• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଗୁରୁବାର ତିଥି – ୭ମୀ ରାତ୍ରି ୦୯/୨୧ ଗତେ ୮ ମୀ ଚନ୍ଦ୍ର – ମେଷ ଅହୋରତ୍ର ଘାତ ଚନ୍ଦ୍ର- ମେଷ ରାଶିର ଅହୋରତ୍ର ଘାତ ବାର – ତୁଳ,କୁମ୍ଭ ରାଶିର ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୯/୨୧ ପର୍ଯ୍ୟନ୍ତ, ତତ୍ପରେ ରାତ୍ରି ୧୧/୩୬ ଗତେ ୧ ପାଦ- କୁଟୁମ୍ଭ ହାନି- ତିଳକାଞନ ଦାନ ।

ଶୁଭ ସମୟ-

ପ୍ରାତଃ ୦୫/୩୧ ରୁ ୦୭/୧୨

ଦିବା ୧୦/୩୪ ରୁ ୦୧/୦୬

ରାତ୍ରି ୦୨/୨୯ ରୁ ୦୩/୧୫

ଅଶୁଭ ସମୟ-

ଋାହୁକାଳ - ଦିବା ୦୧/୨୫ ରୁ ୦୩/୦୦

କାଳବେଳା - ଦିବା ୦୩/୦୦ ରୁ ୦୪/୩୪

ବାରବେଳା – ଦିବା ୦୪/୩୪ ରୁ ୦୬/୦୯

କାଳରାତ୍ରି – ରାତ୍ରି ୧୧/୫୦ ରୁ ୦୧/୧୫

ଆଜିର ରାଶିଫଳ-

ମେଷ:

ଅଶ୍ୱନୀ –ଅଧିକ ସମୟ ପୂଜା ପାଠରେ ବିତିବ

ଦ୍ୱିଜା –ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ ରହିବ

କୃତିକା – ବିଦ୍ୟାର୍ଥୀଙ୍କ ମନ ଲେଖାପଢାରେ ଲାଗିବ

ପ୍ରତିକାର - ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ

ବୃଷ:

କୃତିକା - ବ୍ୟବସାୟୀ ଆଶା ଜନକ ଫଳ ପାଇବେ

ରୋହିଣୀ – ମହତ୍ୱପୂର୍ଣ୍ଣ କଥା ଆଲୋଚନା କରିବେ

ମୃଗଶିରା – କାମରେ ନୂଆ ପ୍ରଦର୍ଶନ କରିବେ

ପ୍ରତିକାର – ଶୁକ୍ରଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ମିଥୁନ:

ମୃଗଶିରା -ନୂଆ ସ୍ରୋତରୁ ଧନ ଲାଭ ହୋଇପାରେ

ଆଦ୍ରା - ଜୀବନ ସାଥୀଙ୍କ ସହିତ ସମ୍ବନ୍ଧ ବଢିଆ ରହିବ

ପୁନର୍ବସୁ - ମନ ଅଶାନ୍ତରୁ ମୁକ୍ତ ରହିବ

ପ୍ରତିକାର – ମା ବିରଜାଙ୍କର ଆରଧନା କରନ୍ତୁ

କର୍କଟ:

ପୁନର୍ବସୁ - ସୁଖଦ ସମ୍ବାଦ ମିଳିବାର ସମ୍ଭାବନା ଆସିପାରେ

ପୁଷ୍ୟା – ବ୍ୟବସାୟ ,ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ

ଅଶ୍ଳେଷା - ଛାତ୍ର ଛାତ୍ରୀ ମାନେ ଗଠନ ମୂଳକ କାର୍ଯ୍ୟରୁ ପ୍ରଶଂସିତ ହୋଇ ପାରନ୍ତି

ପ୍ରତିକାର – ବଗଳାମୁଖିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ସିଂହ:

ମଘା –ପରିବାରରେ ନିଜ ନିଜ ଭିତରେ ଶତୃତା ଭାବ ସୃଷ୍ଟି ହେବ

ପୂ , ଫାଲଗୁନୀ - ପ୍ରେମ କ୍ଷେତ୍ରରେ ସନ୍ଦେହ ମନଭାବ ଦେଖାଦେବ

ଉ ,ଫାଲଗୁନୀ – ନିଜର ଅହଂଭାବ ଯୋଗୁ କୈାଣସି କାର୍ଯ୍ୟ ଠିକ୍ ଭାବରେ କରି ପାରିବ ନାହିଁ

ପ୍ରତିକାର – ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ

କନ୍ୟା:

ଉ , ଫାଲଗୁନୀ – ମହିଳା ମାନେ କଳହ ପ୍ରିୟ ହେବେ

ହସ୍ତା – ସବୁଜାଣିଥିଲେ ମଧ୍ୟ ସଫଳତା ପାଇ ପାରିବେ ନାହିଁ

ଚିତ୍ରା –ଅନ୍ୟ ମନସ୍କ ରହି ଯାତ୍ରା ସମୟରେ ଦୁର୍ଘଟଣାର ଶିକାର ହୋଇପାରନ୍ତି

ପ୍ରତିକାର - ନୃସିଂଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ତୁଳା:

ଚିତ୍ରା –ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ

ସ୍ୱାତୀ –ନୂଆ ଘର ବା ଜମି କିଣିବାରେ ଦିନଟି ଶୁଭ ରହିବ

ବିଶାଖା –ପୁରୁଣା କରଜ ଆପଣଙ୍କୁ ଫେରସ୍ତ ମିଳିପାରେ

ପ୍ରତିକାର – ଭାର୍ଗବିଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ

ବିଛା:

ବିଶାଖା – ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ

ଅନୁରାଧା – କୌଣସି ମହିଳାଙ୍କ ଦ୍ୱାରା ଉପକୃତ ହୋଇ ପାରନ୍ତି

ଜ୍ୟେଷ୍ଠା – ବିଦ୍ୟାର୍ଥି ମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ

ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ

ଧନୁ:

ମୂଳା – କୌଣସି କଥାକୁ ନେଇ ଟିକେ ଅଶାନ୍ତି ଦେଖାଦେଇ ପାରେ

ପୂ , ଷାଢା –ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ

ଉ , ଷାଢା – କର୍ମ କ୍ଷେତ୍ରରେ ଖର୍ଚ୍ଚାନ୍ତ କାରଣରୁ ଆର୍ଥିକ ଚାପ ଦେଖାଦେଇପାରେ

ପ୍ରତିକାର – ଘିଅ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମକର:

ଉ , ଷାଢା - ଆର୍ଥିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ

ଶ୍ରବଣା – ସାମାଜିକ ସହଯୋଗ ଲାଭ କରିବେ

ଧନିଷ୍ଠା –ପଡି ରହିଥିବା ପୁରୁଣା ଧନ ଲାଭ କରିପାରନ୍ତି

ପ୍ରତିକାର – ମା ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ:

ଧନିଷ୍ଠା –ନିଜ ଲୋକଙ୍କୁ ବୃଥା ସନ୍ଦେହ କରି ନିଜେ ହିଁ କ୍ଷତିରେ ପଡିବେ

ଶତଭିଷା –ପରିବାରରେ ସନ୍ତାନ ଚିନ୍ତା ଜାଗ୍ରତ ହେବ

ପୂ , ଭାଦ୍ରପଦ –ପରିସ୍ଥିତି ବଶତଃ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାରୁ ମାନସିକ କ୍ଳାନ୍ତି ଅନୁଭବ କରିବେ

ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ମୀନ:

ପୂ , ଭାଦ୍ରପଦ -ନୂତନ କର୍ମ କରିବା ପାଇଁ ସୂବର୍ଣ୍ଣ ସୁଯୋଗ ପାଇବେ

ଉ , ଭଦ୍ରପଦ - କର୍ମତତ୍ପରତା କାରଣରୁ ଆଗେଇ ଚାଲିବେ

ରେବତୀ – ସାଂସାରିକ ଦ୍ରବ୍ୟାଦି ଲାଭ କରିବେ

ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ୍ ଏହି ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

ଜ୍ୟୋତିର୍ବିଦ ଇଂ ଦୀପକ ଆଚାର୍ଯ୍ୟ, ଫୋନ୍: 0674-3527219,9238397100