Advertisment

Daily Horoscope 4th June 2022: ବୃଷ-ସିଂହ-କନ୍ୟା ରାଶି ବ୍ୟକ୍ତିଙ୍କ ପାଇଁ ଘାତବାର, ଜାଣନ୍ତୁ କେମିତି କଟିବ ଦିନ

ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ  ଜାଣିବା । ୨୦୨୨ ମସିହା ଜୁନ ତା ୪ ରିଖ ଶନିବାର ବୃଷ ୨୧ ଦିନ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ପୂଷ୍ୟା । ନକ୍ଷତ୍ର କର୍କଟ ଚନ୍ଦ୍ର

undefined

Horoscope

Advertisment

ମେଷ
ଆଜି ସାଧାରଣ କଥାକୁ ବଡ଼ କରି ନିକଟସ୍ଥ କେହି ଜଣେ ବ୍ୟକ୍ତି କଳହ ସୃଷ୍ଟି କରିପାରେ
ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ 
ସରକାରୀ ସ୍ତରରୁ ହଠାତ୍ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ
ପ୍ରତିକାର: ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ

Advertisment

ବୃଷ
ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କୁ ଆକୃଷ୍ଟ କରିବ
ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି
ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ
ପ୍ରତିକାର:- ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

ମିଥୁନ
ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ । ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ । 
ମାଲିମକଦ୍ଦମା, ଜମିଜମା ସମସ୍ୟା, ଦୂର ହୋଇଯିବ
ପ୍ରତିକାର:- ନୃସିଂହ କବଚ ପାଠ କରନ୍ତୁ

Advertisment

କର୍କଟ
ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ
ଦୂରସ୍ଥାନକୁ ଯାତ୍ରା, ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ 
ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଦେଖାଦେଇପାରେ  
ପ୍ରତିକାର:- ଶିବ ପଞ୍ଚାକ୍ଷର ସ୍ତୋତ୍ର ପାଠ କରନ୍ତୁ

ସିଂହ
ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରିବେ 
ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ
ବିଫଳତା ଜନିତ ଯୋଗୁଁ, ମନ ସବୁବେଳେ ଚିନ୍ତିତ ରହିବ
ପ୍ରତିକାର:- ଲାଲ୍ ଫୁଲ ଲାଲ ଚନ୍ଦନ ପ୍ରଭୁ ଗଣେଶଙ୍କୁ ଚଢାନ୍ତୁ

Advertisment

କନ୍ୟା
ଆଜି ବନ୍ଧୁଙ୍କ ସହ ମନାନ୍ତର କାରଣରୁ ମନ ଭାରାକ୍ରାନ୍ତ ରହିବ  
କୌଣସି କାମରେ ମନ ଲାଗିବ ନାହିଁ
ଶିଳ୍ପ, ବାଣିଜ୍ୟ କାରବାର କ୍ଷେତ୍ରରେ ବେଶ୍ ଖୁସୀ ରହିବେ 
ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ 
ପ୍ରତିକାର:- ପ୍ରବେଶ ଦ୍ୱାରର ଡାହାଣ ପଟେ ପୂର୍ଣ୍ଣ କୁମ୍ଭ ଟିଏ ସ୍ଥାପନ କରି ତାକୁ ଦର୍ଶନ କରନ୍ତୁ

ତୁଳା
ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅସମ୍ଭବ କାର୍ଯ୍ୟକୁ ତ୍‌ଆରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ
ପାରିବାରିକ ଜୀବନରେ ସୁଖ ଶାନ୍ତି ମିଳିବ, ବିଳାସବ୍ୟସନ ଦ୍ରବ୍ୟ କ୍ରୟ କରିବେ 
ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ
ପ୍ରତିକାର: ଅରୁଆ ଚାଉଳ କଳାବିରି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ

ବିଛା
ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ 
ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କିଛିଟା ସାମୟିକ ସମସ୍ୟା ଦେଖାଦେଇପାରେ
କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ
ପ୍ରତିକାର: ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ ପ୍ରଭୁଙ୍କୁ ଦର୍ଶନ କରି ଯାତ୍ରା କରନ୍ତୁ

ଧନୁ
ଆଜି ବନ୍ଧୁଙ୍କ ସହ ଦୂର ଯାତ୍ରା କରିପାରନ୍ତି
ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା ଦେଖାଦେବ
ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିପାରନ୍ତି
ପ୍ରତିକାର: ନାରାୟଣଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ

ମକର
ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବ
ଯେକୌଣସି କାମ କରିବେ ସେଥିରେ ସଫଳତା ମିଳିବ
ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ
ପ୍ରତିକାର: ଶିବ ଦର୍ଶନ କରିବା ସହିତ ସାତଟି ତ୍ରିଶାଖା ବେଲପତ୍ର ମହା ମୃତ୍ୟୁଞ୍ଜୟ ମନ୍ତ୍ରରେ ଶିବଲିଙ୍ଗ ଉପରେ ଚଢାନ୍ତୁ

କୁମ୍ଭ
ଆଜି ଅର୍ଥ, ମାନ ସମ୍ମାନ ଓ ପ୍ରତିଷ୍ଠା ମିଳିବ ବିଳାସବ୍ୟସନରେ ଦିନଟି କାଟିବେ
ବହୁ ଦିନର ବକେୟା ପ୍ରାପ୍ୟ ମିଳିବ
ମାଙ୍ଗଳିକ କାମରେ ଯୋଗଦାନ କରିବେ
ପ୍ରତିକାର: କଞ୍ଚା କ୍ଷୀରରେ କଳାରାଶି ମିଶାଇ ଅଶ୍ୱତ୍ଥ ବୃକ୍ଷ ମୂଳରେ ଢାଳନ୍ତୁ

ମୀନ
ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ 
କର୍ମ କ୍ଷେତ୍ରରେ ପଦୋନ୍ନତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି
କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ
ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହେବେ
ପ୍ରତିକାର: ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ

ଜ୍ୟୋତିଷ ବାଣୀ- ରାହୁ ପୀଡ଼ାରୁ ମୁକ୍ତି ଓ  ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ମନ ନିବେଶ ପାଇଁ ସରଳ ପ୍ରତିକାର
(୧) ପାନ୍ନାରତ୍ନଟିଏ ରୁପାରେ ଦକ୍ଷିଣ ହସ୍ତ କନିଷ୍ଠ ଅଙ୍ଗୁଳିରେ ଧାରଣ କରିବା ଆବଶ୍ୟକ 
(୨) ରାହୁଙ୍କ ଈଷ୍ଟଦେବୀ ମାଁ ଛିନ୍ନମସ୍ତାଙ୍କର ଯନ୍ତ୍ର ଧାରଣ କରଣୀୟ 
(୩) ମୟୂରଚନ୍ଦ୍ରିକା ଟିଏ ସବୁବେଳେ ପାଖରେ ରଖିବା ବିଧେୟ 
(୪) ପ୍ରତ୍ୟେକ ଦିନ ରୋଷେଇ ଘରେ ଭୋଜନ କରିବା ଉଚିତ 
(୫) ପ୍ରତ୍ୟେକ ଦିନ ମାଁ ସରସ୍ୱତୀଙ୍କ ଆରାଧନା କରିବା ଉଚିତ

Horoscope Astrology
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ