• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ମିଥୁନ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ, ରବିବାର। ତିଥି –୧୩ ଶୀ ରାତ୍ରି ୦୩/୨୬ ଗତେ ୧୪ ଶୀ ଚନ୍ଦ୍ର   – ବୃଷ ଅହୋରାତ୍ର, ଘାତ ଚନ୍ଦ୍ର-  ବିଛା ରାଶିର ଅହୋରାତ୍ର, ଘାତ ବାର – ମେଷ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ କୃଷି ଓ ବଂଶହାନି ଓ ତିଳକାଞନ ଦାନ ଗତେ ୦୧/୦୬ , ୧ ପାଦ କୃଷିହାନି- ଭୂମିଦାନ

ଶୁଭ ସମୟ- 
ପ୍ରାତଃ ୦୬/୫୯ ରୁ ୦୯/୩୭ 
ଦିବା ୦୧/୨୮ ରୁ ୦୨/୫୪

ଦିବା ୦୪/୩୯ ରୁ ୦୪/୪୬
ସନ୍ଧ୍ୟା  ୦୬/୨୫ ରୁ ୦୭/୫୧
ରାତ୍ରି  ୧୦/୪୪ ରୁ ୧୨/୫୪

ଅଶୁଭ ସମୟ
ରାହୁକାଳ-  ଦିବା ୦୪/୪୬ ରୁ ୦୬/୨୫ 
କାଳବେଳା-  ଦିବା ୧୧/୪୯ ରୁ ୦୧/୨୮
ବାରବେଳା – ଦିବା ୧୦/୧୦ ରୁ ୧୧/୪୯
କାଳରାତ୍ରି-  ରାତ୍ରି ୧୦/୧୦ ରୁ ୦୨/୩୧

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: 

ଅଶ୍ୱନୀ – ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି
ଦ୍ୱିଜା – ନିଜ ଜିନିଷ କେଉଁଠି ରଖି ଦେଇ ପାସୋରି ଯାଇ ପାରନ୍ତି
କୃତିକା – ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ
ପ୍ରତିକାର -  ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ବୃଷ: 
କୃତିକା  - ବ୍ୟାପାରରେ ଲାଭ ମିଳିବାର ସମ୍ଭାବନା ରହିଛି  
ରୋହିଣୀ – କ୍ୟାରିୟରେ ନୂଆ କିର୍ତ୍ତୀମାନ ସ୍ଥାପନ କରିବେ
ମୃଗଶିରା – ଗଣମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ  ରହିବ
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ: 
ମୃଗଶିରା  - ସାହିତ୍ୟ ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଅନୁକୂଳ ପରିବେଶ ରହିବ
ଆଦ୍ରା -  ନୂଆ କାମରେ ଭାଗ୍ୟ ସାଥ୍ ଦେଇପାରେ
ପୁନର୍ବସୁ -  ସନ୍ଧ୍ୟାରେ ପରିବାର ସହ ଅଧିକ ସମୟ ବିତାଇବେ
ପ୍ରତିକାର – ଦତାତ୍ରୟଙ୍କ ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

କର୍କଟ: 
ପୁନର୍ବସୁ -  ଅନ୍ୟ ରାଜ୍ୟକୁ ବ୍ୟପାର କରିବାକୁ ଯାଇ ପାର୍‌ନ୍ତି
ପୁଷ୍ୟା –  ତର୍କରେ ସଭିଙ୍କୁ ନିଜ କଥାରେ ସହମତ କରାଇ ନେବେ
ଅଶ୍ଳେଷା – ବ୍ୟବସାୟରେ ଦ୍ୱିଗୁଣ ଲାଭ ପାଇବେ
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ 

ସିଂହ: 
ମଘା –  ଆପଣ ପୂର୍ବରୁ କରିଥିବା ତ୍ରୁଟି ପାଇଁ ହୃଦୟଙ୍ଗମ କରିବେ
ପୂ , ଫାଲଗୁନୀ -  ଚାହୁଁଥିବା କାମ ସହଜରେ ପୁରା ହୋଇଯିବ
ଉ ,ଫାଲଗୁନୀ – ନୂଆ ଜାଗାକୁ ବୁଲିବାକୁ ଯାଇ ପାରନ୍ତି
ପ୍ରତିକାର – ନିଜର କୂଳ ଦେବତାଙ୍କ ପୂଜା ସହ ମନ୍ତ୍ର ପାଠ କରନ୍ତୁ 

କନ୍ୟା: 
ଉ , ଫାଲଗୁନୀ -  କାହାରି କଥାରେ ଦଖଲ ଦିଅନ୍ତୁ ନାହିଁ
ହସ୍ତା -  ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ
ଚିତ୍ରା – ନୂଆ ବ୍ୟବସାୟ କଥା ଚିନ୍ତା କରିବେ
ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ 

ତୁଳା:  
ଚିତ୍ରା – ଆପଣଙ୍କ ସ୍ୱଭାବ ଟିକେ କୋମଳ କରନ୍ତୁ
ସ୍ୱାତୀ – କୋର୍ଟ କଚେରୀ ମାମଲାଠୁ ଦୂରରେ ରୁହନ୍ତୁ
ବିଶାଖା – ବିଶ୍ୱାସ ଲୋକ ବିଶ୍ୱାସଘାତ କାମ କରିପାରନ୍ତି
ପ୍ରତିକାର – କମଳାଙ୍କର ମୂଳ  ମନ୍ତ୍ର ପାଠ କରନ୍ତୁ 

ବିଛା: 
ବିଶାଖା – ସ୍ଥଗିତ କାମ ବନ୍ଧୁଙ୍କ ସାହାଯ୍ୟରେ ପୁରା କରିବେ
ଅନୁରାଧା -   ନୂତନ ଜିନିଷ କ୍ରୟ କରିପାରନ୍ତି
ଜ୍ୟେଷ୍ଠା  –  ଆପଣଙ୍କୁ ପୁରସ୍କାର ମିଳିବାର ଯୋଗ ରହିଛି
ପ୍ରତିକାର – ମା’ ବଗମାମୁଖୀଙ୍କ ମହାକବଚ ଧାରଣ କରନ୍ତୁ

ଧନୁ: 
ମୂଳା – ଧାର ଦେବା ନେବାରେ  ନିବୃତ ରିହନ୍ତୁ  
ପୂ , ଷାଢା – ବାଲ୍ୟ ବନ୍ଧୁଙ୍କ ସହିତ ସାକ୍ଷାତ ହେବାର ଯୋଗ ରହିଛି
ଉ , ଷାଢା – ପ୍ରତିଯୋଗୀଙ୍କ ତ୍ରୁଟି ପାଇଁ ଆପଣ ଲାଭବାନ ହେବେ 
ପ୍ରତିକାର – ମା’ ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ 

ମକର: 
ଉ , ଷାଢା -  ଆର୍ଥିକ ସ୍ଥିତିକୁ ନେଇ ମାନସିକ ଅସ୍ଥିରତା ବଢିପାରେ
ଶ୍ରବଣା – ଖାଦ୍ୟ ପ୍ରତି ସଜାଗ ରୁହନ୍ତୁ
ଧନିଷ୍ଠା – ରାସ୍ତାରେ ଯିବା ସମୟରେ ପକେଟ ମାର ପ୍ରତି ସାବଧାନ ରୁହନ୍ତୁ
ପ୍ରତିକାର – ସକାଳୁ ଗାଧୋଇ ସାରି ବର ଗଛ ମୂଳରେ କ୍ଷୀର ଢାଳନ୍ତୁ

କୁମ୍ଭ: 
ଧନିଷ୍ଠା -   ଦାମ୍ପତ୍ୟ ଜୀବନ ସୁଖମୟ ହେବ
ଶତଭିଷା – ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ
ପୂ , ଭାଦ୍ରପଦ  – ବଡ ବ୍ୟବସାୟରେ ସାମିଲ ହୋଇପାରନ୍ତି
ପ୍ରତିକାର – ଶନିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ମୀନ: 
ପୂ , ଭାଦ୍ରପଦ - ମୁରବିଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ କରିଲେ ସଫଳତା ପାଇବେ
ଉ , ଭଦ୍ରପଦ - ଆପଣଙ୍କ କଳାତ୍ମକ ବଢିପାରେ
ରେବତୀ – ନିଜ ମନରେ ନୂଆ ନୂଆ ବିଚାର ଆସିପାରେ
ପ୍ରତିକାର – ବୃହସ୍ପତିଙ୍କର ମନ୍ତ୍ର ପାଠ କରନ୍ତୁ 

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)