• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର କର୍କଟ ମାସ  ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ, ବୁଧବାର। ତିଥି – ୭ମୀ ପ୍ରାତଃ  ୦୭/୩୬ ଗତେ ୮ମୀ ଚନ୍ଦ୍ର   – ମୀନ ଦିବା ୧୨/୫୨ ଗତେ ମେଷ ଘାତ ଚନ୍ଦ୍ର- ଧନୁ ରାଶିର ,ଦିବା ୧୨/୫୨ ଗତେ ମେଷ ରାଶିର ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ ପଶୁ ସମ୍ପଦ ନାଶ- ଅନ୍ନ ଦାନ ପ୍ରାତଃ  ୦୭/୩୬ ପର୍ଯ୍ୟନ୍ତ

ଶୁଭ ସମୟ-     
ପ୍ରାତଃ ୦୫/୨୧  ରୁ ୦୭/୦୬  
ଦିବା  ୧୦/୧୫ ରୁ  ୧୧/୨୬
ଦିବା ୦୨/୦୩ ରୁ ୦୫/୩୨ 
ସନ୍ଧ୍ୟା ୦୭/୦୮ ରୁ ୧୦/୪୭
ରାତ୍ରି ୦୧/୪୨ ରୁ ୦୨/୩୭  
ରାତ୍ରି ୦୩/୫୯ ରୁ ୦୫/୨୨

ଅଶୁଭ ସମୟ-
ଋାହୁକାଳ - ଦିବା ୧୧/୫୨ ରୁ ୦୧/୩୦ 
କାଳବେଳା - ଦିବା ୦୮/୩୭ ରୁ ୧୦/୧୫ 
ବାରବେଳା - ଦିବା ୧୧/୫୨ ରୁ ୦୧/୩୦
କାଳରାତ୍ରି – ରାତ୍ରି ୦୨/୩୭ ରୁ ୦୩/୫୯

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: 
ଅଶ୍ୱନୀ – ଯାନବାହନ,ବ୍ୟବସାୟରେ ସଫଳତା ଲାଭ କରିବେ
ଦ୍ୱିଜା – ଧାରକରଜ ସୂତ୍ରରେ ଅର୍ଥ ଲାଭ କରିପାରନ୍ତି
କୃତିକା – ପଡୋଶୀଙ୍କର ପରାମର୍ଶ ଗ୍ରହଣ କରିବେ
ପ୍ରତିକାର - ଶ୍ରୀ ହନୁମାନଙ୍କର ପୂଜା କରନ୍ତୁ

ବୃଷ: 
କୃତିକା  - ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ ପାରନ୍ତି
ରୋହିଣୀ – ଅନୁଷ୍ଠାନ ଓ ସଂଗଠନ କ୍ଷେତ୍ରରେ ନିଜକୁ ସାମିଲ କରିବେ
ମୃଗଶିରା – ବିଶ୍ୱାସ ସହ ଆଗକୁ ମାଡ଼ି ଚାଲିବେ
ପ୍ରତିକାର – ମା କମଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ମିଥୁନ: 
ମୃଗଶିରା  - କୋର୍ଟ କଚେରୀରେ ରାୟ ଆପଣଙ୍କ ସପକ୍ଷରେ ଆସିପାରେ 
ଆଦ୍ରା -  ମଧୁର କଥା ଦ୍ୱାରା ଅନ୍ୟମାନଙ୍କୁ ଖୁସି କରିବେ
ପୁନର୍ବସୁ -  ବିବାଦୀୟ ଘଟଣାରେ ବିଜୟ ଲାଭ କରିପାରନ୍ତି 
ପ୍ରତିକାର – ଦତାତ୍ରେୟଙ୍କ ପୂଜା ସହିତ ମନ୍ତ୍ର ପାଠ କରନ୍ତୁ 

କର୍କଟ: 
ପୁନର୍ବସୁ -  ନିଜର କ୍ରୋଧ ପାଇଁ ନିଜର କ୍ଷତି ଘଟାଇବେ
ପୁଷ୍ୟା – ବନ୍ଧୁଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିପାରିବେ ନାହିଁ 
ଅଶ୍ଳେଷା - ପତ୍ନୀଙ୍କ ସହ ମତ  ପାର୍ଥକ୍ୟ ଦେଖା ଦେଇପାରେ
ପ୍ରତିକାର – ଶ୍ରୀ ଗଣେଶଙ୍କର ପୂଜା କରନ୍ତୁ  

ସିଂହ: 
ମଘା – ଅସୁବିଧାରେ ପଡି ବିରକ୍ତି ଭାବ ପ୍ରକାଶ କରିବେ
ପୂ , ଫାଲଗୁନୀ - ଅତ୍ୟଧିକ ଭାବ ପ୍ରବଣ ହୋଇ ଅପଦସ୍ତ ହେବେ
ଉ ,ଫାଲଗୁନୀ – ଅବହେଳା କରିଥିବା କାର୍ଯ୍ୟ ପାଇଁ ଅନୁତାପ କରିବେ
ପ୍ରତିକାର – ନିଜର କୂଳ ଦେବତାଙ୍କର ପୂଜା ସହ ମନ୍ତ୍ର ପାଠ କରନ୍ତୁ

କନ୍ୟା: 
ଉ , ଫାଲଗୁନୀ - ନିର୍ଦ୍ଦିଷ୍ଟ କାର୍ଯ୍ୟରେ  କୃତକାର୍ଯ୍ୟ ହେବେ
ହସ୍ତା – ପଦ ମର୍ଯ୍ୟାଦା ବୃଦ୍ଧି ପାଇବ
ଚିତ୍ରା – ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି
ପ୍ରତିକାର -  ଲାଲ୍‌ ରଙ୍ଗର ପୋଷାକ ପରିଧାନ କରନ୍ତୁ 

ତୁଳା: 
ଚିତ୍ରା – ସ୍ୱାସ୍ଥ୍ୟରେ ଅବନତି ଦେଖା ଦେଇପାରେ
ସ୍ୱାତୀ – ମହିଳାମାନେ ଖୁସିରେ ରହିବେ
ବିଶାଖା – ଆଧ୍ୟାତ୍ମିକ ଜୀବନ ବିତାଇ ପାରନ୍ତି
ପ୍ରତିକାର – ଶ୍ରୀ ମହାଲକ୍ଷ୍ମୀଙ୍କର ଯନ୍ତ୍ରିକା ଧାରଣ କରନ୍ତୁ

ବିଛା: 
ବିଶାଖା –ଅତ୍ୟଧିକ ଭାବପ୍ରବଣ ହୋଇ ଅସୁବିଧାରେ ପଡିପାରନ୍ତି
ଅନୁରାଧା – ଆଶା ନିରାଶାରେ ପରିଣତ ହୋଇପାରେ
ଜ୍ୟେଷ୍ଠା  –  ପିତା-ମାତାଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ଦେଖା ଦେଇପାରେ
ପ୍ରତିକାର – ବଗଳା ମୂଖିଙ୍କର ଦର୍ଶନ କରନ୍ତୁ

ଧନୁ
ମୂଳା – ମାଙ୍ଗଳିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିପାରନ୍ତି
ପୂ , ଷାଢା – ବାଣିଜ୍ୟରେ ମନ୍ଥରତା ରହିବ
ଉ , ଷାଢା – ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ
ପ୍ରତିକାର – ଶ୍ରୀ ରାମଙ୍କର ପୂଜା କରନ୍ତୁ

ମକର: 
ଉ , ଷାଢା - ଛାତ୍ରଛାତ୍ରୀମାନେ ପଢାରେ ଭଲ ସଫଳତା ଆଣିବେ  
ଶ୍ରବଣା – କର୍ମ ପାଇଁ ସମ୍ମାନିତ ଦକ୍ଷତା ପ୍ରତିପାଦତ  ହେବେ
ଧନିଷ୍ଠା – ପୂର୍ବ ଯୋଜନା ଅନୁସାରେ କାମ କରିବେ
ପ୍ରତିକାର – ମହାଦେବଙ୍କ ପୂଜା କରନ୍ତୁ

କୁମ୍ଭ: 
ଧନିଷ୍ଠା – ଉପରିସ୍ଥ କର୍ମଚାରୀମାନଙ୍କ ସହ କିଛି ବାଦ ବିବାଦ ଉପୁଜି ପାରେ
ଶତଭିଷା – ଶତ୍ରୁମାନଙ୍କ ଠାରୁ ପରଭାବ ପାଇବେ
ପୂ , ଭାଦ୍ରପଦ  –ଯାନବାହନ କ୍ଷତି, ଦୁର୍ଘଟଣା ଆଦିର ଭୟ  ଦେଖା ଦେଇପାରେ
ପ୍ରତିକାର – ହଳଦିଆ ପୋଷାକ ବ୍ୟବହାର କରନ୍ତୁ

ମୀନ: 
ପୂ , ଭାଦ୍ରପଦ - ଅଫିସରେ ଲାଗିରହିଥିବା ଅଶାନ୍ତିର ସମାପ୍ତି ହେବ
ଉ , ଭଦ୍ରପଦ - ସାଂସାରିକ ସ୍ୱାଧୀନତା ରହିବ
ରେବତୀ – ବୃଦ୍ଧି,ବଳ ପ୍ରୟୋଗ କରି କର୍ମକ୍ଷେତ୍ରରେ ଶାନ୍ତି ରକ୍ଷା କରିପାରନ୍ତି
ପ୍ରତିକାର – ବିଷ୍ଣୁଙ୍କର ଦର୍ଶନ ସହିତ ପୂଜା କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)