Advertisment

Daily Horoscope 28th May: ବୃଷ-ସିଂହ-କନ୍ୟା ରାଶିର ଘାତବାର, ଜାଣନ୍ତୁ କେମିତି କଟିବ ଦିନ

୨୦୨୨ ମସିହା, ମଇ ମାସ ୨୮ତାରିଖ, ଶନିବାର, ବୃଷ ୧୪ଦିନ, ଜ୍ୟେଷ୍ଠମାସ କୃଷ୍ଣପକ୍ଷ, ତ୍ରୟୋଦଶୀତିଥି, ଦ୍ୱିଜା ନକ୍ଷତ୍ର ମେଷ ରାଶିରେ ଚନ୍ଦ୍ର, ବୃଷ, ସିଂହ, କନ୍ୟା ରାଶିର ଘାତବାର, ମେଷ ରାଶିର ଘାତଚନ୍ଦ୍ର

undefined

Daily Horoscope Horoscope

Advertisment

ମେଷ:
ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖାଦେଲେ ମଧ୍ୟ କୌଶଳକ୍ରମେ ସମାଧାନ କରିବେ 
ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ହେବ 
ସହକର୍ମୀ ମାନଙ୍କ ସହିତ ଅଯଥାରେ ବିବାଦ ସୃଷ୍ଟି ହୋଇପାରେ 
ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

Advertisment

ବୃଷ:-
ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତା ପାଇବେ
ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ 
କର୍ମକ୍ଷେତ୍ରରେ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣ ହେବ 
ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ମିଥୁନ:-
ସରକାରୀ କ୍ଷେତ୍ରରେ ସଫଳତା ଲାଭ କରିବା ସହ ମାନସମ୍ମାନ ବୃଦ୍ଧି ହେବ
କାଯର୍ୟକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ଫଳରେ ଆଶାତୀତ ଲାଭ ପାଇବେ
ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ମନଯୋଗ ଦେବେ 
ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ

Advertisment

କର୍କଟ:-
ଋଣ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ମିଳିବା ସହ ପରିବାରରେ କୌଣସି ଶୁଭକାଯର୍ୟ ହେବ
କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ପଦୋନ୍ନତିର ସୂଚନା ପାଇବେ 
ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ 
ପ୍ରତିକାର-ଫିକାରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ

ସିଂହ:-
କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ
ବନ୍ଧୁ ମିତ୍ରଙ୍କର ସହଯୋଗରେ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ 
କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ମାନ୍ୟତା ଅର୍ଜ୍ଜନ କରିବେ 
ପ୍ରତିକାର:-କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

Advertisment

କନ୍ୟା:-
ରାଜନୀତି କ୍ଷେତ୍ରରେ ମାନସମ୍ମାନ ପ୍ରତିଷ୍ଠା ପ୍ରତିପତ୍ତି ଅକ୍ଷୁର୍ଣ୍ଣ ରହିବ 
ବ୍ୟବସାୟୀ ମାନଙ୍କର କାରବାର ବୃଦ୍ଧି ହେବ ଓ ବାଦବିବାଦ ଆପଣଙ୍କ ସପକ୍ଷରେ ରହିବ 
କର୍ତ୍ତବ୍ୟ ପରାୟଣ ପ୍ରଦର୍ଶନ କରି ନିଜର ପାରିଲା ପଣିଆ ଜାହିର କରିବେ 
ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ତୁଳା:-
ଶାରୀରିକ ପୀଡା ଦୂର ହୋଇ ମାନସିକ ସ୍ଥିରତା ଦେଖାଦେବ
ଯେକୌଣସି କାଯର୍ୟରେ ହାତ ଦେବେ ସେଥିରେ ସଫଳ ହେବେ 
ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ 
ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ବିଚ୍ଛା:-
ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ 
ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ
ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ଓ ନିଜର ମାନ ସମ୍ମାନ ପଦ ମଯର୍ୟାଦା ବୃଦ୍ଧି ହେବ
ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୂର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ

ଧନୁ:-
ବୃତ୍ତିଗତ ଦୃଷ୍ଟିରୁ ସ୍ବାଭିମାନ ସୁରକ୍ଷିତ ରହିବା ଫଳରେ ପ୍ରଶଂସିତ ହେବେ
ରାଜନୀତିରେ ସମ୍ମାନର ସହିତ କୃତକାଯର୍ୟ ହେବେ 
ଛାତ୍ରଛାତ୍ରୀମାନେ ଶିକ୍ଷାକୁ ଉଚିତ୍ ମନେକରି ପାଠପଢାରେ ମନଯୋଗ ଦେବେ 
ପ୍ରତିକାର-ଅସହାୟଙ୍କୁ ସାହାଯ୍ୟ କରନ୍ତୁ

ମକର:-
ଶତୃମାନେ ମିତ୍ରଭାବ ଆଚରଣ କରିବେ ଓ ଶୁଭ ସମ୍ବାଦ ପାଇ ଖୁସିହେବେ 
ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନ ଲାଭ ଓ ପଦମଯର୍ୟାଦା ବୃଦ୍ଧି ପାଇବ 
କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସା ପାଇବେ
ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ

କୁମ୍ଭ:-
କାଯର୍ୟ ଦକ୍ଷତା ପ୍ରଦର୍ଶନ କରି, ତଳୁ ଉପର ସ୍ତରଯାଏ ଆଦର୍ଶ ସ୍ଥାନ ଗ୍ରହଣ କରିବେ 
ରାଜନୀତି କ୍ଷେତ୍ରରେ ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରଖି ସ୍ଥାନ ଓ ସ୍ଥିତି ସୁଦୃଢ ରଖି ପାରିବେ 
ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାଯର୍ୟ ସମ୍ପାଦନ ହେବ
ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ମୀନ:-
ସମ୍ମାନର ସହିତ ଦିନଚଯର୍ୟା କରି ସୁଖରେ ଚଳିବାରେ ବାଧା ଉପୁଜିବ ନାହିଁ 
କର୍ମକ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଲେ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ 
କ୍ରୋଧକୁ ଦମନ କରି ହସଖୁସିର ବାତାବରଣ ସୃଷ୍ଟି ହେବ
ପ୍ରତିକାର:କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

Horoscope Astrology
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ