ ପରାଗ ଅଶୁଭ ରହିଛି, ସେମାନେ ଏହି ସୂର୍ଯ୍ୟ ପରାଗ ଦର୍ଶନ କରନ୍ତୁ ନାହିଁ । ଏହି ସମୟରେ ସୁର୍ଯ୍ୟଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ । ଅଶୁଭ ଫଳ ଅନେକାଂଶରେ କମ ହେବ ।

Solar Eclipse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ