• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ସୋମବାର । ତିଥି – ଅମବାସ୍ୟା ସନ୍ଧ୍ୟା ୦୫/୦୦/୧୧ ଗତେ ପ୍ରତିପଦ । ଚନ୍ଦ୍ର- ବୃଷ ଅହୋରାତ୍ର । ଘାତ ଚନ୍ଦ୍ର- ବିଛା ରାଶିର ଅହୋରାତ୍ର । ଘାତ ବାର- ମିଥୁନ ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୁଟୁମ୍ଭହାନି ତିଳକାଞନ ଦାନ ପ୍ରାତଃ ଦିବା ୦୭/୧୨/ ୨୦ ପର୍ଯ୍ୟନ୍ତ ।

ଶୁଭ ସମୟ:- ଦିବା ୦୮/୪୦/୪୯ ରୁ ୧୦/୨୫/୩୯, ରାତ୍ରି ୦୯/୧୧/୪୧ ରୁ ୧୦/୨୨/୩୦, ରାତ୍ରି ୧୧/୪୪/୧୩ ରୁ ୧୨/୦୬/୦୦, ରାତ୍ରି ୧୦/୩୩/୧୦ ରୁ ୦୩/୦୦/୨୦

ଅଶୁଭ ସମୟ:- ରାହୁକାଳ- ପ୍ରାତଃ ୦୬/୪୯/୨୭ ରୁ ୦୮/୨୭/୪୩, କାଳବେଳା- ପ୍ରାତଃ ୦୬/୪୯/୨୭ ରୁ ୦୮/୨୭/୪୩, ବାରବେଳା – ଦିବା ୦୩/୦୦/୪୯ ରୁ ୦୪/୩୯/୦୬, କାଳରାତ୍ରି- ରାତ୍ରି ୧୦/୨୨/୩୦ ରୁ ୧୧/୪୪/୧୩

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ:-

  • ନିଜର ଅହଂଭାବ ଯୋଗୁ କୈଣସି କାର୍ଯ୍ୟ ଠିକ୍ ଭାବରେ କରି ପାରିବ ନାହିଁ
  • ମହିଳା ମାନେ କଳହ ପ୍ରିୟ ହେବେ
  • ପ୍ରେମ କ୍ଷେତ୍ରରେ ସନ୍ଦେହ ମନଭାବ ଦେଖାଦେବ

ପ୍ରତିକାର – ଗୋଟେ ମାଟି କଳସ ରେ ମହୁ ରଖି ଶଶ୍ନାନ ରେ ପୋତି ଦିଅନ୍ତୁ

ବୃଷ:-

  • ମାଲିମକନ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇ ନଥାଏ
  • ଚାକିରିରେ ନିଜକୁ ସଂଯତ ରଖି ଚଳିଲେ ଭଲ
  • ପିଲାମାନେ ସୁଗୁଣରେ ଅନୁପ୍ରାଣିତ ହେବେ

ପ୍ରତିକାର – ନଡିଆ ଉପରେ ଚନ୍ଦନ ଲଗାଇ ୬ଟି କର୍ପୂର ସହିର ଧଳା କନାରେ ଘୋଡାଇ ଜଳରେ ଭସାଇ ଦିଅନ୍ତୁ

ମିଥୁନ:-

  • ସାମାଜିକ ସହଯୋଗ ଲାଭ କରିବେ
  • ପଡି ରହିଥିବା ପୁରୁଣା ଧନ ଲାଭ କରିପାରନ୍ତି
  • ନୂତନ କର୍ମ କରିବା ପାଇଁ ସୂବର୍ଣ୍ଣ ସୁଯୋଗ ପାଇବେ

ପ୍ରତିକାର -ପ୍ରଭୁ ନାରାୟଣଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ

କର୍କଟ:-

  • ଆପଣଙ୍କ ଆୟ ପୂର୍ବ ପରି ରହିବ
  • ମହିଳା ଓ ପିଲା ମାନେ ଆତ୍ମ ନିଯୁକ୍ତି ପାଇଁ ଚେଷ୍ଟିତ ରହିବେ
  • କୈଣସି ଦୂର ସ୍ଥାନକୁ ତିର୍ଥ ଯାତ୍ରାର ସୁଯୋଗ ପାଇବେ

ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜାର୍ଚ୍ଚନା କରନ୍ତୁ

ସିଂହ:-

  • କର୍ମତତ୍ପରତା କାରଣରୁ ଆଗେଇ ଚାଲିବେ
  • ସାଂସାରିକ ଦ୍ରବ୍ୟାଦି ଲାଭ କରିବେ
  • ରାଜନୀତିରେ ଲୋକ ସଂପର୍କ ବୃଦ୍ଧି ପାଇବ

ପ୍ରତିକାର - କିଛି ଗୁଡ ନେଇ ବିଷ୍ଣୁ ମନ୍ଦିର ରେ ଦାନ କରନ୍ତୁ

କନ୍ୟା:-

  • ପରିସ୍ଥିତି ବଶତଃ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବରୁ ମାନସିକ କ୍ଳାନ୍ତି ଅନୁଭବ କରିପାରନ୍ତି
  • ନିଜ ଲୋକଙ୍କୁ ବୃଥା ସନ୍ଦେହ କରି ନିଜେ ହିଁ କ୍ଷତିରେ ପଡିବେ
  • ପରିବାର ରେ ସନ୍ତାନ ଚିନ୍ତା ଜାଗ୍ରତ ହେବ

ପ୍ରତିକାର - ଅରଖ ଗଛର ୫ଟି ପତ୍ରକୁ କ୍ଷୀର ରେ ଧୋଇ ଘରର ପଶ୍ଚିମ ଦିଗରେ ପୋତି ଦିଅନ୍ତୁ

ତୁଳା:-

  • ରାଜନୀତିରେ ଚାପରେ ଗତିକରିବେ , ଦଳୀୟ ପ୍ରତାରଣାର ଶୀକାର ହୋଇ ପାରନ୍ତି
  • ସବୁଜାଣିଥିଲେ ମଧ୍ୟ ସଫଳତା ପାଇ ପାରିବେ ନାହିଁ
  • ଅନ୍ୟ ମନସ୍କ ରହି ଯାତ୍ରା ସମୟ ରେ ଦୁର୍ଘଟଣାର ଶିକାର ହୋଇପାରନ୍ତି

ପ୍ରତିକାର – ମା କମଳା ମନ୍ତ୍ର ପାଠ କରନ୍ତୁ ।

ବିଛା:-

  • ନିଜର ଆଦର୍ଶ ପ୍ରତିଷ୍ଠା ମୂଖ୍ୟ କାମନା ହେବ
  • ବ୍ୟବସାୟ ପଥ ସୁଗମ ହେବ , ଆୟ ଅବ୍ୟହତ ହେବ
  • ନାରୀ ମାନେ ଧର୍ଯ୍ୟଶୀଳ ହେବେ

ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ୫ଟି ନାଲି ମନ୍ଦାର ଅର୍ପଣ କରନ୍ତୁ

ଧନୁ:-

  • ଚାକିରୀରେ ଆପଣଙ୍କର ପ୍ରାଧାନ୍ୟ ବଢିବ
  • ନିଜର ଶ୍ରମ ଅନୁଯାୟୀ ଅଧିକ ଫଳ ପାଇବ
  • ଦିନଚର୍ଯ୍ୟା ବହୁତ ଆଡମ୍ବର ପୂର୍ଣ୍ଣ ରହିପାରେ

ପ୍ରତିକାର – ବୃହସ୍ପତିଙ୍କର ପୂଜାର୍ଚ୍ଚନା କରନ୍ତୁ

ମକର:-

  • ପିଲାମାନେ ଅସୁସ୍ଥତା ବଶତଃ କର୍ତ୍ତବ୍ୟରେ ତ୍ରୁଟି କରିପାରନ୍ତି
  • ପରିବହନ, ବାଣିଜ୍ୟରେ ଅଧିକ ମନ୍ଦା ଦେଖାଦେବ
  • ସାମାନ୍ୟ କଥାକୁ କେନ୍ଦ୍ର କରି ମନରେ ବିରକ୍ତି ଭାବ ସୃଷ୍ଟି ହୋଇପାରେ

ପ୍ରତିକାର – ହଳଦିଆ ପୋଷାକ ଧାରଣ କରନ୍ତୁ

କୁମ୍ଭ:-

  • ଆମୋଦ, ପ୍ରମୋଦ ଭିତରେ ଆଜି ଦିନ କଟିବ
  • କର୍ମ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ
  • ସୁଖ, ସମୃଦ୍ଧି ବଢିବ , ମହିଳା ମାନେ ସମ୍ନନୀୟ ହେବେ

ପ୍ରତିକାର – ରାହୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ମୀନ:-

  • ହାତକୁ ନେଇ ଥିବା କାମରେ କୃତ କାର୍ଯ୍ୟ ହେବେ
  • ଦୂରଯାତ୍ରାରେ ଲକ୍ଷ ପୂରଣ ହେବ , ଅତିଭିଳାଷ ଜିନିଷ ପାଇବେ
  • ସପଂର୍କୀୟ ମାନଙ୍କ ସହିତ ବନ୍ଧୁତା ସ୍ୱତରେ ଆବଦ୍ଧ ହୋଇ ପାରନ୍ତି

ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)