• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ଶନିବାର ତିଥି – ୯ମୀ ରାତ୍ରି ୦୨/୧୧ ଗତେ ୧୦ମୀ ଚନ୍ଦ୍ର – ତୁଳା ଦିବା ୧୨/୦୫ ଗତେ ବିଛା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ - କୃଷି ଓ ବଂଶହାନି-ଭୂମି ଓ ତିଳକାଞନ ଦାନ ସନ୍ଧ୍ୟା ୦୫/୫୧ ଗତେ ୧ ପାଦ କୃଷିହାନି- ଭୂମିଦାନ ।

ଶୁଭ ସମୟ

ଦିବା ୧୦/୧୬ ରୁ ୦୧/୦୯

ରାତ୍ରି ୦୮/୩୧ ରୁ ୧୦/୪୫

ରାତ୍ରି ୧୨/୧୫ ରୁ ୦୧/୪୪

ରାତ୍ରି ୦୨/୨୯ ରୁ ୦୩/୫୮

ଅଶୁଭ ସମୟ

ଋାହୁକାଳ ଦିବା ୦୮/୪୦ ରୁ ୧୦/୧୬

କାଳବେଳା - ପ୍ରାତଃ ୦୫/୨୭ ରୁ ୦୭/୦୩ ଓ ଦିବା ୦୪/୪୧ ରୁ ୦୬/୧୭

ବାରବେଳା –ଦିବା ୦୧/୨୮ ରୁ ୦୩/୦୪

କାଳରାତ୍ରି - ସନ୍ଧ୍ୟା ୦୬/୧୭ ରୁ ୦୭/୪୧ ଓ ରାତ୍ରି ୦୪/୦୪ ରୁ ୦୫/୨୮

ଆଜିର ରାଶିଫଳ-

ମେଷ:

ଅଶ୍ୱନୀ –ଅଫିସରେ ଆପଣଙ୍କୁ ନୂଆ ପଦବୀ ମିଳିପାରେ

ଦ୍ୱିଜା – ସାହସର ସହିତ କାମ କରନ୍ତୁ ସଫଳତା ପାଇବେ

କୃତିକା –ପାରିବାରିକ ଜୀବନ ସୁଖମୟ ହେବ

ପ୍ରତିକାର - ଅଟାରେ ଚିନି ମିଶାଇ ରୁଟି ତିଆରି କରି ଲାଲ୍ କୁକୁରକୁ ଖାଇବାକୁ ଦିଅନ୍ତୁ

ବୃଷ:

କୃତିକା - ସଙ୍ଗୀତଜ୍ଞଙ୍କୁ ବଡ ସୁଯୋଗ ମିଳିବ

ରୋହିଣୀ – ବନ୍ଧୁ ମାନଙ୍କ ସହିତ ପୂର୍ବ ମାମଲା ସମାଧାନ କରିବେ

ମୃଗଶିରା – ଜୀବନ ସାଥିଙ୍କ ସହିତ ସିନେମା ଦେଖି ଯାଇ ପାରନ୍ତି

ପ୍ରତିକାର –ନାଲିି ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ

ମିଥୁନ:

ମୃଗଶିରା -ଆପଣଙ୍କ ବ୍ୟବହାରରେ କିଛି ଲୋକ ପ୍ରଭାବିତ ହେବେ

ଆଦ୍ରା - ସବୁକାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ କରିବେ

ପୁନର୍ବସୁ - ଦାମ୍ପତ୍ୟ ଜୀବନ ମଧୁରତା ବଜାୟ ରହିବ

ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

କର୍କଟ:

ପୁନର୍ବସୁ - ଆପଣ ଟିକେ ଆଳସ୍ୟ ଅନୁଭବ କରିବେ

ପୁଷ୍ୟା – ସଡକ ଦୁର୍ଘଟଣାର ସମ୍ଭାବନା ରହିଛି

ଅଶ୍ଳେଷା - ଆପଣଙ୍କ କାମ ଦେଖି କର୍ମଚାରୀ ଅଶନ୍ତୁଷ୍ଟ ହେବେ

ପ୍ରତିକାର ––ଧଳା କପଡାରେ କିଛି ଅରୁଆ ଚାଉଳ, ଓ ମିଶିରେ ମିଶାଇ ଜଳରେ ଭସାଇ ଦିଅନ୍ତୁ

ସିଂହ:

ମଘା –ଆପଣ ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ

ପୂ , ଫାଲଗୁନୀ - ସପରିବାର ଧର୍ମସ୍ଥାନକୁ ଯିବା ପାଇଁ ଯୋଜନା କରି ପାରନ୍ତି

ଉ ,ଫାଲଗୁନୀ – ଅନ୍ତରଙ୍ଗ ବନ୍ଧୁଙ୍କୁ ଆପଣ ଆର୍ଥିକ ସହାୟତା ମାଗି ପାରନ୍ତି

ପ୍ରତିକାର - ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

କନ୍ୟା:

ଉ , ଫାଲଗୁନୀ –ଆୟ ଲାଗି ନୂଆ ଉତ୍ସ ସମ୍ମୁଖକୁ ଆସିବ

ହସ୍ତା – ସମାଜରେ ମାନ ସମ୍ନାନ ପ୍ରତିଷ୍ଠା ବୃଦ୍ଧି ପାଇବ

ଚିତ୍ରା – ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଅଚାନକ ସାକ୍ଷାତ ହେବ

ପ୍ରତିକାର - ତ୍ରିପୁରା ସୁନ୍ଦରୀଙ୍କର ପୂଜା, ପାଠ କରନ୍ତୁ

ତୁଳା:

ଚିତ୍ରା – କାର୍ଯ୍ୟରେ ନୂଆ ସମ୍ଭାବନା ତଲାସ କରିବେ

ସ୍ୱାତୀ –ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ

ବିଶାଖା –ଅଫିସରେ ବାକିକାମ ସବୁକୁ ସଂପୂର୍ଣ୍ଣ କରିବେ

ପ୍ରତିକାର –ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ବିଛା:

ବିଶାଖା –– ପରିଶ୍ରମ ଅନୁଯାୟୀ ଫଳ କମ ମିଳିବ

ଅନୁରାଧା –ଆଖ ପାଖ ଗତିବିଧି ଉପରେ ନଜର ରଖନ୍ତୁ

ଜ୍ୟେଷ୍ଠା – ବିବାଦଠୁଁ ଦୂରରେ ରୁହନ୍ତୁ

ପ୍ରତିକାର –ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ

ଧନୁ:

ମୂଳା –ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିହାତି ନିଅନ୍ତୁ

ପୂ , ଷାଢା –- ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢିବ

ଉ , ଷାଢା – କୈାଣସି ସହପାଠୀ ଆପଣଙ୍କର ସାହାର୍ଯ୍ୟ ଆଶା କରିପାରନ୍ତି

ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ

ମକର:

ଉ , ଷାଢା - ଅନ୍ୟ ମାନଙ୍କ ଆଗରେ ନିଜର କଥା ସ୍ପଷ୍ଟ ଭାବରେ କହିବେ

ଶ୍ରବଣା – ଜୀବନ ସାଥି ଆପଣଙ୍କର ପ୍ରଂଶସା କରିବେ

ଧନିଷ୍ଠା – ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ

ପ୍ରତିକାର – ଗୋଟେ ଶିଶିରେ କିଛି ମହୁ ରଖି ନିରଳା ଜାଗାରେ ପୋତି ଦିଅନ୍ତୁ

କୁମ୍ଭ:

ଧନିଷ୍ଠା – ଦୈନଦିନ କାର୍ଯ୍ୟରେ ସଫଳତା ପାଇବେ

ଶତଭିଷା –ଆପଣଙ୍କ ମନରେ ଏଭଳି ବିଚାର ଆସିବ ଯାହା ଦ୍ୱାରା ପ୍ରଗତିର ବାଟ ଖୋଲିବ

ପୂ , ଭାଦ୍ରପଦ – କାରବାରରେ ଆପଣଙ୍କର ବହୁତ ଲାଭ ହେବ

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ

ମୀନ:

ପୂ , ଭାଦ୍ରପଦ -ଅଧିକ ଆତ୍ମବିଶ୍ୱାସ ହାନିକାରକ ହୋଇପାରେ

ଉ , ଭଦ୍ରପଦ - କୈାଣସି କ୍ଷେତ୍ରରେ ନିବେଶ ପୂର୍ବରୁ ଦେଖିକି ନିବେଶ କରନ୍ତୁ

ରେବତୀ –ଆପଣଙ୍କର ବହୁତ କାମ ଅଧୁରା ରହିପାରେ

ପ୍ରତିକାର – ବିଷ୍ଣୁଙ୍କ ପୂଜା, ପାଠ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)