• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ମିଥୁନ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଶନିବାର । ତିଥି – ୧୨ ଶୀ ରାତ୍ରି ୦୧/୧୦ ଗତେ ୧୩ଶୀ, ଚନ୍ଦ୍ର   – ମେଷ ସନ୍ଧ୍ୟା ୦୫/୦୨ ଗତେ ବୃଷ, ଘାତ ଚନ୍ଦ୍ର-  ମେଷ ରାଶିର, ସନ୍ଧ୍ୟା  ୦୫/୦୨ ଗତେ ବିଛା ରାଶିର, ଘାତ ବାର – ବୃଷ, ସିଂହ ଓ କନ୍ୟା  ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ- କୃଷି ଓ ପଶୁହାନି ଅନ୍ନଦାନ ଦିବା ୧୦/୨୪/୦୭ ଗତେ ୩ ପାଦ - କୃଷି, ପଶୁ ଓ ଵଂଶ ହାନି -  ଭୂମି, ଅନ୍ନ ଓ ତିଳକାଞନ ଦାନ l ରାତ୍ରି ଓ 0୧/୧0 ଗତେ ୨ ପାଦ - କୃଷି ଵଂଶ ହାନି -  ଭୂମି,ଓ ତିଳକାଞନ ଦାନ l 

ଶୁଭ ସମୟ- 
ଦିବା ୧୦/୧୦ ରୁ ୧୨/୧୫ 
ଦିବା ୦୩/୦୭ ରୁ ୦୩/୪୬

ସନ୍ଧ୍ୟା  ୦୭/୪୬ ରୁ ୦୭/୫୧
ରାତ୍ରି ୧୧/୨୭ ରୁ ୦୧/୩୭
ରାତ୍ରି ୦୩/୦୩ ରୁ ୦୩/୫୨

ଅଶୁଭ ସମୟ
ରାହୁକାଳ- ଦିବା ୦୮/୩୧ ରୁ ୧୦/୧୦ 
କାଳବେଳା-  ପ୍ରାତଃ ୦୫/୧୩ ରୁ ୦୬/୫୨ ଓ ଦିବା ୦୪/୪୬ ରୁ  ୦୬/୨୫
ବାରବେଳା – ଦିବା ୦/୨୮ ରୁ ୦୩/୦୭
କାଳରାତ୍ରି- ସନ୍ଧ୍ୟା  ୦୬/୨୫ ରୁ ୦୭/୪୬ ଓ ରାତ୍ରି ୦୩/୫୨ ରୁ ୦୫/୧୩

ଆଜିର ରାଶିଫଳ:-
ମେଷ:-
ଅଶ୍ୱନୀ – ଲାଗି ରହିଥିବା ସମାସ୍ୟାର ସମାଧାନ ହୋଇଯିବ ।
ଦ୍ୱିଜା – ମହିଳାଙ୍କୁ ଭଲ ଚାକିରିର ସୁଯୋଗ ରହିଛି ।
କୃତିକା – ଆପଣଙ୍କ ସ୍ୱଭାବ ଆଖପାଖର ବାତାବରଣକୁ ମଜାଦାର କରିବେ ।
ପ୍ରତିକାର -  ଅଟାରେ ଚିନି ମିଶାଇ ରୁଟି ତିଆରି କରି ଲାଲ୍ କୁକୁରକୁ ଖାଇବାକୁ ଦିଅନ୍ତୁ ।

ବୃଷ:-
କୃତିକା  - ଶିକ୍ଷାର୍ଥୀ ଏକାନ୍ତରେ ପାଠ ପଢିବା ପାଇଁ ଚେଷ୍ଟା କରନ୍ତୁ ।
ରୋହିଣୀ – ଅନ୍ୟ ମାନଙ୍କ ସମସ୍ୟାରେ ଆପଣ ବିଚଳିତ ହୋଇପାରନ୍ତି ।
ମୃଗଶିରା –  ଘରୋଇ କାମରେ ବ୍ୟସ୍ତତା ବଢିପାରେ ।
ପ୍ରତିକାର – ନାଲିି ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ ।

ମିଥୁନ:-
ମୃଗଶିରା  - କୈାଣସି ବିଶେଷ କାର୍ଯ୍ୟ ଅତିଶିଘ୍ର ପୂରା ହେବ ।
ଆଦ୍ରା -  ଜୀବନ ସାଥିଙ୍କ ସହିତ ସମ୍ବଦ୍ଧ ମଜବୁତ ରହିବ ।
ପୁନର୍ବସୁ -  କ୍ୟାରିୟରରେ ମୋଡ ପରିବର୍ତନ ଲାଗି ଦିନଟି ଶୁଭ ରହିବ ।
ପ୍ରତିକାର – ତ୍ରିପୁରା ସୁନ୍ଦରିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

କର୍କଟ:-
ପୁନର୍ବସୁ -  ଅଧିକାରୀ ଖୁସି ରହିବା ହେତୁ ଆପଣଙ୍କ ଦରମା ବଢିପାରେ ।
ପୁଷ୍ୟା –  କାରବାରରେ ବକୟ ଅର୍ଥ ପାଇବେ ।
ଅଶ୍ଳେଷା – ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ବାହାରେ ଭୋଜନ କରିବେ ।
ପ୍ରତିକାର –ଧଳା କପଡାରେ କିଛି ଅରୁଆ ଚାଉଳ, ଓ ମିଶିରେ ମିଶାଇ ଜଳରେ ଭସାଇ ଦିଅନ୍ତୁ ।

ସିଂହ:-
ମଘା – ଶିକ୍ଷାର୍ଥୀ  ଆଳସ୍ୟ ତ୍ୟାଗ କରନ୍ତୁ । 
ପୂ , ଫାଲଗୁନୀ -  ପରିଜନଙ୍କ ସହିତ ଗମ୍ଭୀର ପ୍ରସଙ୍ଗରେ କଥା ହେବେ ।
ଉ ,ଫାଲଗୁନୀ – ପଇସା ଦେବା ନେବା ବେଳେ ସାବଧନତା ଅବଲମ୍ବନ କରନ୍ତୁ ।
ପ୍ରତିକାର – ଶ୍ରୀ ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ ।

କନ୍ୟା:-
ଉ , ଫାଲଗୁନୀ -  ଅଧ୍ୟାପକଙ୍କ ଲାଗି ଧନର ନୂଆ ମାର୍ଗ ଖୋଲିବ ।
ହସ୍ତା -  ପ୍ରେମି ଯୁଗଳ ପରସ୍ପର ଏକତ୍ର ସମୟ ବିତାଇବେ ।
ଚିତ୍ରା – ବିଶେଷ କାମକୁ ପ୍ରଥମେ କରିବାକୁ ଚେଷ୍ଟା କରିବେ ।
ପ୍ରତିକାର -   ତ୍ରିପୁରା ସୁନ୍ଦରୀଙ୍କର  ମନ୍ତ୍ର ପାଠ କରନ୍ତୁ ।

ତୁଳା:- 
ଚିତ୍ରା – ଅତୀତ ସ୍ମୃତି ତାଜା ହୋଇପାରେ ।
ସ୍ୱାତୀ – ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ ।   
ବିଶାଖା – ବ୍ୟବସାୟରେ ନୂଆ ଗୋଷ୍ଠୀ ସହିତ ଯୋଡି ହେବା ପାଇଁ ଚେଷ୍ଟା କରିବେ ।
ପ୍ରତିକାର – ଧଳା ରଙ୍ଗର ପୋଷାକ ବ୍ୟବହାର କରନ୍ତୁ ।

ବିଛା:-
ବିଶାଖା – ପରିଶମର ପୁରା ଫଳ ନମିଳିପାରେ ।
ଅନୁରାଧା – ଘର କାମରେ ବ୍ୟସ୍ତ ଯୋଗୁଁ , ଅଫିସ ଯିବାରେ ବିଳମ୍ବ ହୋଇପାରେ ।  
ଜ୍ୟେଷ୍ଠା  –  ଋଣ ସୁଝି ନପାରି ଚିନ୍ତାରେ ପଡିପାରନ୍ତି ।
ପ୍ରତିକାର – ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ ।

ଧନୁ:-
ମୂଳା – ସହକର୍ମୀ ମାନେ ସାହାର୍ଯ୍ୟକାରୀ ସାବ୍ୟସ୍ତ୍ୟ ହେବେ ।
ପୂ , ଷାଢା – ବେପାରରେ ଧନବାନ୍ ହେବେ ।
ଉ , ଷାଢା – ଦାମ୍ପତ୍ୟ ଜୀବନ ମଧୁରତା ପୂର୍ଣ୍ଣ ହେବ । 
ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ ।

ମକର:-
ଉ , ଷାଢା - ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ । 
ଶ୍ରବଣା – ନୂଆ ବେପାର ସମ୍ବନ୍ଧରେ ଯାତ୍ରା ଫଳପ୍ରଦ ହେବ ।
ଧନିଷ୍ଠା – ଲାଗି ରହିଥିବା ମତାନ୍ତର ଦୂର ହୋଇଯିବ ।
ପ୍ରତିକାର – ଗୋଟେ ଶିଶିରେ କିଛି ମହୁ ରଖି ନିରଳା ଜାଗାରେ ପୋତି ଦିଅନ୍ତୁ ।

କୁମ୍ଭ:-
ଧନିଷ୍ଠା – ମନ ଭିତର କଥାକୁ ସାମ୍ନାରେ ପ୍ରକାଶ କରିବେ ।  
ଶତଭିଷା – ଶତୃପକ୍ଷ ଆପଣଙ୍କ ଠାରୁ ଦୂରରେ ରହିବେ ।
ପୂ , ଭାଦ୍ରପଦ  – ଜୀବନରେ ଲାଭର ଅବସର ପାଇବେ ।
ପ୍ରତିକାର – ହନୁମାନ ଚାଳିଶା  ପାଠ କରନ୍ତୁ ।

ମୀନ:-
ପୂ , ଭାଦ୍ରପଦ - ଯେକୈାଣସି କାମ କରିବା ବେଳେ ମନକୁ ଶାନ୍ତ ଋଖନ୍ତୁ ।
ଉ , ଭଦ୍ରପଦ - ସାମାଜିକ କାର୍ଯ୍ୟ ଲାଗି ରୁଚି ବଢିପାରେ ।
ରେବତୀ – ପାରିବାରିକ ଜୀବନରେ ଖୁସି ଆସିପାରେ ।
ପ୍ରତିକାର – ବିଷ୍ଣୁଙ୍କ ସହସ୍ର ନାମ ପାଠ କରନ୍ତୁ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)