• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ତିଥି – ୧୨ଶୀ ଦିବା ୧୧/୪୮/୧୫ ଗତେ ୧୩ଶୀ, ଚନ୍ଦ୍ର- ମେଷ ଅହୋରାତ୍ର, ଘାତ ଚନ୍ଦ୍ର- ମେଷ ରାଶିର ଅହୋରାତ୍ର , ଘାତ ବାର- ବିଛା ,ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୧୧/୪୮/ ୧୫ ପର୍ଯ୍ୟନ୍ତ ।

ଶୁଭ ସମୟ :- ପ୍ରାତଃ ୦୬/୦୩/୫୩ ରୁ ୦୬/୫୬/୧୨, ଦିବା ୧୨/୧୦/୦୩ ରୁ ୦୨/୪୬/୫୮, ସନ୍ଧ୍ୟା ୦୬/୧୬/୧୨ ରୁ ୦୮/୨୭/୧୫, ରାତ୍ରି ୧୨/୪୯/୨୦ ରୁ ୦୩/୦୦/୨୩, ରାତ୍ରି ୦୩/୪୪/୦୪ ରୁ ୦୫/୧୧/୨୬

ଅଶୁଭ ସମୟ :- ରାହୁକାଳ- ଦିବା ୧୦/୦୫/୪୯ ରୁ ୧୧/୪୩/୫୩ , କାଳବେଳା- ଦିବା ୧୦/୦୫/୪୯ ରୁ ୧୧/୪୩/୫୩, ବାରବେଳା – ଦିବା ୦୮/୨୭/୪୪ ରୁ ୧୦/୦୫/୪୯, କାଳରାତ୍ରି- ରାତ୍ରି ୦୯/୦୦/୦୦ ରୁ ୧୦/୨୧/୫୫,

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :-

  • ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଅଶେଷ ସୁଖ ଲାଭ କରିବେ
  • ସର୍ବଦା କାର୍ଯ୍ୟଶୀଳ ବୋଲାଇବେ ଓ ଆର୍ଥିକ ଚିନ୍ତା ରହିବ ନାହିଁ
  • ପାରିବାରିକ ଅଶାନ୍ତି ଆଦୈ ରହିବ ନାହିଁ

ପ୍ରତିକାର – କୈଣସି ଲାଲ ରଙ୍ଗର ଗାଇର ଖୁରାକୁ ଛୁଇଁ ପ୍ରଣାମ କରନ୍ତୁ

ବୃଷ :-

  • କର୍ମ କ୍ଷେତ୍ରରେ ଓ କୃଷି କ୍ଷେତ୍ରରେ ଉନ୍ନତି କରିବେ
  • ଶାରିରୀକ କ୍ଲେଶ ଦୂର ହୋଇଯିବ
  • ପିଲାମାନେ ପାଠ ପଢାରେ ଅଗ୍ରସର ହୋଇପାରନ୍ତି

ପ୍ରତିକାର –ଶ୍ରୀ ଭାର୍ଗବଙ୍କ ଫଟକୁ ପୂଜାର୍ଚ୍ଚନା କରନ୍ତୁ

ମିଥୁନ :-

  • ପ୍ରତିକୂଳ ପରିସ୍ଥିତି ମଧ୍ୟଦେଇ ମଧ୍ୟ ପାରିବାରିକ ଦାୟିତ୍ୱ ସୂଚାରୁରୂପେ ତୁଳାଇବେ
  • ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସଋତ ହେବେ
  • ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି

ପ୍ରତିକାର – ଶ୍ରୀ ହନୁମାଙ୍କ ଚାଳିଶା ପାଠ କରନ୍ତୁ

କର୍କଟ :-

  • ଚାକିରି କ୍ଷେତ୍ରରେ ସମ୍ମାନ ଲାଭ କରିବେ
  • ବିରେଧୀ ମାନେ ସତ ଚେଷ୍ଟା କରିଲେ ମଧ୍ୟ କୈଣସି କ୍ଷତି କରିପାରିବେ ନାହିଁ
  • ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ

ପ୍ରତିକାର – ଭୋକିଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

ସିଂହ :-

  • ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦରେ ପଡିପାରନ୍ତି
  • ଆପଣଙ୍କ ସ୍ଥିତି ବିପର୍ଯ୍ୟସ୍ତ ହୋଇପାରେ, ଏବଂ କୈଣସି ଅସ୍ୱାଭାବିକ ଘଟଣାରେ ସପୃକ୍ତ ରହିବେ
  • ଦୁର୍ବଳତା ଯୋଗୁ କାମ କରିବାରେ ଆଗ୍ରହ ପ୍ରକାଶ କରିବେ ନାହିଁ

ପ୍ରତିକାର – ଶ୍ରୀ ମାତଙ୍ଗୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

କନ୍ୟା :-

  • କର୍ମ କ୍ଷେତ୍ରରେ ଭାରସାମ୍ୟ ରହିବ ନାହିଁ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବ
  • କୈଣସି ଠକାମିର ଶିକାର ହୋଇପାରନ୍ତି ସେଥିପାଇଁ ସାବଧାନତା ଅବଲମ୍ବନ କରନ୍ତୁ
  • ବୃଥା କାର୍ଯ୍ୟରେ ବ୍ୟୟ ବଢିପାରେ

ପ୍ରତିକାର – ସୂର୍ଯ୍ୟନାରାୟଣଙ୍କର ପୂଜାର୍ଚ୍ଚନା କରନ୍ତୁ

ତୁଳା :-

  • ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ
  • ବ୍ୟବସାୟରେ ସମସ୍ୟା ସତ୍ତ୍ୱେ ଲାଭ ଆଦି ଫଳ ଭୋଗ କରିବେ
  • ବିଦ୍ୟାର୍ଥୀ ମାନେ କୁସଙ୍ଗ ଦୋଷରୁ ଦୂରରେ ରହିବେ

ପ୍ରତିକାର – ମହାଦେବଙ୍କୁ ପୂଜାର୍ଚ୍ଚନା କରନ୍ତୁ

ବିଛା :-

  • ଧାର କରଜ ସୁଝିବା ପାଇଁ ସୁଯୋଗ ପାଇବେ
  • ପାରିବାର ରେ ସୁସ୍ଥ ବାତାବରଣ ଜାରି ରହିବ
  • ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ

ପ୍ରତିକାର – ମା ବଗମାମୁଖୀଙ୍କର ମନ୍ତ୍ର ପାଠ କରନ୍ତୁ ।

ଧନୁ :-

  • ଶୁଭ କାମରେ ବାଧାବିଘ୍ନ ଓ ବିଳମ୍ବ ପ୍ରକ୍ରିୟା ଦେଖା ଦେଇପାରେ
  • ଅନ୍ୟ ମାନଙ୍କ ଠାରୁ ହାତେ ମାପି ଚାଖଣ୍ଡେ ଚାଲିବା ନୀତି ଅବଲମ୍ବନ କରନ୍ତୁ
  • ମହିଳା ମାନେ କାହାରିକୁ ସନ୍ତୁଷ୍ଟ କରି ନପାରନ୍ତି

ପ୍ରତିକାର – ଶିବଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ମକର :-

  • ସବୁଦିଗରୁ ଆପଣଙ୍କର ସୁନାମ ଓ ଆୟ ବୃଦ୍ଧି ହୋଇପାରେ
  • ରାଜନୈତିକ ନେତା ମାନେ ଶାନ୍ତିକାମୀ ହେବେ
  • ନୂତନ ଗୃହ ନିର୍ମାଣ କିମ୍ବା ଜମି କ୍ରୟ କରି ପାରନ୍ତି

ପ୍ରତିକାର – ଶନିଙ୍କର ମନ୍ତ୍ର ପାଠ କରନ୍ତୁ ।

କୁମ୍ଭ :-

  • କର୍ମଚାରୀ ମହଲରେ ଆନନ୍ଦର ବାତାବରଣ ରହିବ
  • ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି
  • ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ

ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ

ମୀନ :-

  • ଅଶାନ୍ତିର ବାତାବରଣ ଘଟି ଅର୍ଥ ବ୍ୟୟ ହେବା ସଙ୍ଗେ ସଙ୍ଗେ ମନସ୍ତାପ ଦେଖାଦେବ
  • ଶତ୍ରୁମାନେ ଆପଣଙ୍କୁ ମାଲିମକଦ୍ଦମାରେ ପକାଇ ଖର୍ଚ୍ଚାନ୍ତ କରିପାରନ୍ତି
  • କୃଷି କ୍ଷେତ୍ରରେ ଫସଲ ହାନି ଘଟିପାରେ

ପ୍ରତିକାର – ତାରାଙ୍କର ମନ୍ତ୍ର ପାଠ କରନ୍ତୁ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)