• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ସୋମବାର । ତିଥି – ୭ମୀ ରାତ୍ରି ୦୯/୦୧ ଗତେ ୮ମୀ, ଚନ୍ଦ୍ର   – କୁମ୍ଭ ରାତ୍ରି ୧୦/୩୬ ଗତେ ମୀନ, ଘାତ ଚନ୍ଦ୍ର-  ମିଥୁନ, ମୀନ ରାଶିର ରାତ୍ରି ୧୦/୩୬ ଗତେ ଧନୁ ରାଶିର, ଘାତ ବାର - ମିଥୁନ  ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୨ ପାଦ - ପଶୁ ଓ ବଂଶହାନି- ତିଳକାଞନ ଦାନ ରାତ୍ରି ୦୯/୦୧ ଗତେ ୧ପାଦ କୁଟୁମ୍ଭ ହାନି ତିଳ କାଞନ ଦାନ ନିଶାନ୍ତ ୦୪/୩୫ ପର୍ଯ୍ୟନ୍ତ ।

ଶୁଭ ସମୟ- 
ଦିବା ୦୮/୪୩ ରୁ ୧୦/୨୯
ରାତ୍ରି  ୦୯/୧୭ ରୁ ୧୦/୨୭
ରାତ୍ରି  ୧୧/୪୮ ରୁ ୧୨/୦୯
ରାତ୍ରି  ୦୧/୩୬ ରୁ ୦୩/୦୨
ରାତ୍ରି ୦୩/୪୬ ରୁ ୦୪/୨୯

ଅଶୁଭ ସମୟ
ରାହୁକାଳ- ପ୍ରାତଃ  ୦୬/୫୧ ରୁ ୦୮/୩୦ 
କାଳବେଳା-  ପ୍ରାତଃ  ୦୬/୫୧ ରୁ ୦୮/୩୦
ବାରବେଳା – ଦିବା ୦୩/୦୬ ରୁ ୦୪/୪୫
କାଳରାତ୍ରି-  ରାତ୍ରି ୧୦/୨୭ ରୁ ୧୧/୪୮

ଆଜିର ରାଶିଫଳ-
 

ମେଷ:-
ଅଶ୍ୱନୀ – ବିଦେଶରେ ଥିବା ସପଂର୍କୀୟ ଠାରୁ ଶୁଭ ଖବର ପାଇବେ ।
ଦ୍ୱିଜା – ବାପାଙ୍କ ପଦର୍ଶୀତ ମାର୍ଗରେ ଆଗକୁ ବଢିବେ ।
କୃତିକା – ପରୁଣା ବନ୍ଧୁଙ୍କୁ ଭେଟି ଆନନ୍ଦିତ ହେବେ ।
ପ୍ରତିକାର -  ଶ୍ରୀ ହନୁମାନଙ୍କର ପୂଜା କରନ୍ତୁ ।
 

ବୃଷ:-
କୃତିକା - ଆପଣଙ୍କ ଭାବନାରେ ପରିବର୍ତ୍ତନ ଆସିପାରେ ।
ରୋହିଣୀ – ଯାହା ବି ନିସ୍ପତି ନେବେ ଆପଣଙ୍କ ଲାଗି ଫଳପ୍ରଦ ହେବ । 
ମୃଗଶିରା – ଜୀବନ ସାଥିଙ୍କ ସହିତ ମଧୁର ସମ୍ବନ୍ଧ ରହିବ ।
ପ୍ରତିକାର – ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ । 
 

ମିଥୁନ:-
ମୃଗଶିରା - ବିରୋଧୀ ସମ୍ମୁଖକୁ ଆସିବାକୁ ଭୟ କରିବେ ।
ଆଦ୍ରା - ନିଜର ସଫଳତା ପଛରେ କାହାରିକୁ ଆସିବାକୁ ଦିଅନ୍ତୁ ନାହିଁ ।
ପୁନର୍ବସୁ - ଭାବିଚିନ୍ତି ପୁଞିନିବେଶ କରନ୍ତୁ ।
ପ୍ରତିକାର – ଦତାତ୍ରେୟଙ୍କ ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।
 

କର୍କଟ:-
ପୁନର୍ବସୁ - କଥା କଥାରେ ଆପଣଙ୍କୁ କ୍ରୋଧ ଆସିପାରେ ।
ପୁଷ୍ୟା – ବ୍ୟବସାୟରେ ବୁଝିବିଚାରି ଭାଗିଦାରି କରନ୍ତୁ ।
ଅଶ୍ଳେଷା – ଆପଣଙ୍କ କାମରେ ଗତିରୋଧ ଆସିପାରେ ।
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ । 
 

ସିଂହ:-
ମଘା – ସାହାର୍ଯ୍ୟକାରୀ ବ୍ୟକ୍ତିଙ୍କ ସହିତ ପରିଚୟ ହେବ ।
ପୂ , ଫାଲଗୁନୀ -  ସାମାଜିକତା କ୍ଷେତ୍ରରେ ସକ୍ରିୟତା ବଢିପାରେ ।
ଉ ,ଫାଲଗୁନୀ – ବୈଦ୍ଧିକ କ୍ଷମତା ବୃଦ୍ଧି ପାଇବ ।
ପ୍ରତିକାର – କୂଳ ଦେବତାଙ୍କର ପୂଜା ସହ ମନ୍ତ୍ର ପାଠ କରନ୍ତୁ ।
 

କନ୍ୟା:-
ଉ , ଫାଲଗୁନୀ -  କାମଧନ୍ଦା ସମ୍ବନ୍ଧୀୟ କୌଣସି ବଡ ଆହ୍ୱାନ ଆସିବ ।
ହସ୍ତା -  ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ ।
ଚିତ୍ରା – ଘରକୁ ଆସିଥିବା ବନ୍ଧୁଙ୍କ ପାଇଁ ଖୁସି ରହିବେ ।
ପ୍ରତିକାର -  ଲାଲ ରଙ୍ଗର ପୋଷାକ ପରିଧାନ କରନ୍ତୁ ।
 

ତୁଳା:- 
ଚିତ୍ରା – ଜୀବନ ସାଥିଙ୍କ ସହିତ  ମତଭେଦ ଦେଖାଦେବ ।
ସ୍ୱାତୀ – ଚାକିରି କ୍ଷେତ୍ରରେ ଅପମାନିତ ହୋଇପାରନ୍ତି ।
ବିଶାଖା – ପାରିବାରିକ ମାମଲାକୁ ଅଣଦେଖା କରନ୍ତୁ ନାହିଁ ।
ପ୍ରତିକାର – ଶ୍ରୀ ମହାଲକ୍ଷ୍ମୀଙ୍କର ଯନ୍ତ୍ରିକା କବଚ ଧାରଣ କରନ୍ତୁ ।
 

ବିଛା:-
ବିଶାଖା – ପ୍ରେମ ସମ୍ବନ୍ଧରେ ମଧୁରତା ବଢିବ ।
ଅନୁରାଧା -   କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ ।
ଜ୍ୟେଷ୍ଠା  –  କଳା କ୍ଷେତ୍ରରେ ଉନ୍ନତିର ରାସ୍ତା ମିଳିବ ।
ପ୍ରତିକାର – ବଗଳା ମୂଖିଙ୍କର ଦର୍ଶନ କରନ୍ତୁ ।
 

ଧନୁ:-
ମୂଳା – ଖୁସିର ସମାରୋହରେ ସାମିଲ ହେବେ ।
ପୂ , ଷାଢା – ଅଚାନକ ଧନଲାଭ ହେତୁ ଆଥିିକ ସ୍ଥିତି ସାମାନ୍ୟ ହୋଇଯିବ ।
ଉ , ଷାଢା – ଅଫିସରେ କାମ ମନ୍ଥର ଗତିରେ ପୁରା ହେବ ।
ପ୍ରତିକାର – ଶ୍ରୀରାମଙ୍କର ପୂଜା କରନ୍ତୁ ।
 

ମକର:-
ଉ , ଷାଢା -  ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ ।
ଶ୍ରବଣା – ପ୍ରଶାସନିକ ଦାୟିତ୍ୱରେ ଅବହେଳା ରହିବ ।
ଧନିଷ୍ଠା – ଚାକିରିରେ ଅପଦସ୍ତ ହୋଇପାରନ୍ତି । 
ପ୍ରତିକାର – ମହାଦେବଙ୍କ ପୂଜା କରନ୍ତୁ ।
 

କୁମ୍ଭ:-
ଧନିଷ୍ଠା -  ଆପଣଙ୍କ ମନ ପୂଜା ପାଠରେ ଅଧିକ ଲାଗି ରହିବ । 
ଶତଭିଷା – ଆଇନ ଛାତ୍ର ସମୟର ସଦୁପଯୋଗ କରନ୍ତୁ । 
ପୂ , ଭାଦ୍ରପଦ – ସ୍ୱାସ୍ଥ୍ୟ ସମନ୍ଧରେ ସମସ୍ୟା ଦୂର ହେବ ।
ପ୍ରତିକାର – ହଳଦିଆ ପୋଷାକ ବ୍ୟବହାର କରନ୍ତୁ ।
 

ମୀନ:-
ପୂ , ଭାଦ୍ରପଦ - ଆପଣଙ୍କର ଉଦାର ସ୍ୱଭାବ ସମସ୍ତଙ୍କୁ ପ୍ରଭାବିତ କରିବ ।
ଉ , ଭଦ୍ରପଦ - ଅଧିକାରୀଙ୍କ ସହଯୋଗରେ କାମ ପୂରା ହୋଇପାରେ ।
ରେବତୀ – ଧନ ଲାଭର ନୂଆ ମାର୍ଗ ଖୋଲିବ । 
ପ୍ରତିକାର – ବିଷ୍ଣୁ ଙ୍କର ସହସ୍ର  ମନ୍ତ୍ର ପାଠ କରନ୍ତୁ ।

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)