• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଶୁକ୍ରବାର, ତିଥି – ୯ ମୀ ସନ୍ଧ୍ୟା ୦୬/୨୫ ଗତେ ୧୦ ମୀ, ଚନ୍ଦ୍ର – ତୁଳା ରାଶିର, ଘାତ ଚନ୍ଦ୍ର- ନାସ୍ତି, ଘାତ ବାର – ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ:-

ପ୍ରାତଃ ୦୬/୦୯ ରୁ ୦୭/୦୨

ଦିବା ୧୨/୧୮ ରୁ ୦୨/୫୫

ସନ୍ଧ୍ୟା ୦୬/୨୬ ରୁ ୦୮/୩୬

ରାତ୍ରି ୧୨/୫୭ ରୁ ୦୩/୦୭

ରାତ୍ରି ୦୩/୫୦ ରୁ ୦୫/୧୭

ଅଶୁଭ ସମୟ:-

ଋାହୁକାଳ - ଦିବା ୧୦/୧୩ ରୁ ୧୧/୫୧

କାଳବେଳା - ଦିବା ୧୦/୧୩ ର ୧୧/୫୧

ବାରବେଳା – ଦିବା ୦୮/୩୪ ରୁ ୧୦/୧୩

କାଳରାତ୍ରି - ରାତ୍ରି ୦୯/୦୮ ରୁ ୧୦/୩୦

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ:- 

Aries
  • ଅଶ୍ୱନୀ – ପରୋକ୍ଷ ଶତ୍ରୁତା ପ୍ରତି ସତର୍କ ରହିବା ଭଲ ରହିବ
  • ଦ୍ୱିଜା – ସାମାଜିକ ପ୍ରତିଷ୍ଠା ସହିତ ସୁଖ ସୈଭାଗ୍ୟ ପ୍ରଦାନ କରିବ
  • କୃତିକା – ବୃତିଗତ ଧନ୍ଦାରୁ ବୈଷୟିକ ଅଭିବୃଦ୍ଧି ଘଟିବ

ପ୍ରତିକାର - ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ ।

ବୃଷ:- 

Taurus
  • କୃତିକା - ଯାନ୍ତ୍ରିକ ଶିଳ୍ପ କ୍ଷେତ୍ରରେ ଲାଭବାନ୍ ହୋଇ ଖୁସି ଅନୁଭବ କରିବେ
  • ରୋହିଣୀ – ଛୋଟବଡ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ
  • ମୃଗଶିରା – ଶିକ୍ଷାର୍ଥୀ ମାନେ ଶିକ୍ଷାପ୍ରତି ଅଧିକ ଯତ୍ନଶୀଳ ରହିବେ

ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ ।

ମିଥୁନ:- 

Gemini
  • ମୃଗଶିରା - ଆର୍ଥିକ ସକଂଟ ଲାଗି ରହିଲେ ମଧ୍ୟ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ମନସ୍ଥ କରିବେ
  • ଆଦ୍ରା - ମହିଳା ମାନେ ଉତ୍ସାହିତ ରହିବେ
  • ପୁନର୍ବସୁ - ସ୍ଥିର ମନ ନେଇ କାମ କରିଲେ ସମସ୍ୟାର ସମାଧାନ ହେବାର କାରଣ ଅଛି

ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ ।

କର୍କଟ:- 

Cancer
  • ପୁନର୍ବସୁ - ପ୍ରିୟବ୍ୟକ୍ତଙ୍କ ସହିତ ମିଶିବା ପାଇଁ ଦିନଟି ଭଲ ରହିବ
  • ପୁଷ୍ୟା – ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟାର ସମାଧାନ ହେବ
  • ଅଶ୍ଳେଷା - କର୍ତୁପକ୍ଷ ଆପଣଙ୍କୁ କୌଣସି ଦାୟିତ୍ୱ ଦେବେ

ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ

ସିଂହ:- 

Leo
  • ମଘା – ଯୁକ୍ତିଯୁକ୍ତ କଥା କହି ପରିସି୍ଥତିକୁ ସୁଧାରି ନେବେ
  • ପୂ , ଫାଲଗୁନୀ - ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇବେ
  • ଉ ,ଫାଲଗୁନୀ – ଇର୍ଷାପରାୟଣ,ଖଳବ୍ୟକ୍ତି ମାନେ ଶତୃତା କରିଲେ ମଧ୍ୟ କ୍ଷତି ଘଟାଇ ପାରିବେ ନାହିଁ

ପ୍ରତିକାର – ଲାଲ ମୁହା ମାଙ୍କଡକୁ ଗୁଡ ଖାଇବାକୁ ଦିଅନ୍ତୁ

କନ୍ୟା:- 

Virgo
  • ଉ , ଫାଲଗୁନୀ – ଅଧିକ ସମୟ ସମାଲୋଚନାରେ କଟିପାରେ, ଜିଦ୍ ଗୁଣ ପାଇଁ ଅଶାନ୍ତି ବଢିପାରେ
  • ହସ୍ତା – ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ
  • ଚିତ୍ରା – ଅନ୍ଧ ଭାବରେ କାର୍ଯ୍ୟ କରିବା ଯୋଗୁ ଅପମାନିତ ହେବେ

ପ୍ରତିକାର - ଐ୍ୟଂ ସ୍ତୀଂ ଶ୍ରୀଂ ବୁଧାୟ ନମଃ ଜପ କରନ୍ତୁ

ତୁଳା :- 

Libra
  • ଚିତ୍ରା – ନିଜର ଶକ୍ତି ଓ ସାମର୍ଥ ପାଇଁ ସୁନାମ ଅର୍ଜନ କରିବେ
  • ସ୍ୱାତୀ – ଦୂରଯାତ୍ରା,ବାଣିଜ୍ୟ,ବ୍ୟବସାୟ କାରବାର କ୍ଷେତ୍ରରେ ଉନ୍ନତି ଆସିବ
  • ବିଶାଖା – ସମ୍ପର୍କୀୟ ଜଣେ ବନ୍ଧୁଙ୍କ ପ୍ରତିଶୃତି ଯାହାକି ଆପଣଙ୍କ କାମରେ ଆସିବ

ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ବିଛା:- 

Scorpio
  • ବିଶାଖା – ଯେଉଁ କାର୍ଯ୍ୟ କରିବେ ତାହା ଅପ୍ରିୟକର ହୋଇପାରେ
  • ଅନୁରାଧା – ଅଯଥା ବିବାଦ ଭିତରକୁ ଟାଣି ହୋଇ ଯାଇ ପାରନ୍ତି
  • ଜ୍ୟେଷ୍ଠା – ବ୍ୟବସାୟ, ବାଣିଜ୍ୟରେ ସ୍ଥିର ଅବସ୍ଥା ଲାଗି ରହିବ

ପ୍ରତିକାର –ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଧନୁ:- 

Sagittarius
  • ମୂଳା – କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଓ ତହିଁରେ ଲାଭ ମିଳିବ
  • ପୂ , ଷାଢା –ଆଜି ଆପଣଙ୍କ ସାମନାକୁ ନୂଆ ଅବସର ଆସିବ
  • ଉ , ଷାଢା – ବୈବାହିକ ଜୀବନ ରେ ମଧୁରତା ଆସିବ

ପ୍ରତିକାର –୫ଟି ହଳଦିଆ ଲଡୁ ଧର୍ମସ୍ଥାନ ରେ ଭୋଗ ଲଗାନ୍ତୁ

ମକର:- 

Capricorn
  • ଉ , ଷାଢା - କୈାଣସି ବଡ ଧରଣର ଯୋଜନା କାର୍ଯ୍ୟକାରୀ ହୋଇପାରେ
  • ଶ୍ରବଣା – ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିପାରନ୍ତି
  • ଧନିଷ୍ଠା – ସାଂସୃତିକ ପରିବେଶରେ ଯୋଗ ଦାନ ଦେବେ

ପ୍ରତିକାର – ଶନିଙ୍କ ମାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

କୁମ୍ଭ:- 

Aquarius
  • ଧନିଷ୍ଠା – ଧାତୁଅଳଙ୍କାର କ୍ରୟ କରି ସାମୟିକ ଆତ୍ମତୃପ୍ତି ଅନୁଭବ କରିବାର ସୁଯୋଗ ପାଇବେ
  • ଶତଭିଷା – ପାରିବାରିକ ସମସ୍ୟା ଘଟିଲେ ମଧ୍ୟ ଦୁଃସାହସିକ ପଦକ୍ଷପ ନେଇ ସମସ୍ୟାର ସମାଧାନ କରିବେ
  • ପୂ , ଭାଦ୍ରପଦ – ରାଜନୈତିକ କ୍ଷେତ୍ରରେ ବିଜୟ ଲାଭ କରିବେ

ପ୍ରତିକାର – ମହାଦେବଙ୍କ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

ମୀନ:- 

Pisces
  • ପୂ , ଭାଦ୍ରପଦ - ଉପରିସ୍ଥ ଅଫିସର ମାନଙ୍କର ଚାପ ବୃଦ୍ଧି ପାଇବ
  • ଉ , ଭଦ୍ରପଦ - କୌଣସି କାର୍ଯ୍ୟକୁ ନେଇ ଚିନ୍ତିତ ରହିବେ
  • ରେବତୀ – ଗୁରୁଜନ ମାନଙ୍କ ସହିତ ମତାନ୍ତର ହୋଇପାରେ

ପ୍ରତିକାର – ବିଷ୍ଣୁଙ୍କ ନାମ ଜପ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-9439050099)