• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୯ ତାରିଖ, ଗୁରୁବାର। ତିଥି – ୯ମୀ ଦିବା ୦୮/୨୧/୫୫ ଗତେ ୧୦ମୀ।  ଚନ୍ଦ୍ର -  କନ୍ୟା ଅହୋରାତ୍ର। ଘାତ ଚନ୍ଦ୍ର-  ବୃଷ ରାଶିର ଅହୋରାତ୍ର। ଘାତ ବାର – ତୁଳା ଓ  କୁମ୍ଭ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ ନାସ୍ତି ।

ଶୁଭ ସମୟ- ପ୍ରାତଃ ୦୫/୧୦/୫୧ ରୁ ୦୬/୦୩/୩୨, ଦିବା ୦୯/୩୪/୧୫ ରୁ ୧୧/୧୯/୩୭, ସନ୍ଧ୍ୟା  ୦୭/୦୪/୨୨ ରୁ ୦୯/୧୪/୨୧, ରାତ୍ରି ୦୧/୦୭/୧୩ ରୁ ୦୨/୧୭/୩୭ ରାତ୍ରି ୦୩/୪୪/୧୬ ରୁ ୦୫/୧୦/୫୫
ଅଶୁଭ ସମୟ- ରାହୁ କାଳ-  ଦିବା ୦୧/୨୪/୪୪ ରୁ ୦୩/୦୩/୩୦, କାଳ ବେଳା-  ଦିବା ୦୪/୪୨/୧୭ ରୁ ୦୬/୨୧/୦୩, ବାର ବେଳା – ଦିବା ୦୪/୪୨/୧୭ ରୁ ୦୬/୨୧/୦୩, କାଳ ରାତ୍ରି-  ରାତ୍ରି ୧୧/୪୫/୫୯ ରୁ ୦୧/୦୬/୧୩

ଜାଣନ୍ତୁ, ଆଜି କେମିତି କଟବି ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: କୌଣସି ପଦ ବ୍ୟକ୍ତିଙ୍କ ସାନିଦ୍ଧ୍ୟ ପାଇ ପାରନ୍ତି। ପୁରୁଣା କଥା ଭୁଲି ସମ୍ପର୍କ ରକ୍ଷା କରିବେ। ଆଶା କରିଥିବା ଦିଗରୁ ସାହାଯ୍ୟ ପାଇବେ।
ପ୍ରତିକାର -  ମା ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ବୃଷ: ନୂତନ ବନ୍ଧୁ ସପଂର୍କ ଯୋଡିବା ପାଇଁ ଚେଷ୍ଟା କରିବେ। ପୂର୍ବରୁ ସ୍ଥିର କରିଥିବା ସ୍ଥାନକୁ ଯାତ୍ରା କରିପାରନ୍ତି। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ।
ପ୍ରତିକାର – ଓଁ ହ୍ରୀଂ କ୍ରୀଂ ଶୁକ୍ରାୟ ନମଃ ମନ୍ତ୍ର ପାଠ କରନ୍ତୁ 

ମିଥୁନ: ସାସାଂରିକ ଜୀବନରେ ଚିନ୍ତାରେ ରହିବେ। ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ।
ପ୍ରତିକାର – ବିଷ୍ଣୁଙ୍କର ସହସ୍ର ନାମ ଜପ କରନ୍ତୁ 

କର୍କଟ: ଋାଜନୀତିରେ ନିଜର ସାଗଂଠନିକ ଦକ୍ଷତା ଅନୁସାରେ କୌଣସି ଉଚ୍ଚ ପଦବୀ ମିଳିପାରେ। ପ୍ରେମିକ ପ୍ରେମିକାମାନେ ବିଶ୍ୱାସ ଭାଜନ ହେବେ। ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ନେବେ।
ପ୍ରତିକାର –   ଓଁ ସୋମାୟ ନମଃ ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ

ସିଂହ: ବିଦ୍ୟାର୍ଥୀମାନେ ଏକାଗ୍ରତା ରକ୍ଷା କରିବେ। ମାନସିକ ସ୍ତରରେ ଉନ୍ନତି ଆସିବ। କିଛି ଯାନ୍ତ୍ରିକ ଜିନିଷ ଉପକରଣ କ୍ରୟ କରିପାରନ୍ତି ।
ପ୍ରତିକାର – ସୂର୍ଯ୍ୟଙ୍କୁ ଜଳ ଦାନ କରନ୍ତୁ 

କନ୍ୟା: ଘରକୁ ସଜାଇବାରେ ସମୟ କଟାଇବେ । ବନ୍ଧୁ ମିଳନ ହେବ। ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ଉନ୍ନତି ହେବ। 
ପ୍ରତିକାର -  ବିଷ୍ଣୁ ମନ୍ଦିରରେ କିଛି ମୁଗଡାଲି ଦାନ କରନ୍ତୁ

ତୁଳା: ଆଜି କୋର୍ଟ, କଚେରୀ ବିଷୟରେ ନ ପଡିବା ଭଲ। ଦୀର୍ଘ ଦିନର ସୁଚିନ୍ତିତ ନୂତନ ବାଣିଜ୍ୟ ଆରମ୍ଭ କରିପାରନ୍ତି । ମନ୍ଥରତା ଭିତରେ ମଧ୍ୟ ସୁଫଳତା ପାଇବେ।
ପ୍ରତିକାର –ନୀଳ  ରଙ୍ଗର ପୋଷାକ ପରିଧାନ କରନ୍ତୁ

ବିଛା: ଗତକାଲିଠାରୁ ଚିନ୍ତା କରୁଥିବା କାମଟି ସହଜ ଓ ସୁବିଧାରେ ହୋଇଯିବ। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ବ୍ୟବସାୟରେ ଉତ୍ତମ ଜ୍ଞାନକୌଶଳ ପ୍ରୟୋଗ କରିବେ।
ପ୍ରତିକାର – ମା ଚର୍ଚ୍ଚିକାଙ୍କର ପୂଜା କରନ୍ତୁ

ଧନୁ: ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ଲାଭ କରିବେ। ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ଧ୍ୟାନଚ ଦେବେ।

ପ୍ରତିକାର – ହଳଦୀ ତିଲକକୁ ମଥାରେ ଲଗାନ୍ତୁ

ମକର: କିଛି ନୂତନ କାର୍ଯ୍ୟ ଆରମ୍ଭ କରିବେ । ପୂର୍ବରୁ ଥିବା ଅଭାବ ଅନଟନ ଦୂର ହେବ। ଯୋଗ୍ୟତା ଅନୁସାରେ  କୌଣସି ଉଚ୍ଚ ପଦବୀ ମିଳିପାରେ।
ପ୍ରତିକାର – ଶନିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

କୁମ୍ଭ: ଅହେତୁକ ବାଧାବିଘ୍ନ ଦେଇ ଗତି କରିପାରନ୍ତି। କରଦାତାମାନଙ୍କର ଚାପ ବୃଦ୍ଧି ପାଇବ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ଆଘାତ ଦେଇପାରେ।
ପ୍ରତିକାର – ଭଗବାନଙ୍କର କଚ୍ଛୋପ ଅବତାରକୁ ପୂଜା କରନ୍ତୁ

ମୀନ:  ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ । କର୍ମ କ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହସ ରଖି କୃତକାର୍ଯ୍ୟ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିବେ ।
ପ୍ରତିକାର – ବ୍ରାହ୍ମଣଙ୍କର ସେବା କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)