• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଶନିବାର, ତିଥି –୨ୟା ରାତ୍ରି ୦୩/୦୦ ଗତେ ୩ୟା, ଚନ୍ଦ୍ର – କର୍କଟ ଦିବା ୧୨/୧୨ ଗତେ ସିଂହ, ଘାତ ଚନ୍ଦ୍ର- ଦିବା ୧୨/୧୨ ଗତେ କର୍କଟ ଓ ମକର ରାଶିର ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ - କୃଷି - ପଶୁହାନି- ଭୂମି ଓ ଅନ୍ନଦାନ ରାତ୍ରି ୦୩/୦୦ ଗତେ ୧ ପାଦ - କୃଷହାନି-ଭମିଦାନ ।

ଶୁଭ ସମୟ:-

  • ଦିବା ୧୦/୧୬ ରୁ ୦୧/୧୦
  • ରାତ୍ରି ୦୮/୩୩ ରୁ ୧୦/୪୬
  • ରାତ୍ରି ୧୨/୧୫ ରୁ ୦୧/୪୪
  • ରାତ୍ରି ୦୨/୨୮ ରୁ ୦୩/୫୭

ଅଶୁଭ ସମୟ:-

  • ଋାହୁକାଳ - ଦିବା ୦୮/୩୯ ରୁ ୧୦/୧୬
  • କାଳବେଳା - ପ୍ରାତଃ ୦୫/୨୫ ରୁ ୦୭/୦୨ ଓ ଦିବା ୦୪/୪୩ ରୁ ୦୬/୨୦
  • ବାରବେଳା –ଦିବା ୦୧/୨୯ ରୁ ୦୩/୦୬
  • କାଳରାତ୍ରି - ସନ୍ଧ୍ୟା ୦୬/୨୦ ରୁ ୦୭/୪୩ ଓ ରାତ୍ରି ୦୪/୦୨ରୁ ୦୫/୨୫

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ:- 

Aries
  • ଅଶ୍ୱନୀ – ଲାଗି ରହିଥିବା ବିବାଦ ଆପଣଙ୍କ ପକ୍ଷରେ ଯିବାର ସମ୍ଭାବନା ରହିଛି
  • ଦ୍ୱିଜା – ବେକାରକୁ ରୋଜଗାର କରିବାର ସୁଯୋଗ ମିଳିବ
  • କୃତିକା – ପୁରୁଣା କାମ ପୂରା କରିବା ପାଇଁ ଦିନଟି ଭଲ ରହିବ

ପ୍ରତିକାର - ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ବୃଷ:- 

Taurus
  • କୃତିକା - ସମ୍ମାନ ହାନି ଓ ଅପବ୍ୟୟ ଘଟିପାରେ
  • ରୋହିଣୀ –କର୍ମ ପ୍ରତି ବିପଦ ଏବଂ କର୍ମ ହରାଇବାର ସମ୍ଭାବନା ଅଧିକ ରହିଛି
  • ମୃଗଶିରା – ଆର୍ଥିକ ସ୍ଥିତି ବିଗିଡି ଯାଇପାରେ

ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ :- 

Gemini
  • ମୃଗଶିରା - ସମାଜରେ ଆଦର ସମ୍ମାନ ପାଇବେ
  • ଆଦ୍ରା - ଶତ୍ରୁ ଦମନ ପାଇଁ ଦୃଢ ପଦକ୍ଷପ ନେବେ
  • ପୁନର୍ବସୁ - ଇଶ୍ୱରଙ୍କ ପ୍ରତି ବିଶ୍ୱାସ ବଢିବ

ପ୍ରତିକାର –ଦତାତ୍ରୟଙ୍କ ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କର୍କଟ :- 

Cancer
  • ପୁନର୍ବସୁ - ଅଫିସରେ ଲାଗିରହିଥିବା ଅଶାନ୍ତି ସମାପ୍ତି ହେବ
  • ପୁଷ୍ୟା – ବେପାର ବୃତିରୁ ସଫଳତା ହାସଲ କରିବେ
  • ଅଶ୍ଳେଷା - ବ୍ୟକ୍ତିଙ୍କ ମନଭାବକୁ ଶିଘ୍ର ବୁଝି ପାରିବେ

ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ସିଂହ :- 

Leo
  • ମଘା - ପୁରୁଣା କଥାର ପର୍ଯ୍ୟାଲୋଚନା କରି ମନରେ ଅଶାନ୍ତି ଆସିପାରେ
  • ପୂ , ଫାଲଗୁନୀ - କଚେରୀ ମାମଲା ମାନସିକ ସ୍ଥିତିକୁ ବିଗାଡି ଦେଇପାରେ
  • ଉ ,ଫାଲଗୁନୀ –ଅନ୍ୟ ମନସ୍କତା ଓ ଆଘାତପ୍ରାପ୍ତିର ଆଶଙ୍କା ରହିଛି

ପ୍ରତିକାର – କୂଳ ଦେବତାଙ୍କ ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କନ୍ୟା :- 

Virgo
  • ଉ , ଫାଲଗୁନୀ - ଶୁଭ କାମରେ ବହୁ ବାଧାବିଘ୍ନ ଲାଗିବ
  • ହସ୍ତା–ଅଯଥା ବିବାଦିୟ ସି୍ଥତି ଉପୁଜିବ
  • ଚିତ୍ରା –ମାତୃ କ୍ଲେଶ ଓ ସୁଖ ହାନୀ ଦେଖାଦେବ

ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ

ତୁଳା:- 

Libra
  • ଚିତ୍ରା –ଧନ ସଂମ୍ପତି ବୃଦ୍ଧି ହୋଇପାରେ
  • ସ୍ୱାତୀ – କୈାଣସି ଧର୍ମ ସ୍ଥାନକୁ ଯାତ୍ରା କରିପାରନ୍ତି
  • ବିଶାଖା – ମହିଳା ମାନେ ଆତ୍ମ ସମ୍ମାନ ବଜାୟ ରଖିବେ

ପ୍ରତିକାର – କମଳାଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

ବିଛା :-

Scorpio
  • ବିଶାଖା –କର୍ମଜୀବି ମାନେ ଅତ୍ୟନ୍ତ ସଫଳତା ପାଇବେ
  • ଅନୁରାଧା–ପ୍ରଶଂସା ପ୍ରାପ୍ତିର ସୈଭାଗ୍ୟ ଅର୍ଜନ କରିପାରନ୍ତି
  • ଜ୍ୟେଷ୍ଠା –ସ୍ୱାସ୍ଥ୍ୟରେ ସକାରତ୍ମକ ପରିବର୍ତନ ଆସିପାରେ

ପ୍ରତିକାର – ମା ବଗମାମୁଖୀଙ୍କ ମହାକବଚ ଧାରଣ କରନ୍ତୁ

ଧନୁ :-

Sagittarius
  • ମୂଳା –ଅନେକ ଉଥାନ, ପତନ ଦେଇ ଗତି କରିବେ
  • ପୂ , ଷାଢା – ଶାରିରୀକ ଓ ମାନସିକ ପୀଡା ଦେଖାଦେଇ ପାରେ
  • ଉ , ଷାଢା – ପରିଶ୍ରମରୁ ସୁଫଳ ନପାଇ ପାରନ୍ତି

ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମକର :- 

Capricorn
  • ଉ , ଷାଢା - ସମସ୍ୟା ଗୁଡିକ ସେତେ ଗୁରୁତର ହେବ ନାହିଁ
  • ଶ୍ରବଣା – ଚାକିରୀଆ ମାନେ ଉପରିସ୍ଥ ମାନଙ୍କର ଶ୍ରଦ୍ଧା ଲାଭ କରିବେ
  • ଧନିଷ୍ଠା – ଶିକ୍ଷାର୍ଥୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ

ପ୍ରତିକାର – ସକାଳୁ ଗାଧୋଇ ସାରି ବରଗଛ ମୂଳରେ କ୍ଷୀର ଢାଳନ୍ତୁ

କୁମ୍ଭ :- 

Aquarius
  • ଧନିଷ୍ଠା – ଶିକ୍ଷାର୍ଥୀ ମାନେ ଅଧ୍ୟୟନ ଦିଗରେ ମନ ବଳାଇବେ
  • ଶତଭିଷା – ବିବାହାଦି ମାଙ୍ଗଲ୍ୟକର୍ମ ସମ୍ପାଦନା ହୋଇପାରେ
  • ପୂ , ଭାଦ୍ରପଦ –ଅଫିସକୁ ସୁନ୍ଦର ଭାବରେ ସଜାଇ ପାରନ୍ତି

ପ୍ରତିକାର – ଶନିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ମୀନ :- 

Pisces
  • ପୂ , ଭାଦ୍ରପଦ - କଠିନ ଶ୍ରମ ଓ ଦୂରଦର୍ଶିତା ସଫଳତାର ପୃଷ୍ଟ ହୋଇପାରେ
  • ଉ,ଭାଦ୍ରପଦ - କଳକାରଖାନା ବ୍ୟବସାୟରେ ଉନ୍ନତି ଘଟିବ କଚେରୀ
  • ରେବତୀ - ସରକାରୀ ସ୍ଥରରେ କେତେକ ସୁବିଧା ପାଇବା ହେତୁ ଖୁସି ରହିବେ

ପ୍ରତିକାର – ଓଁ ବୃଂ ବୃହସ୍ପତୟେ ନମଃ ପାଠ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)

OTV is now on Whatsapp

Join and get latest news update delivered to you via whatsapp

Join Now