Advertisment

Daily Horoscope 5th June: ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍‌ ଖୁସି ଖବର ମିଳିବ

ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ରବିବାର। କର୍କଟ ଓ ମକର ରାଶିର ଘାତ ବାର - ମେଷ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,  ୧ ପାଦ - କୃଷିହାନି, ଭୂମିଦାନ।

author-image
Rajalaxmi Sahoo
Today Horoscope

Today Horoscope

ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ରବିବାର। ତିଥି – ୬ଷ୍ଠୀ  ଅହୋରାତ୍ର, ଚନ୍ଦ୍ର- କର୍କଟ ଅହୋରାତ୍ର, ଘାତ ଚନ୍ଦ୍ର-  ରାତ୍ରି ୧୨/୨୪  କର୍କଟ ଓ ମକର ରାଶିର ଘାତ ବାର - ମେଷ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,  ୧ ପାଦ - କୃଷିହାନି, ଭୂମିଦାନ।

Advertisment

ଶୁଭ ସମୟ- ପ୍ରାତଃ ୦୬/୫୫/୫୮ ରୁ ୦୯/୩୩/୪୪, ଦିବା ୦୧/୨୩/୪୯  ରୁ ୦୨/୪୯/୧୭, ସନ୍ଧ୍ୟା  ୦୭/୩୪/୨୮ ରୁ ୦୪/୪୧/୦୨,ରାତ୍ରି ୦୬/୦୯/୩୯ ରୁ ୦୭/୪୬/୨୮, ରାତ୍ରି ୧୦/୪୦/୦୬ ରୁ ୧୨/୫୦/୨୦
ଅଶୁଭ ସମୟ- ରାହୁ କାଳ-  ଦିବା ୦୪/୪୧/୦୨ ରୁ ୦୩/୧୯/୩୯, କାଳ ବେଳା-  ଦିବା ୧୧/୪୫/୧୩ ରୁ ୦୪/୨୩/୪୯, ବାର ବେଳା – ଦିବା ୧୦/୦୬/୩୭ ରୁ ୧୧/୪୫/୧୩, କାଳ ରାତ୍ରି-  ରାତ୍ରି ୦୧/୦୬/୩୭ ରୁ ୦୨/୨୮/୦୦

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: ପରିସ୍ଥିତି ଏମିତି ହେବ ଯେ ଆପଣ ୨ ଟଙ୍କା ଯାଗାରେ ୬ ଟଙ୍କା ଖର୍ଚ୍ଚ କରିବେ। ପରିଶ୍ରମ ତୁଳାନାରେ କମ୍‌ ଫଳ ପାଇବେ। ଅନ୍ୟର ଭଲ କାମ କରିବାକୁ ଯାଇ ଅପମାନିତ ହେବେ।
ପ୍ରତିକାର -  ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ 

Advertisment

ବୃଷ:  ଆପଣଙ୍କର କର୍ତ୍ତବ୍ୟ ନିଷ୍ଠା ପାଇଁ ଅନ୍ୟର ଆଦର ହେବେ। କର୍ମ କ୍ଷେତ୍ରରେ ନୂତନ ଦାୟିତ୍ୱ ନେବେ। କୌଣସି ମହିଳାଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି।
ପ୍ରତିକାର – ଶ୍ରୀ ଭାର୍ଗବୀ ଫଟକୁ ପୂଜାର୍ଚ୍ଚନା କରନ୍ତୁ

ମିଥୁନ: ବ୍ୟବସାୟରେ ଖର୍ଚ୍ଚାନ୍ତ ହୋଇ କାର୍ଯ୍ୟ ହାସଲ କରିବେ। ମହିଳାମାନେ ଅତିଥି ଚର୍ଚ୍ଚାରେ ସମୟ ବିତାଇବେ। ଭଲ କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଆଣିବେ।
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କର୍କଟ: ପଛ କଥା ନଭାବି ବର୍ତ୍ତମାନ ପରିସ୍ଥିତିକୁ ସାମ୍ନା କରିବେ। ପରିଶ୍ରମ ଅନୁସାରେ ପାରିଶ୍ରମିକ ପାଇବେ। ହଠାତ୍‌ କୌଣସି ଖୁସି ଖବର ପାଇବେ।
ପ୍ରତିକାର –  ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ ।

ସିଂହ: ନିଜର କ୍ରୋଧ ପାଇଁ ନିଜର କ୍ଷତି ଘଟାଇବେ। ବନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିପାରିବେ ନାହିଁ। ଅସୁବିଧାରେ ପଡ଼ି ବିରକ୍ତି ଭାବ ପ୍ରକାଶ କରିବେ।
ପ୍ରତିକାର – କୁଳ ଦେବତାଙ୍କ ପୂଜା ପରନ୍ତୁ

କନ୍ୟା: ଆଶା କରିଥିବା ଦିଗରୁ ଅର୍ଥ ଓ ସମ୍ମାନ ମିଳିବ। ଦୂର ସ୍ଥାନକୁ ଯିବାର ସୁଯୋଗ ପାଇବେ। ନିଦ୍ଧିଷ୍ଟ କାର୍ଯ୍ୟରେ  କୃତକାର୍ଯ୍ୟ ହେବେ।
ପ୍ରତିକାର -  ବୁଧଙ୍କର ମନ୍ତ୍ର ପାଠ କରନ୍ତୁ ।

ତୁଳା: ପଦ ମର୍ଯାଦା ବୃଦ୍ଧି ପାଇବ। ଉପସ୍ଥିତି ବୃଦ୍ଧି ପ୍ରୟୋଗ କରି ସମସ୍ୟାର ସମାଧାନ କରିବେ। କୌଣସି ମୂଲ୍ୟବାନ ଦ୍ରବ୍ୟ ଘରକୁ ଆଣିବେ।
ପ୍ରତିକାର – ମହାଲକ୍ଷ୍ମୀଙ୍କର  ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ବିଛା- ଦୀର୍ଘଦିନର ଆଶା ପୂରଣ ହୋଇପାରେ। ଖୋଜୁଥିବା ଜିନିଷଟି ପାଇ ଆନନ୍ଦିତ ହେବେ। ବାଣିଜ୍ୟରେ ସଫଳତା ଲାଭ କରିବେ।
ପ୍ରତିକାର –ମା ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଧନୁ: ଅତ୍ୟଧିକ ଭାବପ୍ରବଣ ହୋଇ ଅପଦସ୍ତ ହେବେ। ପତ୍ନୀଙ୍କ ସହିତ ମତ  ପାର୍ଥକ୍ୟ ଦେଖାଦେଇ ପାରେ। ଅବହେଳା କରିଥିବା କାର୍ଯ୍ୟ ପାଇଁ ଅନୁତାପ କରିବେ।
ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ ମନ୍ତ୍ରକୁ ୨୧ଥର ପାଠ କରନ୍ତୁ

ମକର: ପୂର୍ବରୁ ଭୋଗୁଥିବା ଶାରିରୀକ ସମସ୍ୟାର ଉନ୍ନତି ହେବ। ଅର୍ଥ ସମ୍ମାନର ଅଭାବ ରହିବ ନାହିଁ। ପଡୋଶୀଙ୍କର ପରାମର୍ଶ ଗ୍ରହଣ କରିବେ।
ପ୍ରତିକାର – ଶନିଦେବଙ୍କର  ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ: ଯାନବାହନ,ବ୍ୟବସାୟ ରେ ସଫଳତା ଲାଭ କରିବେ। ଧାରକରଜ ସୂତ୍ରରେ ଅର୍ଥ ଲାଭ କରି ପାରନ୍ତି। ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ ପାରନ୍ତି।
ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରି ଦିନ ଆରମ୍ଭ କରନ୍ତୁ

ମୀନ: ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି। ନିଜ ପରିବାର ସହିତ ଭ୍ରମଣ ଯୋଗ ରହିଛି।
ପ୍ରତିକାର –ମା ତାରା ଙ୍କର ମନ୍ତ୍ର ପାଠ କରନ୍ତୁ 

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)

Horoscope Today Horoscope
Advertisment
Advertisment